ଜିଲା ଭିଜିଲାନ୍ସ ଓ ମନିଟରିଂ କମିଟି ବୈଠକ

ଫୁଲବାଣୀ ଅଫିସ, ୬ା୨-ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ଉଦ୍ଦିଷ୍ଠ ଆଇନର ଜିଲାସ୍ତରୀୟ ଭିଜିଲାନ୍ସ ମନିଟରିଂ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଡା. ବୃନ୍ଦା ଡି ଏଥିରେ ଅଧ୍ୟକ୍ଷତା କରିଥିଲେ। ବୈଠକରେ ଜିଲା ମଙ୍ଗଳ ଅଧିକାରୀ ଶେଷଦେବ ବେହେରା ଉପସ୍ଥିତ ରହି ବିଭିନ୍ନ ମାମଲା ଉପରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ କହିଥିଲେ। ୨୦୧୭-୧୮ରେ ୩୭ଟି ଯୁଗ୍ମ ତଦନ୍ତ ରିପୋର୍ଟ ଗ୍ରହଣ କରାଯାଇଛି। ସେହିଭଳି ୨୦୧୮ ଅକ୍ଟୋବରରୁ ୨୦୨୦ ଜାନୁୟାରୀ ସୁଦ୍ଧା କନ୍ଧମାଳ ଆରକ୍ଷୀ ଅଧିକ୍ଷକଙ୍କଠାରୁ ୨୬ଟି ଯୁଗ୍ମ ତଦନ୍ତ ରିପୋର୍ଟ ମିଳିଛି। ଏପରି ମୋଟ ୬୩ ମାମଲାର ଯୁଗ୍ମ ରିପୋର୍ଟ ମିଳିଛି। କ୍ଷତିପୂରଣ ପାଇଁ ସରକାରଙ୍କ ନିକଟକୁ ପଠାଯାଇଛି। ସେହିପରି ୨୦୧୯ ମେ ମାସରୁ ୨୦୨୦ ଜାନୁୟାରୀ ମଧ୍ୟରେ ୧୫ଟି ନିର୍ଯାତନା ମାମଲା ପଞ୍ଜୀକୃତ ହୋଇଥିବା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି। ୨ଟି ମାମଲାରେ ଦୋଷୀଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ ହୋଇଥିବା ବେଳେ ୧୩ ମାମଲାର ତଦନ୍ତ ଚାଲିଛି। ୨୦୧୮-୧୯ ଆର୍ଥିକ ବର୍ଷରେ କ୍ଷତିପୂରଣ ବାବାଦରେ ୩୫ ଲକ୍ଷ ୮୮ ହଜାର ୭୫୦ ଟଙ୍କା ମିଳିଥିବା ବେଳେ ୨୫ ନିର୍ଯାତିତାଙ୍କୁ ୨୮ ଲକ୍ଷ ୨ ହଜାର ୫ଶହ ଟଙ୍କା ପ୍ରଦାନ କରାଯାଇଛି। କୋର୍ଟଙ୍କ ବିଚାର ଅନୁସାରେ ବଳକା ଟଙ୍କା ଦିଆଯିବ। ସେହିପରି ୨୦୧୯-୨୦ରେ ୨୩ ଜଣଙ୍କୁ ୨୩ ଲକ୍ଷ ୫୦ ହଜାର ଟଙ୍କା ଆର୍ଥିକ କ୍ଷତିପୂରଣ ଦିଆଯାଇଛି। ୨୦୧୮-୧୯ ଓ ୨୦୧୯-୨୦ରେ ଦୌରାଜଜ୍‌ ତଥା ସ୍ବତନ୍ତ୍ର ଜଜ୍‌ଙ୍କ ଅଦାଲତରେ ୨୫ଟି ମାମଲାର ଫଇସଲା ହୋଇଥିବା ବେଳେ ୧୦ଟି ମାମଲା ବିଚାରାଧୀନ ରହିଛି। ୨୦୧୮-୧୯ରେ ଅସବର୍ଣ୍ଣ ବିବାହ କରିଥିବା ୬ ଦମ୍ପତିଙ୍କୁ ୫ ଲକ୍ଷ ୫୦ ହଜାର ଟଙ୍କା, ୨୦୧୯-୨୦ରେ ଗୋଟିଏ ଦମ୍ପତିଙ୍କୁ ୫୦ ହଜାର ଟଙ୍କା ଆର୍ଥିକ ପ୍ରୋତ୍ସାହନ ଦିଆଯାଇଛି। ବୈଠକରେ ଉପ ଜିଲାପାଳ ସୁରେଶ ଚନ୍ଦ୍ର ପ୍ରଧାନଙ୍କ ସମେତ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ଭାଙ୍ଗିଲା ଘର, ପଡ଼ୋଶୀଙ୍କ ବାରଣ୍ଡାରେ ଆଶ୍ରୟ ନେଲେ ବୃଦ୍ଧ ଦମ୍ପତି

କୋଟଗଡ଼, ୧୨। ୯(ଡି.ଏନ୍‌.ଏ.): ସରକାରଙ୍କ ତରଫରୁ ବାସହୀନଙ୍କୁ ଗୃହ ଯୋଗାଇ ଦେବା ଉଦ୍ଦେଶ୍ୟରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି। ହେଲେ କନ୍ଧମାଳ ଜିଲା କୋଟଗଡ ବ୍ଳକ...

ଦାରିଙ୍ଗବାଡ଼ିରେ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡ଼ି,୧୭।୧୧(ଡି.ଏନ୍‌.ଏ.): ଓଡ଼ିଶାର କାଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ଚଳିତ ଶୀତଋତୁରେ ପ୍ରଥମଥର ପାଇଁ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଆସିଛନ୍ତି। ପୂର୍ବରୁ ପର୍ଯ୍ୟଟକ ଦୈନିକ...

କରୋନା ସଚେତନତାରେ ଶିଶୁକ୍ଲବ ସାମିଲ

ଦାରିଙ୍ଗବାଡ଼ି,୧୬।୪(ଡି.ଏନ.ଏ)- କରୋନା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନତା କରାଯାଉଛି। ଏଥିରେ ପୋଲିସ ଠାରୁ ପ୍ରଶାସନ, ସ୍ବେଚ୍ଛାସେବୀ ସମନ୍ତେ ଲାଗି ପଡିଛନ୍ତି। ଶିଶୁମାନେ ମଧ୍ୟ...

ଏହି ବ୍ଲକରେ ୧୦ କରୋନା ଯୋଦ୍ଧାଙ୍କ ସମେତ ୧୪ ପଜିଟିଭ୍‌ ଚିହ୍ନଟ

ଦାରିଙ୍ଗବାଡ଼ି,୬ା୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଗୁରୁବାର ପୁଣି ୧୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ଦାରିଙ୍ଗବାଡ଼ି...

୧୪୫ ଲିଟର ମଦ ଜବତ, ୫ କୋର୍ଟ ଚାଲାଣ

ଦାରିଙ୍ଗବାଡ଼ି,୨୮।୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ପୋଲିସ ପକ୍ଷରୁ ଅବକାରୀ ଚଢ଼ାଉ କରାଯାଇଛି। ୧୪୫ ଲିଟର ଦେଶୀ ଚୋରାମଦ ପୋଲିସ ଜବତ...

ସିଆର୍‌ପିଏଫ୍‌କୁ ଜାଗା ଦେବାରୁ ଗ୍ରାମବାସୀଙ୍କ ବିରୋଧ

ବାଲିଗୁଡା,୧୧ା୧୦(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗଁା ବ୍ଲକ ମହାସିଙ୍ଗ ପଞ୍ଚାୟତରେ ଏକ ଜାଗାକୁ ସରକାର କେନ୍ଦ୍ରୀୟ ସଂରକ୍ଷଣ ପୋଲିସ ବାହିନୀ (ସିଆର୍‌ପିଏଫ୍‌)କୁ କ୍ୟାମ୍ପ...

ଦୋକାନୀ ମାନୁନାହାନ୍ତି ୧୪୪ ଧାରା

ଫୁଲବାଣୀ ଅଫିସ, ୧୯ା୩: କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ କନ୍ଧମାଳ ଜିଲା ପ୍ରଶାସନ ମଙ୍ଗଳବାରଠାରୁ ଧାରା ୧୪୪ ଜାରି କରିଛି। ପ୍ରଚାର ଗାଡିରେ ମାଇକ...

କନ୍ଧମାଳ-ଗଞ୍ଜାମ ସୀମା ସିଲ୍‌ : ୩୬ ଜଣ ଯାତ୍ରୀ ନେଇ ଆସୁଥିବା ଗାଡ଼ି ଜବତ, ଚାଳକ, ହେଲ୍‌ପର ଗିରଫ

ଦାରିଙ୍ଗବାଡ଼ି,୧।୪(ଡି.ଏନ୍‌.ଏ.)- କରୋନା ସଂକ୍ରମଣ ପ୍ରତିହତ ପାଇଁ ପ୍ରଶାସନ ପକ୍ଷରୁ ଲକ୍‌ଡାଉନକୁ କଡ଼ାକଡ଼ି ପାଳନ କରାଯାଇଛି। ମଙ୍ଗଳବାର ଠାରୁ କନ୍ଧମାଳ-ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ୫୯ ନଂ....

Coronavirus Update


Archives

Model This Week

Why Dharitri