Advertisement

ଜାହ୍ନବୀଙ୍କ ସ୍ପଷ୍ଟୀକରଣ

ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଷ୍ଟାର କିଡ୍ସମାନଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଉଥିବା ନେଇ ଅନେକ ସମୟରେ ବିବାଦ ଦେଖାଯାଇଛି। କିନ୍ତୁ ଏବେ ଆଉ ଏକ ପ୍ରସଙ୍ଗକୁ ନେଇ ଫିଲ୍ମ ଜଗତରେ ଚର୍ଚ୍ଚା ହେବା ଆରମ୍ଭ ହୋଇଛି। ଷ୍ଟାର କିଡ୍ସମାନଙ୍କୁ ନେଇ ଫିଲ୍ମ କରିବା ପାଇଁ ପ୍ରଡ୍ୟୁସରମାନଙ୍କୁ ଟଙ୍କା ଦିଆଯାଉଥିବା ଚର୍ଚ୍ଚା ହେଉଛି। ନିକଟରେ ଏକ ସାକ୍ଷାତ୍‌କାର ଜରିଆରେ ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁର ଏନେଇ ନିଜ ମତ ରଖିଛନ୍ତି। ତାଙ୍କ ପାଖରେ କିମ୍ବା ବାପା ବୋନୀ କପୁରଙ୍କ ପାଖରେ ମୋଟା ଅଙ୍କର ଟଙ୍କା ନାହିଁ କିମ୍ବା ସେମାନେ ସେତେ ଧନୀ ନୁହନ୍ତି, ଯଦ୍ଦ୍ବାରା ପ୍ରଡ୍ୟୁସରଙ୍କୁ ଟଙ୍କା ଦେଇ ଫିଲ୍ମ ତିଆରି କରିପାରିବେ, ଯେଉଁଥିରେ ସେ ମୁଖ୍ୟ ଭୂମିକାରେ ଅଭିନୟ କରିବେ।
ଟ୍ୟାଲେଣ୍ଟ ପାଇଁ ତାଙ୍କ ଫିଲ୍ମରେ ଅଭିନୟ କରିବାର ସୁଯୋଗ ମିଳୁଥିବା ସେ କହିଛନ୍ତି। ଅନ୍ୟପକ୍ଷେ ଇଣ୍ଡଷ୍ଟ୍ରିରେ ଏମିତି କୌଣସି ପ୍ରଡ୍ୟୁସର ନାହାନ୍ତି ଯେଉଁମାନେ ଫିଲ୍ମରେ ନିଜ ଟଙ୍କା ଖର୍ଚ୍ଚ କରି ଷ୍ଟାର କିଡ୍ସମାନଙ୍କୁ ସୁଯୋଗ ଦେବେ ଏବଂ କ୍ଷତି ମଧ୍ୟ ସହିବେ। ଶେଷ ଥର ପାଇଁ ଜାହ୍ନବୀ ଫିଲ୍ମ ଡିଜ୍‌ନୀ ପ୍ଲସ୍‌ ହଟ୍‌ଷ୍ଟାରର ‘ଗୁଡ୍‌ ଲକ୍‌ ଜେରୀ’ରେ ଦେଖାଯାଇଥିଲେ। ଆଗାମୀ ଦିନରେ ତାଙ୍କ ଅଭିନୀତ ‘ ମିଲି’ ରିଲିଜ୍‌ ହେବ, ଯାହାର ପ୍ରମୋଶନ୍‌ ଏବେ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କିଛି ଭୁଲ ହୋଇଯିବା ଭୟରେ ଏହି ଅଭିନେତାଙ୍କ ସହ ହୋଟେଲରେ ରହିବାକୁ ଡରିଥିଲେ ଅରୁଣା

ବଲିଉଡ୍‌ର ଖଳନାୟକ ଭାବେ ପ୍ରାଣ ସାହେବ ବେଶ ପରିଚିତ। ଏକ ସମୟ ଥିଲା ଯେତେବେଳେ ଲୋକେ ତାଙ୍କ ନାଁ ଶୁଣି ଡରୁଥିଲେ । ତାଙ୍କ ସହ...

ବର୍ଲିନରେ ହେବ ଆଲିଆଙ୍କ ‘ଗଙ୍ଗୁବାଇ କାଠିଆଓ୍ବାଡି’ର ପ୍ରିମିୟର

ନୂଆଦିଲ୍ଲୀ,୧୬।୧୨: ଆସନ୍ତା ବର୍ଷ ଫେବୃୟାରୀରେ ହେବାକୁ ଥିବା ୭୨ତମ ବର୍ଲିନ ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବରେ ସଞ୍ଜୟ ଲୀଲା ଭଂସାଲିଙ୍କ ‘ଗଙ୍ଗୁବାଇ କାଠିଆଓ୍ବାଡି’ର ପ୍ରିମିୟର ହେବ। ଏହି...

‘ଗଡ୍‌ଫାଦର’ର ଆୟ ଦେଖି ଚିରଞ୍ଜୀବୀଙ୍କୁ ଏମିତି ଏସ୍‌ଏମ୍‌ଏସ୍‌ କଲେ ଭାଇଜାନ

ମୁମ୍ବାଇ: ଫିଲ୍ମ ‘ଗଡ୍‌ଫାଦର’ରେ ଚିରଞ୍ଜୀବୀ ଏବଂ ସଲ୍‌ମାନ ଖାନଙ୍କୁ ପ୍ରଥମ ଥର ଏକାଠି ଦେଖିବାକୁ ମିଳିଛି। ଏହି ଫିଲ୍ମ ଦଶହରାରେ ରିଲିଜ ହୋଇଛି। ପ୍ରଥମ ଦିନରେ...

ସ୍ବର୍ଗଠାରୁ କମ୍‌ ନୁହେଁ ବିଗ୍‌ ବି’ଙ୍କ ବଙ୍ଗଳା ‘ଜଲ୍‌ସା’

ମୁମ୍ବାଇ: ବିଗ୍‌ ବି ଅମିତାଭ ବଚ୍ଚନ ୫୦ ବର୍ଷ ଧରି ହିନ୍ଦୀ ଫିଲ୍ମ ଜଗତରେ ଅଛନ୍ତି। ତାଙ୍କୁ ଶତାବ୍ଦୀର ମହାନାୟକ ମଧ୍ୟ କୁହାଯାଏ। ପ୍ରଥମ ଫିଲ୍ମ...

ଭାବି ଶାଶୁଙ୍କ ସହ ଡିନର ଡେଟ୍‌ରେ ଗଲେ ଆଲିଆ

ମୁମ୍ବାଇ: ବଲିଉଡ୍‌ ନାୟିକା ଆଲିଆ ଭଟ୍ଟ ଓ ନାୟକ ରଣବୀର କପୁରଙ୍କ ରିଲେସନଶିପକୁ ନେଇ କିଛି ଦିନ ହେବ ଚର୍ଚ୍ଚା ଚାଲିଛି। ଏମାନେ ବି ନିଜ...

କେଜିଏଫ୍‌ ଷ୍ଟାରଙ୍କ ଫିଲ୍ମି ଲଭ୍‌ଷ୍ଟୋରୀ: ଅଭିନୟ କରୁକରୁ ପ୍ରେମରେ ନାୟିକାଙ୍କ ପ୍ରେମରେ; ଭ୍ୟାଲେଣ୍ଟାଇନ୍‌ ଡେ’ରେ…

ବମ୍ବେ: କନ୍ନଡ ଫିଲ୍ମଜଗତର ଲୋକପ୍ରିୟ କଳାକାରଙ୍କ ମଧ୍ୟରୁ ଅଭିନେତା ୟଶ ଜଣେ। ୨୦୧୮ରେ ରିଲିଜ ହୋଇଥିବା ଫିଲ୍ମ ‘କେଜିଏଫ୍‌ ଚାପ୍ଟର ୧’ ତାଙ୍କୁ ଖ୍ୟାତି ଦେଇଥିଲା।...

ଏବେ ଟେନ୍‌ସନ୍‌ରେ କାଟ୍ରିନା

ମୁମ୍ବାଇ: ଆଜିକାଲି କାଟ୍ରିନା କୈଫ୍‌-ଭିକି କୌଶଲଙ୍କ ବିବାହକୁ ନେଇ ଜୋରଦାର୍‌ ଚର୍ଚ୍ଚା ଚାଲିଛି। ପ୍ରତିଦିନ ବିବାହକୁ ନେଇ କିଛି ନା କିଛି ନୂଆ ଖବର ସାମ୍ନାକୁ...

ସୋନାକ୍ଷୀଙ୍କ ପରେ ଟୁଇଟର ଛାଡିଲେ ଏହି ସେଲିବ୍ରିଟି

ମୁମ୍ବାଇ: ବଲିଉଡ୍‌ ସେଲିବ୍ରିଟିମାନେ ଏବେ ଜଣକ ପରେ ଜଣେ ଟୁଇଟର ଆକାଉଣ୍ଟରୁ ଦୂରେଇ ଯାଉଥିବା ଦେଖାଯାଇଛି। କିଛିଦିନ ତଳେ ନାୟିକା ସୋନାକ୍ଷୀ ସିହ୍ନା ଟୁଇଟରକୁ ବାଏ...

Advertisement
Archives

Model This Week