ଜିଏସ୍‌ଟି ଅଡିଟ ରିପୋର୍ଟ ଲାଗି ଜାରି ହେଲା ଫର୍ମ

ନୂଆଦିଲ୍ଲୀ,୧୭-୪: ଆର୍ଥିକ ବର୍ଷ ୨୦୧୭-୧୮ ଲାଗି ୨ କୋଟି ଟଙ୍କାରୁ ଅଧିକ ବାର୍ଷିକ କାରବାର କରୁଥିବା କମ୍ପାନୀଗୁଡ଼ିକୁ ଜିଏସ୍‌ଟି ଅଡିଟ ରିପୋର୍ଟ ଦାଖଲ କରିବାକୁ ହେବ। ଏଥିପାଇଁ ଜିଏସ୍‌ଟି ନେଟ୍‌ଓ୍ବାର୍କ(ଜିଏସ୍‌ଟିଏନ୍‌) ନିଜର ପୋର୍ଟାଲରେ ଫର୍ମ ଜାରି କରିଛି। ଅଡିଟ ରିପୋର୍ଟ ଦାଖଲ କରିବାର ଅନ୍ତିମ ଦିବସ ଜୁନ୍‌ ୩୦ ଧାର୍ଯ୍ୟ ହୋଇଛି। ସୂଚନାଥାଉ କି,  ଆର୍ଥିକ ବର୍ଷ ୨୦୧୭-୧୮ ସାଗଗ୍ରୀ ଏବଂ ସେବା ଟିକସ(ଜିଏସ୍‌ଟି) ଲାଗୁ କରିବାର ପ୍ରଥମ ବର୍ଷ ଥିଲା। ଅର୍ଥ ମନ୍ତ୍ରଣାଳୟ ଗତବର୍ଷ ଡିସେମ୍ବର ୩୧ରେ ବାର୍ଷିକ ରିଟର୍ନ ଫର୍ମ ଜିଏସ୍‌ଟିଆର-୯, ଜିଏସ୍‌ଟିଆର-୯ଏ ଏବଂ ଜିଏସ୍‌ଟିଆର-୯ସି ପାଇଁ ନୋଟିଫିକେଶନ ଜାରି କରିଥିଲେ। ଜିଏସ୍‌ଟି କାଉନସିଲ ଡିସେମ୍ବରରେ ଏହି ଫର୍ମ ପୂରଣ କରିବାର ଶେଷ ଦିବସ ୩ ମାସ ବଢ଼ାଇ ଜୁନ ୩୦ କରିଛନ୍ତି। ଜିଏସ୍‌ଟି ନେଟଓ୍ବାର୍କ ଜିଏସ୍‌ଟିଆର୍‌-୯ସିକୁ ଅଫଲାଇନରେ ଉପଲବ୍ଧ କରାଇଛି। ଏହାକୁ ଟିକସଦାତା ନିଜେ ପୂରଣ କରିବା ସହ ପୋର୍ଟାଲରେ ଅପ୍‌ଲୋଡ କରିପାରିବେ। ସୂଚନାନୁଯାୟୀ, ଜିଏସ୍‌ଟିଆର୍‌-୯ ପଞ୍ଜୀକୃତ ସମସ୍ତ ଟିକସଦାତାଙ୍କ ବାର୍ଷିକ ରିଟର୍ନ ଫର୍ମ ହୋଇଥାଏ। ଜିଏସ୍‌ଟିଆର୍‌-୯ଏ ଗୋଟିଏ ଥର ଯୋଜନା ଆପଣାଉଥିବା ଟିକସଦାତାଙ୍କ ଲାଗି ଉପଲବ୍ଧ କରାଯାଇଛି। ସେହିପରି ଜିଏସ୍‌ଟିଆର୍‌-୯ସି ଏକ ତଥ୍ୟ ମିଳାଇବା ଫର୍ମ ହୋଇଥାଏ। ଏହାକୁ ଚାର୍ଟାଡର୍ର୍ ଆକାଉଣ୍ଟାଣ୍ଟ ଅଥବା କଷ୍ଟ ଆକାଉଣ୍ଟାଣ୍ଟ ଭେରିଫିକେଶନ କରିଥାନ୍ତି। ବାର୍ଷିକ ୨ କୋଟି ଟଙ୍କା କାରବାର କରୁଥିବା ବ୍ୟବସାୟୀ ବାର୍ଷିକ ରିଟର୍ନ ସହିତ ଏହାକୁ ଜମା କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୦୦ ଟଙ୍କାରୁ ଅଧିକ ରେଳ ଟିକେଟ ବୁକିଂରେ କେତେ ଚାର୍ଜ ଦେବେ ଯାତ୍ରୀ? ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ,୧୬।୯: ଟ୍ରେନରେ ଯାତ୍ରା କରୁଥିବା ଏବଂ ଅନଲାଇନରେ ଟିକେଟ ବୁକ କରୁଥିବା ଯାତ୍ରୀଙ୍କ ପାଇଁ ଜରୁରୀ ଖବର। UPI ପେମେଣ୍ଟକୁ ନେଇ ନୂଆ ନିୟମ ଲାଗୁ ହେବାକୁ…

ପେଟ୍ରୋଲ-ଡିଜେଲ ଭରିବା ହେବ ମହଙ୍ଗା! ଏବେ ଲାଗିବ ଅତିରିକ୍ତ ଚାର୍ଜ, ଜାଣନ୍ତୁ କେତେ…

ନୂଆଦିଲ୍ଲୀ: UPI ପେମେଣ୍ଟକୁ ନେଇ ବଡ଼ ପରିବର୍ତ୍ତନ ଆସିଛି। ନ୍ୟାଶନାଲ ପେମେଣ୍ଟ୍ସ କର୍ପୋରେସନ ଅଫ ଇଣ୍ଡିଆ (NPCI) ଘୋଷଣା କରିଥିବା ନୂଆ ମର୍ଚ୍ଚାଣ୍ଟ ଡିସ୍କାଉଣ୍ଟ ରେଟ (MDR)…

ଲୋନ୍‌ ନେଇଥିବା ଲୋକଙ୍କୁ ଲାଗିବ ବଡ଼ ଝଟକା: ମହଙ୍ଗା ହେବ EMI! ଅକ୍ଟୋବରରୁ RBI …

ନୂଆଦିଲ୍ଲୀ,୧୬।୯: ଯଦି ଆପଣ ବ୍ୟାଙ୍କରୁ ହୋମ ଲୋନ, କାର୍‌ ଲୋନ କିମ୍ବା ପର୍ସନାଲ ଲୋନ ନେଇଛନ୍ତି, ତେବେ ଆଗାମୀ ଦିନରେ ଆପଣଙ୍କ ଉପରେ ଅତିରିକ୍ତ EMI ବୋଝ…

ଚା’-ପକୋଡ଼ି, ପରିବା ବ୍ୟବସାୟୀଙ୍କ ଟେନସନ ବଢ଼ିବ! UPIର ୧ ଲକ୍ଷ ଲିମିଟ୍‌କୁ ନେଇ ଦେଶରେ ହଇଚଇ

ନୂଆଦିଲ୍ଲୀ, ୧୬।୯: UPI ପେମେଣ୍ଟକୁ ନେଇ ଏବେ ବଡ଼ ଚର୍ଚ୍ଚା। ଦୁଇ ହଜାର ଟଙ୍କାରୁ ଅଧିକ ମର୍ଚ୍ଚାଣ୍ଟ UPI ପେମେଣ୍ଟ ଉପରେ MDR ବା Merchant Discount…

ଏଣିକି ପେଟ୍ରୋଲ ଓ ବିଜୁଳି ବିଲ ପେମେଣ୍ଟ କଲେ ଲାଗିବ ୫ଟଙ୍କା ଏକ୍ସଟ୍ରା ଚାର୍ଜ; ସାଧାରଣ ଲୋକଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୫।୯: ବଢ଼ୁଥିବା ମହଙ୍ଗା ମାଡ଼ ମଧ୍ୟରେ ଏବେ UPI ପେମେଣ୍ଟ ଉପରେ ଦେବାକୁ ପଡ଼ିବ ଚାର୍ଜ। ଅର୍ଥାତ ଆପଣଙ୍କର UPI ଆଉ ମାଗଣା ରହିଲା ନାହିଁ। ଏହି…

UPI ପେମେଣ୍ଟ ଉପରେ ନୂଆ ଚାର୍ଜ: ୫୦୦୦ରେ ୨୦ ଓ ୧୦,୦୦୦ରେ କଟିବ ୪୦ ଟଙ୍କା, ଜାଣନ୍ତୁ…

ନୂଆଦିଲ୍‌ଲୀ,୧୫।୯: ଡିଜିଟାଲ କାରବାର ଉପରେ ଶୁଳ୍କ ଲାଗୁ ନେଇ ବିରୋଧ ମଧ୍ୟରେ ସରକାର UPI ଉପରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ (MDR)କୁ ନେଇ ଏକ ନୂଆ ନିଷ୍ପତ୍ତି…

ଗାଡ଼ି ଲାଇଟ୍‌ ଉପରେ ସରକାର ଆଣୁଛନ୍ତିି ବଡ଼ ନିୟମ, ଜାଣନ୍ତୁ କ’ଣ ହେବ ପରିବର୍ତ୍ତନ

ନୂଆଦିଲ୍‌ଲୀ,୧୫।୯: ରାତି ସମୟରେ ରାସ୍ତାରେ ଗାଡ଼ିଗୁଡ଼ିକର ହାଇ ବିମ (High Beam) ହେଡଲାଇଟ ଆଖି ଝଲସାଇ ଦେବା ସଡ଼କ ଦୁର୍ଘଟଣାର ଏକ ବଡ଼ କାରଣ ପାଲଟିଛି। ଏହି…

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର, DA ବୃଦ୍ଧିକୁ ନେଇ ଆସିଲା ବଡ଼ ଅପଡେଟ୍‌! ଏହିଦିନ…

ନୂଆଦିଲ୍ଲୀ,୧୫।୯: ଦେଶର ୫୦ ଲକ୍ଷରୁ ଅଧିକ କେନ୍ଦ୍ରୀୟ କର୍ମଚାରୀ ଏବଂ ୬୫ ଲକ୍ଷରୁ ଊର୍ଦ୍ଧ୍ୱ ପେନସନଭୋଗୀଙ୍କ ପାଇଁ ଏକ ବଡ଼ ଖୁସି ଖବର ସାମ୍ନାକୁ ଆସୁଛି। ପାର୍ୱଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?