Posted inଜାତୀୟ

ଜାତୀୟ ଜଳମାର୍ଗ ବିଲ୍‌:ବିରୋଧ କରିଥିଲେ ଅଧିକାଂଶ ରାଜ୍ୟ

ନୂଆଦିଲ୍ଲୀ,୨୦-୯(ପି.ଟି.):କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କ ଜାତୀୟ ଜଳମାର୍ଗ ବିଲ୍‌କୁ ବିଭିନ୍ନ ରାଜ୍ୟ ବିରୋଧ କରିଥିଲେ। ଏପରିକି ଭାଜପା ଶାସିତ ରାଜ୍ୟଗୁଡ଼ିକ ମଧ୍ୟ ଏହା ସପକ୍ଷରେ ନ ଥିଲେ। ୨୦୧୫ରେ କେନ୍ଦ୍ର ସରକାରଙ୍କ ଏହି ପ୍ରସ୍ତାବିତ ବିଲ୍‌କୁ ମଧ୍ୟପ୍ରଦେଶର ତତ୍କାଳୀନ ଶିବରାଜ ସିଂ ଚୌହାନ ସରକାର ଦୃଢ଼ ବିରୋଧ କରିଥିଲା। ୨୦୧୫ ଜୁଲାଇ ୨୪ରେ ଫାଇଲ ହୋଇଥିବା ଏକ ନୋଟ୍‌ ଅନୁଯାୟୀ ମାତ୍ର ୧୮ଟି ରାଜ୍ୟ ବିଲ୍‌ ଉପରେ ନିଜର ମତ ରଖିଥିବାବେଳେ ଉତ୍ତରପ୍ରଦେଶ ସମେତ କେତେକ ରାଜ୍ୟ କୌଣସି ମତାମତ ଦେଇ ନ ଥିଲେ। କେନ୍ଦ୍ର ସରକାର ସମ୍ପୃକ୍ତ ରାଜ୍ୟଗୁଡିକ ସହ ଉପଯୁକ୍ତ ବିଚାରବିମର୍ଶ ନ କରି ଜାତୀୟ ଜଳମାର୍ଗ ଘୋଷଣା କରିଥିବା ସୂଚନା ଅଧିକାର (ଆର୍‌ଟିଆଇ) ଆଇନ ଆବେଦନରୁ ଜଣାପଡିଛି।
ଆରଟିଆଇରେ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟ ସରକାର ଓ ବିଭିନ୍ନ ମନ୍ତ୍ରଣାଳୟ ସହ ଆଲୋଚନା କରି ବିଲ୍‌ ପ୍ରସ୍ତୁତ କରିବାକୁ କେନ୍ଦ୍ରର ବିଧେୟକ ବିଭାଗ ଜାହାଜ ଚଳାଚଳ ମନ୍ତ୍ରଣାଳୟକୁ ପରାମର୍ଶ ଦେଇଥିଲା। କେନ୍ଦ୍ରର ପ୍ରସ୍ତାବରେ ୭ଟି ରାଜ୍ୟ ସହମତି ପ୍ରକାଶ କରିଥିବାବେଳେ ବିହାର, ଦିଲ୍ଲୀ, ହରିୟାଣା, ହିମାଚଳପ୍ରଦେଶ, ପଞ୍ଜାବ ଓ ତେଲେଙ୍ଗାନା କେତେକ ସର୍ତ୍ତରେ ରାଜି ହୋଇଥିଲେ। ୨୦୧୪ ନଭେମ୍ବର ୧୨ରେ ଭାରତର ଅନ୍ତର୍ଦେଶୀୟ ଜଳମାର୍ଗ କର୍ତ୍ତୃପକ୍ଷ (ଆଇଡବ୍ଲ୍ୟୁଏଆଇ) ପତ୍ର ଲେଖିଥିଲେ। ମଧ୍ୟପ୍ରଦେଶର ଜଳସମ୍ପଦ ମନ୍ତ୍ରଣାଳୟ ୨୦୧୫ ଜୁଲାଇ ୧୬ରେ ଉକ୍ତ ପ୍ରସ୍ତାବକୁ ବିରୋଧ କରି କେନ୍ଦ୍ରକୁ ପତ୍ର ଲେଖିଥିଲେ। ଜଳମାର୍ଗ ପାଇଁ ଖର୍ଚ୍ଚକୁ ନେଇ ଶିବରାଜ ସିଂ ସରକାର ଚିନ୍ତାବ୍ୟକ୍ତ କରିଥିଲେ। ମଧ୍ୟପ୍ରଦେଶ ଜଳମାର୍ଗକୁ ଜାତୀୟ ଜଳମାର୍ଗ ଘୋଷଣା କରାଗଲେ ଏହା ରାଜ୍ୟର ସାମ୍ବିଧାନିକ ଅଧିକାରର ଉଲ୍ଲଂଘନ ହେବ। ଏହାବ୍ୟତୀତ ମଧ୍ୟପ୍ରଦେଶରେ ପ୍ରବାହିତ ନଦୀର ଉତ୍ପତ୍ତି ସେହି ରାଜ୍ୟରେ ଓ ତାହା ବର୍ଷା ଉପରେ ନିର୍ଭର କରୁଥିବାରୁ ଅନ୍ୟ ଋତୁରେ ନୌପରିବହନ ଲାଗି ଯଥେଷ୍ଟ ପାଣି ରହିବ ନାହିଁ ବୋଲି ରାଜ୍ୟ ପକ୍ଷରୁ କୁହାଯାଇଥିଲା। ମଧ୍ୟପ୍ରଦେଶର ଦୃଢ଼ ବିରୋଧ ସତ୍ତ୍ୱେ ଜାତୀୟ ଜଳମାର୍ଗ ବିଲ୍‌କୁ କେନ୍ଦ୍ର ସରକାର ଅନୁମୋଦନ କରାଇଥିଲେ। ଏଥିରେ ଟୋନ୍ସ ବ୍ୟତୀତ ମଧ୍ୟପ୍ରଦେଶର ଅନ୍ୟ କୌଣସି ନଦୀକୁ ସାମିଲ କରାଯାଇ ନ ଥିଲା।
ସେହିପରି ଜମ୍ମୁ-କଶ୍ମୀର ସରକାର ମଧ୍ୟ ବିଲ୍‌କୁ ବିରୋଧ କରିଥିଲେ। ଜାତୀୟ ଜଳମାର୍ଗ ଘୋଷଣା ପୂର୍ବରୁ ଏହା କେତେଦୂର ଉପଯୁକ୍ତ ହେବ ତାହାର ସର୍ଭେ ବିଶେଷଜ୍ଞମାନଙ୍କ ଦ୍ୱାରା କରାଇବାକୁ ଜମ୍ମୁ-କଶ୍ମୀର ସରକାର ପ୍ରସ୍ତାବ ଦେଇଥିଲେ। ଏହା ସତ୍ତ୍ୱେ ସେଠାର ଚେନାବ, ରାବି, ସିନ୍ଧୁ ଓ ଝେଲମ୍‌ ନଦୀକୁ ଜାତୀୟ ଜଳମାର୍ଗରେ ସାମିଲ ପାଇଁ କେନ୍ଦ୍ର ଘୋଷଣା କରିଥିଲା। ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ଦ୍ୱାରା ସବିଶେଷ ସର୍ଭେ ଓ ତଦନ୍ତ କରାଯାଇ ନ ଥିବାରୁ କେନ୍ଦ୍ରର ପ୍ରସ୍ତାବକୁ ଝାଡ଼ଖଣ୍ଡ ସରକାର ବିରୋଧ କରିଥିଲେ। ଉକ୍ତ ରାଜ୍ୟରେ ପ୍ରବାହିତ ସୁବର୍ଣ୍ଣରେଖା ଓ ଖରକାଇ ନଦୀରେ ନୌପରିବହନ ସମ୍ଭାବ୍ୟତାକୁ ନେଇ ରାଜ୍ୟ ସରକାର ରିପୋର୍ଟ ୨୦୧୫ ଜୁଲାଇ ୨ରେ କେନ୍ଦ୍ରକୁ ଦେବା ସହ ଏହା ଉପରେ ସବିଶେଷ ସର୍ଭେ ପାଇଁ ଦାବି କରିଥିଲେ। ସୁବର୍ଣ୍ଣରେଖାର ଅଧିକାଂଶ ଭାଗରେ ନୌପରିବହନ ସମ୍ଭବ ନୁହେଁ ବୋଲି ଉକ୍ତ ପତ୍ରରେ ଉଲ୍ଲେଖ ଥିଲା।
ପଞ୍ଜାବ ସରକାର ଅନୁମତି ଦେଇଥିଲେ ହେଁ ସର୍ତ୍ତ ରଖିଥିଲେ। ଏହା ସହ ନଦୀ ଜଳ ନିୟନ୍ତ୍ରଣ ଓ ବ୍ୟବହାର ସମ୍ପୃକ୍ତ ରହୁଥିବାରୁ ରିପାରିଆନ୍‌ ନୀତିର ଉଲ୍ଲଂଘନ ଯେପରି ନ ହୁଏ ତାହା ସୁନିଶ୍ଚିତ କରିବାକୁ ହେବ। ଉକ୍ତ ନୀତି ଅନୁଯାୟୀ ଯେଉଁ ରାଜ୍ୟ ଦେଇ ନଦୀ ପ୍ରବାହିତ, ତାହାର ଜଳରାଶି ଉପରେ ସେମାନଙ୍କର ଅଧିକାର ରହିବ। ୨୦୧୫ ଜୁଲାଇ ୧୭ରେ ରାଜ୍ୟ ସରକାର ପଠାଇଥିବା ଚିଠି ଅନୁଯାୟୀ ସତ୍‌ଲେଜ ନଦୀରେ ଭାକ୍ରା ନଙ୍ଗଲ ଡ୍ୟାମ୍‌, ରୋପଡ୍‌ ହେଡ୍‌ ଓ୍ବାର୍କ୍ସ ଡ୍ୟାମ୍‌, ହାରିକେ ହେଡ୍‌ଓ୍ବାର୍କ ଡ୍ୟାମ୍‌ ଏବଂ ବେଆସ୍‌ ନଦୀରେ ପୋଙ୍ଗ ଡ୍ୟାମ୍‌ ନିର୍ମାଣ ଦିନରୁ ସେପ୍ଟେମ୍ବରରୁ ଜୁନ୍‌ ମଧ୍ୟରେ ଜଳସ୍ତର ବହୁତ କମ୍‌ ରହିଥାଏ।
ପଶ୍ଚିମବଙ୍ଗର ମହାନନ୍ଦା, ଅଜୟ, ଜଳାଙ୍ଗୀ, ଦ୍ୱାର୍‌କା, ବଟେଶ୍ୱର, ଦାମୋଦର, ଦ୍ୱାରକେଶ୍ୱର, ଶିଳାବତୀ, କୁମାରୀ ଏବଂ ଇଚ୍ଛାମତୀକୁ ୧୦୧ଟି ଜାତୀୟ ଜଳମାର୍ଗରେ ସାମିଲ କରାଯାଇଥିଲା। ଏହି ନଦୀଗୁଡିକରେ ଡିସେମ୍ବର-ଜାନୁୟାରୀରୁ ମାର୍ଚ୍ଚ-ଏପ୍ରିଲ୍‌ ମଧ୍ୟରେ ଯଥେଷ୍ଟ ପାଣି ରହୁ ନ ଥିବା ରାଜ୍ୟ ସରକାର ୨୦୧୫ ଜାନୁୟାରୀ ୩୦ରେ ପତ୍ର ଲେଖି କେନ୍ଦ୍ରକୁ ଜଣାଇଥିଲେ। ଆନୁଷ୍ଠାନିକ ଘୋଷଣା ପୂର୍ବରୁ ବିଶେଷଜ୍ଞ କମିଟି ଦ୍ୱାରା ସ୍ଥିତି ଅନୁଧ୍ୟାନ ପାଇଁ ପଶ୍ଚିମବଙ୍ଗ ସରକାର କେନ୍ଦ୍ରକୁ ପରାମର୍ଶ ଦେଇଥିଲେ। ତାମିଲନାଡୁ ସରକାର ରାଜ୍ୟର ୯ଟି ନଦୀରୁ ମାତ୍ର ୨ଟିକୁ ଜାତୀୟ ଜଳମାର୍ଗରେ ସାମିଲ କରିବା ପାଇଁ ରାଜି ହୋଇଥିଲେ। ଏହା ସତ୍ତ୍ୱେ କେନ୍ଦ୍ର ସରକାର ସମସ୍ତ ୯ଟି ନଦୀକୁ ଜାତୀୟ ଜଳମାର୍ଗ ଘୋଷଣା କରିଥିଲେ।
କେନ୍ଦ୍ର ପ୍ରସ୍ତାବରେ ବିହାର ସରକାର ସମ୍ପୂର୍ଣ୍ଣ ଏକମତ ହୋଇ ନ ଥିଲେ ହେଁ କଡ଼ା ସର୍ତ୍ତରେ ରାଜି ହୋଇଥିଲେ। କେବଳ ରାଜ୍ୟ ନୁହନ୍ତି, କେନ୍ଦ୍ର ସରକାରଙ୍କୁ ଦୁଇ ପ୍ରମୁଖ ବିଭାଗ ନୀତି ଆୟୋଗ ଏବଂ ଅର୍ଥ ମନ୍ତ୍ରଣାଳୟ ମଧ୍ୟ ଜାତୀୟ ଜଳମାର୍ଗକୁ ବିରୋଧ କରିଥିଲେ। ଯଥେଷ୍ଟ ବିଚାର ବିମର୍ଶ ନ କରି କୌଣସି ନଦୀକୁ ଜାତୀୟ ଜଳମାର୍ଗ ଘୋଷଣା କରିବା ଠିକ୍‌ ନୁହେଁ ବୋଲି ଜାହାଜ ଚଳାଚଳ ମନ୍ତ୍ରଣାଳୟକୁ କୁହାଯାଇଥିଲା। ଖାଲି ସେତିକି ନୁହେଁ, ଯଥେଷ୍ଟ ବିଚାର ଆଲୋଚନା କରା ନ ଯାଇ ବିଲ୍‌କୁ ପାସ୍‌ କରାଯାଇଥିତ୍ବା ସରକାରୀ ଦସ୍ତାବିଜରୁ ଜଣାପଡିଛି। ଅଧିକାଂଶ ସଂସଦୀୟ କମିଟି ସଦସ୍ୟ ବିଲ୍‌କୁ ନେଇ ଚିନ୍ତାବ୍ୟକ୍ତ କରିଥିଲେ। ଆନ୍ତଃମନ୍ତ୍ରଣାଳୟ ପରାମର୍ଶ ପ୍ରକ୍ରିୟା ମଧ୍ୟ ସମ୍ପୂର୍ଣ୍ଣ ହୋଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ସରକାରଙ୍କ ବଡ଼ ନିଷ୍ପତ୍ତି: ୧୮ ବର୍ଷ ପରେ ନୂଆ ଆଧାର ମନା, ମୁଖ୍ୟମନ୍ତ୍ରୀ କହିଲେ…

ଗୁଆହାଟୀ,୧୩ା୬(ପି.ଟି.): ବେଆଇନ ଆପ୍ରବାସୀମାନେ ଯେପରି ଆଧାର କାର୍ଡ ହାସଲ ନ କରନ୍ତି, ସେଥିପାଇଁ ଆସାମରେ ୧୮ ବର୍ଷ ବୟସରୁ ଊର୍ଦ୍ଧ୍ୱଙ୍କୁ ଆଉ ନୂଆ ଆଧାର କାର୍ଡ ଜାରି…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଏହିଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି, ହ଼୍ବାଇଟ ହାଉସର ବଡ଼ ଘୋଷଣା

ଓ଼୍ବାଶିଂଟନ,୧୩।୬: ହ଼୍ବାଇଟ ହାଉସ ଘୋଷଣା କରିଛି ଯେ ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri