ଜିଲାସ୍ତରୀୟ ଯୁବ ମହୋତ୍ସବ ଉଦ୍‌ଯାପିତ: ବନ୍ଧୁତାର ବାର୍ତ୍ତା ବାଣ୍ଟି ଫେରିଲେ ଯୁବ କଳାକାର

କେନ୍ଦୁଝର,୨।୧୨(ସ୍ବ.ପ୍ର./ଡି.ଏନ.ଏ.)-କେନ୍ଦୁଝର ନଗରଭବନଠାରେ ଆୟୋଜିତ ଦୁଇ ଦିନିଆ ଜିଲାସ୍ତରୀୟ ଯୁବ ମହୋତ୍ସବ ଶନିବାର ଅପରାହ୍ନରେ ଉଦ୍‌ଯାପିତ ହୋଇଯାଇଛି। ଜିଲାର ବିଭିନ୍ନ ବ୍ଳକ୍‌ ଏବଂ ପୌରପାଳିକା ଅଞ୍ଚଳରୁ ଆସିଥିବା ଯୁବ କଳାକାରମାନେ ମହୋତ୍ସବରେ ଭାଗ ନେଇ କଳା ମାମରେ ବନ୍ଧୁତାର ବାର୍ତ୍ତା ଦେଇ ଫେରିଯାଇଛନ୍ତି ା କଳା, ସଂସ୍କୃତିର ଅଭିବୃଦ୍ଧି ସହିତ ଜାତୀୟତା ଭାବ ଉଦ୍ରେକ କରିବା ଲକ୍ଷ୍ୟ ନେଇ କଳାକାରମାନେ ନିଜ ନିଜର କଳା ପ୍ରତିଭା ପ୍ରଦର୍ଶନ କରିଥିଲେ। ଦୁଇଦିନ ଧରି ଆୟୋଜିତ ଲୋକନୃତ୍ୟ, ଲୋକସଙ୍ଗୀତ, ଶାସ୍ତ୍ରୀୟ ସଙ୍ଗୀତ ଓ ନୃତ୍ୟ ଏବଂ ବାଦ୍ୟ ଯନ୍ତ୍ରରେ ନଗର ଭବନ ପରିସର ଝଙ୍କୃତ ହୋଇଥିଲା । ଏହି ଅବସରରେ କଳାକାରମାନେ ପରସ୍ପର ମଧ୍ୟରେ ଭାବ ବତନତମୟ କରି ବନ୍ଧୁତ୍ୱର ସେତୁ ବାନ୍ଧିଥିଲେ। ଉଦ୍‌ଯାପନୀ ସମାରୋହରେ ଜିଲା ପରିଷଦ ଅଧ୍ୟକ୍ଷା କମଳିନୀ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍‌ବୋଧନ ଦେଇଥିଲେ। ଜିଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢୀ ଯୁବ ମହୋତ୍ସବ ଆୟୋଜନର ଉଦ୍ଦେଶ୍ୟ, ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ୍‌। ଆଗାମୀ ୧୮ ରୁ ୨୨ ତାରିଖ ପଯର୍‌ୟନ୍ତ ଭଦ୍ରକଠାରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ଯୁବ ମହୋତ୍ସବରେ ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଥିବା ଦଳ ଓ ପ୍ରତିଯୋଗୀ ଅଂଶଗ୍ରହଣ କରିବେ ବୋଲି ସେ କହିଥିଲେ। ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସଞ୍ଜୀବ ବାରିକ୍‌ ପ୍ରଥମେ ସ୍ବାଗତଭାଷଣ ଦେଇ ସଭା ସଞ୍ଚାଳନ କରିଥିଲେ ା କାର୍ଯ୍ୟକ୍ରମ ଶେଷରେ ଜିଲା ସଂସ୍କୃତି ଅଧିକାରୀ ନଳିନୀକାନ୍ତ ସାହୁ ଧନ୍ୟବାନ ଅର୍ପଣ କରିଥିଲେ।
ଯୁବ ମହୋସତ୍ବରେ ଲୋକନୃତ୍ୟ ପ୍ରତିଯୋଗିତାରେ କେନ୍ଦୁଝରଗଡ଼ ପୌରପାଳିକାର ବରୁଣେଶ୍ୱର ନୃତ୍ୟ ସଂଗୀତ ଅନୁଷ୍ଠାନ, ଲୋକ ସଙ୍ଗୀତରେ କେନ୍ଦୁଝର ସଦର ବ୍ଲକ୍‌ର ସାଇ ତାରିଣୀ ଗ୍ରୁପ୍‌ , ଓଡ଼ିଶୀରେ ପାଟଣା ବ୍ଲକ୍‌ର ବିଶ୍ୱଜିତ୍‌ ମହାପାତ୍ର, ହିନ୍ଦୁସ୍ଥାନୀ ଭୋକାଲ୍‌ରେ ହାଟଡିହି ବ୍ଲକ୍‌ର ମାଳତୀ ପାତ୍ର, ଏକାଙ୍କିକାରେ ବଡବିଲ ପୌରପାଳିକାର ବଡ଼ବିଲ ଆଇଟିଆଇ ଗ୍ରୁପ୍‌, ବଂଶୀରେ ଯୋଡ଼ା ବ୍ଲକ୍‌ର ପୀତାବାସ ମୁଣ୍ଡା, ତବଲାରେ ସଦର ବ୍ଲକ୍‌ର ଅବିନାଶ ମହାନ୍ତ, ଗୀଟାରରେ ବଡବିଲ ପୌରପାଳିକାର ପ୍ରେମାଶିଷ ସିହ୍ନା, ହାର୍‌ମୋନିୟମ୍‌ରେ କେନ୍ଦୁଝର ସଦର ବ୍ଲକ୍‌ର ପ୍ରଫୁଲ କୁମାର ସାହୁ, ଏବଂ ଏଲକ୍ୟୁସନ ପ୍ରତିଯୋଗିତାରେ କେନ୍ଦୁଝରଗଡ଼ ମ୍ୟୁନିସିପାଲିଟିର ଆଦ୍ୟ ଓମ୍‌କାର ପଣ୍ଡା, ମୃଦଙ୍ଗମ୍‌ରେ ଆନନ୍ଦପୁର ବ୍ଲକ୍‌ର ମୃତ୍ୟୁଞ୍ଜୟ ସାହୁ ପ୍ରଥମ ସ୍ଥାନ ହାସଲ କରଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପହୃତା ନାବାଳିକା ଉଦ୍ଧାର ଘଟଣା, ଘରକୁ ନେବାକୁ ମନାକଲେ ପରିବାର

ଦିଗପହଣ୍ଡି,୯।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ସେହି ଗାଁର ଜଣେ ନାବାଳକ ଅପହରଣ କରି…

ସ୍ତ୍ରୀ ଶୋଇଥିବା ବେଳେ ହତ୍ୟା ଉଦ୍ୟମ କରିଥିଲେ ସ୍ବାମୀ, ଏବେ ଗଲେ ଜେଲ

ଦିଗପହଣ୍ଡି,୯।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମରେ ରହୁଥିବା ଏ.ଅନ୍ତରା ପାତ୍ର ତାଙ୍କ ସ୍ତ୍ରୀ ଏ.ଶଶି ପାତ୍ରଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା…

ବିଶ୍ୱ ଜନଜାତି ଦିବସରେ ଗର୍ଜିଲେ ଅଧିବାସୀ, କନ୍ଧମାଳ ମେଡିକାଲ କଲେଜର ନାମ ପରିବର୍ତ୍ତନକୁ ବିରୋଧ

ଦାରିଙ୍ଗବାଡି,୯ା୮(ଅରୁଣ ସହୁ ): ବିଶ୍ୱ ଜନଜାତି ଦିବସ ରବିବାର ପାଳିତ ହୋଇଯାଇଛି । ଏହି ଅବସରରେ ଅଞ୍ଚଳରେ ବସବାସ କରୁଥିବା ଜନଜାତି ସମ୍ପ୍ରଦାୟର ଶତାଧିକ ମହିଳା, ପୁରୁଷ…

ଧରିତ୍ରୀର ପ୍ରଭାବ; ତତ୍ପରତା ଦେଖାଇଲେ ବିଦ୍ୟୁତ କର୍ମଚାରୀ, ସଫେଇ ହେଲା ଟ୍ରାନ୍ସଫର୍ମର ନିକଟ ଗଛ

କର୍ଲାମୁଣ୍ଡା,୯ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସର୍ଗୁଲ ଗାଁରେ ଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମରଟି ଦୀର୍ଘଦିନ ଧରି ଜଙ୍ଗଲି ଗଛରେ ଆଚ୍ଛାଦିତ ହୋଇ ରହିଥିଲା ।…

ଏନ୍‌ପିଏସ୍‌ ଶିକ୍ଷକ ସଂଘ ଶିକ୍ଷକଙ୍କ ଦୁଃଖ, ୨୨ ବର୍ଷ ଶିକ୍ଷାଦାନ ପରେ ମିଳୁଛି ୩ ହଜାର ପେନସନ

ଭଞ୍ଜନଗର,୯ା୮(ବାବୁଲା ପ୍ରଧାନ): ଦୀର୍ଘ ୨୨ ବର୍ଷ ଧରି ଶିକ୍ଷାଦାନ କରିବା ପରେ ଅବସର ନେଉଥିବା ଏନ୍‌ପିଏସ୍‌ ଶିକ୍ଷକଙ୍କୁ ମିଳୁଛି ମାତ୍ର ୩ ହଜାରରୁ ଅଧିକ ଟଙ୍କାର ପେନସନ।…

ପିଇଓ ସଙ୍ଘର କର୍ମକର୍ତ୍ତା ଚୟନ, ଦାୟିତ୍ୱ ନେଲେ ପଦାଧିକାରୀ

କୋରାପୁଟ,୯।୮(ଅମିତାଭ ବେହେରା): ନିଖିଳ ଉତ୍କଳ କୋରାପୁଟ ଜିଲା ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ସଙ୍ଘର ପୁନର୍ଗଠନ ତଥା ନୂତନ କମିଟି ଗଠନ ସ୍ଥାନୀୟ ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।…

ଘରେ ପଶି ଗୀତାଞ୍ଜଳିଙ୍କୁ ହତ୍ୟା କଲେ ଦୁର୍ବୃତ୍ତ, ବିବାହ ନ କରି ରହୁଥିଲେ ଏକାକୀ, ଗାଁରେ ପଡ଼ିଛି ଚହଳ…

ବଲାଙ୍ଗୀର,୯ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁତଳା ବ୍ଲକ ଅନ୍ତର୍ଗତ ଖମାର ମୁଣ୍ଡା ଗ୍ରାମଠାରେ ଜଣେ ଅବିବାହିତା ମହିଳା ଏକୁଟିଆ ଘରେ ଥିବା ବେଳେ ଦୁର୍ବୃତ୍ତ ଘରକୁ…

ଖେଳୁଖେଳୁ ଦୁଇ ଶିଶୁଙ୍କ ଆଖି ସାମ୍ନାରେ ହଠାତ୍‌ ଦବିଗଲା ମାଟି, ୧୦ ଫୁଟ ଗର୍ତ୍ତ ଦେଖି ଆତଙ୍କିତ ଗ୍ରାମବାସୀ

ଭଞ୍ଜନଗର,୯ା୮(ବାବୁଲା ପ୍ରଧାନ): ଗଞ୍ଜାମ-କନ୍ଧମାଳ ଜିଲା ସୀମାରେ ଥିବା କନ୍ଧମାଳ ଜିଲାର ରାଇକିଆ ବ୍ଲକ ଅନ୍ତର୍ଗତ ଢେପାଗୁଡ଼ା ଗ୍ରାମରେ ଭୂସ୍ଖଳନ ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri