ଜିଲାପାଳଙ୍କ ମିଳିତ ଜନଶୁଣାଣି:୧୧୬ ଅଭିଯୋଗରୁ ୪୪ ତୁରନ୍ତ ସମାଧାନ

ବିଞ୍ଝାରପୁର,୧୪|୮(ଡି.ଏନ୍‌.ଏ.)- ବିଞ୍ଝାରପୁର ବ୍ଲକ କାର୍ଯ୍ୟାଳୟ ପରିସର ସଭାଗୃହରେ ମଙ୍ଗଳବାର ଜିଲାପାଳଙ୍କ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି ା ଏଥିରେ ଜିଲାପାଳ ରଞ୍ଜନ କୁମାର ଦାସଙ୍କ ସମେତ ବିଞ୍ଝାରପୁର ବିଧାୟିକା ତଥା ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ଏସ୍‌ପି ଚରଣ ସିଂ ମୀନା, ଏଡିଏମ୍‌ ମିହିର ପ୍ରସାଦ ମହାନ୍ତି, ଭାରପ୍ରାପ୍ତ ବିଡିଓ ମିନତୀ ଜଗଦେବ, ପଞ୍ଚାୟତ ସମିତି ଅଧ୍ୟକ୍ଷ ନନ୍ଦ କିଶୋର ସାମଲ, ଉପାଧ୍ୟକ୍ଷା କୁମୁଦିନୀ ଦାସ ପ୍ରମୁଖ ଯୋଗଦେଇ ଥିଲେ। ଏହି ମିଳିତ ଜନଶୁଣାଣି ଶବିରରେ ବ୍ଲକର ବିଭିନ୍ନ ଅଞ୍ଚଳରୁ ମୋଟ ୧୧୬ଟି ଅଭିଯୋଗରୁ ୪୪ଟି ତୁରନ୍ତ ସମାଧାନ କରାଯାଇଥିଲା। ୧୦ ସାମୂହିକ ଓ ୯ ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୯୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ଚିକଣା ପଞ୍ଚାୟତର ବହୁ ଚାଷୀ ଚାଷ ସମ୍ପର୍କରେ ଅଭିଯୋଗ କରିଥିଲେ। ଏଥିସହ ତେଣ୍ଟା ନାଳରେ ମାଛ ମରାକୁ କେନ୍ଦ୍ରକରି ଜଳ ପ୍ରତିରୋଧ କରୁଥିବା ବ୍ୟକ୍ତି ବିଶେଷଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ହଜାର ହଜାର ହେକ୍ଟର ଚାଷଜମିକୁ ପାଣି ଯୋଗାଣ ପାଇଁ ଅଭିଯୋଗ କରିଥିଲେ। ଚାଷୀ ସୀତାକାନ୍ତ ସାମଲ, ବିଷ୍ଣୁ ମଲ୍ଲିକ, ବନମାଳୀ ମଲ୍ଲିକ, ସନାତନ ସାହୁ, ଦାମୋଦର ସେଠୀ, କାମଦେବ ମହାଳିକ, ଅଜୟ ଦାସ, କାଳନ୍ଦୀ ଯେନା, ବରପଦା ଅଞ୍ଚଳର ଚାଷୀ ବିଦ୍ୟାଧର ରାୟ ପ୍ରମୁଖ ଏହି ଅଭିଯୋଗ କରିଥିଲେ। ଚାଷୀଙ୍କ ଅଭିଯୋଗକୁ ଭିତ୍ତିକରି ଜିଲାପାଳ ବିଭାଗୀୟ ଅଧିକାରୀଙ୍କୁ ଘଟଣାର ସମାଧାନ ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ବାଛୋଳ ଅଞ୍ଚଳରେ ଥିବା ସରକାରୀ ଗୋଚର ଓ ଅନାବାଦୀ ଜମିକୁ ବହୁ ମୁଷ୍ଟିମେୟ ଲୋକେ ନିଜ ଅକ୍ତିଆରରେ ରଖିଥିବାର ବାଛୋଳ ସମିତିସଭ୍ୟ ସୁରେନ୍ଦ୍ର କୁମାର ସାହୁ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଶୁଣାଣିରେ ପରିଣତ ବୟସରେ ବାର୍ଦ୍ଧକ୍ୟ ଭତ୍ତା ନ ମିଳିବା , ପାଇଖାନା ଅର୍ଥ ମିଳିବାରେ ବିଳମ୍ବତା, ରାଶନକାର୍ଡ ନ ପାଇଥିବା ବହୁ ଯୋଗ୍ୟ ହିତାଧିକାରୀ ଅଭିଯୋଗ କରିଥିଲେ। ତୁରନ୍ତ ଅଭିଯୋଗଗୁଡିକୁ ସମାଧାନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହି ଜନଶୁଣାଣି ଶିବିରରେ ସମସ୍ତ ବିଭାଗର ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

କାର୍‌ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ

ବେଲଗୁଣ୍ଠା,୧୯।୪(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ ଗଙ୍ଗପୁର ଥାନା ଅଧୀନ ଇନ୍ଦନପୁର ଗ୍ରାମରେ ଏକ କାର ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ…

ରୋଷେଇ ବେଳେ ବିସ୍ଫୋରଣ ହେଲା ଗ୍ଯାସ ସିଲିଣ୍ଡର, ହୁତୁହୁତୁ ହୋଇ ଜଳିଗଲା ୩…

ଦିଗପହଣ୍ଡି,୧୯ା୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ଦଳିତ ସାହିରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ରବିବାର  ସନ୍ଧ୍ୟାରେ ରୋଷେଇ ଗ୍ଯାସ ସିଲିଣ୍ଡର ଲିକ୍ ହୋଇ…

ସାଙ୍ଗ ଗୁଳିରେ ଚାଲିଗଲା ସାଙ୍ଗର ଜୀବନ

ଫୁଲବାଣୀ/ଚକାପାଦ/ବାଲିଗୁଡା,୧୯ା୪(ରାକେଶ କୁମାର ରାଉତ/ପ୍ରତାପ କିଶୋର ବେହେରା/ ସଞ୍ଜୟ କୁମାର ପାଣିଗ୍ରାହୀ): ଜଙ୍ଗଲକୁ ଶିକାର କରିବାକୁ ୩ ସାଙ୍ଗ ଯାଇଥିଲେ। ହେଲେ ଶିକାର କଲାବେଳେ ବନ୍ଧୁକ ଧରିଥିବା ଯୁବକଙ୍କ…

ପ୍ରେମିକାକୁ ମାଡ଼ ମାରିଲେ ପ୍ରେମିକ, ନିର୍ଯାତନା ସହି ନପାରି ଆତ୍ମହତ୍ୟା କଲେ

କୋରାପୁଟ,୧୯ା୪(ଅମିତାଭ ବେହେରା ): ପ୍ରେମିକର ନିର୍ଯ୍ୟାତନା ସହି ନପାରି ବେକରେ ରସି ଲଗାଇ ଆତ୍ମହତ୍ୟା କଲେ ଛାତ୍ରୀ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

ଚକା ଫାଟି ଗଛରେ ପିଟିହେଲା କାର: ପରିବାରର ୬ଗୁରୁତର

ବଘିଆପଡ଼ା,୧୯।୪(ଶ୍ରୀକାନ୍ତ ସାହୁ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ୱର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଗାୟତ୍ରୀ ପ୍ରଜ୍ଞାପୀଠ ନିକଟରେ ରବିବାର ଏକ ଦୁର୍ଘଟଣା ଘଟିଛି। ଏକ କାର୍‌ର ଆଗ…

ଥୁଆମୂଳ ରାମପୁରରେ ଅବକାରୀ ବିଭାଗର ଚଢ଼ାଉ: ୨୫ କୁଇଣ୍ଟାଲ ମହୁଲ ସହ ପିକଅପ୍ ଭ୍ୟାନ ଜବତ

ଥୁଆମୂଳ ରାମପୁର,୧୯ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଅବୈଧ ମହୁଲ ଚାଲାଣ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିଭାଗ…

କବିସୂର୍ଯ୍ୟଙ୍କ ଶ୍ରାଦ୍ଧତ୍ସୋବ ପାଳନ ପାଇଁ ପ୍ରସ୍ତୁତି ଚୂଡାନ୍ତ

ଦିଗପହଣ୍ଡି,୧୯।୪(ଅଶେଷ ନାଥ ମିଶ୍ର) ଓଡ଼ିଆ ସାହିତ୍ୟାକାଶର ଉଜ୍ଜଳତମ ନକ୍ଷତ୍ର କବିସୂର୍ଯ୍ୟ ବଳଦେବ ରଥ ବୈଶାଖ ମାସ ଅକ୍ଷୟ ତୃତୀୟା ତିଥିରେ ମୃତ୍ୟୁବରଣ କରିଥିଲେ। ପବିତ୍ର ଜନ୍ମମାଟି ଗଞ୍ଜାମ…

ପାରିବାରିକ ହିଂସା, ଟାଙ୍ଗିଆ ଚୋଟରେ ମହିଳା ଗୁରୁତର

ଦିଗପହଣ୍ଡି,୧୯ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ବାଘମରା ସାହିରେ ରବିବାର ଅପରାହ୍ନରେ ପାରିବାରିକ ହିଂସା ଦେଖିବାକୁ ମିଳିଛି । ଜଣେ ମହିଳାଙ୍କୁ ଟାଙ୍ଗିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri