Posted inଖେଳ

ଜାତୀୟ ସିନିୟର ଟେନିସ କ୍ରିକେଟ ପାଇଁ ଓଡ଼ିଶା ଦଳ

ଭୁବନେଶ୍ୱର, ୨୧।୫(କ୍ରୀଡ଼ା ପ୍ରତିନିଧି)-
ଚଳିତ ମାସ ୨୩ରୁ ୨୬ ପର୍ଯ୍ୟନ୍ତ ଗୋଆର ପଞ୍ଜିମ୍‌ଠାରେ ୪ର୍ଥ ଜାତୀୟ ସିନିୟର ଟେନିସ କ୍ରିକେଟ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହେବ। ଏଥିପାଇଁ ସୋମବାର ୧୮ ଜଣିଆ ଓଡ଼ିଶା ଦଳ ଘୋଷିତ ହୋଇଛି। ଖେଳାଳି ଚୟନ ପାଇଁ ଗତ ୧୧ ଓ ୧୨ ତାରିଖରେ ଶ୍ରୀ ଜୟଦେବ କଲେଜ ପଡ଼ିଆରେ ୬୦ ଖେଳାଳିଙ୍କୁ ନେଇ କ୍ୟାମ୍ପ ଅନୁଷ୍ଠିତ ହୋଇଥିଲା। ପ୍ରଦର୍ଶନ ଭିତ୍ତିରେ ମନୋନୀତ ଦଳ ୨୧ ତାରିଖରେ ଗୋଆ ଯାତ୍ରା କରିବ। ପ୍ରତିଯୋଗିତାରେ ଓଡ଼ିଶା ଭଲ ପ୍ରଦର୍ଶନ କରିବା ନେଇ ଆଶା ରଖିଛନ୍ତି ଓଡ଼ିଶା ରାଜ୍ୟ ଟେନିସ କ୍ରିକେଟ ଆସୋସିଏଶନ ସମ୍ପାଦକ ରିଣ୍ଟୁ ମିତ୍ର। ମନୋନୀତ ଖେଳାଳିମାନଙ୍କୁ ଆସୋସିଏଶନ ସଭାପତି ଅଭିଳାଷ ସାହୁ, ମୁଖ୍ୟ ଉପଦେଷ୍ଟା ବାରିଜ ରଞ୍ଜନ ମହାନ୍ତି, ଉପସଭାପତି ଦେବବ୍ରତ ସାହୁ, ରାଜେନ୍ଦ୍ର ମହାରଣା, କୋଷାଧ୍ୟକ୍ଷ ରାଗିନି ମିତ୍ର, ଅମରେନ୍ଦ୍ର ଦାସ, ବିକ୍ରମ ପାତ୍ର, ସୋଭେନ ମହାରଣା ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।
ଓଡ଼ିଶା ଦଳ: ସୁଶିଲ କୁମାର ବାରିକ, ପ୍ରମୋଦ କୁମାର ନାୟକ, ରତିକାନ୍ତ ମହାନ୍ତ, ବିମଲ କୁମାର ମହାପାତ୍ର, ସନ୍ତୋଷ ଜେନା, ସୁଦୀପ କୁମାର ଢାଲି, ସହଦେବ ଦାସ, ବବ୍‌ଲୁ ବେହେରା, ସମୀର ବାରିକ, ଅଜୟ ମହାନନ୍ଦମ୍‌, ଏମ. ରାଜା, ପ୍ରବୀଣ ଆଚାର୍ଯ୍ୟ, ବଦ୍ରି ନାରାୟଣ ପାତ୍ର, ଦୀପକ କୁମାର ମଲିକ, ଗଣେଷ କୁମାର ସେଠୀ। ମ୍ୟାନେଜର: ବାସୁଦେବ ଓଝା, କୋଚ୍‌: ମହମ୍ମଦ ଆଜାମ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶେଷ ହେଲା ଲକ୍ଷ୍ନୌର ଖେଳାଳି ଖୋଜିବା ପ୍ରକ୍ରିୟା

ନୂଆଦିଲ୍ଲୀ,୨୩।୩: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୫ତମ ସଂସ୍କରଣ ପୂର୍ବରୁ ଆହତ ସମସ୍ୟା କାରଣରୁ ମାର୍କ ଉଡ୍‌ ଓହରିବା ପରେ ତାଙ୍କ ବଦଳ ଖେଳାଳି ଖୋଜୁଥିଲା...

ବ୍ରାଥଓ୍ବେଟଙ୍କୁ ଭର୍ତ୍ସନା

ସାଉଥାମ୍ପଟନ,୧୫।୬(ପିଟି): ଓ୍ବେଷ୍ଟଇଣ୍ଡିଜ ଅଲରାଉଣ୍ଡର କାର୍ଲୋସ ବ୍ରାଥଓ୍ବେଟଙ୍କୁ ଭର୍ତ୍ସନା କରାଯାଇଛି। ଏଠାରେ ଶୁକ୍ରବାର ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ବିଶ୍ୱକପ୍‌ ମ୍ୟାଚ୍‌ରେ ସେ ଅମ୍ପାୟରଙ୍କୁ ଖରାପ ବ୍ୟବହାର କରିଥିଲେ।...

ବିଶ୍ୱକପ୍‌ ଫାଇନାଲ: ପ୍ରଥମେ ବ୍ୟାଟିଂ କରିବ ନ୍ୟୁଜିଲାଣ୍ଡ

ଲଡର୍‌ସ,୧୪।୭- ଚଳିତ ବଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ରେ ବର୍ଷା ଯୋଗୁ ଟସ୍‌ ବିଳମ୍ବରେ ହୋଇଛି। ଟସ୍‌ ଜିତି ଗତଥରର ଫାଇନାଲିଷ୍ଟ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି।...

ଟିମ୍‌ ଇଣ୍ଡିଆ ଆଗରେ ଚ୍ୟାଲେଞ୍ଜିଂ ଟାର୍ଗେଟ

କଲମ୍ବୋ,୧୮।୭: ଶିଖର ଧାଓ୍ବନଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଆଗରେ ୨୬୩ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ ଛିଡ଼ା କରିଛି ଶ୍ରୀଲଙ୍କା। ମ୍ୟାଚ୍‌ ଆରମ୍ଭରୁ ଭାରତୀୟ ବୋଲରଙ୍କ ଜବରଦସ୍ତ...

ୟୁଟ୍ୟୁବ୍‌ରେ ‘ମନ କି ବାତ୍‌’ କାର୍ଯ୍ୟକ୍ରମର ଏକ ଏପିସୋଡକୁ ମିଳିଛି ସର୍ବାଧିକ ଡିସ୍‌ ଲାଇକ୍‌

ନୂଆଦିଲ୍ଲୀ, ୧।୧୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ କି ବାତ୍‌’ କାର୍ଯ୍ୟକ୍ରମ ଏବେ ଚର୍ଚ୍ଚାରେ ରହିଛି। ଏହି ମାସିକିଆ କାର୍ଯ୍ୟକ୍ରମର ଏକ ଏପିସୋଡକୁ ମିଳିଛି...

ଧୋନୀଙ୍କ ରେକର୍ଡ ତାଲିକାରେ ଯୋଡ଼ି ହେଲା ନୂଆ ଫର୍ଦ୍ଦ

ମୁମ୍ବାଇ,୨୦।୪ : ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ କ୍ୟାରିୟରରେ ସୋମବାର ଯୋଡ଼ି ହୋଇଛି ଆଉ ଏକ ସଫଳତା। ଓ୍ବାଙ୍ଖଡେ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ...

ରବି ଶାସ୍ତ୍ରୀଙ୍କ ଭବିଷ୍ୟବାଣୀ

ମୁମ୍ବାଇ,୧୯।୫: ଭାରତରେ ଖେଳାଯାଉଥିବା ଆଇପିଏଏଲ୍‌ ୨୦୨୨ ଉପରେ ଏବେ ସମଗ୍ର କ୍ରିକେଟ୍‌ ଜଗତର ଆଖି ରହିଛି। ଏହି ଲିଗ ବର୍ତ୍ତମାନ ଧୀରେ ଧୀରେ ଏହାର ଶେଷ...

ବିଶ୍ୱକପ୍‌ରେ ଏକମାତ୍ର ଅପରାଜେୟ ଦଳ ପାକିସ୍ତାନ

ଆବୁଧାବି,୭।୧୧: ଚଳିତ ଟି୨୦ ବିଶ୍ୱକପ୍‌ରେ ରବିବାର ଖେଳାଯାଇଥିବା ମ୍ୟାଚ୍‌ରେ ସ୍କଟଲାଣ୍ଡକୁ ୭୨ ରନ୍‌ରେ ହରାଇ ପାକିସ୍ତାନ ତା’ର ଅପରାଜେୟ ଧାରା ଜାରି ରଖିଛି। ପୂର୍ବରୁ ସେମିଫାଇନାଲରେ...

Advertisement
Archives

Model This Week