ଜାତିଭିତ୍ତିକ ଜନଗଣନା ଉପରେ ବିଜେଡିର ଗୁରୁତ୍ୱ

ଭୁବନେଶ୍ୱର,୬ା୨(ବ୍ୟୁରୋ): ରାଷ୍ଟ୍ରପତି ରାମନାଥ କୋବିନ୍ଦ ପାର୍ଲାମେଣ୍ଟ ବଜେଟ ଅଧିବେଶନ ପ୍ରାରମ୍ଭରେ ବକ୍ତବ୍ୟ ରଖି ବାବା ସାହେବ ଆମ୍ବେଡ଼କରଙ୍କ ପ୍ରଦର୍ଶିତ ସାମାଜିକ ନ୍ୟାୟ ପ୍ରସଙ୍ଗରେ ବକ୍ତବ୍ୟ ରଖିଥିଲେ। ରାଷ୍ଟ୍ରପତିଙ୍କର ଏହି ବକ୍ତବ୍ୟକୁ ବିଜେଡି ପକ୍ଷରୁ ରାଜ୍ୟ ସଭାରେ ଧନ୍ୟବାଦ ଦିଆଯାଇଛି। ଉଚ୍ଚ ସଦନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ଚାଲିଥିବାବେଳେ ବିଜେଡି ଏମ୍‌ପି ସସ୍ମିତ ପାତ୍ର ଜାତିଭିତ୍ତିକ ଜନଗଣନା କାର୍ଯ୍ୟକାରୀ କରିବାକୁ ମନ୍ତବ୍ୟ ଦେଇଥିଲେ।
ସସ୍ମିତ କହିଥିଲେ ଯେ, ୨୦୨୧ ଜନଗଣନାରେ ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି) ଏବଂ ସାମାଜିକ, ଆର୍ଥିକ ପଛୁଆ ବର୍ଗ(ଏସ୍‌ଇବିସି) ଗଣନା ପାଇଁ ସ୍ବତନ୍ତ୍ର ସ୍ଥାନ ରହୁ। ଓଡ଼ିଶା ସରକାର କ୍ୟାବିନେଟ୍‌ରେ ଏ ସମ୍ପର୍କିତ ପ୍ରସ୍ତାବ ଗୃହୀତ ହୋଇସାରିଛି। ସେହିପରି କ୍ଲିନ୍‌ ଏନର୍ଜି ସେସ୍‌ ବାବଦକୁ ରାଜ୍ୟ ୨୦,୦୦୦ କୋଟି ଟଙ୍କା କେନ୍ଦ୍ରକୁ ଦେଇଥାଏ। ହେଲେ ପରିବେଶଜନିତ ପ୍ରଦୂଷଣ ଭୋଗିଥାଏ। ତେଣୁ ଏହି ଅର୍ଥରୁ କିଛି ପରିମାଣ ରାଜ୍ୟକୁ ମିଳୁ। କୋଇଲା ରୟାଲଟିର ସଂଶୋଧନ ହୋଇ ନ ଥିବାରୁ ରାଜ୍ୟ ପ୍ରତିବର୍ଷ ୨୦୦୦ କୋଟି ଟଙ୍କାରୁ ଅଧିକ ଅର୍ଥର ରାଜସ୍ବ ହରାଇଛି। ତେଣୁ କ୍ଲିନ ଏନର୍ଜି ସେସ୍‌ ଏବଂ କୋଇଲା ରୟାଲଟି ସଂଶୋଧନ କରାଯାଉ ବୋଲି ସସ୍ମିତ କହିଥିଲେ। ସେହିପରି ଓଡ଼ିଶା ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବାରୁ ବହୁ କ୍ଷତି ସହୁଛି। ତେଣୁ ଓଡ଼ିଶାକୁ ସ୍ବତନ୍ତ୍ର ଧ୍ୟାନକୈନ୍ଦ୍ରିକ ରାଜ୍ୟର ମାନ୍ୟତା ଦିଆଯାଉ। ଏହା ଦ୍ୱାରା ବିଭିନ୍ନ ଯୋଜନାରେ ରାଜ୍ୟ ୯୦ ପ୍ରତିଶତ କେନ୍ଦ୍ରୀୟ ଅଂଶଧନ ଅନୁଦାନ ଆକାରରେ ପାଇବ। ଏହା ଦ୍ୱାରା ବିପର୍ଯ୍ୟୟ କ୍ଷତିର ଭରଣା କରାଯାଇପାରିବ ବୋଲି ସସ୍ମିତ ଦାବି କରିଛନ୍ତି। କେନ୍ଦ୍ର ଦ୍ୱାରା ଚୟନ କରାଯାଇଥିବା ୧୭ଟି ଐତିହାସିକ ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ରାଜ୍ୟରୁ କାହାରିକୁ ସ୍ଥାନ ଦିଆଯାଇ ନ ଥିଲା। ନିକଟରେ ଚୟନ କରାଯାଇଥିବା ୫ଟି ସ୍ଥଳୀ ମଧ୍ୟରେ ଓଡ଼ିଶାକୁ ବାଦ୍‌ ଦିଆଯାଇଛି। ତେଣୁ ଏହା ଦ୍ୱାରା କ’ଣ ସବ୍‌କା ସାଥ ସବ୍‌କା ବିକାଶ ସାଧିତ ହୋଇପାରିବ। ଓଡ଼ିଶା ସରକାର ରେଳବାଇ କ୍ଷେତ୍ରରେ ମାଗଣା ଜମି ସହ ୫୦ ପ୍ରତିଶତ ଅର୍ଥ ବ୍ୟୟ କରୁଛନ୍ତି, ହେଲେ ଆଜି ବି ୧୯୮୫ରୁ ଘୋଷିତ ପ୍ରକଳ୍ପ ଅଧାପନ୍ତରିଆ ହୋଇ ପଡ଼ିରହିଛି। ତେଣୁ ରେଳବାଇ କ୍ଷେତ୍ରରେ ରାଜ୍ୟକୁ ଅଧିକ ଅନୁଦାନ ଏବଂ ସହଯୋଗ ମିଳୁ ବୋଲି ସସ୍ମିତ କହିଛନ୍ତି। ସେହିଭଳି ରାଜ୍ୟରେ ଟେଲିକମ୍‌ ସେବା ଉପରେ ଗୁରୁତ୍ୱ ଦେବା ପାଇଁ ବିଜେଡି ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କିଶନଙ୍କ ବିସ୍ଫୋରକ ବ୍ୟାଟିଂ, ସନ୍‌ରାଇଜର୍ସର ଦ୍ୱିତୀୟ ବିଜୟ

ହାଇଦ୍ରାବାଦ, ୧୩।୪: ଅଧିନାୟକ ଇଶାନ କିଶନଙ୍କ ବିସ୍ଫୋରକ ବ୍ୟାଟିଂ ପରେ ପ୍ରଫୁଲ୍ଲ ହିଙ୍ଗେ ଓ ସାକିବ ହୁସେନଙ୍କ ଡ୍ରିମ୍‌ ଡେବ୍ୟୁ ବଳରେ ସନ୍‌ରାଇଜର୍ସ ହାଇଦ୍ରାବାଦ ସୋମବାର ଅନୁଷ୍ଠିତ…

ହଙ୍ଗେରୀ ନିର୍ବାଚନ ଫଳାଫଳ, କିଏ ହେବେ ନୂଆ ପ୍ରଧାନମନ୍ତ୍ରୀ ଜାଣନ୍ତୁ…

ବୁଦାପେଷ୍ଟ,୧୩ା୪: ୧୬ ବର୍ଷ ଧରି କ୍ଷମତାରେ ରହିଥିବା ହଙ୍ଗେରୀ ପ୍ରଧାନମନ୍ତ୍ରୀ ଭିକ୍ଟର ଓର୍ବାନ୍‌ ରବିବାର ଅନୁଷ୍ଠିତ ନିର୍ବାଚନରେ ପରାଜିତ ହୋଇଛନ୍ତି। ହଙ୍ଗେରୀୟ ଭୋଟର ତାଙ୍କ ଏକଚ୍ଛତ୍ରବାଦ ନୀତି…

ଏ ବର୍ଷ କମ୍‌ ବର୍ଷା: ଆଇଏମ୍‌ଡିର ପୂର୍ବାନୁମାନ ପରେ ଚାଷୀଙ୍କ ମୁଣ୍ଡରେ ପଡିଲା ଚଡ଼କ

ନୂଆଦିଲ୍ଲୀ,୧୩ା୪ : ଭାରତରେ ୩ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଚଳିତ ବର୍ଷ ସ୍ବାଭାବିକଠାରୁ କମ୍‌ ବୃଷ୍ଟିପାତ ହୋଇପାରେ ବୋଲି ସୋମବାର ସରକାରଙ୍କ ପକ୍ଷରୁ କୁହାଯାଇଛି।…

ଦାଦନ ଖଟିବାକୁ ଯାଇଥିଲେ, ଫେରିଲା ଯୁବତୀଙ୍କ ମୃତଦେହ

ମୋହନା୧୩।୪(ମନ୍ମଥ ମିଶ୍ର): ଚାନ୍ଦା ଆଦାୟ କରି ମୁମ୍ବାଇରୁ ଆସିଲା ମୃତଦେହ। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଦମାଦୁଆ…

ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖି ଯାଇଥିଲେ, ଶବ ହୋଇ ଫେରିଲେ… ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ଲୋଇସିଂହା,୧୩।୪(ସୁଶାନ୍ତ ବାରିକ): ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖିଯିବା ହେଲା କାଳ। ଶୁକ୍ରବାର ରାତିରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା କୁଟେନପାଲି ନିକଟରେ ଏକ ଅଜଣା ଗାଡି ଧକ୍କାରେ…

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

ଅଂଶୁଘାତରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ

ଗୁଣୁପୁର, ୧୩।୪(ସଂକେତ ପାତ୍ର): ଖରାଦିନ ଆରମ୍ଭ ସହିତ ଅଂଶୁଘାତ ଜନିତ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ରାୟଗଡା ଜିଲା ଗୁଣୁପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର…

ଅନୁସୂଚିତ ଜାତି ମୋର୍ଚ୍ଚା ଜିଲା ସଭାପତି ଭାବେ ନିଯୁକ୍ତ ହେଲେ ବିକ୍ରମ ତାଣ୍ଡି, ରାଜ୍ୟ ସଭାପତିଙ୍କୁ ଜଣାଇଲେ କୃତଜ୍ଞତା

ବଲାଙ୍ଗୀର ,୧୩।୪(ସୁନୀଲ କୁମାର ମହାନ୍ତି): ଅନୁସୂଚିତ ଜାତି ମୋର୍ଚ୍ଚା ବଲାଙ୍ଗୀର ଜିଲା ସଭାପତି ଭାବରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ବିକ୍ରମ ତାଣ୍ଡିଙ୍କୁ ମନୋନୀତ କରାଯାଇଛି। ଏନେଇ ବିକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri