ଜିଲାରେ ଆମ୍ବୁଲାନ୍ସ ସେବା ବିପର୍ଯ୍ୟସ୍ତ: ଠିକ୍‌ ସମୟରେ ରୋଗୀଙ୍କୁ ମିଳୁନି

ନୟାଗଡ଼ ଅଫିସ,୧୦ା୮: ନୟାଗଡ଼ ଜିଲାରେ ଆମ୍ବୁଲାନ୍ସ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଆବଶ୍ୟକ ମୁତାବକ ଆମ୍ବୁଲାନ୍ସ ନ ଥିବାରୁ ଠିକ୍‌ ସମୟରେ ରୋଗୀଙ୍କୁ ସେବା ମିଳିପାରୁନି। ଏଥିଯୋଗୁ କେତେବେଳେ ନବଜାତ ଶିଶୁ ତ ଆଉ କେତେବେଳେ ସାଧାରଣ ଲୋକେ ମୃତ୍ୟୁମୁଖରେ ପଡୁଛନ୍ତି। ଏହାକୁ ନେଇ ଅଧିକାଂଶ ସମୟରେ ଆନ୍ଦୋଳନ ମଧ୍ୟ ହେଉଛି। ଅନ୍ୟପଟେ ଦୁଇମାସ ହେଲା ନୟାଗଡ଼ ଲେଙ୍କୁଡ଼ିପଡ଼ାସ୍ଥିତ ଏକ ଗ୍ୟାରେଜରେ ୨ଟି ଆମ୍ବୁଲାନ୍ସ ପଡ଼ିରହିଛି। କୌଣସି ସମୟରେ ରୋଗୀ ସମ୍ପର୍କୀୟ ଫୋନ୍‌ କଲେ ଆମ୍ବୁଲାନ୍ସ ନ ଥିବା ଶୁଣିବାକୁ ମିଳୁଛି। ଏହାର ସମାଧାନ ପାଇଁ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି।
ଜିଲା ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଜିଲାରେ ୧୨ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର (ସିଏଚ୍‌ସି) ଓ ୩୭ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର (ପିଏଚ୍‌ସି) ରହିଛି। ୮ ବ୍ଲକରେ ଥିବା ଏହି ୪୯ ସ୍ବାସ୍ଥ୍ୟକେନ୍ଦ୍ର ପାଇଁ ମାତ୍ର ୧୨ ଗୋଟି ୧୦୨ ଓ ୧୫ ଗୋଟି ୧୦୮ ଆମ୍ବୁଲାନ୍ସ ଅଛି। ରୋଗୀମାନଙ୍କୁ ମାଗଣାରେ ଡାକ୍ତରଖାନ ନେବା ପାଇଁ ସରକାର ୧୦୮ ଏବଂ ଗର୍ଭବତୀ ମହିଳା ଓ ଅସୁସ୍ଥ ଶିଶୁ (୧ବର୍ଷରୁ କମ୍‌)ଙ୍କୁ ମାଗଣାରେ ସରକାରୀ ମେଡ଼ିକାଲରେ ପହଞ୍ଚାଇବା ପାଇଁ ଜନନୀ ସୁରକ୍ଷା ଯୋଜନାରେ ୧୦୨ ଆମ୍ବୁଲାନ୍ସ ବ୍ୟବସ୍ଥା କରିଛନ୍ତି। ସେହିଭଳି ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଆରଏସ୍‌ବିକେୱାଇ ପକ୍ଷରୁ ଗୋଟିଏ ଆମ୍ବୁଲାନ୍ସ ରହିଛି। ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ସରକାରୀ ଆମ୍ବୁଲାନ୍ସ ଅନ୍ୟଆଡ଼େ ଯିବା ଓ ଠିକ୍‌ ସମୟରେ ନ ଫେରିବାରୁ ସେଠାରେ ଥିବା ବେସରକାରୀ ଆମ୍ବୁଲାନ୍ସ ମନଇଚ୍ଛା ରୋଗୀଙ୍କୁ ଶୋଷଣ କରୁଥିବା ଅଭିଯୋଗ ହେଉଛି।
ପ୍ରକାଶ ଯେ, ୨୯ ସେପ୍ଟେମ୍ବର ୨୦୧୬ରେ ନୟାଗଡ଼ ବ୍ଲକ ଭାଟସାହି ପଞ୍ଚାୟତ ବାରପଲ୍ଲା ଗ୍ରାମର ଶିଆଳିଖାଲ ସାହିକୁ ୧୦୨ ଆମ୍ବୁଲାନ୍ସ ନ ପହଞ୍ଚତ୍ବାରୁ ଖଟିଆରେ ଜଣେ ଗର୍ଭବତୀଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଉଥିଲା। ବାଟରେ ପ୍ରସବ ବେଦନା ଜୋର୍‌ ହେବାରୁ ରାସ୍ତା କଡ଼ରେ ମହିଳା ଜଣକ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ସେହିଭଳି ୧୪ ନଭେମ୍ବର ୨୦୧୬ରେ ୧୦୨ ଆମ୍ବୁଲାନ୍ସ ନ ଆସିବାରୁ ଗଣିଆ ବ୍ଲକ ଛାମୁଣ୍ଡିଆ ଗ୍ରାମର ଡ଼ଲି ନାୟକଙ୍କୁ ଅଟୋରେ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଉଥିଲା। ହେଲେ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚତ୍ବା ପୂର୍ବରୁ ରାସ୍ତାରେ ସେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ଡାକ୍ତରଖାନା ଆସିବା ପରେ ସେଠାରେ ନବଜାତ ପୁତ୍ରର ଚିକିତ୍ସା ଅବହେଳାରୁ ମୃତ୍ୟୁ ଘଟିଥିଲା। ୨୬ ମାର୍ଚ୍ଚ ୨୦୧୬ରେ ଖଣ୍ଡପଡ଼ାର ଜଣେ ଗର୍ଭବତୀଙ୍କୁ ଆମ୍ବୁଲାନ୍ସ ନ ମିଳିବାରୁ ନୟାଗଡ଼ ଖଣ୍ଡପଡ଼ା ପୂର୍ତ୍ତ ବିଭାଗ ରାସ୍ତା କଡ଼ରେ ସେ ଶିଶୁ କନ୍ୟା ଜନ୍ମ ଦେଇଥିଲେ ଓ ପରେ ଶିଶୁଟିର ମୃତ୍ୟୁ ଘଟିଥିଲା। ୯ ଜୁନ୍‌ ୨୦୧୬ରେ ଶରଣକୁଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ଅବହେଳା ଓ ୧୦୮ ଆମ୍ବୁଲାନ୍ସ ନ ମିଳିବାରୁ ଶିଖରପୁର ଗ୍ରାମର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ଦୁଇ ଡାକ୍ତରଙ୍କୁ ମାରପିଟ କରାଯିବା ସହ ଉତ୍ତ୍ୟକ୍ତ ଲୋକମାନେ ରାଜ୍ୟ ରାଜପଥ ଅବରୋଧ କରିଥିଲେ। ଆମ୍ବୁଲାନ୍ସ ଅବ୍ୟବସ୍ଥା ବିଷୟରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଶ୍ୱେତ ମହାପାତ୍ରଙ୍କୁ ପଚାରିବାରୁ ସେ କହିଥିଲେ, ଗ୍ୟାରେଜ୍‌ରେ ସଜଡ଼ା ହେଉଥିବା ଆମ୍ବୁଲାନ୍ସ ବିଷୟରେ ଜାଣିନାହିଁ, ପଚାରି ବୁଝିବି। ବୋଲି କହିଥିଲେ। ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ରହୁଥିବା ବେସରକାରୀ ଗାଡ଼ି ଓ ଆମ୍ବୁଲାନ୍ସ ବାବଦରେ ଆରଟିଓ ଓ ଜିଲା ପୋଲିସ କାର୍ଯ୍ୟାଳୟକୁ ଜଣାଯାଇଛି। ଆରଟିଓ କାର୍ଯ୍ୟାଳୟର କର୍ମଚାରୀମାନେ ଆସି ଚଢ଼ାଉ କରୁଛନ୍ତି, ପରେ ଯେଉଁ ଅବସ୍ଥାକୁ ସେହି ଅବସ୍ଥା। ପ୍ରତିଦିନ ଚଢ଼ାଉ ହେଉ ନ ଥିବାରୁ ମେଡିକାଲପରିସରରେ ବେସରକାରୀ ଆମ୍ବୁଲାନ୍ସ ରହୁଥିବା ସେ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୟାଗଡରେ କରୋନା ମୃତ୍ୟୁ ସଂଖ୍ୟା ୯ ଛୁଇଁଲା

ନୟାଗଡ଼ ଅଫିସ,୧୫ା୮-ନୟାଗଡ଼ ଜିଲାରେ ଶନିବାର ୪ କରୋନା ଆକ୍ରାନ୍ତ ଚିହ୍ନଟ ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୪୧ରେ ପହଞ୍ଚିଛି। ଅନ୍ୟପକ୍ଷେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।...

ଶ୍ମଶାନ ଜମିରେ ଶବଦାହ ପିଣ୍ଡି ଭଙ୍ଗାକୁ ନେଇ ସୁନାଖଳାରେ ଉତ୍ତେଜନା: ଗ୍ରାମବାସୀଙ୍କ ଜାତୀୟ ରାଜପଥ ଅବରୋଧ

ରଣପୁର,୫।୬(ସ୍ବ.ପ୍ର.)-ନୟାଗଡ ଜିଲା ରଣପୁର ଥାନା ସୁନାଖଳା ଫାଣ୍ଡି ଅନ୍ତର୍ଗତ ରମ୍ଭାପଲ୍ଲୀ ଗ୍ରାମ ଠାରେ ଥିବା ଏକ ଶ୍ମଶାନ ଜମିକୁ ଜଣେ ବ୍ୟକ୍ତି ବହୁଦିନ ହେଲା ଜବରଦଖଲ...

କଣ୍ଟିଲୋ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର:ନୂଆ ଆମ୍ବୁଲାନ୍ସ ଖତ ଖାଉଛି, ଭଡ଼ା ଗାଡ଼ିରେ କାମ ଚଳାଯାଉଛି

ଖଣ୍ଡପଡ଼ା,୨୫ା୯(ସ୍ବ.ପ୍ର.): ଜରୁରିକାଳୀନ କ୍ଷେତ୍ରରେ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ସରକାରୀ ଡାକ୍ତରଖାନାରେ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଛି। କିନ୍ତୁ ଅନେକ ସ୍ଥାନରେ ପରିଚାଳନଗତ ତ୍ରୁଟି ହେଉ କିମ୍ବା...

ଲାଠିପଡ଼ା ମଡେଲ ଡିଗ୍ରୀ କଲେଜରେ ଅବ୍ୟବସ୍ଥା: ପ୍ରତିବାଦରେ ଛାତ୍ରମାନଙ୍କ ଧାରଣା

ନୟାଗଡ଼ ଅଫିସ,୨୧ା୯: ନୟାଗଡ଼ ଜିଲା ସଦର ବ୍ଲକ ଲାଠିପଡ଼ାସ୍ଥିତ ଜିଲାର ଏକମାତ୍ର ସରକାରୀ ମଡେଲ ଡିଗ୍ରୀ କଲେଜରେ ଲାଗି ରହିଛି ଅବ୍ୟବସ୍ଥା। ବିଭିନ୍ନ ସମୟରେ ଏ...

ଜଗତ କଲ୍ୟାଣ ପାଇଁ ଶ୍ରୀ ସୁଦର୍ଶନଙ୍କ ଗ୍ରାମ ପରିକ୍ରମା:ବିଭିନ୍ନ ରୋଗରୁ ଗ୍ରାମବାସୀଙ୍କୁ ମିଳେ ସୁରକ୍ଷା

ଖଣ୍ଡପଡ଼ା,୧୭ା୮(ସ୍ବ.ପ୍ର.)-କଣ୍ଟିଲୋ ନୀଳମାଧବ ପୀଠ, ଖଣ୍ଡପଡ଼ା ଓ ସିଧାମୂଳାସ୍ଥିତ ଜଗନ୍ନାଥ ମନ୍ଦିର, ଖଳିସାହି ଗୋପାଳ ଜୀଉ ମନ୍ଦିରରେ ୪ ଦିନବ୍ୟାପୀ ଚାଲିଥିବା ଝୁଲଣ ଯାତ୍ରା ଗହ୍ମା ପୂର୍ଣ୍ଣିମା...

ଜଳ ନିଷ୍କାସନ ପଥ ଅବରୋଧ:ରାଣୀପଡ଼ା- ବିରିଡିହି ରାସ୍ତାରେ ଛୁଟୁଛି ପାଣି ସୁଅ

ଖଣ୍ଡପଡା,୨୩।୮(ସ୍ବ.ପ୍ର.)-ଗ୍ରାମର ଉଦ୍‌ବୃତ୍ତ ପାଣି ତଥା ବର୍ଷାଜଳ ନିଷ୍କାସନ ହେଉଥିବା ପଥକୁ ଜଣେ ବ୍ୟକ୍ତି ଅବରୋଧ କରିଥିବା ଯୋଗୁ ସାମାନ୍ୟ ବର୍ଷା ହେଲେ ବିରିଡିହି-ରାଣୀପଡା ରାସ୍ତାରେ ପାଣି...

ସରକାରୀ କାର୍ଯ୍ୟାଳୟରେ ଗଡୁଛି ବିଦ୍ୟୁତ୍‌ ବିଲ୍‌: ୩୯ ବିଭାଗର ବକେୟା ପଡ଼ିଛି ୨ କୋଟି ୭୭ ଲକ୍ଷ

ନୟାଗଡ଼ ଅଫିସ,୩୦।୧୧-ଘରୋଇ ହେଉ କିମ୍ବା ବ୍ୟବସାୟିକ ପ୍ରତିଷ୍ଠାନରେ ଗୋଟିଏ ମାସରୁ ଅଧିକ ଦିନ ବିଲ୍‌ ପୈଠ ନ ହେଲେ ପର ଦିନ ବିଦ୍ୟୁତ୍‌ ବିଭାଗ ସଂଯୋଗ...

ଶଟ୍‌ଡାଉନ୍‌ ଘୋଷଣା କଲେ ସରପଞ୍ଚ

ରଣପୁର, ୧୮ା୫ (ସ୍ବ.ପ୍ର.): କରୋନା ମୁକାବିଲା ପାଇଁ ସରକାର ପଞ୍ଚାୟତ ସ୍ତରରେ ସରପଞ୍ଚମାନଙ୍କୁ ଜିଲାପାଳଙ୍କ କ୍ଷମତା ପ୍ରଦାନ କରିଛନ୍ତି। ରଣପୁର ବ୍ଲକ ବ୍ରଜରାଜପୁର ସରପଞ୍ଚ ସୁକାନ୍ତ...

Advertisement
Archives

Model This Week