Posted inଖେଳ

ଜାତୀୟ ସିନିୟର ବ୍ୟାଡ୍‌ମିଣ୍ଟନ ସ୍ଥଗିତ

ନୂଆଦିଲ୍ଲୀ, ୨୫।୩ (ପି.ଟି.)- କରୋନା ଭାଇରସ୍‌ ଆତଙ୍କକୁ ନଜରରେ ରଖି ଜାତୀୟ ସିନିୟର ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ର ୮୪ତମ ସଂସ୍କରଣକୁ ସ୍ଥଗିତ ରଖାଯାଇଛି। ବ୍ୟାଡ୍‌ମିଣ୍ଟନ ଆସୋସିଏଶନ ଅଫ୍‌ ଇଣ୍ଡିଆ (ବାଇ) ପକ୍ଷରୁ ମଙ୍ଗଳବାର ଏହା ଘୋଷଣା କରାଯାଇଛି। ଏପ୍ରିଲ ୨୭ରୁ ମେ ୩ ପର୍ଯ୍ୟନ୍ତ ଏହା ଲକ୍ଷ୍ନୌରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଥିଲା। ‘କରୋନା ଭାଇରସ୍‌ ଯୋଗୁ ଆମେ ୮୪ତମ ସିନିୟର ବ୍ୟାଡ୍‌ମିଣ୍ଟନ ଓ ୭୫ତମ ଆନ୍ତଃ ରାଜ୍ୟ-ଆନ୍ତଃ ଜୋନ୍‌ ପ୍ରତିଯୋଗିତାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛୁ। ଲକ୍ଷ୍ନୌରେ ହେବାକୁ ଥିବା ଏହି ଇଭେଣ୍ଟ ପାଇଁ କୌଣସି ଅଗ୍ରିମ ଟିକେଟ୍‌ ବୁକିଂ ନ କରିବାକୁ ଆମେ ସମସ୍ତ ରାଜ୍ୟ ସଂଘର ସମ୍ପାଦକଙ୍କୁ ପରାମର୍ଶ ଦେଉଛୁ’ ବୋଲି ବାଇ ସମ୍ପାଦକ ଅଜୟ ସିଂଘାଣିଆ କହିଛନ୍ତି। ଗତ ବର୍ଷ ଗୁଆହାଟୀରେ ଖେଳାଯାଇଥିବା ସଂସ୍କରଣରେ ସାଇନା ନେହ୍ବାଲ ଓ ସୌରଭ ବର୍ମା ଯଥାକ୍ରମେ ମହିଳା ଓ ପୁରୁଷ ସିଙ୍ଗଲ୍ସ ବର୍ଗରେ ଚାମ୍ପିୟନ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ରବିଙ୍କ ପାଖରେ କିଛି ଭିନ୍ନ ଅଛି’

କୋଲକାତା,୧୭।୨: ଯୁବ ଲେଗ୍‌ ସ୍ପିନର ରବି ବିଷ୍ଣୋଇ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ଚମତ୍କାର ବୋଲିଂ କରିଥିଲେ। ଜୋଦପୁରର ୨୧ ବର୍ଷୀୟ ସ୍ପିନର ୪...

କୋହଲି ପୁଣି ଫେଲ୍‌

ଲଣ୍ଡନ,୧।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ଟେଷ୍ଟ ମ୍ୟାଚ୍‌। ଏଜବାଷ୍ଟନ୍‌ ଟେଷ୍ଟର ପ୍ରଥମ ଦିନରେ ନିରାଶ କରିଛନ୍ତି ପୂର୍ବତନ ଅଧିନାୟକ ବିରାଟ...

ୟୁଏସ୍‌ ଓପନ୍‌: ବୁଷ୍ଟାଙ୍କୁ ସେମିରେ ଭେଟିବେ ଜେଭେରେଭ

ନ୍ୟୁୟର୍କ,୧୦।୯(ଏପି): ୟୁଏସ୍‌ ଓପନ ପୁରୁଷ ସିଙ୍ଗଲ୍ସ ଇଭେଣ୍ଟର ପ୍ରଥମ ସେମିଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି। ୫ମ ସିଡ୍‌ ମାନ୍ୟତା ପାଇଥିବା ଜର୍ମାନୀର ଆଲେକଜାଣ୍ଡାର ଜେଭେରେଭ ଓ...

ମହିଳା ବିଶ୍ୱ ସ୍କ୍ବାଶ ଚାମ୍ପିୟନଶିପ୍‌ରୁ ଓହରିଲା ଭାରତ

ଚେନ୍ନାଇ, ୪ା୮ (ପି.ଟି.)-ମାଲେସିଆର କୁଆଲାଲମ୍ପୁରରେ ଡିସେମ୍ବର ୧୫ରୁ ୨୦ ପର୍ଯ୍ୟନ୍ତ ହେବାକୁଥିବା ମହିଳା ବିଶ୍ୱ ଟିମ୍‌ ସ୍କ୍ବାଶ ଚାମ୍ପିୟନଶିପ୍‌ରୁ ଭାରତ ଓହରିଯାଇଛି। କୋଭିଡ୍‌-୧୯ ମହାମାରୀ ଯୋଗୁ...

ଆଶେସ ଚତୁର୍ଥ ଟେଷ୍ଟ: ଲାବୁସ୍କାନ, ସ୍ମିଥ୍‌ଙ୍କ ଅର୍ଦ୍ଧଶତକ

ଓଲ୍ଡ ଟ୍ରାଫର୍ଡ,୫।୯- ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡ ଷ୍ଟାଡିୟମରେ ଇଂଲଣ୍ଡ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ଆଶେସ ଟେଷ୍ଟ ମ୍ୟାଚ୍‌ ବୁଧବାରଠାରୁ ଆରମ୍ଭ ହୋଇଛି। ବର୍ଷା...

ଦୃଢ଼ ସ୍ଥିତିରେ ଭାରତ

ମୋହାଲି,୫।୩: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନର ଖେଳ ସମାପ୍ତ ହୋଇଛି। ଭାରତୀୟ ଦଳ ଶନିବାର ୮ ଉଇକେଟ ହରାଇ ୫୭୪ ରନ୍‌ କରି...

ସାହାଣୀ କପ୍‌ ଫୁଟ୍‌ବଲ ଚାମ୍ପିୟନଶିପ୍‌: କଟକକୁ ହରାଇ ସୁନ୍ଦରଗଡ଼ ଚାମ୍ପିୟନ

ସୁନ୍ଦରଗଡ଼, ୧୪।୨: ଫୁଟ୍‌ବଲ ଆସୋସିଏଶନ ଅଫ୍‌ ଓଡ଼ିଶା (ଫାଓ) ପକ୍ଷରୁ ଆୟୋଜିତ ୬୧ତମ ସାହାଣୀ କପ୍‌ ଫୁଟବଲ ଚାମ୍ପିୟନଶିପ୍‌ରେ ରବିବାର ଫାଇନାଲ ଖେଳରେ ସୁନ୍ଦରଗଡ ଦଳ...

ଚହଲ, କୁଲଦୀପ ଆଗକୁ ଆହୁରି ପ୍ରଭାବୀ ସାବ୍ୟସ୍ତ ହେବେ: ହସି

ମୁମ୍ବାଇ,୨୮।୬(ପି.ଟି.)- ଚଳିତ ବିଶ୍ୱକପ୍‌ରେ ଆଗକୁ ଭାରତର ଦୁଇ ରିଷ୍ଟ ସ୍ପିନର କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲ ଆହୁରି ଭଲ ପ୍ରଦର୍ଶନ କରି ପ୍ରଭାବୀ ସାବ୍ୟସ୍ତ...

Advertisement
Archives

Model This Week