ଜିଆରଏସ୍‌ଙ୍କ ବିରୋଧରେ ସରପଞ୍ଚ, ସମିତି ସଭ୍ୟାଙ୍କ ଅଭିଯୋଗ

ଛତିଆ,୨।୮(ଡିଏନ୍‌ଏ)- ବଡଚଣା ପଞ୍ଚାୟତ ସମିତି ଅଧୀନ ସମିଆଁ ପଞ୍ଚାୟତର ଜଣେ ଜିଆର୍‌ଏସ୍‌ଙ୍କ ମନମୁଖୀ କାର୍ଯ୍ୟ ବିରୋଧରେ ସରପଞ୍ଚ ଓ ସମିତି ସଭ୍ୟ ଜିଲାପାଳ ରଞ୍ଜନ କୁମାର ଦାସଙ୍କ ନିକଟରେ ଅଭିଯୋଗ କରିଥିବା ଜଣାପଡିଛି।
ପ୍ରକାଶ ଯେ, ସମିଆଁ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ପଦବୀଗୁଡିକ ଦଳିତ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିଲା। ସରପଞ୍ଚ ଭାବେ କାମିନୀ ବେହେରା ଓ ସମିତି ସଭ୍ୟା ଭାବେ ମାନା ସେଠୀ ନିର୍ବାଚିତ ହୋଇଥିଲେ। ମାତ୍ର ଜିଆର୍‌ଏସ୍‌ ଉଭୟ ମହିଳାଙ୍କୁ ଉପେକ୍ଷା କରି ଜଣେ ପଞ୍ଚାୟତସ୍ତରୀୟ ନେତାଙ୍କୁ ଧରି ନିଜ ଇଚ୍ଛାରେ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି। ପଞ୍ଚାୟତ ନିୟମକୁ ଉପେକ୍ଷା କରି ବିଭିନ୍ନ ଉନ୍ନୟନ କାର୍ଯ୍ୟର କାର୍ଯ୍ୟାଦେଶ ଜିଆର୍‌ଏସ୍‌ ନିଜ ଇଚ୍ଛା ଅନୁସାରେ ଲୋକଙ୍କୁ ଦେଇ ନିଜେ ଠିକାଦାରୀ କରୁଛନ୍ତି। ସରକାରଙ୍କ ତରଫରୁ ବିଭିନ୍ନ ଘର ନିର୍ମାଣ ପାଇଁ ଆସୁଥିବା ଏମ୍‌ଜିଏନ୍‌ଆରଇଏସ୍‌ ଅର୍ଥର ବିଲ୍‌ କରାଇବା ପାଇଁ ଲୋକଙ୍କଠାରୁ ମୋଟା ଅଙ୍କର ହାତଗୁଞ୍ଜା ନେଉଥିବା ମଧ୍ୟ ଅଭିଯୋଗ ହୋଇଛି। ଉକ୍ତ ବିଷୟରେ ବଡ଼ଚଣା ବିଡିଓଙ୍କୁ ପଞ୍ଚାୟତ ସରପଞ୍ଚ, ସମିତି ସଭ୍ୟା ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିଲା ନାହିଁ। ଜିଆର୍‌ଏସ୍‌ଙ୍କ ମନମୁଖୀ କାମରେ ଅତିଷ୍ଠ ହୋଇ ସରପଞ୍ଚ ବେହେରା ଓ ସମିତି ସଭ୍ୟା ସେଠୀ ସମିଆଁ ଗ୍ରାମ ପଞ୍ଚାୟତ ଜିଆରଏସ୍‌ ତାଙ୍କୁ କାର୍ଯ୍ୟରୁ ଅନ୍ତର କରିବା ସହିତ ଉକ୍ତ ବେନିୟମ କାର୍ଯ୍ୟର ତଦାରଖ କରି ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଜପୁର ଜିଲାପାଳ, ପ୍ରଳଳ୍ପ ସଂଯୋଜକ, ଯାଜପୁର ଓ ଜିଲା ଗ୍ରାମ ପଞ୍ଚାୟତ ଅଧିକାରୀଙ୍କୁ ଲିଖିତ ଆକାରରେ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡି ଏମ୍‌ପି ବସନ୍ତ ପଣ୍ଡା କରୋନା ପଜିଟିଭ

ନୂଆପଡ଼ା: କଳାହାଣ୍ଡି ଏମ୍‌ପି ବସନ୍ତ କୁମାର ପଣ୍ଡା ଶନିବାର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ବରିଷ୍ଠ ନାଗରିକ ଭାବେ ସେ କୋଭିଡ-୧୯ର ପ୍ରଥମ ଡୋଜ ଟିକା...

ଚାଲିଛି ପିରାହ୍ନା ମାଛଚାଷ

କେନ୍ଦ୍ରାପଡ଼ା ଅଫିସ, ୧୧ା୩:ରୂପଚାନ୍ଦି ମାଛ ଖାଇବାକୁ ସୁସ୍ବାଦୁ। ଏହାର ଶରୀର ମାତ୍ର ଗୋଟିଏ କଣ୍ଟ(ହାଡ)ରେ ରହିଛି। ତେବେ ପିରାହ୍ନା ପ୍ରଜାତିର ଏହି ମାଛଙ୍କ ବାସସ୍ଥଳୀ ଅଞ୍ଚଳର...

ବୁଲାକୁକୁରଙ୍କ ପାଇଁ ଦେବଦୂତ ସାଜିଛନ୍ତି ଜ୍ୟୋତିରଞ୍ଜନ

ନିଶ୍ଚିନ୍ତକୋଇଲି,୬ା୪(ସ୍ବ.ପ୍ର.) : କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରେ ଲକ୍‌ଡାଉନ୍‌ ଯୋଗୁ ୧୦ ଦିନ ହେଲା ବୁଲା କୁକୁରମାନେ ଖାଇବାକୁ ପାଉନାହାନ୍ତି। ଫଳରେ ଏହି କୁକୁରମାନଙ୍କ...

ସୁବ୍ରତଙ୍କୁ ଭାରତୀୟ ଯୁବ ପୁରସ୍କାର

ବାରିପଦା ଅଫିସ,୧୩।୧୦- ମୟୂରଭଞ୍ଜ ଜିଲାର ଯୁବ ପ୍ରତିଭା ସୁବ୍ରତ ଦାସ ଓଡ଼ିଶାର ଏକମାତ୍ର ଯୁବକ ଭାବେ ଚଳିତବର୍ଷ ଭାରତୀୟ ଯୁବ ପୁରସ୍କାର ସମ୍ମାନ ଲାଭ କରିଛନ୍ତି।...

କରୋନା ମୁକାବିଲା: ସାଇକେଲରେ ସଚେତନତା ବାର୍ତ୍ତା ବାଣ୍ଟିଲା ଓଲଟପୁର ପୋଲିସ

କଣ୍ଟାପଡ଼ା, ୧୭।୪(ଡି.ଏନ୍‌.ଏ.): ମହାମାରୀ କରୋନାରୁ ରକ୍ଷା ପାଇଁ ସାମାଜିକ ଦୂରତ୍ୱ ଏକମାତ୍ର ବିକଳ୍ପ। ଏ ନେଇ କେନ୍ଦ୍ର ତଥା ରାଜ୍ୟ ସରକାର ମେ’ ୩ ତାରିଖ...

‘ବରିଷ୍ଠ ନାଗରିକଙ୍କ ଅଭିଜ୍ଞତାକୁ ବ୍ୟବହାର କରନ୍ତୁ ସରକାର’

ବ୍ରହ୍ମପୁର ଅଫିସ,୨୮ା୭: ଗଞ୍ଜାମ ଜିଲା ବିଜୁ ପଟ୍ଟନାୟକ ସିନିୟର୍‌ ସିଟିଜେନସ ଫୋରମର ୧୫ତମ ତ୍ରୟବାର୍ଷିକ ସମ୍ମିଳନୀ ସ୍ଥାନୀୟ ବିଜୁ ପଟ୍ଟନାୟକ ସଂସ୍କୃତି ଭବନଠାରେ ରବିବାର ଅନୁଷ୍ଠିତ...

ପଲିଥିନ୍‌ ଜବତ, ଜରିମାନା ଆଦାୟ

ବ୍ରହ୍ମପୁର ଅଫିସ, ୨୩।୬-ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଶନିବାର ରାତିରେ ଚଢ଼ାଉ କରାଯାଇଛି । ନିଗମ ବସ୍ତି ଉନ୍ନୟନ ଅଧିକାରୀ ଇପ୍‌ସିତା ପ୍ରିୟଦର୍ଶିନୀ ମିଶ୍ର ଓ...

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା: ଅରୁଣ ବୋଥ୍ରାଙ୍କୁ ଲିଗାଲ ନୋଟିସ

ବଲାଙ୍ଗୀର ଅଫିସ,୧୫-୧:ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ତତ୍କାଳୀନ ତଦନ୍ତକାରୀ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରାଙ୍କୁ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ସ୍ତ୍ରୀ ସୌଦାମିନୀ ମେହେର...

Advertisement
Archives

Model This Week