ଜାଲ୍‌ ଜିଏସ୍‌ଟି ଇନ୍‌ଭଏସ;ଦେଶର ୩୩୬ ସ୍ଥାନରେ ଚଢ଼ାଉ

ନୂଆଦିଲ୍ଲୀ,୧୩-୯: ଦେଶରେ ଜିଏସ୍‌ଟି ଲାଗୁ ହେବାର ୨ ବର୍ଷ ପରେ ମୋଦି ସରକାର ଜିଏସ୍‌ଟି ଫାଙ୍କି ବିରୋଧରେ ଦେଶବ୍ୟାପୀ ଚଢ଼ାଉ ଅଭିଯାନ କରିଛନ୍ତି। ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ଏକ ବିବୃତି ିଜାରି କରି କୁହାଯାଇଛି ଯେ, ଡାଇରେକ୍ଟୋରେଟ ଜେନେରାଲ ଅଫ୍‌ ଜିଏସ୍‌ଟି ଇଣ୍ଟେଲିଜେନ୍ସ(ଡିଜିଜିଆଇ) ଏବଂ ଡାଇରେକ୍ଟୋରେଟ ଜେନେରାଲ ଅଫ୍‌ ରେଭେନ୍ୟୁ ଇଣ୍ଟେଲିଜେନ୍ସ(ଡିଜିଆର୍‌ଆଇ) ପକ୍ଷରୁ ମିଳିତ ଭାବେ ଦେଶର ୩୩୬ ସ୍ଥାନରେ ବୁଧବାର ଏକାସାଙ୍ଗରେ ଚଢ଼ାଉ କରାଯାଇଥିଲା। ଏହି ଅଭିଯାନ ଏତେ ବିଶାଳ ଥିଲା ଯେ, ଏଥିରେ ପ୍ରାୟ ୧୨୦୦ ଆୟକର ଅଧିକାରୀ ସାମିଲ ହୋଇଥିଲେ। ଉଭୟ ସଂସ୍ଥାର ଗୋଇନ୍ଦା ତଥ୍ୟରୁ ଜଣାପଡିଛି ଯେ, ବହୁ ରପ୍ତାନିକାରୀ ଆଇଜିଏସ୍‌ଟି ପ୍ରଦାନ କରି ବିଦେଶକୁ ସାମଗ୍ରୀ ରପ୍ତାନି କରୁଛନ୍ତି। ଜାଲ୍‌ କାଗଜପତ୍ର ଜରିଆରେ ସେମାନେ ଇନ୍‌ପୁଟ ଟ୍ୟାକ୍ସ କ୍ରେଡିଟ ହାସଲ କରି ଏଭଳି ରପ୍ତାନି କରାଯାଇଛି। ପରେ ଏହି ଆଇଜିଏସ୍‌ଟି ବାବଦରେ ରିଫଣ୍ଡ ଦାବି କରାଯାଇଛି। ପ୍ରାରମ୍ଭିକ ତଥ୍ୟରୁ ଜଣାପଡିଛି ଯେ, ୪୫୦ କୋଟି ଟଙ୍କାର ଏଭଳି ଆଇଜିଏସ୍‌ଟି ଜାଲ୍‌ କାରବାର ଧରାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଓରେ ଫେସ୍‌ବୁକ୍‌ ଅଂଶଧନ ହାସଲକୁ ସିସିଆଇ ମଞ୍ଜୁରୀ

ନୂଆଦିଲ୍ଲୀ,୨୫।୬ : ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଜିଓ ପ୍ଲାଟ୍‌ଫର୍ମରେ ଫେସ୍‌ବୁକ୍‌ ୯.୯୯% ଅଂଶଧନ ହାସଲ କରିଛି। ଏହାକୁ କମ୍ପିଟିଶନ କମିଶନ ଅଫ୍‌ ଇଣ୍ଡିଆ(ସିସିଆଇ) ପକ୍ଷରୁ ବୁଧବାର ମଞ୍ଜୁରୀ...

ଏସ୍‌ବିଆଇ ମହିଳା ସଂଘ ପକ୍ଷରୁ ଖାଦ୍ୟ ସାମଗ୍ରୀ ବଣ୍ଟନ

ଭୁବନେଶ୍ୱର,୩୦ ।୪: ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସ୍‌ବିଆଇ) ମହିଳା ସଂଘ ଭୁବନେଶ୍ୱର ପକ୍ଷରୁ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି। କୋଭିଡ୍‌-୧୯ ଯୋଗୁ ଫସି ରହିଥିବା ଲୋକଙ୍କ ଲାଗି...

ଏଚ୍‌ଡିଏଫ୍‌ସିର ୧.୭୫ କୋଟି ଶେୟାର କିଣିଲା ଚାଇନା ବ୍ୟାଙ୍କ

ନୂଆଦିଲ୍ଲୀ,୧୩।୪: କୋଭିଡ୍‌-୧୯ ଭାଇରସ୍‌ ଯୋଗୁ ସାରା ବିଶ୍ୱରେ ଉପୁଜିଥିବା ସ୍ଥିତିର ଫାଇଦା ଏବେ ଚାଇନା ଉଠାଉଛି। ଏସିଆର ସବୁଠାରୁ ବଡ଼ ଅର୍ଥ ବ୍ୟବସ୍ଥା ଭାବେ ବିବେଚିତ...

ଅକ୍ସିଜେନ ଯୋଗାଣ: ଆଗେଇ ଆସିଛି ଶିଳ୍ପ ଜଗତ

ନୂଆଦିଲ୍ଲୀ,୨୬।୪: କୋଭିଡ୍‌-୧୯ର ଦ୍ୱିତୀୟ ଲହର ଯୋଗୁ ସାରା ଦେଶରେ ସଂକ୍ରମଣ ଏବେ ବଢିଚାଲିଛି। ଏଭଳି ସ୍ଥିତିରେ ମେଡିକାଲ ଅକ୍ସିଜେନର ଅଭାବ ଏକ ପ୍ରମୁଖ ସମସ୍ୟା ଭାବେ...

ଆର୍‌ବିଆଇ ନିର୍ଦ୍ଦେଶ ସତ୍ତ୍ୱେ ଶସ୍ତା ହେବ ନାହିଁ ଋଣ

ନୂଆଦିଲ୍ଲୀ,୭-୯: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ପକ୍ଷରୁ ରେପୋ ରେଟ ଭଳି ବାହ୍ୟ ବେଞ୍ଚ ମାର୍କ ରେଟ୍‌ ସହ ସମସ୍ତ ପ୍ରକାର ରିଟେଲ ଋଣକୁ ଯୋଡିବାକୁ ନିର୍ଦ୍ଦେଶ...

ଜେଟ୍‌ ଏୟାରଓ୍ବେଜ୍‌ରେ ଇସ୍ତଫା ଦୌଡ

ନୂଆଦିଲ୍ଲୀ,୧୫-୫: ଘରୋଇ ବିମାନ କମ୍ପାନୀ ଜେଟ୍‌ ଏୟାରଓ୍ବେଜ୍‌ର ପୁନଃକାର୍ଯ୍ୟକ୍ଷମ ହେବା ଆଶା ପ୍ରାୟ ଶେଷ ହୋଇଯିବା ପରେ ଟପ୍‌ ମ୍ୟାନେଜମେଣ୍ଟ ଅଧିକାରୀଙ୍କ ମଧ୍ୟରେ ନୈରାଶ୍ୟ ଖେଳିଯାଇଛି।...

ବିଦାୟ ବେଳାରେ ସରକାରଙ୍କୁ ବିରାଲଙ୍କ ପରାମର୍ଶ: ବନ୍ଦ ହେଉ ଲାଭ ଦେଉ ନ ଥିବା ସବ୍‌ସିଡି ସ୍କିମ୍‌

ମୁମ୍ବାଇ,୨୪-୭ – ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ସ୍ବାଧୀନତା ନେଇ ମୁଖର ଥିବା ଡେପୁଟି ଗଭର୍ନର ବିରାଲ ଆଚାର୍ଯ୍ୟ ନିଜ କାର୍ଯ୍ୟକାଳର ଶେଷ ଦିନରେ ମଙ୍ଗଳବାର କେନ୍ଦ୍ର...

ରାଷ୍ଟ୍ରାୟତ୍ତ ଉଦ୍ୟୋଗଙ୍କ କ୍ଷତି ୧.୪ ଲକ୍ଷ କୋଟି

  ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକର କ୍ଷତି ବଢ଼ି ଚାଲିଛି। ୨୦୧୯ ମାର୍ଚ୍ଚ ଶେଷ ସୁଦ୍ଧା ମୋଟ ୧୮୯ ରାଷ୍ଟ୍ରାୟତ୍ତ କମ୍ପାନୀ ୧.୪୦ ଲକ୍ଷ କୋଟି ଟଙ୍କା...

Advertisement


Archives

Model This Week

Why Dharitri