Posted inପୁରୀ

ଜିଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କ କୃଷ୍ଣପ୍ରସାଦ ଗସ୍ତ

କୃଷ୍ଣପ୍ରସାଦ,୧୧ା୬(ଡି.ଏନ୍‌.ଏ.)-ପୁରୀ ଜିଲା ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଲକକୁ ସୋମବାର ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ନୃସିଂହ ଚରଣ ସ୍ବାଇଁ ଗସ୍ତ କରିଛନ୍ତି ା କୃଷ୍ଣପ୍ରସାଦ ବିଡିଓ ଅଭିମନ୍ୟୁ ମାଝି, ସହକାରୀ ଯନ୍ତ୍ରୀ ଇଂ.ପ୍ରସନ୍ନ କୁମାର ସ୍ବାଇଁଙ୍କ ନେତୃତ୍ୱରେ ଫନୀ ବାତ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଅରଖକୁଦା, ମାଣିକା, ସାତପଡ଼ା, ପଣସପଦା, ଗୋପୀନାଥପୁର ଆଦି ବିଭିନ୍ନ ସ୍ଥାନ ସ୍ବାଇଁ ପରିଦର୍ଶନ କରିଥିଲେ ା ସେ ବ୍ଳକ କାର୍ଯ୍ୟାଳୟରେ ଏକ ଜରୁରୀକାଳୀନ ବୈଠକ ଡକାଇଥିଲେ ା ଫନୀ ବାତ୍ୟାରେ ଗୃହ ହରାଇଥିବା ବାସହୀନ ପରିବାରଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଖୁବ୍‌ ଶୀଘ୍ର ଗୃହ ନିର୍ମାଣ ନିମନ୍ତେ କାର୍ଯ୍ୟାଦେଶ ପ୍ରଦାନ ପାଇଁ ପ୍ରକଳ୍ପ ନିର୍ଦ୍ଦେଶକ ବିଡିଓ, ସହକାରୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ା ସୂଚନାଯୋଗ୍ୟ, ଏହି ବ୍ଳକରେ ଫନୀ ଯୋଗୁ ୮୭ଟି ବିଦ୍ୟାଳୟ ଗୃହ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବାବେଳେ ସେଥିମଧ୍ୟରୁ ୨୧ଟି ବିଦ୍ୟାଳୟ ଗୃହ କାର୍ଯ୍ୟଶେଷ ହୋଇଥିବା ବିଡିଓ ମାଝି ପ୍ରକାଶ କରିଛନ୍ତି ା ଆଉ କିଛି ଦିନ ପରେ ବିଦ୍ୟାଳୟଗୁଡ଼ିକ ଖୋଲାଯିବ। ଏଣୁ ମରାମତି କାର୍ଯ୍ୟ ତୁରନ୍ତ ସାରିବାକୁ ପ୍ରକଳ୍ପ ନିର୍ଦ୍ଦେଶକ ଗୁରୁତ୍ୱାରୋପ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ଅଧିକାରୀ,କର୍ମଚାରୀଙ୍କୁ ଜିଲାପାଳଙ୍କ ଚେତାବନୀ: ଅନୁପସ୍ଥିତ ରହିଲେ ନିଲମ୍ବନ

ପୁରୀ ଅଫିସ,୬ା୪: ବିଶ୍ୱ ମହାମାରୀ କରୋନା ସହିତ ଲଢୁଛି ବିଶ୍ୱ। କିପରି ଏହାକୁ ମୁକାବିଲା କରାଯାଇପାରିବ ତାହାକୁ ନେଇ ସମସ୍ତେ ଚିନ୍ତିତ। ଦିନକୁ ଦିନ ଅଧିକ...

‘ଅପରାଧମୁକ୍ତ ପୁରୀ ମୁଖ୍ୟ ଲକ୍ଷ୍ୟ’

ପୁରୀ ଅଫିସ,୨୩ା୧୧:ପତିତପାବନଙ୍କୁ ଦର୍ଶନ କରି ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ପୁରୀର ନୂତନ ଏସ୍‌ପି ଭାବେ ଆଇପିଏସ୍‌ ଅଫିସର କେ. ବିଶାଲ ସିଂ ବିଧିବଦ୍ଧ ଭାବେ ଦାୟିତ୍ୱ...

ଶ୍ରୀମନ୍ଦିର ଚୂଡ଼ାରେ ଚଢ଼ିଗଲେ ପୂଜକ

ପୁରୀ ଅଫିସ,୫ା୧୦: ବୁଧବାର ଅପରାହ୍ନରେ ଶ୍ରୀମନ୍ଦିର ଚୂଡ଼ାରେ ଅଗ୍ନିଶ୍ୱର ମହାଦେବଙ୍କ ପୂଜକ ଚନ୍ଦ୍ରଶେଖର ପଣ୍ଡା ଚଢ଼ିଯାଇଥିଲେ। ସେ ନୀଳଚକ୍ର ବାନା ଲାଗୁଥିବା ସ୍ଥାନକୁ ଚଢ଼ି ଯାଇଥିଲେ।...

ଆଜି ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ

ପୁରୀ ଅଫିସ,୪ା୧୧: କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଶୁକ୍ରବାରଠାରୁ ଶ୍ରୀକ୍ଷେତ୍ର ସମେତ ଶ୍ରୀମନ୍ଦିରରେ ପଞ୍ଚକ ନୀତି ଆରମ୍ଭ ହେବ। ପଞ୍ଚକର ପ୍ରଥମ ଦିନ ଏକାଦଶୀ...

ପୁରୀ @ ୫୮୬: ଦିନକରେ ସର୍ବାଧିକ ରେକର୍ଡ, ଚିହ୍ନଟ ହେଲେ ୯୦ କରୋନା ଆକ୍ରାନ୍ତ

ପୁରୀ ଅଫିସ,୨୫।୭: ପୁରୀ ଜିଲାରୁ ୯୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ଦିନକରେ ସର୍ବାଧିକ ୩୦ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଶନିବାର ଏହାର...

ରଥ ଖଳାରେ ଚକଡେରା ନୀତି ସମ୍ପନ୍ନ

ପୁରୀ ଅଫିସ, ୧୫।୫: ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ ଅବସରରେ ଶୁକ୍ରବାର ଚକଡ଼େରା ନୀତି ସମ୍ପନ୍ନ ହୋଇଛି। ରଥ ଖଳାରେ ମହାପ୍ରଭୁଙ୍କ ତିନି ରଥର ୬ଟି ନାହାକା...

ଖୋଲିଲା ସ୍କୁଲ: ଆଜିଠୁ ଶ୍ରେଣୀକକ୍ଷରେ ପାଠପଢ଼ା

ପୁରୀ ଅଫିସ,୨୬।୭: ରାଜ୍ୟରେ ସୋମବାରଠାରୁ ଦଶମଶ୍ରେଣୀ ଛାତ୍ରୀଛାତ୍ରଙ୍କ ପାଇଁ ବିଦ୍ୟାଳୟ ଖୋଲିଲା। କରୋନା ସଂକ୍ରମଣ ଯୋଗୁ ଦୀର୍ଘଦିନ ଧରି ସ୍କୁଲ ବନ୍ଦ ରହିଥିଲା। ସଂକ୍ରମଣ ଆଶିଂକ...

ଫଟା ପାଇପ୍‌ରୁ ପାଣି ନେଉଛନ୍ତି ଗ୍ରାମବାସୀ

କଣାସ,୨।୧୧(ସ୍ବ.ପ୍ର.): ପୁରୀ ଜିଲା କଣାସ ବ୍ଲକ ବର୍ଷାସାରା ପାନୀୟ ଜଳ ସମସ୍ୟା ଲାଗି ରହିଛି। ରାଜ୍ୟ ସରକାରଙ୍କ ପାନୀୟ ଜଳ ଯୋଗାଣ କାର୍ଯ୍ୟାଳୟ ପକ୍ଷରୁ କେତୋଟି...

Advertisement
Archives

Model This Week