ଜଳଯୋଗାଣ ପ୍ରକଳ୍ପ ନିର୍ମାଣସ୍ଥଳକୁ ନେଇ ଉତ୍ତେଜନା

ରାଇରଙ୍ଗପୁର,୨ା୨(ଡି.ଏନ୍‌.ଏ.): ରାଇରଙ୍ଗପୁର କଲେଜ ଛାତ୍ରୀନିବାସ ପଛପଟ ପାଚେରୀ ଏବଂ ଖେଳପଡ଼ିଆ ପାର୍ଶ୍ୱରେ ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ ନିର୍ମାଣସ୍ଥଳକୁ ନେଇ ବିବାଦ ଦେଖାଦେଇଛି। ରାଇରଙ୍ଗପୁର ବ୍ଲକ ଅଧୀନ ଭାଲୁବସା ପଞ୍ଚାୟତବାସୀ ଏହି ପ୍ରକଳ୍ପ ନିର୍ମାଣ ସପକ୍ଷରେ ଥିବା ବେଳେ ସ୍ଥାନୀୟ ପୁରୁଣାଘାଟୀ ବସ୍ତି ଅଞ୍ଚଳବାସୀ ଏହାକୁ ବିରୋଧ କରିଛନ୍ତି। ଶନିବାର ଭାଲୁବସା ପଞ୍ଚାୟତବାସୀ ଏହି ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ଦାବିରେ ଉପ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ସୂଚନାନୁଯାୟୀ,ରାଇରଙ୍ଗପୁର ବ୍ଲକ ଭାଲୁବସା ପଞ୍ଚାୟତର ୬ଟି ଗ୍ରାମକୁ ପାନୀୟ ଜଳ ଯୋଗାଣ ନିମନ୍ତେ ୧୯୩ କୋଟି ଟଙ୍କା ବିନିମୟରେ ଉକ୍ତ ମେଗା ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟ କରାଯାଉଥିଲା। ମାତ୍ର ପୁରୁଣାଘାଟୀ ବସ୍ତି ଅଞ୍ଚଳବାସୀ ଉକ୍ତ କାର୍ଯ୍ୟକୁ ବିରୋଧ କରିଥିଲେ। ଭାଲୁବସା ପଞ୍ଚାୟତବାସୀ ତୁରନ୍ତ ମେଗା ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବା ସକାଶେ ଯିିଦରେ ଅଟଳ ରହିବା ସହ ଶତାଧିକ ମହିଳାପୁରୁଷ ଭାଲୁବସା ସରପଞ୍ଚ ବିଜୟ ମାରାଣ୍ଡି, ପୂର୍ବତନ ଜିଲା ପରିଷଦ ସଭ୍ୟ ଆଲୋକ ମହାନ୍ତ ଏବଂ ଜିତେନ୍ଦ୍ର ନାଥ ହେମ୍ବ୍ରମ ପ୍ରମୁଖଙ୍କ ନେତୃତ୍ୱରେ ସ୍ଥାନୀୟ ଉପଜିଲାପାଳ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିଥିଲେ। ଏନେଇ ଗ୍ରାମବାସୀ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏହାସହ ଗ୍ରାମବାସୀ ସ୍ଥାନୀୟ ତହସିଲଦାର ଜଗରଞ୍ଜନ ନାୟକଙ୍କୁ ଭେଟି ମେଗା ଜଳଯୋଗାଣ ପ୍ରକଳ୍ପ ନିର୍ମାଣ ଲାଗି ତୁରନ୍ତ ସ୍ଥାନ ନିରୂପଣ କରିବା ଲାଗି ଦାବି କରିଥିଲେ। ଆଲୋଚନା ବେଳେ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ କରୁଥିବା ଏଲ୍‌ଆଣ୍ଡଟି କମ୍ପାନୀର ଜଣେ ଇଞ୍ଜିନିୟର ଏବଂ କର୍ମଚାରୀଙ୍କ ସମେତ ଟାଉନ ଥାନା ଅଧିକାରୀ ଇନ୍ସପେକ୍ଟର ରେଣୁବାଳା ସାହୁ ଉପସ୍ଥିତ ଥିଲେ। ଉକ୍ତ ଗ୍ରାମ୍ୟ ମେଗା ଜଳଯୋଗାଣ ପ୍ରକଳ୍ପ ନିର୍ମାଣ ବାବଦ ଏବଂ ଉତ୍ତେଜନାକୁ ନେଇ ନିର୍ମାଣସ୍ଥଳରେ ପୋଲିସ ପ୍ରଶାସନ ପକ୍ଷରୁ ଫୋର୍ସ ମୁତୟନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨ ହତ୍ୟାକାରୀଙ୍କୁ ଆଜୀବନ ଜେଲ

ବାରିପଦା ଅଫିସ,୨୦ା୧: ମୟୂରଭଞ୍ଜ ଅତିରିକ୍ତ ଜିଲା ଓ ଦୌରା ଜଜ(୨) କୋର୍ଟରେ ଶୁକ୍ରବାର ଏକ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଜଜ ଡ. ଦୀପକ...

ଗାଈ ସହ ପିକ୍‌ଅପ୍‌ ଭ୍ୟାନ ଲୁଟ୍‌ ଘଟଣା: ଧରାପଡ଼ିଲେ ଫେରାର ଅଭିଯୁକ୍ତ

ବୈଶିଙ୍ଗା,୧୧ା୧୧(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ କଳମାଠାରେ ମୂଲ୍ୟବାନ ଗାଈ ସହ ପିକ୍‌ଅପ୍‌ ଭ୍ୟାନ ଲୁଟ ଘଟଣାରେ ସମ୍ପୃୃକ୍ତ ଅନ୍ୟ ଜଣେ ଫେରାର ଅଭିଯୁକ୍ତଙ୍କୁ...

ଭିତ୍ତିଭୂମି ନାହିଁ, ନଁ। କୁ ଆଦର୍ଶ ବିଦ୍ୟାଳୟ

ବହଳଦା,୧୧ା୮(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲାର ସୀମାନ୍ତବର୍ତ୍ତୀ ଆଦିବାସୀ ଅଧ୍ୟୁଷିତ ତିରିଂ ବ୍ଲକ ଶିକ୍ଷା କ୍ଷେତ୍ରରେ ଅନଗ୍ରସର ହୋଇ ରହିଛି। ଏହି ଅଞ୍ଚଳରେ ଶିକ୍ଷାର ପ୍ରସାର ଲାଗି ୪...

ମହିଳାଙ୍କ ମଦ ବିରୋଧୀ ଶୋଭାଯାତ୍ରା

ରାଇରଙ୍ଗପୁର,୨୧ା୮(ଡି.ଏନ.ଏ): ମୟୂରଭଞ୍ଜ ଜିଲା ବିଜାତଳା ବ୍ଲକ ଅନ୍ତର୍ଗତ ମୁଣ୍ଡାଠାକୁରା ଗ୍ରାମ ଶକ୍ତିମୟୀ ମହିଳା ସଂଗଠନ ପକ୍ଷରୁ ମଙ୍ଗଳବାର ମଦ ବିରୋଧୀ ବିକ୍ଷୋଭ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।...

ଭାଲୁ ତାଡ଼ିଦେଲା ଦୁଇ ଆଖି

ଉଦଳା,୨୦ା୧୨(ଡି.ଏନ୍‌.ଏ.) – ଘର ବାଡ଼ି ପାଖକୁ ଗୋରୁ ଖୋଜିବାକୁ ଯିବା ହେଲା କାଳ । ବାଉଁଶବୁଦାରେ ଲୁଚି ରହିଥିବା ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି ଜଣେ...

ହିଙ୍ଗୁଳାଙ୍କ ପୀଠରେ ଲକ୍ଷାଧିକ ଭକ୍ତ

ବାରିପଦା ଅଫିସ,୩।୩- ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ କଉଡ଼ିଖଣିସ୍ଥିତ ଶାଳଜଙ୍ଗଲ ପରିସରରେ ମା’ ହିଙ୍ଗୁଳାଙ୍କ ବାର୍ଷିକ ବଡ଼ପୂଜା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ୧୪୪ ଧାରା ଜାରି...

 ସୀମାନ୍ତ ପରିଦର୍ଶନ କଲେ ପୂର୍ବାଞ୍ଚଳ ଆଇଜି

ବାରିପଦା ଅଫିସ, ୩୧ା୩- ଆସନ୍ତା ଏପ୍ରିଲ ୧୪ ପର୍ଯ୍ୟନ୍ତ ଲକଡାଉନକୁ କଡ଼ାକଡ଼ି ପାଳନ କରାଯିବା ସହିତ ସମସ୍ତ ରାଜ୍ୟ ଓ ଜିଲାର ସୀମାନ୍ତବର୍ତ୍ତୀ ସ୍ଥାନଗୁଡ଼ିକ ସିଲ୍‌...

ପୋଲିସ ଗାଡିକୁ ପିଟିଲା ଟ୍ରକ୍‌: ୩ ଗୁରୁତର

ବାରିପଦା ଅଫିସ,୮।୧୦: ମୟୂରଭଞ୍ଜ ଜିଲା ବାରିପଦା ସହର ଉପକଣ୍ଠ ୧୮ନଂ ଜାତୀୟ ରାଜପଥ ପାଲବଣୀ ମଞ୍ଚାବନ୍ଧା ମଧ୍ୟରେ ଶନିବାର ସକାଳେ ଦୁର୍ଘଟଣା ଘଟିଛି। ଏକ ପୋଲିସଗାଡି...

Advertisement
Archives

Model This Week