ଜାତୀୟ ପତାକାକୁ ଅସମ୍ମାନ, ଥାନାରେ ଅଭିଯୋଗ

ଭଞ୍ଜନଗର,୧୭।୮(ଡି.ଏନ.ଏ)-ଭଞ୍ଜନଗର ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ ସ୍ଥାନୀୟ ଜେଲ ପଡ଼ିଆରେ ଗୁରୁବାର ଚାଲିଥିଲା। ଏହି ସମୟରେ ସହରର ଜଣେ ବ୍ୟବସାୟୀ ନିଜ ପୋଷା କୁକୁର ବେକରେ ଓ ଚେନରେ ଜାତୀୟ ପତାକା ମାରି ପଡ଼ିଆକୁ ଆଣିଥିଲେ। ଏହାକୁ ନେଇ ପଡ଼ିଆରେ ଉତ୍ତେଜନା ପ୍ରକାଶ ପାଇଥିଲା। ହୋହାଲ୍ଲା ପରେ ବ୍ୟବସାୟୀଜଣଙ୍କ ଚାଲି ଯାଇଥିଲେ। କିନ୍ତୁ ଏତିକିରେ କଥା ଥମିନଥିଲା। ଏନେଇ ବିଶ୍ୱହିନ୍ଦୁ ପରିଷଦ ନେତା ମୂରଲି ପଣ୍ଡା ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ କରିଛନ୍ତି। ଦୋଷୀ ବ୍ୟବସାୟୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି। ଥାନା ଅଧିକାରୀ ସୁଦୀପ୍ତ ସାହୁ କହିଛନ୍ତି ଯେ, ଘଟଣାର ତଦନ୍ତ ଚାଲିଛି। ସରିବା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ। ଅପରପକ୍ଷେ ଚଳିତ ବର୍ଷ ସ୍ବାଧୀନତା ଦିବସ ଉତ୍ସବ ଜେଲ ପଡ଼ିଆରେ ବହୁ ବିଳମ୍ବରେ ଶେଷ ହେବାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଆଗାମୀଦିନରେ ଏହାର ପୁନରାବୃତି ଯେଭଳି ନହେବ ସେଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାପାଇଁ ସହରର ସଚେତନ ନାଗରିକ ପ୍ରସ୍ତାବ ଦେଇଛନ୍ତି। ଗୁଳିଗୁଳି ଓ ଖରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ବହୁ ସମୟ ଧରି ହେବାଦ୍ୱାରା ଅନେକ ଛାତ୍ରୀଛାତ୍ର ଅସୁସ୍ଥ ଅନୁଭବ କରିଥିଲେ। କେତେଜଣ ଅଚେତ ହୋଇଥିବା ମଧ୍ୟ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆର୍ମି ନିଯୁକ୍ତି ପାଇଁ ଆସି ହଟହଟା: ଫୁଟ୍‌ପାଥରେ ରାତି କଟାଉଛନ୍ତି ପରୀକ୍ଷାର୍ଥୀ

ଭୁବନେଶ୍ୱର,୧୫।୧୦(ବ୍ୟୁରୋ): ସୋମବାର ମଧ୍ୟାହ୍ନ। ସ୍ଥାନ ରବୀନ୍ଦ୍ର ମଣ୍ଡପ ଛକରୁ ୧୨୦ ବାଟାଲିୟନ ରାସ୍ତା। ବିହାରର ଆଶିଷ କୁମାର ଏମ୍‌ଏଲ୍‌ଏ କ୍ୱାର୍ଟର୍ସ ସାମ୍ନା ଫୁଟ୍‌ପାଥରେ ମନସ୍ତାପରେ ବସିଥିଲେ।...

ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଫଗନ ସିଂ କୁଲସ୍ତେ

ଭୁବନେଶ୍ୱର,୫।୧(ବ୍ୟୁରୋ): ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ସମ୍ପର୍କରେ ଭାଜପା ପକ୍ଷରୁ ରବିବାରଠାରୁ ଜନଜାଗରଣ ସୃଷ୍ଟି କରାଯିବ। ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ କେନ୍ଦ୍ର ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଫଗନ...

ଫଳ ଦର ଆକାଶଛୁଆଁ

ଭୁବନେଶ୍ୱର, ୨୯।୫ (ବ୍ୟୁରୋ): ସୋମବାର ସାବିତ୍ରୀ ବ୍ରତ। ମହିଳାମାନେ ସ୍ବାମୀଙ୍କ ମଙ୍ଗଳ ମନାସି ଠାକୁରଙ୍କ ନିକଟରେ ସାତ ଫଳ ଭୋଗ କରି ପୂଜା କରିବେ। ତେଣୁ...

ଖୋର୍ଦ୍ଧାରେ ବଢୁଛି ଚୋରା ବନ୍ଧୁକ କାରବାର

ଖୋର୍ଦ୍ଧା ଅଫିସ, ୩ା୩: ଖୋର୍ଦ୍ଧା ସହରରେ ବଢ଼ିଚାଲିଛି ଅପରାଧ। ଗତ ଦୁଇ ସପ୍ତାହ ମଧ୍ୟରେ ପୋଲିିସ ବିଭିନ୍ନ ମାମଲାରେ ୧୨ଜଣଙ୍କୁ ଗିରଫ କରିଥିବାବେଳେ ସେମାନଙ୍କଠାରୁ ୬ଟି...

ପ୍ରବାସୀଙ୍କୁ ରଜପାନ

ଖଇରା,୧୭।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ବିଜେଡିର ସାଧାରଣ ସମ୍ପାଦକ ତଥା ଜୀବନବିନ୍ଦୁ କାର୍ଯ୍ୟକ୍ରମର ସଂଯୋଜକ ପ୍ରହଲ୍ଲାଦ ପତି ମଙ୍ଗଳବାର ନନ୍ଦୁର ସଙ୍ଗରୋଧ କେନ୍ଦ୍ରରେ ଥିବା ୫୦...

୭ମ ରାଜ୍ୟ ଟେଲି ପୁରସ୍କାର ଉତ୍ସବ: ଶ୍ରେଷ୍ଠ ଟେଲି ଚଳଚ୍ଚିତ୍ର ‘ପେନ୍‌ସନ’ ଓ ‘ପାଇକ ବିଦ୍ରୋହ’

ଭୁବନେଶ୍ୱର, ୨୧ା୧୨(ବ୍ୟୁରୋ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଶୁକ୍ରବାର ଉତ୍କଳ ମଣ୍ଡପରେ ୭ମ ରାଜ୍ୟ ଟେଲି ପୁରସ୍କାର ଉତ୍ସବ-୨୦୧୮ ଅନୁଷ୍ଠିତ ହୋଇଯାଇଛି।...

ଓଡ଼ିଶା ଫେରିଲେ ସ୍ବର୍ଣ୍ଣ ବିଜେତା ଅଶ୍ୱତ୍ଥ: ବିମାନବନ୍ଦରରେ ସ୍ବାଗତ ସମ୍ବର୍ଦ୍ଧନା ଜଳ ସଂରକ୍ଷଣ ‘ଓ୍ବାଟର୍‌ ଟେକ୍ନୋଲୋଜି’ର ମୁଖ୍ୟ ବିଷୟ

ଭୁବନେଶ୍ୱର,୩୧ା୮(ବ୍ୟୁରୋ): ରୁଷିଆର କାଜାନ୍‌ ସହରରେ ଅନୁଷ୍ଠିତ ୪୫ତମ ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ ଜିତି ଓଡ଼ିଶା ପ୍ରତ୍ୟାବର୍ତ୍ତନ କରିଛନ୍ତି ସି.ଭି. ରମଣ କଲେଜର ଛାତ୍ର ଅଶ୍ୱତ୍ଥ...

ଘରୋଇ ମେଡିକାଲ ଓ ନର୍ସିଂହୋମ୍‌ ପ୍ରତିଷ୍ଠାନର ସ୍ବାସ୍ଥ୍ୟ ମନ୍ତ୍ରୀ ସହ ଆଲୋଚନା: ସମସ୍ୟା ସମାଧାନ ପାଇଁ ମିଳିଲା ପ୍ରତିଶ୍ରୁତି

ଭୁବନେଶ୍ୱର, ୨୪।୧୦(ବ୍ୟୁରୋ): ଘରୋଇ ମେଡିକାଲ ଓ ନର୍ସିଂହୋମ୍‌ ପ୍ରତିଷ୍ଠାନଗୁଡ଼ିକର ଏକ ପ୍ରତିନିଧି ଦଳ ବୁଧବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କୁ...

Advertisement
Archives

Model This Week