ଜିଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର: ୭୪୮ ଅଭିଯୋଗ ପଞ୍ଜୀକୃତ

ମହାକାଳପଡା, ୨୨ା୧୦(ଡି.ଏନ୍‌.ଏ.): ମହାକାଳପଡ଼ା ବ୍ଲକ ସଭାଗୃହରେ ସୋମବାର ଜିଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ରେକର୍ଡ ସଂଖ୍ୟକ ୭୪୮ ଅଭିଯୋଗ ପଞ୍ଜିକୃତ ହୋଇଥିଲା। ଶିବିରରେ ୪୧ଟି ସାମୂହିକ ଓ ଅନ୍ୟଗୁଡିକ ବ୍ୟକ୍ତିଗତ ଅଭିଯୋଗ ହୋଇଥିଲା। ଜିଲାପାଳ ସମର୍ଥ ବର୍ମା ଏଥିରେ ଯୋଗଦେଇ ଅଭିଯୋଗଗୁଡ଼ିକର ଶୁଣାଣି କରିଥିଲେ। ଏସବୁ ଅଭିଯୋଗଗୁଡିକର ତୁରନ୍ତ ସମାଧାନ କରିବାକୁ ସେ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଶିବିରରେ ମା’ରାମଚଣ୍ଡୀ ମନ୍ଦିର ଜମିର ଜବର ଦଖଲ, ବାହାକୁଦ ମହାନଦୀ ଫେରିଘାଟ ନିଲାମ ସମସ୍ୟା, ଗୁପ୍ତଗିରି ଶାଖା ନଦୀରେ ବେଆଇନ ଭାବେ ଆଡ଼ିବନ୍ଧ ନିର୍ମାଣ କରାଯାଇଥିବା ଭଳି ବିଭିନ୍ନ ସମସ୍ୟା ସମ୍ପର୍କରେ ଅଭିଯୋଗ ହୋଇଥିଲା। ଏସବୁ ଅଭିଯୋଗକୁ ଗୁରୁତ୍ୱର ସହ ନେବାକୁ ଜିଲାପାଳ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଶିବିରରେ ଆବାସ ଯୋଜନା, ପାନୀୟ ଜଳ, ଶୌଚାଳୟ, ରାଶନ କାର୍ଡ, ଶିକ୍ଷା ଓ ସ୍ବାସ୍ଥ୍ୟ ସମ୍ପର୍କିତ ଅଭିଯୋଗଗୁଡ଼ିକର ଶୁଣାଣି ହୋଇଥିଲା। ଏହି ଅବସରରେ ବରଜ ବାଲିପାଟ ଗ୍ରାମର ନିଖୋଜ ମତ୍ସ୍ୟଜୀବୀ ବାବୁ ସାମଲଙ୍କ ପରିବାରକୁ ୧୦ ହଜାର ଟଙ୍କାର ଚେକ୍‌ ଜିଲାପାଳ ପ୍ରଦାନ କରିଥିଲେ। ଏଥିସହ ସାମାଜିକ ସୁରକ୍ଷା ଯୋଜନାରେ ୩ ଦିବ୍ୟାଙ୍ଗଙ୍କୁ ଟ୍ରାଇ ସାଇକେଲ, ୫ ଜଣଙ୍କୁ ଶ୍ରବଣଯନ୍ତ୍ର, ୨୦ ଜଣଙ୍କୁ ଭତ୍ତା, ୨ ଜଣଙ୍କୁ ଋଣ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଜିଲା ଏସପି ନିତିଶେଖର, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଦିଲୀପ କୁମାର ପରିଡା, ସିଡିଏମଓ ଡା. ଉର୍ମିଳା ମିଶ୍ର, ଭାରପ୍ରାପ୍ତ ବିଡିଓ ଇଂ.ମୁରଲୀଧର ଦାଶ, ଅତିରିକ୍ତ ତହସିଲଦାର ଅଜିତ କୁମାର ସାହୁ, ଜିଲା ମଙ୍ଗଳ ଅଧିକାରୀ କାଳନ୍ଦୀଚରଣ ଭୋଇ ଓ ଜିଲା ଶିକ୍ଷା ଅଧିକାରିଣୀ କଳ୍ପନା ବେହେରା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜମି ଅଧିକାର ପ୍ରମାଣପତ୍ର ଦାବିରେ ଜିଲାପାଳ କାର୍ଯ୍ୟାଳୟ ଘେରାଉ

ବାରିପଦା ଅଫିସ,୨୭ା୮- ବାରିପଦା ପୌରାଞ୍ଚଳ ପଟ୍ଟାବିହୀନ ବାସିନ୍ଦା ସଂଘ ପକ୍ଷରୁ ସୋମବାର ଜମି ଅଧିକାର ପ୍ରମାଣପତ୍ର ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ସଭାପତି ନନ୍ଦ...

‘ସମ୍ପର୍କ ରଥ’ ଉଦ୍‌ଘାଟିତ: ମୋ ସରକାର କାର୍ଯ୍ୟକ୍ରମର କରିବ ପ୍ରଚାର

ଭବାନୀପାଟଣା,୧୮।୧(ଡି.ଏନ୍‌.ଏ.): ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ଥୁଆମୂଳରାମପୁର, ଭବାନୀପାଟଣା କଳାହାଣ୍ଡି ଆନୁକୂଲ୍ୟରେ ‘ମୋ ସରକାର’ ପ୍ରଚାର ନିମନ୍ତେ ୨ଟି ‘ସମ୍ପର୍କ ରଥ’ଉଦ୍‌ଘାଟିତ ହୋଇଛି। ଏହି ଉସତ୍ବରେ...

ଆରମ୍ଭରୁ ହାତ ଟେକିଲେଣି

ଯୋଡ଼ା,୩୦।୧୧(ଡି.ଏନ୍‌.ଏ.) ଚଳିତବର୍ଷ ମାର୍ଚ୍ଚରେ ଶେଷ ହୋଇଥିବା ରାଜ୍ୟର ବିଭିନ୍ନ ଖଣିମଣ୍ଡଳର ୧୭ଟି ଲୁହାପଥର ଖଣି ପାଇଁ ୨୦୧୯ ଶେଷ ଭାଗରେ ନିଲାମ ଡକାଯାଇଥିଲା। ସେଥିମଧ୍ୟରୁ ଯୋଡ଼ା...

ଦାନଗଦୀ ମେଡିକାଲ ଗୃହ ନିର୍ମାଣରେ ଅନିୟମିତତା

କଳିଙ୍ଗନଗର,୬ା୧୧(ଡି.ଏନ.ଏ.): ଦାନଗଦୀ ସ୍ବାସ୍ଥ୍ୟକେନ୍ଦ ପରିସରରେ ପ୍ରାୟ ୬କୋଟି ଟଙ୍କାରେ ଏକ ମେଡିକାଲ ଗୃହ ନିର୍ମାଣ କରାଯାଉଛି। ତେବେ ଏଥିରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି।...

ନଦୀ କଇଁଛଙ୍କ ସୁରକ୍ଷା ଚିନ୍ତା

ଢେଙ୍କାନାଳ ଅଫିସ, ୧୬।୧୨ – ଢେଙ୍କାନାଳ ଜିଲାର ବିସ୍ତୀର୍ଣ୍ଣ ନଦୀ ଅବବାହିକା ବିରଳ ପ୍ରଜାତିର କଇଁଛଙ୍କ ସୁରକ୍ଷିତ ଆଶ୍ରୟସ୍ଥଳ ପାଲଟିଛି। ଏମାନଙ୍କୁ ସୁରକ୍ଷା ଦେବାକୁ ସ୍ବେଚ୍ଛାସେବୀ...

ଚିତ୍ରକୋଣ୍ଡାରେ ହେବ ଜୈବ ବିବିଧତା କେନ୍ଦ୍ର

ଚିତ୍ରକୋଣ୍ଡା,୨୦।୧: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଉଦ୍ୟାନ କୃଷି ପକ୍ଷରୁ ପରିଚାଳିତ ବଡ ଫାର୍ମଠାରେ ଏକ ଜୈବ ବିବିଧତା କେନ୍ଦ୍ର ପ୍ରତିଷ୍ଠା ହେବ। ରାଜ୍ୟ ଦକ୍ଷତା ବିକାଶ...

ଗଞ୍ଜେଇ ସହ କାର ଜବତ, ଜଣେ ଗିରଫ

ବାଲିଗୁଡା,୯ା୬(ଡି.ଏନ୍‌.ଏ.) -ବାଲିଗୁଡା ସ୍ଥିତ ଖଜୁରୀନାଳଠାରେ ଶୁକ୍ରବାର ରାତିରେ ପୋଲିସ ପାଟ୍ରୋଲିଂ କରୁଥିବାବେଳେ ଏକ କାରରୁ ଗଞ୍ଜେଇ ଜବତ କରିବା ସହ ଗାଡି ଚଲାଉଥିବା ମାଲିକଙ୍କୁ ଗିରଫ...

୧୦୪ କେନ୍ଦ୍ରରେ ପରୀକ୍ଷା ଦେବେ ମାଟ୍ରିକ ଛାତ୍ରୀଛାତ୍ର

କେନ୍ଦ୍ରାପଡ଼ା ଅଫିସ,୨୯ା୪: ଚଳିତବର୍ଷର ମାଟ୍ରିକ ପରୀକ୍ଷା ଶୁକ୍ରବାର ହେବ। ଏହି ପରୀକ୍ଷା ମେ ୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ କେନ୍ଦ୍ରାପଡ଼ା ଜିଲା ଶିକ୍ଷା ବିଭାଗ...

Advertisement
Archives

Model This Week