Posted inପୁରୀ

ଜିଲା ପ୍ରଶାସନର ହସ୍ତଗତ ହେଲା ସରକାରୀ ନିର୍ଦ୍ଦେଶନାମା:୭୫ ମିଟର ଉଚ୍ଛେଦ ପାଇଁ ଆଜିଠୁ ସର୍ଭେ

ପୁରୀ ଅଫିସ,୨୮-୮:ଶ୍ରୀମନ୍ଦିର ସୁରକ୍ଷା ପାଇଁ ମେଘନାଦ ପାଚେରିଠାରୁ ୭୫ ମିଟର ପରିଧି ମଧ୍ୟରେ ଥିବା ନିର୍ମାଣ ଉଚ୍ଛେଦ ଲାଗି ସରକାରୀ ନିର୍ଦ୍ଦେଶନାମା ମଙ୍ଗଳବାର ଜିଲା ପ୍ରଶାସନର ହସ୍ତଗତ ହୋଇଛି। ତେଣୁ ବୁଧବାରଠାରୁ ଏଥିଲାଗି ସର୍ଭେ ଆରମ୍ଭ କରାଯିବ। ୭୫ ମିଟର ମଧ୍ୟରେ କେତେ ଘର, କେତେ ବ୍ୟବସାୟ ପ୍ରତିଷ୍ଠାନ ଏବଂ ମଠ, ମନ୍ଦିର ରହିଛି ତାହା ଆକଳନ ହେବ। ସର୍ଭେ ପରେ ସବିଶେଷ ରିପୋର୍ଟ ଓ ଥଇଥାନର ରୂପରେଖ ୭ଦିନ ମଧ୍ୟରେ ରାଜ୍ୟ ସରକାରଙ୍କ ନିକଟକୁ ପଠାଯିବ। ଅସୁରକ୍ଷିତ କୋଠା ଉଚ୍ଛେଦ କାର୍ଯ୍ୟ ଜାରି ରହିବ ବୋଲି ଜିଲାପାଳ ବଲୱନ୍ତ ସିଂ ସୂଚନା ଦେଇଛନ୍ତି।
ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଜିଲାପାଳ ସିଂ ୭୫ମିଟର ଉଚ୍ଛେଦ ସଂକ୍ରାନ୍ତରେ ସବିଶେଷ ବିବରଣୀ ପ୍ରଦାନ କରିଛନ୍ତି। ସେ କହିଛନ୍ତି, ବୁଧବାରଠାରୁ ସର୍ଭେ ଆରମ୍ଭ ହେବ। ଏହାପରେ ଜମି ଅଧିଗ୍ରହଣ ନିୟମ ଅନୁଯାୟୀ ଜମି ଅଧିଗ୍ରହଣ କରାଯିବ। ଏଥିରେ ସାଧାରଣତଃ ୩ ପ୍ରକାର ଅର୍ଥାତ ମଠ ମନ୍ଦିର, ବ୍ୟବସାୟ ପ୍ରତିଷ୍ଠାନ ଏବଂ ବ୍ୟକ୍ତିଗତ ଲୋକଙ୍କ ଜମି ରହିଛି। ସମସ୍ତଙ୍କୁ ଉପଯୁକ୍ତ ଥଇଥାନ କରାଯିବ। କ୍ଷତିଗ୍ରସ୍ତ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକୁ ବର୍ତ୍ତମାନ ବଡ଼ଦାଣ୍ଡରେ ଥଇଥାନ କରାଯିବାକୁ ଯୋଜନା ହୋଇଛି। ଜଗନ୍ନାଥ ବଲ୍ଲଭରେ ନିର୍ମିତ ୩୯ଟି ଦୋକାନ ଘର ମଧ୍ୟରୁ ଅନେକ ଦୋକାନ ନେଇଥିଲେ ମଧ୍ୟ ବ୍ୟବସାୟ କରୁନାହାନ୍ତି। ଆଉ କେତେଜଣ ଭଡ଼ା ଦେଉନାହାନ୍ତି। ସେମାନଙ୍କୁ ନୋଟିସ୍‌ ଦିଆଯାଇଛି। ଆବଶ୍ୟକସ୍ଥଳେ ସେମାନଙ୍କ ଚୁକ୍ତି ବାତିଲ କରାଯାଇ କ୍ଷତିଗ୍ରସ୍ତ ବ୍ୟବସାୟୀଙ୍କୁ ଦିଆଯିବ। ଏତଦ୍‌ବ୍ୟତୀତ ଜଗନ୍ନାଥ ବଲ୍ଲଭ ଓ ଯାତ୍ରୀକାରେ ମାର୍କେଟ କମ୍ପ୍ଲେକ୍ସ ତିଆରି ହେବ। ବର୍ତ୍ତମାନ ନିର୍ମାଣ ଚାଲିଥିବା ହବିଷିଆଳି କେନ୍ଦ୍ର ଓ ପୁରୁଣା ଜେଲ୍‌ ପରିସର ଭକ୍ତ ନିବାସ ତଳେ ମଧ୍ୟ ବ୍ୟବସାୟୀଙ୍କୁ ଥଇଥାନ କରାଯିବ। କୌଣସି ଦୋକାନୀ ଏଥିରୁ ବାଦ୍‌ ପଡ଼ିବେ ନାହିଁ। ୭୫ମିଟର ମଧ୍ୟରେ ଥିବା ମଠ ଓ ମନ୍ଦିରରେ ପୂଜା ପାଉଥିବା ଦେବଦେବୀଙ୍କ ବିଜେସ୍ଥଳୀକୁ ଭଙ୍ଗାଯିବନାହିଁ। ଏହି ବିଜେସ୍ଥଳୀକୁ ବାଦ୍‌ ଦେଇ ଅନ୍ୟ ସବୁନିର୍ମାଣ ଭଙ୍ଗାଯିବ। କ୍ଷତିଗ୍ରସ୍ତ ମଠଗୁଡ଼ିକୁ ଶ୍ରୀମନ୍ଦିର ନିକଟରେ ଅର୍ଥାତ୍‌ ୭୫ମିଟର ପରେ ଥଇଥାନ କରାଯିବ। ଏକାଧିକ ମଠର ଜାଗା ୭୫ମିଟରଠାରୁ ଆହୁରି ଅଧିକ ପଛକୁ ରହିଛି। ସେହିସବୁ ଜାଗାକୁ ଅଧିଗ୍ରହଣ କରାଯିବ। ଅନ୍ୟ କ୍ଷତିଗ୍ରସ୍ତ ମଠର ମହନ୍ତ, ଶିଷ୍ୟ, ପୂଜକ ଏବଂ ସାଧୁସନ୍ଥଙ୍କ ରହିବା ଲାଗି ସେଠାରେ ଛୋଟ ଛୋଟ ଘର ତିଆରି କରାଯାଇ ସେମାନଙ୍କୁ ଥଇଥାନ କରାଯିବ।
ସେହିପରି ୭୫ମିଟର ମଧ୍ୟରେ ରହିଥିବା ବାସଗୃହକୁ ଉଚ୍ଛେଦ କରାଯାଇ ଜମି ଅଧିଗ୍ରହଣ ହେବ। ଏଥିରେ କ୍ଷତିଗ୍ରସ୍ତମାନଙ୍କୁ ଉପଯୁକ୍ତ ଥଇଥାନ କରାଯିବ। ଯେଉଁମାନଙ୍କର ଘର ଭାଙ୍ଗିବ ସେମାନେ ଚାହିଁଲେ କ୍ଷତିପୂରଣ ବାବଦ ଅର୍ଥ ନେଇପାରିବେ। ନଚେତ ଯଦି ଚାହିଁବେ ସେମାନଙ୍କୁ ଜାଗା କିମ୍ବା ଘର ଯୋଗାଇ ଦିଆଯିବ। କ୍ଷତିଗ୍ରସ୍ତ ଲୋକଙ୍କୁ ଜାଗା ଓ ଘର ଯୋଗାଇଦେବା ପାଇଁ ସରକାରୀସ୍ତରରେ ସହର ମଧ୍ୟରେ ଥିବା ୩ଟି ମଠ ଗୋପାଳତୀର୍ଥ, ମହୀପ୍ରକାଶ ଏବଂ ଅଲାରକୋଟର ଜମି ଅଧିଗ୍ରହଣ କରାଯିବ। କ୍ଷତିଗ୍ରସ୍ତ ଲୋକେ ଯେଉଁମାନେ ଜମି ନେବାକୁ ଇଚ୍ଛା କରିବେ ସେମାନଙ୍କୁ ଏଠାରେ ଜମି ଦିଆଯିବ। ଯଦି ଘର ଚାହିଁବେ ତେବେ ଅତିବେଶିରେ ୨ବର୍ଷ ମଧ୍ୟରେ ଘର ତିଆରି କରି ଦିଆଯିବ। ଘର ବଦଳରେ ଘର ନେବାକୁ ଚାହୁଁଥିବା କ୍ଷତିଗ୍ରସ୍ତମାନଙ୍କୁ ଏହି ସମୟରେ ଘର ଭଡ଼ା ଦିଆଯିବ। ଘର ଖାଲି କରିବା ଲାଗି କ୍ଷତିଗ୍ରସ୍ତଙ୍କୁ ପରିବହନ ଖର୍ଚ୍ଚ ଦିଆଯିବ। ଉକ୍ତ ୭୫ ମିଟର ମଧ୍ୟରେ ପ୍ରାୟ ୧୭୦ଟି ବାସଗୃହ, ୫୦ଟି ଦୋକାନ ଏବଂ ଲଜିଂ ରହିଛି।

କାଗଜପତ୍ରରେ ଥଇଥାନ ଦାବିକଲେ ମଠ ମହନ୍ତ

କ୍ଷତିଗ୍ରସ୍ତ ମଠ ମହନ୍ତଙ୍କ ସହ ମଙ୍ଗଳବାର ବିଧାୟକ ପ୍ରଣବ ପ୍ରକାଶ ଦାସ ସ୍ଥାନୀୟ ଏକ ହୋଟେଲରେ ରୁଦ୍ଧଦ୍ୱାର ବୈଠକ କରିଛନ୍ତି। ସେମାନଙ୍କର ସମସ୍ତ ପ୍ରକାର ଦାବି ଶୁଣାଯିବ। ତେଣୁ ସେମାନେ ପ୍ରଶାସନକୁ ସହଯୋଗ କରନ୍ତୁ ବୋଲି ବିଧାୟକ ଦାସ କହିଥିବାବେଳେ ମଠ, ମନ୍ଦିରକୁ ଥଇଥାନ କରି ସରକାର ଏ ଦିଗରେ ଅଗ୍ରସର ହୁଅନ୍ତୁ ବୋଲି ମଠ ମହନ୍ତମାନେ ମତ ରଖିଛନ୍ତି। ଏ ସଂକ୍ରାନ୍ତରେ ନିଖିଳ ଉତ୍କଳ ମଠ ମନ୍ଦିରାଧୀଶ ସେବା ସଂଘର ମହାସଚିବ ତଥା କଟକୀ ମଠ ମହନ୍ତ ବିଜୟ ରାମାନୁଜ ଦାସ କହିଛନ୍ତି, ମଠ ସଂସ୍କୃତିକୁ ନେଇ ଶ୍ରୀକ୍ଷେତ୍ର ସମୃଦ୍ଧ। ଆଇକନିକ ସିଟି ନଁାରେ ଐତିହ୍ୟ ଭାଙ୍ଗି ଦେବା ଠିକ୍‌ ନୁହେଁ। ଜଗନ୍ନାଥ ଯଦି ବରଗଛ ମଠ ସଂସ୍କୃତି ତାର ଓହଳ। ଓହଳ କାଟିଦେଲେ ଗଛ ତିଷ୍ଠି ପାରିବନି। ବର୍ତ୍ତମାନ ଶ୍ରୀମନ୍ଦିରକୁ ସୁରକ୍ଷା ପ୍ରସଙ୍ଗ କୁହାଯାଇ ମଠ, ମନ୍ଦିରକୁ ଉଚ୍ଛେଦ କରାଯିବାର ଯୋଜନା କରାଯାଇଛି। ଆଜି ପର୍ଯ୍ୟନ୍ତ ଯେଉଁମାନେ ମହାପ୍ରଭୁଙ୍କୁ ସୁରକ୍ଷା ଦେଇଛନ୍ତି ତାହା କ’ଣ ପର୍ଯ୍ୟାପ୍ତ ନୁହେଁ ବୋଲି ସେ ପ୍ରଶ୍ନ କରିଛନ୍ତି। କାହା ମାଧ୍ୟମରେ ନୁହେଁ, ଯେଉଁମାନଙ୍କୁ ସରକାର ଅଧିକୃତ କରିବେ ସେହିମାନେ ଆସି କ୍ଷତିଗ୍ରସ୍ତ ମଠ ମହନ୍ତମାନଙ୍କ ସହିତ ସିଧାସଳଖ ଆଲୋଚନା କରନ୍ତୁ। ଥଇଥାନ ନେଇ ଯେଉଁ ନିଷ୍ପତ୍ତି ହେଉଛି ତାହା କାଗଜ କଲମରେ ହେବା ଦରକାର। ସରକାର ଗଣତାନ୍ତ୍ରିକ ପଦ୍ଧତିରେ ସବୁ କରନ୍ତୁ। କ୍ଷତିଗ୍ରସ୍ତ ମଠର ଗାଦିଘର, ମନ୍ଦିର, ମହନ୍ତ ଏବଂ ପୂଜାରୀ କେଉଁଠି ରହିବେ ତାହାର ଥଇଥାନ କରିବା ଦରକାର। ବିଭିନ୍ନ ମଠକୁ ବାହାରୁ ଆସୁଥିବା ସାଧୁସନ୍ଥଙ୍କ ପାଇଁ ମଧ୍ୟ ବ୍ୟବସ୍ଥା ହେବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାଭାରତୀଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଝଟ୍‌କା: ଆବେଦନ ଖାରଜ

ଭୁବନେଶ୍ୱର,୩୦।୯: : ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ମହାପାତ୍ରଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ବିଦ୍ୟାଭାରତୀଙ୍କ ପକ୍ଷରୁ ଦାଖଲ ହୋଇଥିବା…

ମେସେଜ ପାଇଁ ଟଙ୍କା ନେବ ହ଼୍ବାଟସଆପ୍‌! ୧ ଅକ୍ଟୋବରରୁ ବଦଳିବ ନିୟମ; ସାଧାରଣ ୟୁଜର୍ସଙ୍କୁ ପଡ଼ିବ ପ୍ରଭାବ?

ନୂଆଦିଲ୍‌ଲୀ,୩୦।୯: ଯଦି ଆପଣ ହ଼୍ବାଟସଆପ (WhatsApp)ରେ କୌଣସି କମ୍ପାନୀଠାରୁ ଅର୍ଡର ଅପଡେଟ, ଡେଲିଭରି ସୂଚନା କିମ୍ୱା କଷ୍ଟମର ସର୍ଭିସ ନେଉଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଆଶ୍ୱସ୍ତିକର…

ଲୋଇସିଂହାର ଗର୍ବ ଇଫ୍ରାତା: ‘ଇଣ୍ଡିଆ ଟ୍ୟାଲେଣ୍ଟ ଫାଇଟ’ରେ ଚମକିଲେ

ଲୋଇସିଂହା,୩୦।୯(ସୁଶାନ୍ତ ବାରିକ):ଜାତୀୟସ୍ତରୀୟ ରିଆଲିଟି ଶୋ’ ଟ୍ୟାଲେଣ୍ଟ ଫାଇଟସୁପର ମଡେଲ’ ଜୁନିୟର କାଟାଗୋରିରେ ଚାମ୍ପିୟନ ହୋଇ ଲୋଇସିଂହା ତଥା ବଲାଙ୍ଗୀର ଜିଲା ପାଇଁ ଗୌରବ ଆଣିଛନ୍ତି ଇଫ୍ରାତା। ତାଙ୍କ…

ଟ୍ରେନଯାତ୍ରୀଙ୍କ ପାଇଁ ବଡ଼ ସୂଚନା: ଅକ୍ଟୋବର ୧ରୁ କଡ଼ା ଚେକିଂ, ଟିକେଟ୍‌ ସାଙ୍ଗରେ ଏହି ID ନ ରଖିଲେ ଫସିବେ!

ନୂଆଦିଲ୍ଲୀ,୩୦।୯: ଯଦି ଆପଣ ଆଗାମୀ ଦିନରେ ଟ୍ରେନରେ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ। କେନ୍ଦ୍ରୀୟ ରେଳବାଇ ପକ୍ଷରୁ…

ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ସରିଲା କ୍ଷୀତିଶଙ୍କ ରିମାଣ୍ଡ ଅବଧି, ପୋଲିସ ହାତରେ ଲାଗିଲା କିଛି ନୂଆ ତଥ୍ୟ

ବଲାଙ୍ଗୀର,୩୦ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ନିସ୍ତୁକ ମାଡ଼ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କ…

ବିବାଦ ଭିତରେ ନିର୍ବାଚନ କମିଶନରଙ୍କ ବଡ଼ ନିଷ୍ପତ୍ତି, ଭୋଟର ଲିଷ୍ଟକୁ ନେଇ କହିଲେ ବଡ଼କଥା…

ନୂଆଦିଲ୍ଲୀ,୩୦।୯: ନିର୍ବାଚନ ଆୟୋଗ ‘ସ୍ପେଶାଲ ଇଣ୍ଟେନସିଭ ରିଭିଜନ’ (SIR) ପ୍ରକ୍ରିୟା ଶେଷ କରିସାରିଥିବା ରାଜ୍ୟଗୁଡ଼ିକରେ ନୂଆ ଭୋଟରମାନଙ୍କ ପାଇଁ ଫର୍ମ-୬ ସହିତ ଯୋଡ଼ା ଯାଇଥିବା ଅତିରିକ୍ତ ଘୋଷଣାନାମା…

ଶୌଚ ହେବାକୁ ଯାଇଥିଲେ ଗୋବର୍ଦ୍ଧନ, ଅତର୍କିତ ଆକ୍ରମଣ କଲା ଭାଲୁ, ଆଉ ତା’ ପରେ…

ପାଟଣା,୩୦ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପୋଇପାଣି ଗ୍ରାମ ନିକଟରେ ବୁଧବାର ଭୋର୍‌ରୁ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଆହତ…

ବଡ଼ ଖବର: ଅକ୍ଟୋବର ୧ରୁ ଏମାନଙ୍କୁ ଆଉ ମିଳିବନି LPG ସିଲିଣ୍ଡର, କେନ୍ଦ୍ର ସରକାର ନେଲେ କଡ଼ା ଆକ୍ସନ

ନୂଆଦିଲ୍‌ଲୀ,୩୦।୯: କେନ୍ଦ୍ର ସରକାର ଏବଂ ତୈଳ କମ୍ପାନୀଗୁଡ଼ିକ ଅକ୍ଟୋବର ୧ ତାରିଖରୁ ଏଲପିଜି ସବସିଡି (LPG Subsidy) ପାଇଁ ଇ-କେୱାଇସି (e-KYC) ବାଧ୍ୟତାମୂଳକ କରିଛନ୍ତି। ଏହି ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?