ଜିଲା ବିଦ୍ୟାଳୟସ୍ତରୀୟ ଫୁଟବଲ: ସଦର ବ୍ଲକ କ୍ୱାଟର ଫାଇନାଲରେ

ଢେଙ୍କାନାଳ ଅଫିସ,୨ା୮- ଢେଙ୍କାନାଳ ଜିଲା କ୍ରୀଡା ସଂଘ ପକ୍ଷରୁ ସ୍ଥାନୀୟ ଷ୍ଟାଡିୟମଠାରେ ଚାଲିଥିବା ବିଦ୍ୟାଳୟସ୍ତରୀୟ ଫୁଟବଲ ପ୍ରତିଯୋଗିତାର ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ସଦର ବ୍ଲକ, ଭୁବନ ବ୍ଲକକୁ ଟାଇବ୍ରେକର ଜରିଆରେ ୫-୩ ଗୋଲରେ ପରାସ୍ତ କରି କ୍ୱାଟର ଫାଇନାଲରେ ପ୍ରବେଶ କରିଛି। ନିର୍ଦ୍ଧାରିତ ସମୟରେ ଦୁଇ ଦଳ ମଧ୍ୟରେ ମ୍ୟାଚ ୧-୧ ଗୋଲରେ ଅମିମାଂସିତ ରହିଥିଲା। ଏହାପରେ ଟାଇବ୍ରେକର ଜରିଆରେ ସଦର ବ୍ଲକ ବିଜୟୀ ହୋଇଥିଲା। ରେଫରୀ ପର୍ଶୁରାମ ମିଶ୍ର, ସନ୍ତୋଷ କୁମାର କାନୁନଗୋ, ଅମୁଲ୍ୟ ସାମଲ, ଅଭିଜିତ ମିଶ୍ର ପରିଚାଳନା କରିଥିଲେ। ମାୟାଧର ସାହୁ ମ୍ୟାଚ କମିଶନର ରହିଥିଲେ। ମୁଖ୍ୟଅତିଥି ଭାବେ ବରିଷ୍ଠ କ୍ରୀଡାବିତ ଦେବେନ୍ଦ୍ରନାଥ ପଟ୍ଟନାୟକ ଯୋଗ ଦେଇଥିଲେ। କ୍ରୀଡା ସଂଘ ଉପସଭାପତି ସଞ୍ଜୟ କୁମାର ଭଞ୍ଜ, ସଭ୍ୟ ଶତୃଘ୍ନ ମାଟି, ଅଜୟ କୁମାର ସ୍ବାଇଁ, ପ୍ରେମାନନ୍ଦ ବିହାରୀ, ପ୍ରତାପ ମହାନ୍ତି ଉପସ୍ଥିତ ଥିଲେ। ଶନିବାର ହିନ୍ଦୋଳ ବ୍ଲକ ଓ ମଣ୍ଟଫୋର୍ଟ ସ୍କୁଲ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ ବୋଲି କ୍ରୀଡା ସଂଘ ସମ୍ପାଦକ ନଳିନୀ କୁମାର ଦାସ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରଘୁନାଥପାଲି ବିଧାନସଭାରେ ବିଜେଡି ଆଗୁଆ

ରାଉରକେଲା,୨୩।୫: ରଘୁନାଥପାଲି ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ କିଶୋର ତରାଇ ଆଗରେ ଅଛନ୍ତି। କିଶୋର ୧୧୪୬୨ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ଜଗବନ୍ଧୁ...

ଗ୍ୟାସ୍‌ ଲିକ୍‌ରୁ ଅଗ୍ନିକାଣ୍ଡ: ନିଆଁରେ ପୋଡ଼ି ସ୍ବାମୀସ୍ତ୍ରୀ ଗୁରୁତର

କୋରୁକୋଣ୍ଡା,୩୧।୭(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଏମ୍‌ଭି-୪୨ ଗ୍ରାମରେ ବୁଧବାର ଏକ ଅଘଟଣ ଘଟିଛି। ଗ୍ୟାସ ଲିକ୍‌ରୁ ନିଆଁ ଲାଗିବା ଯୋଗୁ ସ୍ବାମୀସ୍ତ୍ରୀ ଗୁରୁତର ହୋଇଛନ୍ତି। ସେମାନେ ହେଲେ...

ଶାହାଙ୍କ ଓଡ଼ିଶା ଗସ୍ତକୁ ଜିଲା କଂଗ୍ରେସର ବିରୋଧ

ପୁରୀ ଅଫିସ,୨୯।୨: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତକୁ ପୁରୀ ଜିଲା କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଛି। ଏ ନେଇ ଶୁକ୍ରବାର ଟାଉନ ହଲ୍‌...

ଛେଣ୍ଡିପଦାରେ କାଳବୈଶାଖୀଭାଙ୍ଗିଲା ତୋରଣ, ବ୍ୟାପକ ଗଛ ନଷ୍ଟ

ଛେଣ୍ଡିପଦା,୨୭।୫(ସ୍ବ.ପ୍ର): ଛେଣ୍ଡିପଦା ବ୍ଲକ ସଦରମହକୁମାରେ କାଳବୈଶାଖୀ ପ୍ରଭାବରେ ସୋମବାର ଅପରାହ୍ନରେ ବିଜୁଳି ସାଙ୍ଗକୁ ପ୍ରବଳ ବର୍ଷା ପବନ ହୋଇଥିଲା। ଏଥିରେ କେହି ଆହତ ହୋଇ ନ...

ଡ୍ରେନ ଉପରୁ ଜବରଦଖଲ ଉଚ୍ଛେଦ

ଗୋପାଳପୁର,୧।୮- ଗୋପାଳପୁର ଏନ୍‌ଏସି ୧୦ ଓ ୧୧ନଂ ୱାର୍ଡର ଡ୍ରେନ ଉପରୁ ଗୁରୁବାର ଜବରଦଖଲ ଉଚ୍ଛେଦ କରାଯାଇଛି। ଦୀର୍ଘବର୍ଷ ଧରି ଏନଏସିର ବିଭିନ୍ନ ୱାର୍ଡରେ ଡ୍ରେନ...

ଓଏମ୍‌ସି ଷ୍ଟାଫ୍‌ ବସ ଉପରକୁ ତୀରମାଡ଼, ଜଣେ ଗୁରୁତର

କେନ୍ଦୁଝର,୨୩।୧୦(ସ୍ବ.ପ୍ର.): ହରିଚନ୍ଦନପୁର ବ୍ଲକ ଦୈତାରୀ ମାଇନ୍ସରୁ କାମ ସାରି କର୍ମଚାରୀଙ୍କୁ ଧରି ଫେରୁଥିବା କମ୍ପାନୀ ବସ ଉପରେ ଦୁର୍ବୃତ୍ତଙ୍କ ଧନୁତୀରରେ ଆକ୍ରମଣ ଘଟଣା ଚାଞ୍ଚଲ୍ୟ ସୃଷ୍ଟି...

କଣିହାଁରେ ପ୍ରତିଷ୍ଠା ହେବ ଜେଏମ୍‌ଏଫ୍‌ସି

କଣିହାଁ, ୪ା୨(ଡି.ଏନ.ଏ.) ଅନୁଗୋଳ ଜିଲା କଣିହାଁ ବ୍ଲକରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ (ଜେଏମ୍‌ଏଫସି) ପ୍ରତିଷ୍ଠା ହେବ। ଏ ନେଇ ସୋମବାର ଅପରାହ୍ନ ୫ଟାରେ...

ଆହତଙ୍କୁ ମେଡିକାଲ ନେଲେ ତହସିଲଦାର

ପୁରୁଷୋତ୍ତମପୁର,୧ା୧(ଡି.ଏନ.ଏ.): ପୁରୁଷୋତ୍ତମପୁର ଥାନା ଭାଟକୁମରଡା ନିକଟରେ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟରାସ୍ତାରେ ବୁଧବାର ସନ୍ଧ୍ୟାରେ ଏକ ଅଟୋ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ୨ଜଣ...

Coronavirus Update


Archives

Model This Week

Why Dharitri