![](https://www.dharitri.com/wp-content/uploads/2020/02/jaleswar.gif)
ଜଳେଶ୍ବର,୫।୨(ଡି.ଏନ୍.ଏ.): ପୁଣି ଜଳେଶ୍ବରରେ ଜବତ ହେଲା ଧଳା ଜହର। ବୁଧବାର ଜଳେଶ୍ୱର ପୋଲିସ ୫୦ ଗ୍ରାମର ବ୍ରାଉନ ସୁଗାର ସହ ଦୁଇଟି ମୋବାଇଲ,ଗୋଟିଏ ବାଇକ ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରିଛି। ତେବେ ଜବତ ବ୍ରାଉନ ସୁଗାରର ମୂଲ୍ୟ ଆନୁମାନିକ ୫ଲକ୍ଷ ଟଙ୍କାରୁ ଅଧିକ ବୋଲି ପୋଲିସ ସୂଚନା ଦେଇଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ୨ଜଣ ଜଳେଶ୍ବର ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଜଣେ ଭଦ୍ରକ ଜିଲାର ବୋଲି ସୂଚନା ମିଳିଛି ।