Posted inଖେଳ

ଜାତୀୟ କରାଟେ କୃତୀ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର, ୧୭।୬(ସ୍ପୋଟର୍‌ସ ବ୍ୟୁରୋ)- ଦିଲ୍ଲୀର ତାଲକୋଟ୍ରା ଇନ୍‌ଡୋର ଷ୍ଟାଡିୟମରେ ସମାପ୍ତ ହୋଇଥିବା ଜାତୀୟ ସବ୍‌ଜୁନିୟର ଓ ସିନିୟର କରାଟେ ପ୍ରତିଯୋଗିତାରେ ଓଡ଼ିଶାରୁ ମୋଟ୍‌ ୪୮ ଜଣ ପ୍ରତିଯୋଗୀ ଓ ୪ଜଣ କୋଚ୍‌ ଅଂଶଗ୍ରଂହଣ କରିଥିଲେ। ସେମାନଙ୍କ ମଧ୍ୟରୁ ମଧୁପ୍ରିୟା, ରିତେଶ ଓ ଅର୍ପିତା ସ୍ବର୍ଣ୍ଣ ପଦକ ଜିତିଥିବାବେଳେ ଅନୁପମାଙ୍କୁ ରୌପ୍ୟ ମିଳିଥିଲା। ସେହିଭଳି ସୁସ୍ମିତା, ସିନ୍ଧୁ ତନୟା, ଅନୁପମା (ଟିମ୍‌ କାଟା), ତ୍ରିଲୋଚନ ରଣା ଓ ମନୋଜ ବେହେରା ବ୍ରୋଞ୍ଜ ପଦକ ପାଇଛନ୍ତି। ଏହି ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ରବିବାର ରାଜ୍ୟ କରାଟେ ସଂଘ (ଓଏସ୍‌କେଏ)ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି।
ପ୍ରତିଯୋଗୀ ଓ କୋଚ୍‌ମାନଙ୍କୁ ଓଏସ୍‌କେଏ ପକ୍ଷରୁ ୫ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ସେହିଭଳି ଓଏସ୍‌କେଏ ଓ ରାଜ୍ୟ କରାଟେ ସଂଘର ସିନିୟର ପ୍ରଶିକ୍ଷକଙ୍କ ଦ୍ୱାରା ପ୍ରତ୍ୟେକ ପିଲାଙ୍କ ଖର୍ଚ୍ଚ ସହ କୃତୀ ପ୍ରତିଯୋଗୀଙ୍କୁ ଯଥାକ୍ରମେ ୫୦୦୦ (ସ୍ବର୍ଣ୍ଣ ବିଜେତା), ୪୦୦୦ (ରୌପ୍ୟ) ଓ ୨୦୦୦ (ବ୍ରୋଞ୍ଜ) ଟଙ୍କା ପ୍ରଦାନ କରାଯାଇଥିଲା। ଓଏସ୍‌କେଏର ସିନିୟର ପ୍ରଶିକ୍ଷକ ସେନ୍‌ସେଇ ସୌମ୍ୟରଞ୍ଜନ ଦାସଙ୍କ ତରଫରୁ ପ୍ରତ୍ୟେକ କୃତୀ ପ୍ରତିଯୋଗୀଙ୍କୁ ୧୦୦୦ ଟଙ୍କା ଦିଆଯାଇଥିଲା। ଏହି ପ୍ରତିଯୋଗିତା ସମୟରେ କରାଟେ ଆସୋସିଏଶନ ଅଫ୍‌ ଇଣ୍ଡିଆ (କାଇ) ପକ୍ଷରୁ ରାଜ୍ୟ ସଂଘର ସମ୍ପାଦକ ତଥା କାଇର ଟେକ୍‌ନିକାଲ ଡିରେକ୍ଟର ଡ. ହରିପ୍ରାସଦ ପଟ୍ଟନାୟକଙ୍କୁ ଡାନ୍‌ ତଥା ଇଷ୍ଟଜୋନର ସଭାପତି ପଦ ମିଳିଥିବାରୁ ଓଏସ୍‌କେଏ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବୁମ୍‌ରା ପାଇବେ ପଲି ଉମ୍ରିଗର ପୁରସ୍କାର

ମୁମ୍ବାଇ,୧୨।୧(ପି.ଟି.)- ଭାରତୀୟ ତରାକା ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ପାଇବେ ସମ୍ମାନଜନକ ପଲି ଉମ୍ରିଗର ପୁରସ୍କାର। ୨୦୧୯-୨୦ ସିଜନରେ ଅନ୍ତର୍ଜାତୀୟ କ୍ରିକେଟରେ ଆସାଧାରଣ ପ୍ରଦର୍ଶନ ପାଇଁ...

ଏପର୍ଯ୍ୟନ୍ତ କ୍ରିକେଟରୁ ଅବସର ନେଇନାହାନ୍ତି ୨୦୦୩ ବିଶ୍ୱକପ୍‌ର ଷ୍ଟାର ଖେଳାଳି

ନୂଆଦିଲ୍ଲୀ,୧୦।୧୨: ଭାରତୀୟ ଉଇକେଟକିପର-ବ୍ୟାଟ୍ସମ୍ୟାନ ପାର୍ଥିବ ପଟେଲ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ସେ ଶେଷ ଥର ପାଇଁ ୨୦୧୮ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ...

ଉଦୀୟମାନ ତାରକା ଲକ୍ଷ୍ୟ

ଜୁନିୟର ସ୍ତରରେ ବେଶ୍‌ ସଫଳତା ହାସଲ କରିଥିବା ବ୍ୟାଡ୍‌ମିଣ୍ଟନ ତାରକା ଲକ୍ଷ୍ୟ ସେନ୍‌ ସିନିୟର ସର୍କିଟରେ ମଧ୍ୟ ଭଲ ଆରମ୍ଭ କରିଛନ୍ତି। କେତୋଟି ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ...

ଟୁର୍‌ ଡି ଫ୍ରାନ୍ସରୁ ଓହରିଲେ ଗତଥରର ଚାମ୍ପିୟନ ଇଗାନ ବେର୍ନାଲ

ଗ୍ରେନୋବଲ(ଫ୍ରାନ୍ସ), ୧୭।୯(ଏପି): ଫ୍ରାନ୍ସରେ ପ୍ରତିବର୍ଷ ଆୟୋଜିତ ହେଉଥିବା ବହୁ ପର୍ଯ୍ୟାୟ ବିଶିଷ୍ଟ ପୁରୁଷ ସାଇକେଲ ରେସ୍‌ ଟୁର୍‌ ଡି ଫ୍ରାନ୍ସରୁ ଓହରିଯାଇଛନ୍ତି ଗତଥରର ଚାମ୍ପିୟନ ଇଗାନ...

ଆଜି ଭାରତ-ଜିମ୍ବାଓ୍ବେ ଦ୍ୱିତୀୟ ଦିନିକିଆ: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ହରାରେ,୨୦।୯: ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ରେ ଜିମ୍ବାୱେ ବିପକ୍ଷରେ ଟିମ ଇଣ୍ଡିଆ ଏକପାଖିଆ ବିଜୟ ହାସଲ କରିଛି। ଏହି ମ୍ୟାଚକୁ ଭାରତୀୟ...

ଚ୍ୟାରିଟି ଫୁଟ୍‌ବଲ ମ୍ୟାଚ୍‌ ଖେଳିଲେ ଧୋନୀ, ପେସ

ନୂଆଦିଲ୍ଲୀ,୭।୧୦: ଭାରତୀୟ ଦଳର ବିଶ୍ୱକପ୍‌ରୁ ବିଦାୟ ପରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏପର୍ଯ୍ୟନ୍ତ ଜାତୀୟ ଦଳକୁ ଫେରି ନାହାନ୍ତି। କିନ୍ତୁ ବିଭିନ୍ନ ଖେଳରେ...

ଶରଣାର୍ଥତ୍ ଭାବେ ଅଲିମ୍ପିକ୍ସରେ ଖେଳିପାରିବେ ଇରାନିଆନ ମୋଲାଇ

ଟୋକିଓ,୨।୯(ଏଏଫ୍‌ପି): ନିକଟରେ ବିଶ୍ୱ ଚାମ୍ପିୟନଶିପ ପ୍ରିତଯୋଗିତାରେ ଏକ ଫାଇଟ୍‌ ଜାଣିଶୁଣି ହାରିବା ପାଇଁ ନିର୍ଦ୍ଦେଶ ପାଇଥିବା ନେଇ ଦାବି କରୁଥିବା ଇରାନିଆନ ଜୁଡୋ ଷ୍ଟାର ସାଇଦ...

କିଙ୍ଗ୍ସ ଇଲେଭେନକୁ ହରାଇଲା ଶାହରୁଖ ଖାନଙ୍କ କେକେଆର୍‌

ଆବୁଧାବି, ୧୦।୧୦: ଆଇପିଏଲ୍‌ ତ୍ରୟୋଦଶ ସଂସ୍କରଣରେ ଶନିବାର ଅନୁଷ୍ଠିତ ୨୪ତମ ମୁକାବିଲାରେ ବଲିଉଡ୍‌ ସୁପର୍‌ଷ୍ଟାର ଶାହରୁଖ ଖାନଙ୍କ ମାଲିକାନାରେ ଥିବା କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌)...

Advertisement
Archives

Model This Week