ଜିତେନ୍ଦ୍ରଙ୍କ ନଁ।ରେ ଅସଦାଚରଣ ଅଭିଯୋଗ ଆଣିଥିଲେ ସମ୍ପର୍କୀୟା: ମାମଲା ଖାରଜ କଲେ କୋର୍ଟ

ମୁମ୍ବାଇ,୨୨।୫ : ଗତବର୍ଷ ୯୦ ଦଶକର ଲୋକପ୍ରିୟ ବଲିଉଡ୍‌ ଅଭିନେତା ଜିତେନ୍ଦ୍ରଙ୍କ ନଁ।ରେ ହୋଇଥିବା ଅସଦାଚରଣ ଅଭିଯୋଗକୁ ହିମାଚଳ ପ୍ରଦେଶ ହାଇକୋର୍ଟ ବୁଧବାର ଖାରଜ କରିଦେଇଛନ୍ତି। ସୂଚନାଯୋଗ୍ୟ, ଜିତେନ୍ଦ୍ରଙ୍କ ଜଣେ ସମ୍ପର୍କୀୟା ‘#ମିଠୁ’ ଅଭିଯାନ ମାଧ୍ୟମରେ ତାଙ୍କ ବିରୁଦ୍ଧରେ ଅସଦାଚରଣ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଆଧାରରେ ପୁଲିସ ଗତ ବର୍ଷ ୧୬ ଫେବୃଆରୀରେ ଜିତେନ୍ଦ୍ରଙ୍କ ବିରୁଦ୍ଧରେ ଏକ ଅସଦାଚରଣ ମାମଲା ରୁଜୁ କରିଥିଲା। ବିଚାରପତି ଅଜୟ ମୋହନ ଗୋୟଲ ଜିତେନ୍ଦ୍ରଙ୍କ ବିରୁଦ୍ଧରେ ଦାଖଲ ହୋଇଥିବା ଆବେଦନ ପତ୍ରର ସମସ୍ତ ତଥ୍ୟ ତଥା ମାମଲା ସହ ଜଡ଼ିତ ରେକର୍ଡକୁ ଅବଲୋକନ କରିବା ପରେ ଏହି ରାୟ ଶୁଣାଇଛନ୍ତି। ଆବେଦନପତ୍ରରେ ଉଲ୍ଲେଖ ଥିବା ତଥ୍ୟ ଅନୁସାରେ, ଜିତେନ୍ଦ୍ରଙ୍କର ଜଣେ ଦୂର ସମ୍ପର୍କୀୟା ଭଉଣୀ ୪୭ ବର୍ଷ ପୂର୍ବେ ଘଟିଥିବା ଘଟଣାକୁ ନେଇ ତାଙ୍କ ବିରୁଦ୍ଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିଲେ। ଜିତେନ୍ଦ୍ର ଏନେଇ ହାଇକୋର୍ଟଙ୍କ ନିକଟରେ ଏକ ଆବେଦନପତ୍ର ଦାଖଲ କରି ଏହି ମାମଲାକୁ ରଦ୍ଦ କରିବାକୁ ନିବେଦନ କରିଥିଲେ। ସେ କହିଥିଲେ ଯେ, ମୋତେ ବ୍ଲାକମେଲ୍‌ କରିବା ଉଦ୍ଦେଶ୍ୟରେ ଏଭଳିି ମାମଲା ରୁଜୁ କରାଯାଇଛି। କଥିତ ଘଟଣାର ଏତେ ବର୍ଷ ପରେ ମାମଲା କାହିଁକି ରୁଜୁ କରାଗଲା ବୋଲି ସେ ପ୍ରଶ୍ନ କରିଥିଲେ। ଅପରପକ୍ଷରେ ଏହି ଘଟଣାକୁ ସର୍ବ ସମ୍ମୁଖକୁ ଆଣିବାକୁ ତାଙ୍କୁ ବର୍ଷ ବର୍ଷ ଲାଗିଯାଇଥିଲା। ଚଳିତ ଦିନରେ ଅସଦାଚରଣ ବିରୁଦ୍ଧରେ ଚାଲିଥିବା ‘#ମିଠୁ’ ଅଭିଯାନ ଯୋଗୁଁ ଏହି ଘଟଣା ଉପରୁ ପରଦା ଉଠାଇବାକୁ ତାଙ୍କୁ ସାହସ ମିଳିଥିଲା ବୋଲି ଜିତ୍ରେନ୍ଦ୍ରଙ୍କ ସମ୍ପର୍କୀୟା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରେନା ପଜିଟିଭ୍‌ ସ୍ତ୍ରୀଙ୍କ ଏଭଳି ଅବସ୍ଥା ଦେଖି ସାରା ରାତି କାନ୍ଦିଲେ ଏହି ଅଭିନେତା

ବମ୍ବେ: ଅଭିନେତା ହିମାଂଶୁ ସୋନୀଙ୍କ ସ୍ତ୍ରୀ ଶୀତଲ ସିଂ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏବେ ସେ ସୁସ୍ଥ ଥିବା ଜଣାପଡ଼ିଛି। ହେଲେ ସଂକ୍ରମିତ ହେବା...

ବଦ୍ରିନାଥ ପହଞ୍ଚିଲେ ମୁକେଶ ଅମ୍ବାନୀ: ପୂଜାପାଠ ପରେ ଦାନ କଲେ ୫ କୋଟି

ଡେରାଡୁନ, ୧୩।୧୦: ପ୍ରତିଷ୍ଠିତ ଉଦ୍ୟୋଗପତି ତଥା ରିଲାଏନ୍ସ ଇଣ୍ଡିଷ୍ଟ୍ରି ଲିମିଟେଡର ମୁଖ୍ୟ ମୁକେଶ ଅମ୍ବାନୀ ଭଗବାନ ବଦ୍ରି ବିଶାଳଙ୍କ ବିଶେଷ ଦର୍ଶନ ପାଇଁ ଗୁରୁବାର ବଦ୍ରିନାଥ...

ମତଗଣନା ପୂର୍ବରୁ ନୋଏଡା-ବାରାଣସୀରେ ୧୪୪ ଧାରା

ନୂଆଦିଲ୍ଲୀ,୧୦ ।୩: ଉତ୍ତର ପ୍ରଦେଶ, ପଞ୍ଜାବ, ଗୋଆ, ମଣିପୁର ଓ ଉତ୍ତରାଖଣ୍ଡର ବିଧାନସଭା ନିର୍ବାଚନ ଫଳାଫଳ ଗୁରୁବାର ଘୋଷଣା ହେବାକୁ ଯାଉଛି । ଗତ ପ୍ରାୟ...

ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ପାକିସ୍ତାନର ଷଡ଼ଯନ୍ତ୍ର ହୋଇଛି ବିଫଳ: ସେନାଧ୍ୟକ୍ଷ

ନୂଆଦିଲ୍ଲୀ,୧୫।୧: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ର ଉଚ୍ଛେଦ ପରେ ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନର ପକ୍ଷରୁ ହୋଇଥିବା ଷଡ଼ଯନ୍ତ୍ର ବିଫଳ ହୋଇଛି। ୭୨ତମ ସେନା ଦିବସ...

ଛୋଟପିଲାର ସ୍ବପ୍ନ ପୂରଣ ହେଲା

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲମାନ୍‌ ଖାନ୍‌, ଟଲିଉଡ୍‌ ଷ୍ଟାର ଦଗ୍ଗୁବତି ଭେଙ୍କଟେଶ ଏବଂ ସାଉଥ୍‌ ସୁପରଷ୍ଟାର ରାମ ଚରଣଙ୍କ ବଲିଉଡ୍‌ ମୁଭି ‘କିସି କି ଭାଇ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁରେ ସମସ୍ତ ଜମିବାଡି କରିଦେବାକୁ ଚାହୁଁଛନ୍ତି ଏହି ମହିଳା

ଲକ୍ଷ୍ନୌ,୩।୧୨: ଉତ୍ତରପ୍ରଦେଶର ମୌନପୁରୀ ତହସିଲରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ବୃଦ୍ଧ ମହିଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ନିଜର ସମସ୍ତ...

ଭାଜପା ସହ ଯୋଡ଼ି ହେଲେ ଲୋକପ୍ରିୟ ଶ୍ରୀରାମ

ନୂଆଦିଲ୍ଲୀ,୧୮।୩ : ଦେଶର ସବୁଠୁ ଲୋକପ୍ରିୟ ଟେଲିଭିଜନ ଧାରାବାହିକ ରାମାୟଣର ଶ୍ରୀରାମ ଭୂମିକାରେ ଅବତୀର୍ଣ୍ଣ ହୋଇ ପରିଚୟ ସୃଷ୍ଟି କରିଥିବା ଅରୁଣ ଗୋଭିଲ ଗୁରୁବାର ଭାଜପାରେ...

ଲଦାଖରେ ପାଓ୍ବାର ଗ୍ରୀଡ୍‌ ଭଣ୍ଡୁର ପାଇଁ ହ୍ୟାକରଙ୍କ ଷଡ଼ଯନ୍ତ୍ର

ନୂଆଦିଲ୍ଲୀ,୭ା୪: ଚାଇନା ଏହାର କଳାକାରନାମାରୁ ନିବୃତ୍ତ ହେଉନାହିଁ। ଲଦାଖରେ ଏହାର କଳାକାରନାମା ଜାରି ରଖିଛି। ଏହା ମଧ୍ୟରେ ଚାଇନାର ହ୍ୟାକରମାନେ ଲଦାଖର ପାଓ୍ବାର ଗ୍ରୀଡକୁ ଭଣ୍ଡୁର...

Advertisement
Archives

Model This Week