ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ: ୭ଦିନ ମଧ୍ୟରେ ଦାଖଲ ହେବ କଣ୍ଟିଜେଣ୍ଟ ପ୍ଲାନ୍‌

ଖୋର୍ଦ୍ଧା ଅଫିସ,୧ା୬: ବନ୍ୟା ଓ ବାତ୍ୟାର ମୁକାବିଲା ନିମନ୍ତେ ଶୁକ୍ରବାର ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଜିଲାପାଳଙ୍କ ସଦ୍‌ଭାବନା କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଭୂପିନ୍ଦର ସିଂ ପୁନିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ତଥା ଏକାମ୍ର ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ରନାଥ ମିତ୍ର, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁ, ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଦଳେଇ ପ୍ରମୁଖ ଯୋଗ ଦେଇଥିଲେ। ବାତ୍ୟା ଫନୀରେ ଭୁବନେଶ୍ୱର, ଜଟଣୀ, ଖୋର୍ଦ୍ଧା ସମେତ ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଏହାର ମୁକାବିଲା ନିମନ୍ତେ ସମସ୍ତଙ୍କର ସହଯୋଗ ଓ ସମନ୍ବୟ ନିହାତି ଆବଶ୍ୟକ ବୋଲି ବିଧାୟକମାନେ ମତ ରଖିଥିଲେ। ତେବେ ଦୁର୍ବଳ ନଦୀବନ୍ଧ ଓ କେନାଲ ବନ୍ଧଗୁଡିକର ଯୁଗ୍ମ ତଦନ୍ତ ଜଳସେଚନ ବିଭାଗ ଓ ସ୍ଥାନୀୟ ତହସିଲଦାରମାନେ ଜୁନ ୧୦ ତାରିଖ ସୁଦ୍ଧା କରି ରିପୋର୍ଟ ଦେବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷେ ଦୁର୍ବଳ ନଦୀବନ୍ଧ ଓ କେନାଲ ବନ୍ଧଗୁଡିକର ମରାମତି କାର୍ଯ୍ୟ ମୌସୁମୀ ଆସିବା ପୂର୍ବରୁ ଶେଷ କରିବାକୁ ଅନୁରୂପ ନିର୍ଦ୍ଦେଶ ରହିଛି। ପୁଣି ନଦୀ, ଜଳ ନିଷ୍କାସନ ନାଳ ଓ କେନାଲଗୁଡିକରୁ ଦଳ ସଫା କରିବାକୁ କୁହାଯାଇଛି। ଭୁବନେଶ୍ୱର ମହାନଗର ନିଗମ ଓ ଅନ୍ୟ ସହରାଞ୍ଚଳରୁ ଜମି ରହିଥିବା ବର୍ଷାଜଳକୁ ତୁରନ୍ତ ନିଷ୍କାସନ କରିବାକୁ ଡ୍ରେନେଜ ବିଭାଗକୁ ନିର୍ଦ୍ଦେଶ ରହିଛି। ବିଡିଓ, ପୌର ସଂସ୍ଥାର ନିର୍ବାହୀ ଅଧିକାରୀ, ସିଡିଏମ୍‌ଓ, ସିଡିଭିଓ, କୃଷି ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମେତ ଇଞ୍ଜିନିୟରିଂ ବିଭାଗଗୁଡିକ ବାତ୍ୟା ଓ ବନ୍ୟାର ପ୍ରତିକାର ଉଦ୍ଦେଶ୍ୟରେ କଣ୍ଟିଜେଣ୍ଟ ପ୍ଲାନ ୭ ଦିନ ମଧ୍ୟରେ କରିବାକୁ ପରାମର୍ଶ ରହିଛି। ବାତ୍ୟା ଓ ବନ୍ୟା ସମୟରେ ଡଙ୍ଗା ମୁତୟନ କରିବା ନିମନ୍ତେ ଚିଲିକା ଡଙ୍ଗା ମାଲିକମାନଙ୍କର ଏକ ତାଲିକା ପ୍ରସ୍ତୁତ କରାଯିବ। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିପନ୍ନମାନଙ୍କୁ ସହଯୋଗ କରିବାକୁ ଆବଶ୍ୟକ ଖାଦ୍ୟ ପଦାର୍ଥ ଗଚ୍ଛିତ କରି ରଖିବାକୁ କୁହାଯାଇଛି। ଆରଡବ୍ଲ୍ୟୁଏସଏସ୍‌, ସ୍ବାସ୍ଥ୍ୟ ବିଭାଗ, କୃଷି ବିଭାଗ ଓ ପ୍ରାଣୀ ବିଭାଗ ମଧ୍ୟ ତତ୍ପର ରହି ଅନୁରୂପ ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ରହିଛି। ପ୍ରାକୃତିକ ବିପର୍ଯ୍ୟୟର ସୁପରିଚାଳନା ପାଇଁ ବ୍ଲକ, ବିଜ୍ଞାପିତ ଅଞ୍ଚଳ ଓ ପୌରାଞ୍ଚଳକୁ ଗୋଟିଏ ଲେଖାଏ ସର୍କଲରେ ବିଭକ୍ତ କରାଯାଇଛି। ରିଲିଫ୍‌ ବଣ୍ଟନ ଓ ଉଦ୍ଧାର କାର୍ଯ୍ୟରେ ସହାୟତା ପାଇଁ ସରକାରୀ ଓ ଅଣ ଆନୁଷ୍ଠାନିକ ସଂସ୍ଥାର କର୍ମକର୍ତ୍ତାମାନଙ୍କର ଏକ ତାଲିକା ପ୍ରସ୍ତୁତ କରି ରିଲିଫ୍‌ ଦଳ ଗଠନ କରିବାକୁ ନିର୍ଦ୍ଦେଶ ରହିଛି। ବିପର୍ଯ୍ୟୟ ସମୟରେ ବିଦ୍ୟୁତ୍‌ ସରବରାହ ଓ ଟେଲିଫୋନ ସେବାକୁ ଚାଲୁ ରଖିବା ଉଦ୍ଦେଶ୍ୟରେ ପଦକ୍ଷେପ ନେବାକୁ ଅନୁରୂପ ନିର୍ଦ୍ଦେଶ ରହିଛି। ପୁଣି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଉଦ୍ଦେଶ୍ୟରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଜୁନ ୧ରୁ ନଭେମ୍ବର ପର୍ଯ୍ୟନ୍ତ କାମ କରିବ। ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧା ଏସ୍‌ପି, ପିଡି ଡିଆରଡିଏ, ଖୋର୍ଦ୍ଧା ଉପଜିଲାପାଳ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କର୍କଟ ରୋଗୀଙ୍କଠାରେ ବିରଳ ଅସ୍ତ୍ରୋପଚାର

କଟକ ଅଫିସ,୧୩ା୬: ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନରେ କିଡ୍‌ନୀ କ୍ୟାନ୍ସର ରୋଗୀଙ୍କଠାରେ ଏକ ବିରଳ ଅସ୍ତ୍ରୋପଚାର କରାଯାଇଛି। ଢେଙ୍କାନାଳ ଜିଲାର ଏହି ରୋଗୀ...

ଶ୍ରୀକ୍ଷେତ୍ରରେ ରଥ ନିର୍ମାଣ ଅନୁକୂଳ, ଉତ୍ସବମୁଖର ରଥଖଳା

ପୁରୀ ଅଫିସ,୩।୫: ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ମଙ୍ଗଳବାର ପରମ୍ପରା ମୁତାବକ ରଥ ନିର୍ମାଣ ଶୁଭ ଅନୁକୂଳ କରାଯାଇଛି। ଏହାକୁ ନେଇ ବଡ଼ଦାଣ୍ଡରେ ଥିବା ରଥଖଳା...

୩ ଲକ୍ଷ ୨୫ ହଜାରରୁ ଊର୍ଦ୍ଧ୍ୱ ଟଙ୍କାର ନକଲି ନୋଟ ଜବତ: ଜଣେ ଗିରଫ

କୋରାପୁଟ,୨୬।୧୧(ସ୍ବ.ପ୍ର.): କୋରାପୁଟ ଜିଲାର ସୁନାବେଡ଼ା ଥାନା ଅଞ୍ଚଳରୁ ବୁଧବାର ବିଳମ୍ବିତ ରାତ୍ରରେ ଏସ୍‌ଟିଏଫ ଦ୍ୱାରା ଜଣେ ବ୍ୟକ୍ତିଠାରୁ ୩ ଲକ୍ଷ ୨୮ ହଜାର ୩ ଶହ...

ଦାଦାବଟି ଆଦାୟ ଅଭିଯୋଗ: ଯୁବ କଂଗ୍ରେସ ନେତା ଗିରଫ

କଟକ ଅଫିସ, ୯ା୧୨: ଖ୍ରୀଷ୍ଟ ମହାବିଦ୍ୟାଳୟ ଓ ବକ୍ସିବଜାର ଅଞ୍ଚଳରେ ଆତଙ୍କରାଜ ଚଳାଇବା ଏବଂ ଦାଦାବଟି ଆଦାୟ କରିବା ଅଭିଯୋଗରେ କ୍ୟାଣ୍ଟନମେଣ୍ଟ ଥାନା ପୋଲିସ ଯୁବ...

କରୋନାକୁ ହରାଇଲେ କେନ୍ଦ୍ରାପଡ଼ାର ଏହି ବୃଦ୍ଧ ଦମ୍ପତି: ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୮।୭(ବ୍ୟୁରୋ): ଦିନକୁ ଦିନ ମହାମାରୀ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ବିଶେଷଭାବେ ବୟସ୍କ ଏବଂ ଅନ୍ୟ ରୋଗରେ ଆକ୍ରାନ୍ତ ବ୍ୟକ୍ତିବିଶେଷଙ୍କ ଏଥିରେ ସଂକ୍ରମିତ ହେବାର...

ରାଜ୍ୟରୁ ପୁଣି ଜଣଙ୍କ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୨।୧(ବ୍ୟୁରୋ): ରାଜ୍ୟରେ ରବିବାର କରୋନା ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୮,୪୬୩କୁ ବୃଦ୍ଧି ପାଇଛି। ମୃତକ ଖୋର୍ଦ୍ଧା ଜିଲାର। ତେବେ ଆଜି...

କଟକ ଆର୍‌ଟିଓ ଅଫିସରେ ଅଗ୍ନିକାଣ୍ଡ

କଟକ ଅଫିସ, ୮ା୭: କଟକ ଆଞ୍ଚଳିକ ପରିବହନ ଅଧିକାରୀ(ଆର୍‌ଟିଓ) କାର୍ଯ୍ୟାଳୟରେ ସୋମବାର ଅଗ୍ନିକାଣ୍ଡ ଘଟିଛି। ଏଥିରେ ବିଦ୍ୟୁତ୍‌ ସରବରାହ ପାଇଁ ଲାଗିଥିବା ମେନ୍‌ ସୁଇଜ୍‌ ପୋଡ଼ି...

ବାରବାଟୀରେ ମ୍ୟାଚ୍‌ ନେଇ ୧୨ରେ ହୋଇପାରେ ଆଲୋଚନା

କଟକ ଅଫିସ,୩।୩: ବାରବାଟୀ ଷ୍ଟାଡିୟମରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ଜୁନ ମାସରେ ହେବା ନେଇ କଳ୍ପନା ଜଳ୍ପନା ଜାରି ରହିଛି । ତେବେ ମ୍ୟାଚ ହେବା...

Advertisement
Archives

Model This Week