ଦାଦନ ଖଟିବାକୁ ଯାଇଥିଲେ, ଫେରିଲା ଯୁବତୀଙ୍କ ମୃତଦେହ

ମୋହନା୧୩।୪(ମନ୍ମଥ ମିଶ୍ର): ଚାନ୍ଦା ଆଦାୟ କରି ମୁମ୍ବାଇରୁ ଆସିଲା ମୃତଦେହ। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଦମାଦୁଆ ଗ୍ରାମ ପଞ୍ଚାୟତ ମଝିକିରିମ୍ବା ଗ୍ରାମରେ।

ଗାଁର ଅନିତା ମଳିକ(୩୪)ଙ୍କ ଘରେ ଆର୍ଥିକ ଅନଟନ ଲାଗି ରହିଥିବାରୁ ସେ ମୁମ୍ବାଇ ଦାଦନ ଖଟିବାକୁ ଯାଇ ପରିବାର ପୋଷଣ କରୁଥିଲେ। ଅନ୍ୟପକ୍ଷେ ଅନିତା ୨୦୨୨ରେ ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀନୀ ହୋଇଥିଲେ। ସେ ମୁଖ୍ୟ ପ୍ରତିଦ୍ବନ୍ଦୀ ଭାବେ ୫୧୧ ଖଣ୍ଡ ଭୋଟ ପାଇ ପରାଜିତ ହୋଇଥିଲେ। ପରାଜିତ ପରେ ପୁଣି ସେ ଦାଦନ ଖଟିବାକୁ ମୁମ୍ବାଇ ଚାଲିଯାଇଥିଲେ। ସେଠାରେ ସାଙ୍ଗମାନଙ୍କ ସହ ମିଶି କାମ କରୁଥିଲେ। ହେଲେ ଘରେ ରହୁଥିବା ସାଙ୍ଗମାନେ କାମକୁ ଯାଇଥିବା ବେଳେ କୌଣସି କାରଣରୁ ଅନିତା କାମକୁ ଯାଇ ଘରେ ରହିଥିଲେ।

ସାଙ୍ଗମାନେ କାମ ସାରି ଘରକୁ ଆସି ଅନିତାଙ୍କ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ। ଏନେଇ ସାଙ୍ଗମାନେ ତୁରନ୍ତ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ଗରିବ ଶ୍ରେଣୀର ହୋଇଥିବାରୁ ଝିଅର ମୃତଦେହ ଆଣିବାକୁ ଅକ୍ଷମ ପ୍ରକାଶ କରି ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନିକ ଅଧିକାରୀ ଏବଂ ସ୍ଥାନୀୟ ଜନପ୍ରତିନିଧିଙ୍କୁ ସାହାର୍ଯ୍ୟ ମାଗିଥିଲେ। ହେଲେ କୌଣସି ସୁଫଳ ମିଳିପାରି ନ ଥିଲା।

ଏଭଳିସ୍ଥିତିରେ ଅଞ୍ଚଳର କିଛି ଯୁବକ ୫୧ ହଜାର ଟଙ୍କା ଚାନ୍ଦା ଆଦାୟ କରି ମୁମ୍ବାଇରୁ ଏକ ଆମ୍ବୁଲାନ୍ସ ଯୋଗେ ଅନିତାଙ୍କ ମୃତଦେହ ଗାଁକୁ ଆଣିଥିଲେ। ମୃତଦେହ ଗାଁରେ ପହଞ୍ଚିବା ପରେ ଶୋକର ଛାୟା ଖେଳିଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡିରେ ବାହାର ରାଜ୍ୟ କମ୍ପାନୀର କାୟାବିସ୍ତାର: ଚିନ୍ତିତ ନାହାନ୍ତି ଅଧିକାରୀ, କର୍ମଚାରୀ

ଭବାନୀପାଟଣା, ୧୬ା୫(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାରେ କେନ୍ଦୁପତ୍ରକୁ ନେଇ ବହୁ କୋଟି ଟଙ୍କାର କାରବାର ଏବେ ସଙ୍କଟମୟ ସ୍ଥିତିରେ ଗତି କରୁଛି। ସରକାର ବିପୁଳ ପରିମାଣର ରାଜସ୍ବ…

ତୈଳ ସଙ୍କଟ ମଧ୍ୟରେ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ପେଟ୍ରୋଲ ଉପରେ ପ୍ରଥମ ଥର ପାଇଁ ଲାଗିବ…

ନୂଆଦିଲ୍ଲୀ,୧୬।୫: କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଏବଂ ବିମାନ ଇନ୍ଧନ (ATF) ରପ୍ତାନି ଉପରେ ଲାଗୁ ହେଉଥିବା ସ୍ପେଶାଲ ଆଡିସନାଲ ଏକ୍ସାଇଜ ଡ୍ୟୁଟି (SAED) ର ଦରରେ…

ବିବାହିତ ମହିଳାଙ୍କୁ ପ୍ରେମ କରୁଥିଲେ ୨ ଯୁବକ, ଜଣାପଡିବା ପରେ ଖଣ୍ଡାଯୁଦ୍ଧ, ପୂରା ଘଟଣା ଜାଣିଲେ…

ଦିଗପହଣ୍ଡି,୧୬।୫(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଉଡ଼ିଆ ଗ୍ରାମରେ ପ୍ରେମ ସମ୍ପର୍କକୁ କେନ୍ଦ୍ରକରି ଶୁକ୍ରବାର ଜଣେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ କରାଯାଇଥିବା ଅଭିଯୋଗ…

ଭୋଜଶାଳାରେ ସରସ୍ବତୀ ମନ୍ଦିର ଥିଲା: ହାଇକୋର୍ଟ

ଇନ୍ଦୋର,୧୬ା୫: ମଧ୍ୟପ୍ରଦେଶ ଧାର ଜିଲାରେ ଥିବା ବିବାଦୀୟ ଭୋଜଶାଳା କମ୍ପ୍ଲେକ୍ସ ଦେବୀ ସରସ୍ବତୀଙ୍କୁ ସମର୍ଥତ୍ତ ଏକ ମନ୍ଦିର ବୋଲି ମଧ୍ୟପ୍ରଦେଶ ହାଇକୋର୍ଟ ଶୁକ୍ରବାର ଘୋଷଣା କରିଛନ୍ତି। ମସ୍‌ଜିଦ…

ଅର୍ଜୁନଙ୍କୁ ମିଳିଲା ବଡ଼ ଅଫର୍‌: ଏବେ…

ବଲିଉଡ ଅଭିନେତା ଅର୍ଜୁନ ରାମପାଲ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ସେ ତ ଦମଦାର ଅଭିନୟ କରନ୍ତି କିନ୍ତୁ ‘ଧୂରନ୍ଧର-୨’ରେ ତାଙ୍କର ଖଳନାୟକ ଭୂମିକା ବେଶ୍‌ ପ୍ରଶଂସନୀୟ। ଏହି…

ବଫେଟ୍‌, ଷ୍ଟିଫେନ୍‌ଙ୍କ ସହ ଖାଇବାକୁ ୯୦ ଲକ୍ଷ ଡଲାର

ନ୍ୟୁୟର୍କ, ୧୬ା୫ : ଆମେରିକାର ବିଶିଷ୍ଟ ପୁଞ୍ଜି ନିବେଶକ ୱାରେନ ବଫେଟ୍‌ ଏବଂ ବାସ୍କେଟବଲ୍‌ ତାରକା ଷ୍ଟିଫେନ୍‌ କରିଙ୍କ ସହ ମଧ୍ୟାହ୍ନଭୋଜନ କରିବା ପାଇଁ ଜଣେ ବ୍ୟକ୍ତି…

ସମ୍ପର୍କୀୟ ଭାଇ ଦେଲା ବିଶ୍ବାସରେ ବିଷ:୧୩ ବର୍ଷୀୟା ନାବାଳିକା ହେଲେ ୬ ମାସର ଗର୍ଭବତୀ, ଡାକ୍ତରୀ ପରୀକ୍ଷା ପରେ…

ବୈଶିଙ୍ଗା,୧୫।୫(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଅଞ୍ଚଳରେ ବଳାତ୍କାର ଶିକାର ଜନୈକା ୧୩ ବର୍ଷିୟା ନାବାଳିକା ୬ମାସର ଗର୍ଭବତୀ ହେବା ଘଟଣାରେ ସମ୍ପର୍କୀୟ ଭାଇକୁ ଗିରଫ କରିଛି…

ପରିବେଶ ପ୍ରଦୂଷିତ ଅଭିଯୋଗ: ମା’ ତାରିଣୀ ପଥର କ୍ରଶର ୟୁନିଟକୁ ସିଲ୍ କଲା ପ୍ରଶାସନ                     

ଦିଗପହଣ୍ଡି,୧୫|୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ପଞ୍ଚାୟତ ଡ଼ଙ୍କାରି ମୌଜା ରେ ଥିବା ମା ‘ ତାରିଣୀ ପଥର କ୍ରଶର ୟୁନିଟ କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri