ଜିଲାସ୍ତରୀୟ ଭିନ୍ନକ୍ଷମଙ୍କ କ୍ରୀଡ଼ା

ଭଦ୍ରକ ଅଫିସ,୨୭ା୧୧- ଜିଲା ପ୍ରଶାସନ, ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ମିଳିତ ଆନୁକୂଲ୍ୟରେ ଜିଲାସ୍ତରୀୟ ଭିନ୍ନକ୍ଷମ ଛାତ୍ରୀଛାତ୍ରଙ୍କ ମଧ୍ୟରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ସ୍ବତନ୍ତ୍ର ଭିନ୍ନକ୍ଷମ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ସମେତ ପ୍ରତ୍ୟେକ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଭିନ୍ନକ୍ଷମ ଛାତ୍ରୀଛାତ୍ର ଏଥିରେ ଅଂଶ ଗ୍ରହଣ କରିଥିଲେ। ସେମାନଙ୍କୁ ଜୁନିୟର ବାଳିକା ଓ ବାଳକ ଏବଂ ସିନିୟର ବାଳିକା ଓ ବାଳକ ବର୍ଗରେ ବିଭକ୍ତ କରାଯାଇ ୬ଟି ବିଭାଗରେ ୨୪ ପ୍ରକାର ପ୍ରତିଯୋଗିତା କରାଯାଇଥିଲା।
ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ ଖେଳ ପଡିଆ ପରିସରରେ ଆୟୋଜିତ ଏହି ପ୍ରତିଯୋଗିତାକୁ ଭାରପ୍ରାପ୍ତ ଜିଲାପାଳ ତଥା ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇ ଉଦ୍‌ଘାଟନ କରିଥିଲେ। ଏଭଳି କ୍ରୀଡା ପ୍ରତିଯୋଗିତା ମାଧ୍ୟମରେ ଭିନ୍ନକ୍ଷମ ଛାତ୍ରୀଛାତ୍ରଙ୍କର ଶାରୀରିକ ଓ ମାନସିକ ବିକାଶ ହୋଇପାରିବ ବୋଲି ସେ କହିଥିଲେ। ଅନ୍ୟତମ ଅତିଥି ଭାବେ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ହରେନ୍ଦ୍ର କୁମାର ଦେହୁରୀ, ଜିଲା କ୍ରୀଡା ଅଧିକାରୀ ମନୋଜ କୁମାର ଦାସ, ସିଆର୍‌ଏସ୍‌ଆର ସଙ୍ଗଠନର ସମ୍ପାଦକ ଭଗବାନ ପରିଡ଼ା, ଅବସରପ୍ରାପ୍ତ ଜିଲା ସ୍ବଳ୍ପ ସଞ୍ଚୟ ଅଧିକାରୀ ପଦ୍ମନ କୁମାର ରାୟ, ଜିଲା ଶାରୀରିକ ଶିକ୍ଷା ନିରୀକ୍ଷକ ଗଜେନ୍ଦ୍ର କୁମାର ଭାରତୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଜିଲାସ୍ତରୀୟ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଆସନ୍ତା ୩ ତାରିଖ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସରେ ପୁରସ୍କୃତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌କୁ ଧକ୍କା ଦେଲା ଟ୍ରକ: ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଜୀବନଗଲା

ଡେରାବିଶ, ୮ା୫(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ଅଗ୍ନିଶମ ବିଭାଗର ଜଣେ କର୍ମଚାରୀଙ୍କର ଶୁକ୍ରବାର ସକାଳେ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସେ ହେଲେ ସହଦେବ ବିଶ୍ୱାଳ (୩୪)। ସୂଚନା...

ମାଟ୍ରିକ ଅଫ୍‌ଲାଇନ୍‌ ପରୀକ୍ଷା ଫର୍ମ ପୂରଣ ଆରମ୍ଭ

କଟକ ଅଫିସ,୬।୭: ଚଳିତବର୍ଷ ମାଟ୍ରିକ ଫଳ ନେଇ ଅସନ୍ତୁଷ୍ଟ ଥିବା ଛାତ୍ରୀଛାତ୍ରମାନେ କରୋନା କଟକଣା ମଧ୍ୟରେ ଅଫ୍‌ଲାଇନ୍‌ରେ ପରୀକ୍ଷା ଦେବେ। ଏଥିପାଇଁ ସୋମବାରଠାରୁ ଫର୍ମ ପୂରଣ...

ଗୁଳି କରି ଦମ୍ପତିଙ୍କୁ ହତ୍ୟା ଘଟଣା: ମାସକ ପରେ ସହଯୋଗୀ ଅଭିଯୁକ୍ତ ଗିରଫ, ଏବେ ବି ୫ ଫେରାର

ବଡ଼ବିଲ,୩୧ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ବଲାଣୀ ଥାନା ଅନ୍ତର୍ଗତ ଲସର୍ଦା ଗ୍ରାମରେ ଦମ୍ପତିଙ୍କୁ ଗୁଳି କରି ହତ୍ୟା ଘଟଣାର ମାସେ ପରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ...

ପୋଲ ମରାମତିରେ ଅନିୟମିତତା

ଖଇରା, ୨୪।୨(ଡି.ଏନ.ଏ.) ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ମହତୀପୁର-ସୁଣ୍ଢିରା ରାସ୍ତାର ମଝିରେ ନିର୍ମିତ ପକ୍କା ପୋଲର ମରାମତି କାମରେ ବ୍ୟାପକ ଅନିୟମିତତା ହୋଇଥିବା ସ୍ଥାନୀୟ...

ଶହୀଦ ବିଭୀଷଣ ସାହୁ ସ୍ମାରକୀ କ୍ରିକେଟ : ସେମିରେ ଇଲେଭେନ ଷ୍ଟାର ସୋନପୁର

ଅମରପାଲି, ୧୭।୧୦ (ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ପଣ୍ଡିଆପାଲି ଖେଳ ପଡିଆରେ ହେଉଥିବା ୧୦ମ ଶହୀଦ ବିଭୀଷଣ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟର ଚତୁର୍ଥ...

୮ମ ଶ୍ରେଣୀ ସ୍କୁଲ ଛାତ୍ରଙ୍କ ଆତ୍ମହତ୍ୟା: କାରଣ ଅସ୍ପଷ୍ଟ

କୋରୁକୋଣ୍ଡା/ମାଲକାନଗିରି, ୧୩।୧୧(ଡି.ଏନ.ଏ):ମାଲକାନଗିରି ଜିଲା କୋରୁକୋଣ୍ଡାରେ ବୁଧବାର ସକାଳୁ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କେନ୍ଦ୍ରାଗୁମ୍ପା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ହଷ୍ଟେଲ ପରିସରରୁ ଜଣେ...

ଏସ୍‌ସିବି ମେଡିକାଲରୁ ଶିଶୁ ଚୋରି ଅଭିଯୋଗ

କଟକ ଅଫିସ,୨୭ା୯:ଏସ୍‌ସିବି ମେଡିକାଲରୁ ସୋମବାର ଏକ ଶିଶୁକନ୍ୟା ଚୋରିକୁ ନେଇ ମେଡିକାଲ କର୍ତ୍ତୃପକ୍ଷ ଏବଂ ମଙ୍ଗଳାବାଗ ଥାନା ପୋଲିସକୁ ନାକେଦମ୍‌ ହେବାକୁ ପଡ଼ିଛି। ଏହି ଚୋରି...

ବଜ୍ରପାତରେ ଚାଷୀଙ୍କ ମୃତ୍ୟୁ

ପୁରୁଷୋତ୍ତମପୁର,୯ା୧୦(ଡି.ଏନ.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ରବିବାର ବଜ୍ରପାତରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପୋଷ୍ଟ ଅଫିସ ସାହିର କୈଳାସ ଚନ୍ଦ୍ର ନାୟକ (୫୮)।...

Advertisement
Archives

Model This Week