‘ଜିଲାକୁ ମରୁଡ଼ି ଘୋଷଣା କରାଯାଉ’:ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସିଭିଲ ସୋସାଇଟିର ଦାବିପତ୍ର

ବାଲେଶ୍ୱର ଅଫିସ, ୭।୮-ବାଲେଶ୍ୱର ଜିଲାରେ ଉତ୍କଟ ମରୁଡ଼ି ଯୋଗୁ ଜିଲାରେ କୃଷି ନଷ୍ଟ ହେବାକୁ ବସିଲାଣି। ତେଣୁ ଜିଲାକୁ ମରୁଡ଼ିଗସ୍ତ ଜିଲା ଭାବେ ଘୋଷଣା କରି ଯୁଦ୍ଧକାଳୀନ ଭିତ୍ତିରେ ପାଣିପଞ୍ଚାୟତଗୁଡ଼ିକ କାର୍ଯ୍ୟକାରୀ କରିବା, କୃଷକମାନଙ୍କୁ କୃଷି ଋଣ ଛାଡ଼ କରିବା ଆଦି ଦାବିରେ ଏକ ଦାବିପତ୍ର ସିଭିଲ୍‌ ସୋସାଇଟି ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମଙ୍ଗଳବାର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଜରିଆରେ ପ୍ରଦାନ କରାଯାଇଛି। ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଥିବାରୁ ଜିଲାରେ ଗୁଣ୍ଡାରାଜ, ରାହାଜାନି, ଛିନ୍‌ତାଇ, ଗ୍ୟାଙ୍ଗ୍‌ୱାର, ନିଶା କାରବାର ଆଦି ବୃଦ୍ଧି ପାଇଛି। ଜିଲାପାଳ ଏହି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆଇନଶୃଙ୍ଖଳା ପରିସ୍ଥିତିରେ ସୁଧାର ଆଣିବା ପାଇଁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି।
ଗତମାସରେ ବାଲିଆପାଳ ଥାନା ଅଞ୍ଚଳରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟଣା ନେଇ ସମଗ୍ର ଜିଲା ପୋଲିସ୍‌ ପ୍ରଶାସନର ଦୁର୍ବଳତା ପ୍ରକାଶ ପାଇଛି। ତେଣୁ ଉଭୟ ଘଟଣାରେ ମୁଖ୍ୟମନ୍ତ୍ରୀ ଓ ଜିଲାପାଳ ଗୁରୁତ୍ୱାରୋପ କରିବାକୁ ସୋସାଇଟି ତରଫରୁ ନିବେଦନ କରାଯାଇଛି। ଦାବିପତ୍ର ପ୍ରଦାନ ବେଳେ ସୋସାଇଟିର ଉପସଭାପତି ବସନ୍ତ ସ, ସାଧାରଣ ସମ୍ପାଦକ ମନୋଜ ନାୟକଙ୍କ ସମେତ ଶଚିନ୍ଦ୍ର ଦାସ, ପରମାନନ୍ଦ ପଣ୍ଡା, ଗୌରାଙ୍ଗ ପାଣିଗ୍ରାହୀ, ଶକୁନ୍ତଳା ଦାସ, ପଞ୍ଚାନନ ପରିଡ଼ା, ନିର୍ମଳ କୁମାର ନାୟକ, ବାସନ୍ତୀ ସାମଲ, ନିରଞ୍ଜନ ପ୍ରଧାନ, ରାଧାନାଥ ନାୟକ, ମହମ୍ମଦ ଇସଲାମ, ସନ୍ତୋଷ କୁମାର ସାହୁ, ସ୍ନେହଲତା ଦାସ, ବୀରେଶ କୁମାର ଜେନା, ମନୋରଞ୍ଜନ ନାୟକ, ନୀଳକଣ୍ଠ ରାଉତ, ଛାୟାରାଣୀ ବିଶ୍ୱାଳ, ହରପ୍ରିୟା ରାଉତ, ସନାତନ ମହାଳିକ, ବସନ୍ତ ଘଡ଼ାଇ, ସାଇ ଆଶିଷ ପ୍ରଧାନ, ମଞ୍ଜୁଲତା ଟୁଡୁ ଓ ମଞ୍ଜୁଲତା ସିଂ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓରାଙ୍ଗଉଟାନ ଲିଙ୍କ୍‌ରେ ନୂଆ ସିସିଟିଭି ଫୁଟେଜ୍‌: ସାମ୍ନାକୁ ଆସିଲା ରାତିଅଧର…

ଜଳେଶ୍ୱର, ୧୨।୯: ଓରାଙ୍ଗଉଟାନ ଚାଲାଣ ଲିଙ୍କ୍‌ ନେଇ ଚାଲିଥିବା ଛାନଭିନ୍‌ ମଧ୍ୟରେ ନୂଆ ସିସିଟିଭି ଫୁଟେଜ୍‌ ସାମ୍ନାକୁ ଆସିଛି। ଦୀଘାର ଜଣେ ସନ୍ଦିଗ୍ଧ ହୋଟେଲ ସମ୍ମୁଖରେ ଲାଗିଥିବା…

ଓରାଙ୍ଗ୍‌ଉଟାନ ଉଦ୍ଧାର ଘଟଣା: ଦୀଘାରୁ ୩ ଜଣଙ୍କୁ ଉଠାଇ ଆଣିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର/ଭୋଗରାଇ,୧୨ା୯(ତ୍ରିନାଥ ମହାନ୍ତି/ ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅନ୍ତର୍ଗତ ବିଚିତ୍ରପୁର ରଣକୋଠା ଜଙ୍ଗଲରୁ ୫ ଓରାଙ୍ଗଉଟାନ ଶାବକ ଉଦ୍ଧାର ଘଟଣାରେ ତଦନ୍ତକୁ ତ୍ୱରାନ୍ବିତ କରିଛି…

ଓରାଙ୍ଗ୍‌ଉଟାନ ଚୋରାଚାଲାଣ: ଡବ୍ଲ୍ୟୁସିସିବି, ଏସ୍‌ଟିଏଫ୍‌ର ତଦନ୍ତ

ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ୍‌ ବିଚିତ୍ରପୁର ନିକଟ ରଣକଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗ୍‌ଉଟାନ ଶାବକ ଉଦ୍ଧାର ହେବାପରେ ଏହା ପଛରେ ଅନ୍ତର୍ଜାତୀୟ ବନ୍ୟପ୍ରାଣୀ ଚାଲାଣକାରୀ ଗ୍ୟାଙ୍ଗ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?