ଜଳିଗଲା ୯ ବଖରା: ଖୋଲା ଆକାଶ ତଳେ ବିପନ୍ନ ପରିବାର

ସିଂହପୁର,୧୧।୧(ଡି.ଏନ୍‌.ଏ.) : ଯାଜପୁର ଜିଲା ବିଞ୍ଝାରପୁର ତହସିଲ ଅନ୍ତର୍ଗତ ଜରି ଓ ବାଙ୍ଗରାରେ ଭୟାବହ ଅଗ୍ନିକାଣ୍ଡ ଘଟି ୯ ବଖରା ଜଳି ପାଉଁଶ ହୋଇଯାଇଛି। ବାଙ୍ଗରା ପଞ୍ଚାୟତ ବିଲସାହିରେ ଶନିବାର ସକାଳେ ଅଗ୍ନିକାଣ୍ଡରେ ସଖୀ ଜେନା, ଶିଶିର ଜେନା, ଅରୁଣ ଜେନା, ତ୍ରିଲୋଚନ ଜେନାଙ୍କ ୪ ବଖରା ସମେତ ସମସ୍ତ ଆସବାବପତ୍ର ପୋଡ଼ି ନଷ୍ଟ ହୋଇଯାଇଛି। ଦମକଳ ବାହିନୀ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ନିଆଁକୁ ଆୟତ୍ତ କରିବା ପୂର୍ବରୁ ସମସ୍ତ ଜିନିଷ ଜଳିପୋଡ଼ି ଛାରଖାର ହୋଇଯାଇଥିଲା। ଖବର ପାଇ ବିଞ୍ଝାରପୁର ତହସିଲଦାର, ପଞ୍ଚାୟତ ସମିତି ଅଧ୍ୟକ୍ଷ ନନ୍ଦ କିଶୋର ସାମଲ, ସରପଞ୍ଚ ଆଶାଲତା ନାୟକ, ପୂର୍ବତନ ସରପଞ୍ଚ ଅକ୍ଷୟ ନାୟକ ପ୍ରମୁଖ ପହଞ୍ଚି ବିପନ୍ନ ପରିବାରକୁ ଭେଟିଥିଲେ। ଅଧ୍ୟକ୍ଷ ବିପନ୍ନ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ପଞ୍ଚାୟତ ପକ୍ଷରୁ ପୋଷାକ ଓ ଦୁଇଦିନର ଖାଦ୍ୟ ବ୍ୟବସ୍ଥା କରାଯାଇଛି। ବିପନ୍ନ ପରିବାରକୁ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
ସେହିପରି ଜରି ପଞ୍ଚାୟତର ମାଳି ଦଣ୍ଡାସାହିରେ ଶୁକ୍ରବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଅନିମା ମଲିକ, ସୁରଥ ମଲିକ, ସଞ୍ଜୁଲତା ମଲିକ, ସଞ୍ଜୟ ମଲିକଙ୍କ ୫ ବଖରା ଘର ପୋଡ଼ି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଘରେ ଥିବା ଆସବାବପତ୍ର ଉଦ୍ଧାର ହୋଇ ପାରି ନ ଥିଲା। ଦମକଳ ବାହିନୀ ପହଞ୍ଚିବା ବେଳକୁ ସବୁ ଛାରଖାର ହୋଇଯାଇଥିଲା। ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ସରପଞ୍ଚ ସ୍ବପ୍ନା ମଞ୍ଜରୀ ଲେଙ୍କା, ସମିତି ସଭ୍ୟା ଭୁବନାନନ୍ଦ ସାମଲ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନଦୀରେ ଭାସିଯାଇ ଭାଉଜ, ଦିଅର ମୃତ

ବୈପାରିଗୁଡା,୧୬ା୬(ଡି.ଏନ.ଏ.)-କୋରାପୁଟ ଜିଲା ବୈପାରିଗୁଡ଼ା ଥାନା ଅନ୍ତର୍ଗତ କଳାପଡ଼ା ଗ୍ରାମରେ ସୋମବାର ସନ୍ଧ୍ୟାରେ ଏକ ଦୁର୍ଘଟଣା ଘଟିଛି। ନଦୀ ପାର ହେଉଥିବା ବେଳେ ଜଣେ ମହିଳା ଓ...

ବେଆଇନ ମଦ ଦୋକାନ ଭାଙ୍ଗିଲେ ଅସନ୍ତୁଷ୍ଟ ମହିଳା

ଖଇରା, ୧୨।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଗଗନଧୂଳି ପଞ୍ଚାୟତ ଅଧୀନ ରାଇଗଢିଆ ଗ୍ରାମରେ ଗତ ୫ବର୍ଷରୁ ଊର୍ଦ୍ଧ୍ୱ ହେଲା ବେଆଇନ ମଦ ବିକ୍ରୟ କେନ୍ଦ୍ର ଚାଲିଥିବା...

ପୋଖରୀରୁ ମାଛ ଚୋରିକୁ ନେଇ ଗୁଳିମାଡ଼ ଘଟଣା: ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସର ତନାଘନା

ଗୋପାଳପୁର,୧୫।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବ୍ରହ୍ମପୁର ଗୋଳନ୍ଥରା ଥାନା ଅନ୍ତର୍ଗତ ଟାମଣା କାଳୁଆଘାଟି ନିକଟରେ ଗତ ବୁଧବାର ରାତିରେ ଏକ ପୋଖରୀରୁ ମାଛ ଚୋରି ନେଇ ଦୁର୍ଦ୍ଦାନ୍ତ...

ଭିଜିଲାନ୍ସ ଜାଲରେ ଜେନେରାଲ ମ୍ୟାନେଜର

ସମ୍ବଲପୁର ଅଫିସ,୧୧।୩: ଭିଜିଲାନ୍ସ ଜାଲରେ ପଡିଛନ୍ତି ଟାଟା ପାୱାରର ଜେନେରାଲ ମ୍ୟାନେଜର ସନ୍ତୋଷ କୁମାର ଦରଜି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର, ବୁର୍ଲା...

ଜିଲା ମୁଖ୍ୟାଳୟ ଛାଡ଼ି ବାହାରେ ରହୁଛନ୍ତି ସରକାରୀ କର୍ମଚାରୀ

ଜଗତ୍‌ସିଂହପୁର ଅଫିସ,୧୬।୪: ଜଗତ୍‌ସିଂହପୁର ଜିଲାରେ ବିଶେଷକରି ଜିଲା ମୁଖ୍ୟାଳୟରେ କାର୍ଯ୍ୟରତ ସରକାରୀ କର୍ମଚାରୀମାନଙ୍କ ମଧ୍ୟରୁ ଅନେକେ କଟକ, ଭୁବନେଶ୍ୱରରେ ରହୁଛନ୍ତି। ଏଥିଯୋଗୁ ସ୍ଥାନୀୟ ଲୋକେ ବହୁ...

ଭାଜପାର ଉତ୍ଥାନ: ବିଜେଡିକୁ ଚ୍ୟାଲେଞ୍ଜ

ଯାଜପୁର ଅଫିସ,୨୯ା୧: ଯାଜପୁର ଜିଲା ବିଜେଡି ଗଡ଼ରେ ଭାଜପାର ଉତ୍‌ଥାନକୁ ନେଇ ରାଜନୈତିକ ମହଲରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଲାଣି। ରାଜ୍ୟରେ ବିଜେଡି ସରକାରଙ୍କ...

ବ୍ରହ୍ମପୁରରେ ପୋଲିସ ଡିଜି: ଅପରାଧ ସ୍ଥିତି, ୫ଟି ଉପରେ କଲେ ସମୀକ୍ଷା

ବ୍ରହ୍ମପୁର ଅଫିସ,୮।୨: ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଅଭୟ ଶନିବାର ବ୍ରହ୍ମପୁର ଗସ୍ତରେ ଆସି ଦକ୍ଷିଣାଞ୍ଚଳ ରେଞ୍ଜ ଡିଆଇଜିଙ୍କ ସମ୍ମିଳନୀ କକ୍ଷରେ ୫ଟି ପୋଲିସ ଜିଲାର...

କରୋନା ଦୁଃଖ: କ୍ୱାରାଣ୍ଟାଇନ୍‌ ଅବଧି ସରି ନ ଥିବାରୁ ମା’ଙ୍କ ମୁଁହରେ ମୁଖାଗ୍ନି ଦେଇପାରିଲେନି ପୁଅ

ଛତ୍ରପୁର, ୧୬।୫(ଡି.ଏନ୍‌.ଏ.)- କରୋନା ମୁକାବିଲାକୁ ନେଇ ସାରା ଦେଶରେ ଲକ୍‌ଡାଉନ୍‌ କଟକଣା। ଏପରିକି ସଂକ୍ରମଣ ଆଶଙ୍କାରେ ବାହାରୁ ଫେରୁଥିବା ପ୍ରବାସୀମାନଙ୍କୁ ରାଜ୍ୟର ବିଭିନ୍ନ କ୍ୱାରାଣ୍ଟାଇନ ସେଣ୍ଟରରେ...

Advertisement
Archives

Model This Week