ଜିଡିପି ୬.୫% ଛୁଇଁବା ଆଶା

ନୂଆଦିଲ୍ଲୀ,୧ା୨: ଶୁକ୍ରବାରଠାରୁ ୨୦୨୦-୨୧ ଆର୍ଥତ୍କ ବର୍ଷ ଲାଗି ବଜେଟ ଅଧିବେଶନ ଆରମ୍ଭ ହୋଇଛି। ଏହି ଅବସରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଏପ୍ରିଲ ପହିଲାରୁ ଆରମ୍ଭ ହେଉଥିବା ଆସନ୍ତା ଆର୍ଥତ୍କ ବର୍ଷରେ ଦେଶର ଜିଡିପି ବିକାଶ ହାର ୬ରୁ ୬.୫% ରହିବ ବୋଲି ସର୍ଭେ ରିପୋର୍ଟରେ ଆକଳନ କରାଯାଇଛି। ୨୦୧୯-୨୦ ଆର୍ଥତ୍କ ବର୍ଷ ଲାଗି ଦେଶର ବିକାଶ ହାର ୫% ରହିବା ନେଇ ଆଗୁଆ ପୂର୍ବାନୁମାନ କରାଯାଇଛି। ବିଶ୍ୱ ସ୍ତରର ମାନ୍ଦାବସ୍ଥା ଭାରତ ଉପରେ ପ୍ରଭାବ ପକାଇବା ଯୋଗୁ ଦେଶ ମଧ୍ୟରେ ନିବେଶ ଏବଂ ଚାହିଦା କମିଛି। ଦେଶର ବିକାଶ ହାର ଏବେ ଦଶନ୍ଧିର ସର୍ବନିମ୍ନ ସ୍ତରକୁ ଖସିଯିବ ବୋଲି ପୂର୍ବାନୁମାନ କରାଯାଇଛି। ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ଜିଡିପି ଅଭିବୃଦ୍ଧି ୪.୫% ସ୍ତରକୁ ଖସିଥିବା ବେଳେ ସାରା ବର୍ଷ ଲାଗି ୫% ରହିବା ନେଇ ଆକଳନ କରାଯାଇଛି। ବାଣିଜି୍ୟକ ଧାରାରେ ଉନ୍ନତି ଆସୁଥିବାରୁ ବିକାଶ ହାର ତ୍ୱରାନ୍ବିତ ହେବ ବୋଲି ରିପୋର୍ଟରେ ସୂଚନା ଦିଆଯାଇଛି।
ଚଳିତ ବର୍ଷର ସର୍ଭେ ରିପୋର୍ଟକୁ ଲାଭେଣ୍ଡର ରଙ୍ଗଯୁକ୍ତ ପେପରରେ ଛପାଯାଇଛି। ଏହାର କଭର ପେଜ୍‌ରେ ଟଙ୍କା ଚିହ୍ନ ରହିଛି। ନୂଆ ୧୦୦ ଟଙ୍କିଆ ନୋଟ ଭଳି ଏହାର ରଙ୍ଗ ସମାନ ରହିଛି। ବଜେଟ ପୂର୍ବରୁ ଆସିଥିବା ଏହି ସର୍ଭେ ରିପୋର୍ଟରେ ଦେଶ ମଧ୍ୟରେ ସମ୍ପତ୍ତିର ବଣ୍ଟନ, ସମ୍ପତ୍ତି ସୃଷ୍ଟି ଏବଂ ସମ୍ପତ୍ତି ସୃଷ୍ଟିକର୍ତ୍ତାଙ୍କୁ ସମ୍ମାନ ଭଳି ପ୍ରସଙ୍ଗ ଉଲ୍ଲେଖ ରହିଛି। ପିଆଜ ସମେତ ଅନ୍ୟ ସାମଗ୍ରୀର ଦରଦାମ ଉପରେ ନିୟନ୍ତ୍ରଣ ଜାରି କରିବା ଲାଗି ସରକାର ସକ୍ଷମ ହୋଇ ନ ଥିବା ରିପୋର୍ଟରେ କୁହାଯାଇଛି। ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଲାଗି ଆସେମ୍ବଲ ଇନ୍‌ ଇଣ୍ଡିଆ ଫର ଦ ଓ୍ବାର୍ଲଡ ଭଳି ନୂଆ ନୂଆ ଚିନ୍ତାଧାରା ଉପରେ ଗୁରୁତ୍ୱାରୋପ କରାଯାଇଛି। ବାଣିଜ୍ୟ ସୁଗମତାକୁ ବଢାଇବା ଲାଗି ନାଲିଫିତାବାଦକୁ ହଟାଇବା, ରପ୍ତାନି ପ୍ରୋତ୍ସାହନ, ଷ୍ଟାର୍ଟ ଅପ୍‌ ଗୁଡିକ ଲାଗି ପଦକ୍ଷେପ, ସମ୍ପତ୍ତି ପଞ୍ଜୀକରଣ ଭଳି ଅନ୍ୟ ଦିଗ ଉପରେ ଉଲ୍ଲେଖ ରହିଛି। ସେହିଭଳି କର୍ପୋରେଟ ସେକ୍ଟର ବ୍ୟାଙ୍କଗୁଡିକର ଗଭର୍ନାନ୍ସରେ ଉନ୍ନତି, ଭରସା ସୃଷ୍ଟି ଲାଗି ସୂଚନା ପ୍ରଦାନକୁ ତ୍ୱରାନ୍ବିତ କରିବା ଏବଂ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ନୂତନ କୌଶଳ ଉପରେ ରିପୋର୍ଟରେ ପ୍ରାଥମିକତା ଦିଆଯାଇଛି।
ରିପୋର୍ଟ ମୁତାବକ, ଏପ୍ରିଲ ୨୦୧୯ରେ ମୁଦ୍ରାସ୍ଫୀତି ୩.୨%ରୁ ଡିସେମ୍ବର ୨୦୧୯ରେ ୨.୬%କୁ ହ୍ରାସ ଘଟିଛି।

୨୦୧୯-୨୦ ଏପ୍ରିଲ-ସେପ୍ଟେମ୍ବର ସମୟରେ ଚଳନ୍ତି ଖାତା ନିଅଣ୍ଟ ଜିଡିପିର ୧.୫%, ବିତ୍ତୀୟ ନିଅଣ୍ଟ ଜିଡିପିର ୩.୩%, ଚଳିତ ଆର୍ଥତ୍କ ବର୍ଷ ଏପ୍ରିଲ-ନଭେମ୍ବର ସମୟରେ ଜିଏସ୍‌ଟି ସଂଗ୍ରହରେ ୪.୧% ବୃଦ୍ଧି ଘଟିଥିବା କୁହାଯାଇଛି। ୨୦୧୯-୨୦ରେ ୫ଥର ଜିଏସ୍‌ଟି ସଂଗ୍ରହ ୧ ଲକ୍ଷ କୋଟି ଟଙ୍କାରୁ ଉର୍ଦ୍ଧ୍ୱ, ଅଣଟିକସ ରାଜସ୍ବ ସଂଗ୍ରହରେ ବୃଦ୍ଧି ଯୋଗୁ ଗତ ବର୍ଷ ଏପ୍ରିଲ-ନଭେମ୍ବରରେ ରାଜସ୍ବ ସଂଗ୍ରହ ୧୩% ବୃଦ୍ଧି, ଚଳିତ ଆର୍ଥତ୍କ ବର୍ଷ ପ୍ରଥମ ୮ ମାସରେ ୨୪.୪ ବିଲିୟନ ଡଲାର ଏଫ୍‌ଡିଆଇ ରେକର୍ଡ କରାଯାଇଛି। ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ବର୍ତ୍ତମାନ ସୁଦ୍ଧା ୪୬୧.୨ ବିଲିୟନ ଡଲାର ଛୁଇଁଛି। ଏହାବାଦ ବାଲାନ୍ସ ଅଫ୍‌ ପେମେଣ୍ଟରେ ଉନ୍ନତି, ୨୦୧୮-୧୯ ତୁଳନାରେ ୨୦୧୯-୨୦ରେ କୃଷି, ପ୍ରତିରକ୍ଷା ଏବଂ ସେବା କ୍ଷେତ୍ରରେ ଅଭିବୃଦ୍ଧି ହାର ଅଧିକ ରହିଥିବା ରିପୋର୍ଟରେ କୁହାଯାଇଛି। ସେହିଭଳି ଉଦାରୀକରଣ ପରେ ଲୋକଙ୍କର ମୁଣ୍ଡପିଛା ଜିଡିପିରେ ଉଲ୍ଲେଖନୀୟ ବୃଦ୍ଧି, ବ୍ୟବସାୟ ଅନୁକୂଳ ନୀତିକୁ ପ୍ରୋତ୍ସାହନ, ନୂଆ ନିବେଶକଙ୍କୁ ସମାନ ସୁଯୋଗ, ଉଚିତ ପ୍ରତିଦ୍ୱନ୍ଦ୍ୱିତା, ବ୍ୟବସାୟିକ ସୁଗମତା ଉପରେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଦୃଢ ପଦକ୍ଷେପ ଜରିଆରେ ବଜାରକୁ ଅନାବଶ୍ୟକ ଢଙ୍ଗରେ ଅଣଦେଖା କରୁଥିବା ନୀତିକୁ ଶେଷ କରିବା, ନିଯୁକ୍ତି ସୁଯୋଗ ଲାଗି ବ୍ୟବସାୟକୁ ସୁନିଶ୍ଚିତ କରିବା, ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଦକ୍ଷତା ଉପରେ ଗୁରୁତ୍ୱ ରହିଛି।
ରିପୋର୍ଟରେ କୁହାଯାଇଛି ଯେ, ଉତ୍ପାଦକତାକୁ ଦ୍ରୁତ କରିବା ଲାଗି ତୃଣମୂଳ ସ୍ତରରେ ଉଦ୍ୟୋଗବିକାଶ ମନୋଭାବକୁ ପ୍ରୋତ୍ସାହନ ଦେବା ଉଚିତ। ସେହିଭଳି ପ୍ରିୟାପ୍ରୀତି ତୋଷଣ ନୀତିରୁ ଦୂରରେ ରହିବା ଦିଗରେ ଏଥିରେ ଗୁରୁତ୍ୱାରୋପ କରାଯାଇଛି। ଏହା ଦ୍ୱାରା ଶକ୍ତିଶାଳୀ ଘରୋଇ ସ୍ବାର୍ଥକୁ ପ୍ରୋତ୍ସାହନ ମିଳିଥାଏ ବୋଲି କୁହାଯାଇଛି। ଭଲ ଉଦ୍ଦେଶ୍ୟ ଥିବା ଅତିରିକ୍ତ ସରକାରୀ ହସ୍ତକ୍ଷେପ ଯୋଗୁ କିଭଳି ଅନେକ କାର୍ଯ୍ୟରେ ବାଧା ଆସୁଛି ତାହା ମଧ୍ୟ ସର୍ଭେ ରିପୋର୍ଟରେ ଉଲ୍ଲେଖ ରହିଛି। ସେହିଭଳି ଅସମୟରେ ସରକାରୀ ହସ୍ତକ୍ଷେପ ଯୋଗୁ ଲୋକଙ୍କୁ ଅସୁବିଧା, ଇସିଏ ଅନ୍ତର୍ଗତ ଔଷଧ ମୂଲ୍ୟ ନିୟନ୍ତ୍ରଣ ଦ୍ୱାରା ଏହାର ମୂଲ୍ୟ ଅନିୟନ୍ତ୍ରିତ ଔଷଧ ତୁଳନାରେ ଅଧିକ ବୃଦ୍ଧି ପାଇଥିବା ବିଷୟ ମଧ୍ୟ ସ୍ଥାନିତ ହୋଇଛି। ଏହାବାଦ ଖାଦ୍ୟଶସ୍ୟ ବଜାରରେ ସରକାରଙ୍କ ହସ୍ତକ୍ଷେପ, କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଋଣ ଛାଡର ସମୀକ୍ଷା, ନେଟଓ୍ବର୍କ ଉତ୍ପାଦରେ ବିଶେଷଜ୍ଞତା ଦ୍ୱାରା ନିଯୁକ୍ତି ଓ ବିକାଶ, କର୍ପୋରେଟ ଟିକସ ହାର ପରିବର୍ତ୍ତନ ଭଳି ଟିକସରେ ଢାଞ୍ଚାଗତ ପରିବର୍ତ୍ତନ ଭଳି ଅନ୍ୟ ପ୍ରମୁଖ ଦିଗ ଏହି ରିପୋର୍ଟରେ ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଋଷିକୁଲ୍ୟା ପାଇଁ ବିପଦ ସାଜିଛି କାଶତଣ୍ଡୀ

ଧରାକୋଟ,୮ା୯ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ଋଷିକୁଲ୍ୟା ନଦୀ ଜନ୍ମନେଇ ଗଞ୍ଜାମ ଜିଲାର ସୋରଡା, ଧାକୋଟ, ଆସିକା, ହିଞ୍ଜିଳି, ପୁରୁଷୋତ୍ତମପୁର ବ୍ଲକ୍‌ ପରେ…

ମୋଦିଙ୍କ କାର୍ଯ୍ୟକ୍ରମ ସ୍ଥଳରୁ ବନ୍ଧୁକ ସହ ଧରାପଡିଲେ ୨ ସନ୍ଦିଗ୍ଧ

ମୁମ୍ବାଇ,୮।୯: ମୁମ୍ବାଇର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ସେହି ସ୍ଥାନ ନିକଟରୁ ଦୁଇଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କଠାରୁ ଏକ…

ବର୍ଷକୁ ବ୍ୟାଙ୍କରେ କେତେ କ୍ୟାଶ୍‌ ଜମା କରିପାରିବେ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୮।୯: ସଞ୍ଚୟ ଖାତାରେ (Savings Account) ନଗଦ ଟଙ୍କା ଜମା କରିବା ଏକ ସାଧାରଣ ପ୍ରକ୍ରିୟା, କିନ୍ତୁ ଆପଣ ଜାଣନ୍ତି କି ଏକ ନିର୍ଦ୍ଦିଷ୍ଟ ସୀମାରୁ ଅଧିକ…

ସରିଗଲା ଡେଡ୍‌ଲାଇନ୍‌; ଏବେ ଆଉ ମିଳିବନି ସିଲିଣ୍ଡର? ଶୀଘ୍ର କରନ୍ତୁ ଏହି କାମ…

ନୂଆଦିଲ୍‌ଲୀ,୮।୯: LPG ଗ୍ୟାସ ସିଲିଣ୍ଡରର ନୂଆ କନେକସନ ଉପରେ ଏବେ ମଧ୍ୟ ରୋକ ଲାଗି ରହିଛି। ଅନ୍ୟପଟେ ନିକଟରେ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ନକଲି କନେକସନକୁ…

Ration Card Big Update: ଅକ୍ଟୋବର ୧ରୁ ଏମାନଙ୍କର କଟିଯିବ ରାସନ କାର୍ଡ! ସେପ୍ଟେମ୍ୱର ୨୧ ସୁଦ୍ଧା ସାରନ୍ତୁ ଏହି କାମ

ନୂଆଦିଲ୍ଲୀ,୮।୯: ଯଦି ଆପଣଙ୍କ ପାଖରେ ମଧ୍ୟ ରାସନ କାର୍ଡ ଅଛି ଏବଂ ଆପଣ ଅନେକ ମାସ ଧରି ସାଧାରଣ ବଣ୍ଟନ ବ୍ୟବସ୍ଥା (PDS) ଦୋକାନରୁ ରାସନ ସାମଗ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri