ଜାଲ୍‌ ଦଲିଲରେ ପଟ୍ଟା ପ୍ରଦାନ ଘଟଣା: ତହସିଲ କାର୍ଯ୍ୟାଳୟ ପରିସରରେ ୨ଗୋଷ୍ଠୀ ଧାରଣା

ରଣପୁର,୧୭।୧୦(ସ୍ବ.ପ୍ର.): ଜାଲ୍‌ ଦଲିଲ୍‌ରେ ପଟ୍ଟା ପ୍ରଦାନ ଘଟଣାରେ ରଣପୁର ଥାନା ପୋଲିସ ତତ୍କାଳୀନ ରଣପୁର ଆରଆଇ ତଥା ଲୋଧାଚୁଆରେ କାର୍ଯ୍ୟରତ ଆରଆଇ ବିରୁପାକ୍ଷ ବିଶ୍ୱାଳଙ୍କୁ ଗିରଫ କରିବା ପ୍ରତିବାଦରେ ରଣପୁର ତହସିଲ ସମ୍ମୁଖରେ କର୍ମଚାରୀମାନେ ବୁଧବାର ଧାରଣା ଦେଇଥିଲେ । ତେବେ ବିନା ନୋଟିସରେ ତହସିଲ କର୍ମଚାରୀମାନେ ଫାଟକରେ ତାଲା ପକାଇ ଆନ୍ଦୋଳନ କରିବା ନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ସେମାନଙ୍କ ଆନ୍ଦୋଳନ ଯୋଗୁ ବିଭିନ୍ନ କାମଧନ୍ଦାରେ ତହସିଲକୁ ଆସିଥିବା ଲୋକ ହଇରାଣ ହେବା ଲକ୍ଷ୍ୟ କରି ସାମାଜିକ କର୍ମୀ ଦିଲୀପ ସାମନ୍ତରାଙ୍କ ନେତୃତ୍ୱରେ ସାଧାରଣ ଲୋକେ ଧାରଣା ଦେଇଥିଲେ । ଆରଆଇଙ୍କ ଗିରଫକୁ ଯୁକ୍ତିଯୁକ୍ତ କହି ତୁରନ୍ତ ଅତିରିକ୍ତ ତହସିଲଦାରଙ୍କୁ ଗିରଫ ଦାବିରେ ଲୋକେ ଆନ୍ଦୋଳନ ଚାଲୁ ରଖିଥିଲେ । ତହସିଲ କାର୍ଯ୍ୟାଳୟ ପରିସରରେ ଦୁଇଟି ଧାରଣା ଚାଲୁ ରହିଥିଲେ ମଧ୍ୟ ତହସିଲଦାର ବା ଉଚ୍ଚ କର୍ତ୍ତୃପକ୍ଷ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ନଥିଲେ। ଦୁଇଟି ଧାରଣା ଚାଲୁ ରହିବା ପରେ ଉତ୍ତେଜନା ଦେଖା ଦେବାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ ଡାକରା ଦେଇଥିବା ତହସିଲ କର୍ମଚାରୀ ଆନ୍ଦୋଳନକୁ ପ୍ରତ୍ୟାହୃତ କରି ନେଇଥିଲେ । ଏହା ପରେ ସାଧାରଣ ଲୋକ ମଧ୍ୟ ଆନ୍ଦୋଳନ ପ୍ରତ୍ୟାହାର କରି ନେଇଥିଲେ ।
ଅଭିଯୋଗ ଅନୁସାରେ, ରଣପୁର ତହସିଲ ବାଙ୍କପୁର ଗଁାର ସ୍ବର୍ଗତ ଦାଶରଥି ଜେନା ଓ କୁମୁଦିନୀ ଜେନାଙ୍କର ୨ ପୁଅ ଓ ୩ ଝିଅ । ଦାଶରଥି ଓ କୁମୁଦିନୀଙ୍କ ନଁାରେ ଥିବା ସମ୍ପତ୍ତିିକୁ ବଡ଼ପୁଅ ବିପିନ ଜାଲିଆତି କରି ନିଜ ନଁାରେ କରାଇ ନେଇଥିଲେ । ଏହାର ପ୍ରତିବାଦ କରିବାରୁ ସାନ ଭାଇ ବିଜିନଙ୍କୁ ବଡ଼ ଭାଇ ବିପିନ ଘରୁ ତଡି ଦେଇଥିଲେ । ଏ ସମ୍ପର୍କରେ ବିଜିନ ଅଭିଯୋଗ କରିବା ପରେ ଜମି ଜାଲିଆତିର ତଦନ୍ତ କରାଯାଇ ଜାଲିଆତି ଜମି ପଟ୍ଟା ଖାରଜ ହୋଇଥିଲା । ଏପରିକି ଘରର ମୁଖିଆ ବାପାଙ୍କ ନଁ।କୁ ସମ୍ପତ୍ତି ଚାଲି ଆସିଥିଲା । ତହସିଲରେ ଜାଲ୍‌ ଦଲିଲରେ ପଟ୍ଟା ପ୍ରଦାନ କରିଥିବା ପ୍ରମାଣ ମିଳିବା ପରେ ତହସିଲ ପକ୍ଷରୁ ଜମି ପଟ୍ଟା ଖାରଜ କରାଯାଇ ନୂଆ ପଟ୍ଟା ପ୍ରଦାନ କରାଗଲା । ହେଲେ ଜାଲ୍‌ ଦଲିଲରେ ସଂପୃକ୍ତ ଥିବା ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯାଇ ନ ଥିଲା । ଅଭିଯୋଗକାରୀ ନ୍ୟାୟ ପାଇଁ ରଣପୁର ଥାନା ଓ ନୟାଗଡ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଥିଲେ । ହେଲେ ପୋଲିସ ଅଭିଯୋଗକୁ ତଦନ୍ତ ପରିସରଭୁକ୍ତ ନ କରି ଚୁପ ରହିଥିଲା । ଅଭିଯୋଗକାରୀ ନିରାଶ ନ ହୋଇ ହାଇକୋର୍ଟରେ ଆଶ୍ରୟ ନେଇଥିଲେ । ହାଇକୋର୍ଟ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଡିଜିପି, ଏସ୍‌ପି ଓ ସ୍ଥାନୀୟ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ଛାଟ ବାଜିବା ପରେ ଜାଲ୍‌ ଦଲିଲରେ ପଟ୍ଟା କରିଥିବା ମୁଖ୍ୟ ଅଭିଯୁକ୍ତ ବାଙ୍କପୁରର ବିପିନ କୁମାର ରାୟ, ରଣପୁର ଅତିରିକ୍ତ ତହସିଲଦାର ମାନସ ରଞ୍ଜନ ରାୟଙ୍କ ସମେତ ରଣପୁର ତହସିଲର ଅନ୍ୟ କର୍ମଚାରୀଙ୍କ ନଁ।ରେ ପୋଲିସ ୧୮୭/୧୯ରେ ମାମଲା ରୁଜୁ କରିଥିଲା । କିନ୍ତୁ କାହାକୁ ଗିରଫ କରି ନ ଥିଲା । ପରେ ରଣପୁର ପୋଲିସ ଅତିରିକ୍ତ ତହସିଲଦାର ମାନସଙ୍କୁ ଅଟକ ରଖିଥିଲା । ଅଟକର ୪ ଘଣ୍ଟା ପରେ ବିଳମ୍ବିତ ରାତିରେ ଛାଡିଦେଇଥିଲା। ଅନ୍ୟପକ୍ଷେ ରଣପୁର ଥାନା ପୋଲିସ ଲୋ଼ଧାଚୁଆ ଆରଆଇ ବିରୁପାକ୍ଷ ବିଶ୍ୱାଳ ଓ ମୁଖ୍ୟ ଅଭିଯୁକ୍ତ ବିପିନ କୁମାର ରାୟଙ୍କୁ ଗତ ୧୧ ତାରିଖରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ପରେ ଉଭୟଙ୍କୁ ନୟାଗଡ ସବ୍‌ଜେଲକୁ ପଠାଇ ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ନେଇ ପ୍ରତିବାଦ, ବ୍ଲକ୍‌ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ରୀଛାତ୍ର ଏକାଠି ହୋଇ…

କେସିଙ୍ଗା,୨୩ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ କେସିଙ୍ଗା ୟୁଥ ଆସୋସିଏଶନର ସଭାପତି ଶମ୍ଭୁ ବିଶିଙ୍କ ନେତୃତ୍ୱରେ ନିଟ୍‌ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ଘଟଣାକୁ ନେଇ ୪ଦଫା ଦାବିପତ୍ର,…

Dharmendra Pradhan Love Story: ରାଜନୀତି ପଛରେ ଲୁଚିଥିବା ପ୍ରେମ କାହାଣୀ! ମଞ୍ଚରୁ ଆରମ୍ଭ ହୋଇଥିଲା….

ନୂଆଦିଲ୍ଲୀ,୨୩।୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ପ୍ରତି ଜାତୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ସାଜିଛନ୍ତି । ତାଙ୍କ ରାଜନୈତିକ ଯାତ୍ରା ସହିତ, ତାଙ୍କ ବ୍ୟକ୍ତିଗତ ଜୀବନର…

ମୋତେ ଚୁମ୍ବନ ଦେଇ… କରଣଙ୍କ ନାଁରେ ଗମ୍ଭୀର ଅଭିଯୋଗ ଆଣିଲେ ଅଭିନେତ୍ରୀ

ଟିଭି ଅଭିନେତ୍ରୀ ସାନଭି ତଲୱାର ଅଭିନେତା କରଣ କୁନ୍ଦ୍ରାଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ‘ୟେ କହାନ ଆ ଗୟେ ହମ’ ଟିଭି ଶୋ’ର ଶୁଟିଂ ସମୟରେ…

ଆରମ୍ଭ ହେବ ଯୁକ୍ତ ୨ ପାଠପଢ଼ା: ନୂଆ ଛାତ୍ରୀଛାତ୍ରଙ୍କୁ ସରକାରଙ୍କ ନୀତି ନିୟମ ଉପରେ ସଚେତନ କରାଇ…

ଭଞ୍ଜନଗର,୨୩ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ରୀଛାତ୍ରଙ୍କ ନିମନ୍ତେ ପ୍ରବେଶ ଉତ୍ସବ ଗୁରୁବାର ଅନୁଷ୍ଠିତ…

ବିଲ ଭିତରକୁ ଓଲଟିଲା ବସ୍‌, ଭିତରେ ଥିଲେ ୫୦ ଯାତ୍ରୀ, ଆର୍ତ୍ତ ଚିତ୍କାର ଶୁଣି…

ନବରଙ୍ଗପୁର,୨୩ା୭(ସଦାଶିବ ପ୍ରହରାଜ): ୫୦ ଯାତ୍ରୀ ଥିବା ଏକ ବସ୍‌ ଗୁରୁବାର ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ବିଲ ମଧ୍ୟକୁ ଓଲଟି ପଡ଼ିଛି। ଫଳରେ ୧୫ରୁ ଅଧିକ ଯାତ୍ରୀ…

ପୁଣି ପ୍ରଶ୍ନପତ୍ର ଲିକ୍‌: ୨ ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୨୩।୭: ଦିଲ୍ଲୀର ଜନ୍ତରମନ୍ତରରେ ପେପର ଲିକ ନେଇ ଚାଲିଥିବା ପ୍ରତିବାଦ ମଧ୍ୟରେ, ଉତ୍ତରାଖଣ୍ଡରେ ଆଉ ଏକ ପେପର ଲିକ ଖବର ସାମ୍ନାକୁ ଆସିଛି। ଉତ୍ତରାଖଣ୍ଡ ବୈଷୟିକ ବିଶ୍ୱବିଦ୍ୟାଳୟରେ…

ଘୋଷଣା କରୁ କରୁ ସକ୍ରିୟ ହୋଇଉଠିଲେ କେନ୍ଦ୍ର ସରକାର: ଏହି ୪ ରାଜ୍ୟରେ ହେବ…

ନୂଆଦିଲ୍ଲୀ,୨୩।୭: ନିଟ୍‌ ପ୍ରଶ୍ନପତ୍ର ଜାଲିଆତି ବା ଲିକ୍‌ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ଫାଷ୍ଟ ଟ୍ରାକ୍‌ କୋର୍ଟ ଗଠନ କରିବାର ଘୋଷଣା କରାଯିବା ପରେ କେନ୍ଦ୍ର…

ସରକାରୀ ଔଷଧ ଗୋଦାମ ପାର୍ଶ୍ଵରେ ପଡ଼ିଛି କୁଢ଼ କୁଢ଼ ଔଷଧ, ଏକ୍ସପାୟାରି…

ମୋହନା,୨୩।୭(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଗୋଦାମ ଗୃହ ପାର୍ଶ୍ୱରେ ଥିବା ସରକାରୀ ପରିତ୍ୟକ୍ତ ଘର ଓ ବାହାରେ କୁଢ଼ କୁଢ଼ ଔଷଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri