ଜାତିଭିତ୍ତିକ ଜନଗଣନା ଉପରେ ବିଜେଡିର ଗୁରୁତ୍ୱ

ଭୁବନେଶ୍ୱର,୬ା୨(ବ୍ୟୁରୋ): ରାଷ୍ଟ୍ରପତି ରାମନାଥ କୋବିନ୍ଦ ପାର୍ଲାମେଣ୍ଟ ବଜେଟ ଅଧିବେଶନ ପ୍ରାରମ୍ଭରେ ବକ୍ତବ୍ୟ ରଖି ବାବା ସାହେବ ଆମ୍ବେଡ଼କରଙ୍କ ପ୍ରଦର୍ଶିତ ସାମାଜିକ ନ୍ୟାୟ ପ୍ରସଙ୍ଗରେ ବକ୍ତବ୍ୟ ରଖିଥିଲେ। ରାଷ୍ଟ୍ରପତିଙ୍କର ଏହି ବକ୍ତବ୍ୟକୁ ବିଜେଡି ପକ୍ଷରୁ ରାଜ୍ୟ ସଭାରେ ଧନ୍ୟବାଦ ଦିଆଯାଇଛି। ଉଚ୍ଚ ସଦନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ଚାଲିଥିବାବେଳେ ବିଜେଡି ଏମ୍‌ପି ସସ୍ମିତ ପାତ୍ର ଜାତିଭିତ୍ତିକ ଜନଗଣନା କାର୍ଯ୍ୟକାରୀ କରିବାକୁ ମନ୍ତବ୍ୟ ଦେଇଥିଲେ।
ସସ୍ମିତ କହିଥିଲେ ଯେ, ୨୦୨୧ ଜନଗଣନାରେ ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି) ଏବଂ ସାମାଜିକ, ଆର୍ଥିକ ପଛୁଆ ବର୍ଗ(ଏସ୍‌ଇବିସି) ଗଣନା ପାଇଁ ସ୍ବତନ୍ତ୍ର ସ୍ଥାନ ରହୁ। ଓଡ଼ିଶା ସରକାର କ୍ୟାବିନେଟ୍‌ରେ ଏ ସମ୍ପର୍କିତ ପ୍ରସ୍ତାବ ଗୃହୀତ ହୋଇସାରିଛି। ସେହିପରି କ୍ଲିନ୍‌ ଏନର୍ଜି ସେସ୍‌ ବାବଦକୁ ରାଜ୍ୟ ୨୦,୦୦୦ କୋଟି ଟଙ୍କା କେନ୍ଦ୍ରକୁ ଦେଇଥାଏ। ହେଲେ ପରିବେଶଜନିତ ପ୍ରଦୂଷଣ ଭୋଗିଥାଏ। ତେଣୁ ଏହି ଅର୍ଥରୁ କିଛି ପରିମାଣ ରାଜ୍ୟକୁ ମିଳୁ। କୋଇଲା ରୟାଲଟିର ସଂଶୋଧନ ହୋଇ ନ ଥିବାରୁ ରାଜ୍ୟ ପ୍ରତିବର୍ଷ ୨୦୦୦ କୋଟି ଟଙ୍କାରୁ ଅଧିକ ଅର୍ଥର ରାଜସ୍ବ ହରାଇଛି। ତେଣୁ କ୍ଲିନ ଏନର୍ଜି ସେସ୍‌ ଏବଂ କୋଇଲା ରୟାଲଟି ସଂଶୋଧନ କରାଯାଉ ବୋଲି ସସ୍ମିତ କହିଥିଲେ। ସେହିପରି ଓଡ଼ିଶା ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବାରୁ ବହୁ କ୍ଷତି ସହୁଛି। ତେଣୁ ଓଡ଼ିଶାକୁ ସ୍ବତନ୍ତ୍ର ଧ୍ୟାନକୈନ୍ଦ୍ରିକ ରାଜ୍ୟର ମାନ୍ୟତା ଦିଆଯାଉ। ଏହା ଦ୍ୱାରା ବିଭିନ୍ନ ଯୋଜନାରେ ରାଜ୍ୟ ୯୦ ପ୍ରତିଶତ କେନ୍ଦ୍ରୀୟ ଅଂଶଧନ ଅନୁଦାନ ଆକାରରେ ପାଇବ। ଏହା ଦ୍ୱାରା ବିପର୍ଯ୍ୟୟ କ୍ଷତିର ଭରଣା କରାଯାଇପାରିବ ବୋଲି ସସ୍ମିତ ଦାବି କରିଛନ୍ତି। କେନ୍ଦ୍ର ଦ୍ୱାରା ଚୟନ କରାଯାଇଥିବା ୧୭ଟି ଐତିହାସିକ ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ରାଜ୍ୟରୁ କାହାରିକୁ ସ୍ଥାନ ଦିଆଯାଇ ନ ଥିଲା। ନିକଟରେ ଚୟନ କରାଯାଇଥିବା ୫ଟି ସ୍ଥଳୀ ମଧ୍ୟରେ ଓଡ଼ିଶାକୁ ବାଦ୍‌ ଦିଆଯାଇଛି। ତେଣୁ ଏହା ଦ୍ୱାରା କ’ଣ ସବ୍‌କା ସାଥ ସବ୍‌କା ବିକାଶ ସାଧିତ ହୋଇପାରିବ। ଓଡ଼ିଶା ସରକାର ରେଳବାଇ କ୍ଷେତ୍ରରେ ମାଗଣା ଜମି ସହ ୫୦ ପ୍ରତିଶତ ଅର୍ଥ ବ୍ୟୟ କରୁଛନ୍ତି, ହେଲେ ଆଜି ବି ୧୯୮୫ରୁ ଘୋଷିତ ପ୍ରକଳ୍ପ ଅଧାପନ୍ତରିଆ ହୋଇ ପଡ଼ିରହିଛି। ତେଣୁ ରେଳବାଇ କ୍ଷେତ୍ରରେ ରାଜ୍ୟକୁ ଅଧିକ ଅନୁଦାନ ଏବଂ ସହଯୋଗ ମିଳୁ ବୋଲି ସସ୍ମିତ କହିଛନ୍ତି। ସେହିଭଳି ରାଜ୍ୟରେ ଟେଲିକମ୍‌ ସେବା ଉପରେ ଗୁରୁତ୍ୱ ଦେବା ପାଇଁ ବିଜେଡି ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଓଡ଼ିଶା ରାଜନୀତିରେ ରାଜପରିବାର: ଜାଣନ୍ତୁ କେଉଁ ଆସନରୁ ଲଢ଼ୁଛନ୍ତି କେଉଁ ରାଜପରିବାର

ଭୁବନେଶ୍ୱର,୨୨ା୪: ଭାରତ ସ୍ୱାଧୀନ ହେବା ପରେ ଦେଶରେ ରାଜତନ୍ତ୍ର ଶେଷ ହୋଇଥିଲା। ଏହାପରେ ରାଜା ପରିବାର ସଦସ୍ୟମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ମଧ୍ୟ ଲୋକଙ୍କ ଦ୍ୱାରା ନିର୍ବାଚିତ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri