ଜାତୀୟ ରାଜପଥ ସମ୍ପ୍ରସାରଣ ବେଳେ ଭୁଶୁଡ଼ିଲା କାନ୍ଥ: ୮ ଆହତ, ୩ ଗୁରୁତର

କାମାକ୍ଷାନଗର, ୨୧।୯(ଡି.ଏନ୍‌.ଏ.) – ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ବଡସୁଅଁାଳ ଗ୍ରାମ ନିକଟ ଦେଇ ଯାଇଥିବା ୫୩ନଂ. ଜାତୀୟ ରାଜପଥ ସମ୍ପ୍ରସାରଣବେଳେ ଶୁକ୍ରବାର ଅଭାବନୀୟ ଘଟଣା ଘଟିଛି। ଜେସିବି ସହାୟତାରେ ଉଚ୍ଛେଦ କାର୍ଯ୍ୟ ଚାଲିଥିବାବେଳେ କାନ୍ଥ ଭୁଶୁଡ଼ି ଦୁଇ ପରିବାରର ୮ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ଲଙ୍କାକାଣ୍ଡ ଘଟାଇଛନ୍ତି। ସେମାନେ ଏକ ଜେସିବିକୁ ପୋଡ଼ି ଦେଇଛନ୍ତି। ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଘଟଣାସ୍ଥଳରେ ପହଞ୍ଚତ୍ଥିବା ପୋଲିସ ଗାଡ଼ିକୁ ମଧ୍ୟ ସେମାନେ ଭଙ୍ଗାରୁଜା କରିଛନ୍ତି। ଆହତଙ୍କୁ କ୍ଷତିପୂରଣ ଏବଂ ପ୍ରଶାସନ ପକ୍ଷରୁ ସମସ୍ତ ଚିକିତ୍ସା ସହାୟତା ଦାବିରେ ଅଞ୍ଚଳବାସୀ ଜାତୀୟ ରାଜପଥ ଅବରୋଧ କରିଥିଲେ।


ଅଭିଯୋଗ ଅନୁଯାୟୀ, ବଡସୁଅଁ।ଳ ଗ୍ରାମ ଦେଇ ଯାଇଥିବା ୫୩ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ ଲାଗି ଏନ୍‌ଏସି ପକ୍ଷରୁ ଶୁକ୍ରବାର ସନ୍ଧ୍ୟାରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଥିଲା। ପୂର୍ବରୁ ୧୦୦ ମିଟର ପର୍ଯ୍ୟନ୍ତ ଉଚ୍ଛେଦ କରିବାକୁ ସୀମା ନିର୍ଦ୍ଧାରଣ କରାଯାଇଥିଲା। ହେଲେ ପ୍ରଶାସନ ପକ୍ଷରୁ ୧୨୦ ମିଟର ଯାଏ ନିର୍ମାଣ ଭଙ୍ଗା ଯାଇଥିଲା। ଲୋକଙ୍କ ଅଗୋଚରରେ ହଠାତ୍‌ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ସମୟରେ ଏକ ଘର କାନ୍ଥ ଭୁଶୁଡ଼ି ପଡ଼ିଥିଲା। ବଦ୍ରିପ୍ରିୟା ଖଟୁଆ (୩୨), ବବିତା ଖଟୁଆ (୩୫), କାଜଲ ଖଟୁଆ (୧୬), ନୀଳିମା ଖଟୁଆ (୧୨), ଖୁସି ଖଟୁଆ (୧୩), ଲୁଇ ଖଟୁଆ (୧୧), ଦୀପୁନ ଖଟୁଆ (୯), କ୍ରିଷ୍ଣା ଖଟୁଆ ପ୍ରମୁଖ ଏଥିରେ ଚାପି ହୋଇଯାଇଥିଲେ। ସୌଭାଗ୍ୟରୁ ସମସ୍ତେ ଏକ ବିମ୍‌ ତଳେ ରହିଯିବାରୁ ଅଳ୍ପକେ ସମସ୍ତଙ୍କ ଜୀବନ ବଞ୍ଚତ୍ ଯାଇଛି। ନୀଳିମା, ଦୀପୁନ, କ୍ରିଷ୍ଣାଙ୍କ ଅବସ୍ଥା ଗୁରୁତର ରହିଛି। କେତେକଙ୍କ ଆଭ୍ୟନ୍ତରୀଣ ଅଙ୍ଗରେ କ୍ଷତ ସୃଷ୍ଟି ହୋଇଛି। ସମସ୍ତଙ୍କୁ ପ୍ରଥମେ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟ ଏବଂ ପରେ ଜିଲା ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ସୂଚନାପାଇ ତହସିଲଦାର ସୁଧାଂଶୁ କୁମାର ମହାନ୍ତି, ଅତିରିକ୍ତ ତହସିଲଦାର ଅନୁପମା ମୁର୍ମୁ, ଏସ୍‌ଡିପିଓ ସୁପ୍ରସନ୍ନ ମଲ୍ଲିକ ସଦଳବଳ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ତେବେ ଉତ୍ତ୍ୟକ୍ତ ଲୋକେ ପୋଲିସ ଗାଡ଼ି ଭଙ୍ଗାରୁଜା କରିବା ସହ ଏକ ଜେସିବିରେ ନିଅଁା ଲଗାଇ ଦେଇଥିଲେ। ଏଥିସହ ଅନ୍ୟ ଏକ ଜେସିବିକୁ ଭାଙ୍ଗି ଦେଇଥିଲେ। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଉଥିବା ଦେଖି ଏନ୍‌ଏଚ୍‌ଏଆଇର କର୍ମଚାରୀମାନେ ଛତ୍ରଭଙ୍ଗ ଦେଇଥିଲେ। ଘଟଣାକୁ ନେଇ ଗ୍ରାମରେ ଚାପା ଉତ୍ତେଜନା ଲାଗିରହିଛି। ଖବର ଲେଖାଯିବା ସୁଦ୍ଧା ଲୋକମାନେ ବଡସୁଅଁାଳଠାରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ସେମାନେ ଦାବି କରିଛନ୍ତି ଯେ, ବିନା ସୂଚନାରେ ଅଧିକ ୨୦ ମିଟର ଯାଏ ଉଚ୍ଛେଦ କରାଯାଇଛି। ଏହା ବେଆଇନ। କେତେ ମିଟର ଉଚ୍ଛେଦ ହେବ ପ୍ରଥମେ ପ୍ରଶାସନ ପକ୍ଷରୁ ଚିହ୍ନଟ କରାଯାଉ। ଏହାପରେ ଉଚ୍ଛେଦ କରାଯାଉ। ନଚେତ୍‌ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।
ଅନ୍ୟପଟେ ରାତି ୯ଟା ସୁଦ୍ଧା ସମାଧାନର ସୂତ୍ର ବାହାରିପାରିନାହିଁ। ଶନିବାର ପୂର୍ବାହ୍ନ ସାଢ଼େ ୧୦ଟାରେ ପ୍ରଶାସନ, ରାସ୍ତା ନିର୍ମାଣକାରୀ ଠିକାସଂସ୍ଥା, ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ, ଅଞ୍ଚଳବାସୀ ମିଳିତ ବୈଠକ ବସିବ। ଏହାପରେ ସମାଧାନର ସୂତ୍ର ବାହାରିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯିବା ପରେ ରାସ୍ତାରୋକୋ ହଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସଂକ୍ରମଣ ରୋକିବାକୁ କଠୋର ହେଲା ପ୍ରଶାସନ: ଶନି, ରବି ଢେଙ୍କାନାଳ ଶଟଡାଉନ୍‌

ଢେଙ୍କାନାଳ ଅଫିସ, ୨।୭-ଢେଙ୍କାନାଳ ଜିଲାରେ କରୋନା ସଂକ୍ରମଣ ଏଡ଼ାଇବାକୁ ସପ୍ତାହନ୍ତ ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଅତ୍ୟାବଶ୍ୟକ ସେବାକୁ ବାଦ୍‌ ଦେଲେ ଏଣିକି ଶନି ଏବଂ ରବି...

ଜନପ୍ରତିନିଧି-ପ୍ରଶାସନିକ ଅଧିକାରୀ ମୁହାଁମୁହିଁ: ବିଡିଓଙ୍କ ନାମରେ ସମିତିସଭ୍ୟାଙ୍କ ଏତଲା

ଢେଙ୍କାନାଳ ଅଫିସ, ୨୮।୮-ଆବାସ ଯୋଜନାରେ କାର୍ଯ୍ୟାଦେଶ ପାଇଥିବା ହିତାଧିକାରୀଙ୍କ ବିଲ୍‌କୁ ନେଇ ଢେଙ୍କାନାଳ ଜିଲା ହିନ୍ଦୋଳ ବିଡିଓ ହେମନ୍ତ କୁମାର ମହନ୍ତ ଏବଂ ହାତୁରା ସମିତିସଭ୍ୟା...

୨୦ରୁ ଊର୍ଦ୍ଧ୍ୱ ଗୋରୁ ଉଦ୍ଧାର, ୭ ଅଟକ

କାମାକ୍ଷାନଗର, ୨୦।୭(ଡି.ଏନ.ଏ.) – ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଅଞ୍ଚଳରୁ ତିଗିରିଆକୁ ଚାଲାଣ କରାଯାଉଥିବାବେଳେ ୨ଟି ଗୋରୁ ବୋଝେଇ ଗାଡ଼ିକୁ ଧରିଛନ୍ତି କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା...

ବାଲ୍ୟ ବିବାହକୁ ନା, ବିଦ୍ୟାଳୟକୁ ହଁ: ଶପଥ ନେଲେ ଛାତ୍ରୀଛାତ୍ର

ଢେଙ୍କାନାଳ ଅଫିସ, ୨୪।୧୦ – ଢେଙ୍କାନାଳ ଜିଲା ପ୍ରଶାସନ, ଆକ୍ସନ ଏଡ୍‌ ଏବଂ ୟୁନିସେଫ୍‌ର ମିଳିତ ସହଯୋଗରେ ଗୋବିନ୍ଦପୁରସ୍ଥିତ କାମାକ୍ଷା ପ୍ରସାଦ ହାଇସ୍କୁଲରେ ‘ବାଲ୍ୟ ବିବାହକୁ...

ସହରରେ ବୁଲୁଛନ୍ତି ବାହାର ଶ୍ରମିକ

କାମାକ୍ଷାନଗର, ୧୪।୫(ଡି.ଏନ.ଏ.) – ପୋଲିସ ପଇଁତରା ସତ୍ତ୍ୱେ ସହରକୁ ପଶୁଛନ୍ତି ବାହାର ଶ୍ରମିକ। ଏହାକୁ ନେଇ ଢେଙ୍କାନାଳ ଜିଲା କାମାକ୍ଷାନଗରରେ ସୃଷ୍ଟି ହୋଇଛି ଭୟର ବାତାବରଣ।...

ଖର୍ଚ୍ଚ ହେବ ୨୦ ଲକ୍ଷ

ଭୁବନ, ୩୧।୮(ଡି.ଏନ.ଏ.) ପାଦ ଥାପିଛି ଶରତ। ବିଦ୍ୟାଦାତା ଗଜାନନଙ୍କ ଆବାହନ ସହ ଆରମ୍ଭ ହେବ ପାର୍ବଣ ଋତୁ। ଏହାକୁ ନେଇ ଗଁ।ଠାରୁ ସହର ଯାଏ ସବୁଠି...

୫ ଆହାର କେନ୍ଦ୍ରକୁ ଆଇଏସ୍‌ଓ ମାନ୍ୟତା

ଢେଙ୍କାନାଳ ଅଫିସ, ୭।୧୧: ଢେଙ୍କାନାଳ ଜିଲାର ୫ ଆହାରକେନ୍ଦ୍ରକୁ ଆଇଏସ୍‌ଓ-୯୦୦୧:୨୦୧୫ ମାନ୍ୟତା ପ୍ରଦାନ କରାଯାଇଥିବା ବୁଧବାର ଜିଲା ଆହାର ସୋସାଇଟି ପକ୍ଷରୁ ସୂଚନା ଦିଆଯାଇଛି। ତନ୍ମଧ୍ୟରେ ଢେଙ୍କାନାଳ...

ଭାଙ୍ଗିଗଲା ନୂଆଗାଁ ମାଇନର କେନାଲର କଂକ୍ରିଟ୍‌ ଢଳେଇ

ପରଜଙ୍ଗ, ୧୪।୧୦(ଡି.ଏନ.ଏ.) ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କନ୍ଦରସିଂହା ପଞ୍ଚାୟତର ଚାଷୀଙ୍କ ଜଳସେଚନର ପ୍ରମୁଖ ମାଧ୍ୟମ ନୂଆଗାଁ ମାଇନର କେନାଲର ୨୦ଫୁଟ କଂକ୍ରିଟ୍‌ ଢଳେଇ ଭାଙ୍ଗିଯାଇଛି।...

Play 250+ Trending Games
Archives

Model This Week

Why Dharitri