ଜାତୀୟ ରାଜପଥ ସଂପ୍ରସାରଣ : ଅବାଧ ଗଛକଟା, ରାସ୍ତାରେ ଅଟକି ରହୁଛି ଯାନବାହନ

ଦାରିଙ୍ଗବାଡ଼ି,୨୪।୧୦(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁର ୫୯ନଂ ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟ ଜୋର୍‌ସୋରରେ ଚାଲିଛି। ଏଥିପାଇଁ ବନ ବିଭାଗର କର୍ପୋରେଶନ ପକ୍ଷରୁ ରାଜପଥ କଡ଼ରେ ରହିଥିବା ମୂଲ୍ୟବାନ ଗଛ ସ୍ଥାନାନ୍ତର କରାଯିବା ସହ ଏବେ ବଳକା ହଜାର ହଜାର ଗଛକୁ କର୍ପୋରେଶନ ପକ୍ଷରୁ କଟା ଚାଲିଛି। ଫଳରେ ଏଥିପାଇଁ କିଛି ଶ୍ରମିକ ନିୟୋଜିତ ହୋଇଛନ୍ତି ା ତେବେ ଗଛ କଟାଯିବା ବେଳେ ମୋଟର ଚାଳିତ କରତ ଗୋଟିଏ ମାତ୍ର ବ୍ୟବହାର କରାଯାଉଥିବା ବେଳେ ଅବଶିଷ୍ଟ ପାଇଁ ଟାଙ୍ଗିଆ ବ୍ୟବହାର କରାଯାଉଛି ା ସଂପ୍ରସାରଣ ଆଳରେ ବଡ଼ ବଡ଼ ଗଛ କଟାଯିବାବେଳେ ଘଣ୍ଟା ଘଣ୍ଟା ଧରି ଜାତୀୟ ରାଜପଥକୁ ବନ୍ଦ କରି ଦିଆଯାଉଛି। ଫଳରେ ଜରୁରିକାଳୀନ ପରିସ୍ଥିତିରେ ଆମ୍ବୁଲାନ୍ସ ସମେତ ଭାରୀଯାନ, ବାଇକ୍‌ ଆଦି ଯାତାୟାତ ବନ୍ଦ ରହୁଛି। ଏହାକୁ ନେଇ ଜନ ଅସନ୍ତୋଷ ପ୍ରକାଶ ପାଉଛି। କୌଣସି କର୍ତ୍ତୃପକ୍ଷ ଘଟଣାସ୍ଥଳରେ ଉପସ୍ଥିତ ନ ଥାଇ ଗଛ କଟାଯାଉଥିବାରୁ ଏନେଇ ଲୋକେ ଅଭିଯୋଗ କଲେ ମଧ୍ୟ କାର୍ଯ୍ୟରେ ନିୟୋଜିତ ଶ୍ରମିକମାନେ ନିର୍ଦ୍ଦେଶ ଅନୁଯାୟୀ ଗଛ କାଟୁଛୁ ବୋଲି କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଣାଇ ଉପଖଣ୍ଡ ଚିକିତ୍ସାଳୟରେ ଆମ୍ବୁଲାନ୍ସ ସେବା ବନ୍ଦ: ରୋଗୀ ହନ୍ତସନ୍ତ

ବଣାଇ, ୧।୩(ସ୍ବ.ପ୍ର)- ସୁନ୍ଦରଗଡ଼ ଜିଲା ବଣାଇ ଉପଖଣ୍ଡ ଚିକିତ୍ସାଳୟରେ ଗତ କିଛିଦିନ ହେବ ୧୦୮ ଆମ୍ବୁଲାନ୍ସ ସେବା ବନ୍ଦ ହୋଇଯାଇଛି। ଏଥିଯୋଗୁ ରୋଗୀ ହନ୍ତସନ୍ତ ହେଉଥିବା...

ପଶୁପକ୍ଷୀଙ୍କ ଜୈବିକ ଖାଦ୍ୟ ଉତ୍ପାଦନକୁ ଗୁରୁତ୍ୱ

ରସୁଲପୁର,୨୨।୧୦(ଡି.ଏନ.ଏ.): ରସୁଲପୁର ବ୍ଲକରେ ଜୈବିକ ପଦ୍ଧତିରେ ପଶୁପକ୍ଷୀଙ୍କ ଖାଦ୍ୟ ପ୍ରସ୍ତୁତିକୁ ଗୁରୁତ୍ୱ ଦିଆଯାଉଛି। ଗ୍ରାମ୍ୟ ଉନ୍ନତି ଫାଉଣ୍ଡେଶନ ପକ୍ଷରୁ ଏନେଇ ଚାଷୀଙ୍କୁ ପ୍ରୋତ୍ସାହିତ କରାଯାଉଛି। ଉକ୍ତ...

ପୋଖରୀରେ ବୁଡ଼ି ଶିଶୁକନ୍ୟା ମୃତ

ବାଲେଶ୍ୱର ଅଫିସ,୧୫।୧୦-ବାଲେଶ୍ୱର ସଦର ଥାନା ବଡ଼ଡିହ ଗ୍ରାମର ବୀରେନ୍ଦ୍ର ଦିଣ୍ଡାଙ୍କ ୨ବର୍ଷର ଝିଅ ଶୁଭଲକ୍ଷ୍ମୀ ମଙ୍ଗଳବାର ପୋଖରୀରେ ବୁଡ଼ି ଯାଇ ପ୍ରାଣ ହରାଇଛନ୍ତି। ବୀରେନ୍ଦ୍ର କଲିକତାରେ...

ବ୍ରହ୍ମପୁରର ଗୁଗଲ୍‌ ଗର୍ଲ ଜିଜ୍ଞାସା

ବ୍ରହ୍ମପୁର ଅଫିସ୍‌,୨୮ା୧୨: ପିଲାଟି ଦିନରୁ ସବୁ ବିଷୟରେ ଜାଣିବାକୁ ଇଚ୍ଛା ରଖିଥିବା ୪ ବର୍ଷର ଝିଅ ଆଜି ବ୍ରହ୍ମପୁରର ଗୁଗୁଲ୍‌ ଗର୍ଲ ଭାବେ ପରିଚୟ ପାଇଛି।...

ତଦନ୍ତକାରୀ ଏସ୍‌ଆଇ ନିଲମ୍ବିତ

ଅନୁଗୋଳ ଅଫିସ୍‌, ୩୧।୧ – ଅନୁଗୋଳ ଥାନା ଲିଙ୍ଗରାଯୋଡ଼ିର ବାପି ଓରଫ୍‌ ସତ୍ୟଜିତ୍‌ ପ୍ରଧାନ(୩୩)ଙ୍କଠାରୁ ୩ ବନ୍ଧୁକ ଓ ୯ ଜୀବନ୍ତ ଗୁଳି ଜବତ କରାଯିବା...

ପ୍ରାଥମିକ ଶିକ୍ଷକଙ୍କ ନାମରେ ୨ଟି ଦୁଇ ମହଲା କୋଠା, ମାର୍କେଟ କମ୍ପ୍ଲେକ୍ସ

ଅମରପାଲି,୩।୩: ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳର ଜଣେ ଶିକ୍ଷକ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି। ସେ ହେଲେ ସେ ବୀରମହାରାଜପୁର ବ୍ଳକ ପଥରଘାଟ ୟୁପି ସ୍କୁଲରେ...

ହେଲ୍ପ ଡେସ୍କରେ କାର୍ଯ୍ୟରତ ୨ କର୍ମଚାରୀ କରୋନା ପଜିଟିଭ୍‌: କୋରାପୁଟ ଜିଲା ଚିକିତ୍ସାଳୟ ୪୮ ଘଣ୍ଟା ବନ୍ଦ

ଜୟପୁର,୨୦ା୭(ଡି.ଏନ୍‌.ଏ.): କୋରାପୁଟ ଜିଲା ଜୟପୁରସ୍ଥିତ ଜିଲା ଚିକିତ୍ସାଳୟର ୨ଜଣ ହେଲ୍ପ ଡେସ୍କରେ କାର୍ଯ୍ୟରତ ଅସ୍ଥାୟୀ ମହିଳା କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏ ନେଇ...

ଦିବ୍ୟାଙ୍ଗ ନାବାଳିକା ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ୧୦ବର୍ଷ ଜେଲ

ଢେଙ୍କାନାଳ ଅଫିସ, ୧୧ା୭-ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା ଡଙ୍ଗାପାଳ ଗ୍ରାମରେ ୨୦୧୬ରେ ସଙ୍ଗଠିତ ଦିବ୍ୟାଙ୍ଗ ନାବାଳିକା ବଳାତ୍କାର ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି। ସ୍ବତନ୍ତ୍ର...

Advertisement


Archives

Model This Week