ଜାତିସଂଘରେ ପାକ୍‌ କଶ୍ମୀର ପ୍ରସଙ୍ଗ ଉଠାଇଲେ ଦୃଢ଼ ଜବାବ ଦେବ ଭାରତ

ନ୍ୟୁୟର୍କ,୨୧ା୯(ପି.ଟି.): ଜାତିସଂଘ ସାଧାରଣ ପରିଷଦ ଅଧିବେଶନ ଆସନ୍ତା ସପ୍ତାହରେ ଅନୁଷ୍ଠିତ ହେବାକୁ ଥିବାବେଳେ ସେଥିରେ ଭାରତ କଶ୍ମୀର ପ୍ରସଙ୍ଗ ଉଠାଇବ ନାହିଁ। ତେବେ ପାକିସ୍ତାନ ଯଦି ଏହି ପ୍ରସଙ୍ଗ ଉଠାଏ ତେବେ ନୂଆଦିଲ୍ଲୀ ଏହାର ଦୃଢ଼ ଜବାବ ଦେବ ବୋଲି ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ସୟେଦ ଆକବରୁଦ୍ଦିନ କହିଛନ୍ତି। ୨୭ ତାରିଖରେ ଜାତିସଂଘରେ କଶ୍ମୀର ପ୍ରସଙ୍ଗ ଉଠାଇବେ ବୋଲି ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ପୂର୍ବରୁ କହିଥିଲେ। କଶ୍ମୀର ପ୍ରସଙ୍ଗ ସେ ନଶ୍ଚୟ ଉଠାଇବେ ବୋଲି ପାକ୍‌ ବହିର୍ବ୍ୟାପାର ମନ୍ତ୍ରୀ ଶାହ ମେହମୁଦ୍‌ କୁରେଶୀ ଦୋହରାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସେହିଦିନ ଜାତିସଂଘ ଅଧିବେଶନରେ ଉଦ୍‌ବୋଧନ ଦେବେ। ସେ ବିଶ୍ୱ ଜଳବାୟୁ ପରିବର୍ତ୍ତନ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିବେ। କଶ୍ମୀର ପ୍ରସଙ୍ଗ ଉଠାଇବା ପାଇଁ ପାକ୍‌ର ଯୋଜନା ସମ୍ପର୍କରେ ଆକବରୁଦ୍ଦିନଙ୍କୁ ଖବରଦାତାମାନେ ପ୍ରଶ୍ନ କରିବାରୁ ନୂଆଦିଲ୍ଲୀ ଉଚ୍ଚ ସ୍ବରରେ ଏହାର ଜବାବ ରଖିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରୁଷୀୟ ସୈନ୍ୟଙ୍କ ଛତ୍ରଭଙ୍ଗ

କିଭ୍‌/ମସ୍କୋ,୧୨ା୯: ଫେବୃୟାରୀ ୨୪ରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ୟୁକ୍ରେନ୍‌ ଆକ୍ରମଣର ନିର୍ଦ୍ଦେଶ ଦେଇଥିଲେ ନିଜ ସୈନ୍ୟଙ୍କୁ। ସାମରିକ ଅପରେଶନ ବଳରେ ୨ ଦିନ ମଧ୍ୟରେ...

‘ଗୋରେ ରଙ୍ଗ୍‌ କା ଜମାନା’କୁ ନେଇ ବିବାଦ : ଗୀତ ଚୋରି ଅଭିଯୋଗ ଆଣିଲେ ପାକ୍‌ ଅଭିନେତ୍ରୀ

କରାଚୀ/ମୁମ୍ବାଇ, ୨୮ା୮(ଆଇଏଏନ୍‌ଏସ୍‌): ବଲିଉଡ ସଂଗୀତ ଜଗତ ପାକିସ୍ତାନୀ ଗୀତ ଚୋରି କରୁଛି ବୋଲି ସେ ଦେଶର ଅଭିନେତ୍ରୀ ମେହଓ୍ବିଶ ହାୟତ ଅଭିଯୋଗ କରିଛନ୍ତି। ନିକଟରେ ଆଲିଆ...

ମର୍ମନ୍ତୁଦ ରେଳ ଦୁର୍ଘଟଣା: ୫୦ରୁ ଅଧିକଙ୍କ ଜୀବନ ଗଲା…

କରାଚି,୭।୬: ପାକିସ୍ତାନରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଘୋଟକି ଅଞ୍ଚଳର ରେତି ଏବଂ ଡହାରକି ଷ୍ଟେଶନ ମଧ୍ୟରେ ସାର୍‌...

ଖାଶୋଗୀ ହତ୍ୟାରେ ଏମ୍‌ବିଏସ୍‌ଙ୍କ ବିମାନ

ଓ୍ବାଶିଂଟନ, ୨୭।୨: ଓ୍ବାଶିଂଟନ ପୋଷ୍ଟର ସ୍ତମ୍ଭକାର ଜମାଲ ଖାଶୋଗୀ ହତ୍ୟାକାଣ୍ଡ ସହ ସାଉଦି ଆରବର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ୍‌ (ଏମ୍‌ବିଏସ୍‌) ସମ୍ପୃକ୍ତ ଥିବା...

ବଜାରକୁ ଆସିବ ପିନ୍ଧି ହେଉଥିବା ଡାଏଲିସିସ୍‌ ମେସିନ୍‌…

କିଡ୍‌ନୀ ସମସ୍ୟା ଭୋଗୁଥିବା ଲୋକଙ୍କ ପାଇଁ ଏବେ ଖୁସି ଖବର। ଗବେଷକମାନେ ଏକ ପ୍ରକାର ନୂଆ ଡାଏଲିସିସ୍‌ ମେସିନ୍‌ ତିଆରି କରିବାକୁ ଯାଉଛନ୍ତି। ଏହାକୁ ସହଜରେ...

୩ ଲକ୍ଷ ଡଲାରରେ ଏଲ୍‌ଭିସ୍‌ଙ୍କ ଜେଟ୍‌ ନିଲାମ

ଓ୍ବାଶିଂଟନ୍‌, ୧୬।୨: ହଲିଉଡ୍‌ର ପ୍ରଖ୍ୟାତ ଅଭିନେତା ତଥା ଗୀତିକାର ଏଲଭିସ୍‌ ପ୍ରେସଲିଙ୍କ ପ୍ରାଇଭେଟ୍‌ ଜେଟ୍‌ ହୋଇଛି। ନ୍ୟୁମେକ୍ସିକୋର ରୋଜ୍‌ଓ୍ବେଲ୍‌ ଇଣ୍ଟରନ୍ୟାଶନାଲ ଏୟାର ସେଣ୍ଟରରେ ଏଲଭିସ୍‌ଙ୍କ ଜେଟ୍‌...

୬ ବର୍ଷର ଝିଅ ନିଜ ରୋଜଗାରରେ ପରିବାରକୁ ଦେଲେ ୫ ମହଲା ବିଶିଷ୍ଟ ବିଳାସମୟ ଘର

ସିଓଲ,୨୭।୭: ଦକ୍ଷିଣ କୋରିଆରେ ୬ ବର୍ଷର ଜଣେ ବାଳିକା ୟୁଟ୍ୟୁବରେ ରୋଜଗାର କରିଛନ୍ତି ୫୫ କୋଟି ଟଙ୍କା। ଏହି ରୋଜଗାରରେ ସେ ସିଓଲଠାରେ ଏକ ୫...

ଜି-୭ ଦେଶର ଶରଣ ନେଲେ ଜେଲେନସ୍କି…

କ୍ୱିଭ୍‌,୧୨।୧୦ : ରୁଷିଆର ନିରନ୍ତର କ୍ଷେପଣାସ୍ତ୍ର ଆକ୍ରମଣ ପରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଗ୍ରୁପ ଅଫ ସେଭେନ ଅର୍ଥାତ୍‌ ଜି -୭ ଦେଶର ନେତାଙ୍କ...

Advertisement
Archives

Model This Week