ଜିଲା ମହୋତ୍ସବ ପ୍ରସ୍ତୁତି ବୈଠକ ପ୍ଲାଷ୍ଟିକ୍‌ମୁକ୍ତ ହେବ ମହୋତ୍ସବ

ନୟାଗଡ଼ ଅଫିସ,୧୨।୧୧- ନୟାଗଡ଼ ଜିଲା ମହୋତ୍ସବ ଓ ପଲ୍ଲିଶ୍ରୀମେଳା-୨୦୧୯ ପାଇଁ ପ୍ରସ୍ତୁତି ବୈଠକ ସୋମବାର ଜିଲା ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷ ସୃଜନରେ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ପ୍ରସ୍ତୁତି ବୈଠକରେ ସ୍ଥାନୀୟ ବିଧାୟକ ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗଦେଇ ମହୋତ୍ସବର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ପ୍ରତିବର୍ଷ ଭଳି ଚଳିତ ବର୍ଷ ଡିସେମ୍ବର ୨୪ରୁ ୨୮ ତାରିଖ ୫ ଦିନ ଧରି ଏହି ମହୋତ୍ସବ ନୟାଗଡ଼ ଖେଳପଡ଼ିଆରେ ଅନୁଷ୍ଠିତ ହେବ। ଚଳିତ ବର୍ଷ ଜିଲା ମହୋତ୍ସବକୁ ପ୍ଲାଷ୍ଟିକ ମୁକ୍ତ କରାଯିବ। ପଡୁଥିବା ୧୦୦ଟି ଷ୍ଟଲ୍‌ରେ କୌଣସି ବ୍ୟକ୍ତି ପ୍ଲାଷ୍ଟିକ ଜିନିଷ ବିକ୍ରି କରିପାରିବେ ନାହିଁ। ମହୋତ୍ସବରେ ସ୍ମରଣିକା, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସବ୍‌କମିଟିର ସଦସ୍ୟମାନେ କିପରି ସେମାନଙ୍କ ଦାୟିତ୍ୱ ତୁଲାଇବେ ସେ ବିଷୟରେ ଅଧିକ ଗୁରୁତ୍ୱ ଦେବାକୁ ମତପ୍ରକାଶ ପାଇଥିଲା। ଚଳିତ ବର୍ଷ ସ୍ମରଣିକାର ଡିଜିଟାଲାଇଜେଶନ କରାଯିବ, ଯାହା ଦ୍ୱାରା ରାଜ୍ୟର ଲୋକମାନେ ଏହାକୁ ପାଠ କରିପାରିବେ। ସମସ୍ତ ବ୍ଲକ ଓ ଏନ୍‌ଏସିରୁ ତିନିଗୋଟି ଶ୍ରେଷ୍ଠ ସାଂସ୍କୃତିକ ଦଳକୁ ଚୟନ କରି ଜିଲା ସଂସ୍କୃତି ଅଧିକାରୀଙ୍କ ନିକଟକୁ ପଠାଇବେ। ଏହାପରେ ଉକ୍ତ କଳାକାରମାନେ ଜିଲା ମହୋତ୍ସବ ସନ୍ଧ୍ୟାରେ ସେମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରିବେ। ରାଜ୍ୟ ଓ ରାଜ୍ୟ ବାହାରୁ ବିଭିନ୍ନ ସାଂସ୍କୃତିକ ଦଳ କିପରି ଆସିବେ ସେନେଇ ମଧ୍ୟ ଆଲୋଚନା ହୋଇଥିଲା। ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଡ. ପ୍ରମୋଦ କୁମାର ନାୟକ ପୂର୍ବ ବର୍ଷ ଜିଲା ମହୋତ୍ସବ କିପରି ପାଳନ କରାଯାଇଥିଲା ଓ ଚଳିତ ବର୍ଷ ଏହାକୁ କିପରି ପାଳନ କରାଯିବ ସେନେଇ ନିଜର ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଏସ୍‌ପି ଶଶିଭୂଷଣ ଶତପଥୀ, ଅତିରିକ୍ତ ଜିଲାପାଳ ବିଧାନ ଚନ୍ଦ୍ର ରାୟ, ପ୍ରକଳ୍ପ ନିର୍ଦ୍ଦେଶକ(ଡିଆର୍‌ଡିଏ) ସୁବାସ ଚନ୍ଦ୍ର ରାୟ, ଉପଜିଲାପାଳ ଲଗ୍ନଜିତ ରାଉତ, ଡିଏଫ୍‌ଓ ଧନରାଜ ଏଚ୍‌ଡି ପ୍ରମୁଖ ମଞ୍ଚାସୀନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲରେ ଭାରତ: ଟ୍ରଫିଠାରୁ ଆଉ ଗୋଟିଏ ପାଦ ଦୂରରେ

ଦୁବାଇ,୧୧/୯: ଶେଫାଳି ବର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଏଠାରେ ଖେଳାଯାଇଥିବା ସେମିଫାଇନାଲରେ ବାଂଲାଦେଶକୁ ୪୦ ରନରେ ପରାସ୍ତ କରି ଭାରତ ଫାଇନାଲରେ ପ୍ରବେଶ କରିଛି। ଭାରତ ପକ୍ଷରୁ…

ଟିମ୍ ଇଣ୍ଡିଆକୁ ବଡ଼ ଝଟକା, BCCIକୁ ଇସ୍ତଫା ପତ୍ର ପଠାଇଲେ….

ନୂଆଦିଲ୍ଲୀ,୧୧ା୯: ଆଫଗାନିସ୍ତାନ ବିପକ୍ଷ T୨୦ ସିରିଜ୍‌ ପୂର୍ବରୁ ଭାରତୀୟ କ୍ରିକେଟ୍ ଟିମ୍‌ର ସପୋର୍ଟ ଷ୍ଟାଫ୍‌ରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଟିମ୍ ଇଣ୍ଡିଆର ଫିଜିଓ କମଲେଶ…

ମାନବିକତାର ପରିଚୟ ଦେଲେ ଜିଲାପାଳ: ବଢୁଛି ଚର୍ଚ୍ଚା

ନୂଆପଡ଼ା,୧୧ା୯ (ମକାରୁ ବେମାଲ):ଦୁର୍ଘଟଣାରେ ଆହତ ଜଣେ ଯୁବକଙ୍କୁ ମେଡିକାଲ ପଠାଇ ମାନବିକତାର ପରିଚୟ ଦେଇଛନ୍ତି ନୂଆପଡ଼ା ଜିଲାପାଳ ମଧୁସୂଦନ ଦାଶ। ଗୁରୁବାର ଅପରାହ୍ନରେ ଜିଲା ଅଦାଲତ ନିକଟ…

ଭାରତର GDP ଅଭିବୃଦ୍ଧି ଦେଖି IMF ଛାନିଆ, କହିଲା ଫଳାଫଳ….

ନୂଆଦିଲ୍ଲୀ,୧୧ା୯: ଭାରତୀୟ ଅର୍ଥନୀତିକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ଦେଶର ବାସ୍ତବ GDP ବୃଦ୍ଧି ୭.୮…

ସାମାଜିକ ଗଣମାଧ୍ୟମ ବ୍ୟବହାରରେ ନାବାଳକଙ୍କ ସୁରକ୍ଷା ପ୍ରସଙ୍ଗ, କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୧ା୯: ସାମାଜିକ ଗଣମାଧ୍ୟମ ବ୍ୟବହାର କରୁଥିବା ନାବାଳକମାନଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ଏବଂ ୧୮ବର୍ଷରୁ କମ୍‌ ବୟସର ପିଲାଙ୍କ ସହିତ କୌଣସି ପ୍ଲାଟଫର୍ମ ଯେପରି ଚୁକ୍ତିବଦ୍ଧ ନ…

ପୂରାଉଁଆସରେ ସଂସ୍କୃତି-ପରମ୍ପରାର ଝଲକ: କୁଣ୍ଢିକାଚିରେ ଘର ସଂସାର ଶିକ୍ଷା

ଅମରପାଲି,୧୧।୯(ପୀତାମ୍ବର ସାହୁ):ପରମ୍ପରା ହିଁ ଗୋଟିଏ ଜାତିର ପରିଚୟ। ଯେଉଁ ପରମ୍ପରା ଲୋକଜୀବନ ସହ ପିଢି ପରେ ପିଢି ଯୋଡ଼ି ରହିଛି। ଏହା ହିଁ ହୋଇଯାଏ ଲୋକସଂସ୍କୃତିର ଅମୂଲ୍ୟ…

ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଛାତ୍ରନେତାଙ୍କ ତତ୍ପରତା: ୮ବର୍ଷ ପରେ ଛାତ୍ରସଂସଦ ନିର୍ବାଚନ ହେବା ଚର୍ଚ୍ଚା

ଭବାନୀପାଟଣା,୧୧ା୯(ଉତ୍ତମ କୁମାର ଦାଶ):ଦୀର୍ଘ ୮ବର୍ଷର ବ୍ୟବଧାନ ପରେ ଛାତ୍ରସଂସଦ ନିର୍ବାଚନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ରାଜ୍ୟରେ ଛାତ୍ରସଂସଦ ପୁଣି ଥରେ ଆରମ୍ଭ କରିବା ନେଇ ଉଚ୍ଚଶିକ୍ଷା…

ଆମେରିକା ଛାଡ଼ିବାକୁ ‘ମିଷ୍ଟର ସିଂ’ଙ୍କୁ ଧମକ, US ବିଜ୍ଞାପନକୁ ନେଇ ହଙ୍ଗାମା

ୱାଶିଂଟନ,୧୧।୯(ପି.ଟି.): ଆମେରିକାର ‘ଡିପାର୍ଟମେଣ୍ଟ ଅଫ୍‌ ହୋମଲ୍ୟାଣ୍ଡ୍‌ ସିକ୍ୟୁରିଟି’ (ଡିଏଚ୍‌ଏସ୍‌) ପକ୍ଷରୁ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘X’ରେ ଜାରି କରାଯାଇଥିବା ଏକ ବିଜ୍ଞାପନକୁ ନେଇ ସାରା ବିଶ୍ୱରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri