ଜର୍ଜିଆରେ ‘କାର୍‌ଗିଲ ଗର୍ଲ’ ଶୁଟିଂ

ମୁମ୍ବାଇ: ଜର୍ଜିଆରେ ‘କାର୍‌ଗିଲ ଗର୍ଲ’ର ଶୁଟିଂ ହେବ। ଏଥିପାଇଁ ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ଏବଂ ଅଭିନେତା ଅଙ୍ଗଦ ବେଦୀ ପୂରା ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ବାୟୁସେନା ବିମାନ ଚାଳକ ଗୁଞ୍ଜନ ସାକ୍‌ସେନାଙ୍କ ଜୀବନ କାହାଣୀକୁ ନେଇ ‘କାରଗିଲ ଗର୍ଲ’ ଗଢ଼ିଉଠିଛି, ଯିଏ ୧୯୯୯ରେ କାର୍‌ଗିଲ ଯୁଦ୍ଧବେଳେ କାର୍‌ଗିଲରେ ପ୍ରବେଶ କରି ଶତ୍ରୁପକ୍ଷର ସେନାକୁ ଚକ୍‌ମା ଦେଖାଇଥିଲେ। ଜାହ୍ନବୀ କପୁର ଏଥିରେ ସାକ୍‌ସେନା ଭୂମିକାରେ ଅଭିନୟ କରୁଛନ୍ତି। ଜର୍ଜିଆର ଉଚ୍ଚତମ ଅଞ୍ଚଳ କାଜ୍‌ବେଗି ସହରରେ ଉକ୍ତ ଫିଲ୍ମର ଶୁଟିଂ ଚାଲିବ। ବିଦେଶ ଗସ୍ତରେ ଯିବା ପୂର୍ବରୁ ଏହି କଳାକାର ଦ୍ୱୟ ଫିଟ୍‌ନେସ୍‌ ପାଇଁ କଠିନ ପରିଶ୍ରମ କରୁଛନ୍ତି। ଅଙ୍ଗଦ ବେଦୀ ଏଥିପାଇଁ ତାଲିମ ନେବାଲାଗି କୋଚ୍‌ ବ୍ରିନ୍‌ଷ୍ଟନ୍‌ଙ୍କ ସହାୟତା ଲୋଡିଛନ୍ତି। ଜାହ୍ନବୀ ଏବଂ ଅଙ୍ଗଦ ଚଳିତମାସ ଶେଷ ଭାଗରେ ଜର୍ଜିଆ ଗସ୍ତ କରିବେ। ଏଥିପୂର୍ବରୁ ଲକ୍ଷ୍ନୌରେ କିଛି ପ୍ରାରମ୍ଭିକ କାର୍ଯ୍ୟ କରାଯିବାର ବ୍ୟବସ୍ଥା ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ମୌନୀ-ସୁରଜଙ୍କ ପ୍ରେମ କାହାଣୀ: ଜାଣନ୍ତୁ କିପରି ପଡ଼ିଥିଲେ ପ୍ରେମରେ

ଅଭିନେତ୍ରୀ ମୌନୀ ରୟ ପ୍ରେମିକ ସୁରଜ ନାମ୍ବିଆର୍‌ଙ୍କୁ ଖୁବ୍‌ଶୀଘ୍ର ବିବାହ କରିବେ। ସେ ୨୭ ଜାନୁୟାରୀ ୨୦୨୨ରେ ଗୋଆରେ ଏକ ସମୁଦ୍ରକୂଳରେ ବିବାହ କରିବେ। ତେବେ...

ଇଣ୍ଡଷ୍ଟ୍ରିରେ ସାମନ୍ଥାଙ୍କ ୧୨ ବର୍ଷ: ଫଟୋ ଶେୟାର କରି କହିଲେ ଏମିତି

ସାଉଥ୍‌ ସୁନ୍ଦରୀ ସାମନ୍ଥା ରୁଥ ପ୍ରଭୁ ତାଙ୍କ ଅଭିନୟରେ ଲକ୍ଷ ଲକ୍ଷ ଦର୍ଶକଙ୍କୁ ବାନ୍ଧି ରଖିଛନ୍ତି। ସାମନ୍ଥା ସୋସିଆଲ ମିଡିଆରେ ପ୍ରାୟତଃ ସକ୍ରିୟ। ସେ ତାଙ୍କ...

ଚାହୁଁଥିଲେ ହେବାକୁ ଆକ୍ସନ ହିରୋ, ପାଲଟିଗଲେ ରୋମାଣ୍ଟିକ୍‌ ହିରୋ…

ମୁମ୍ବାଇ: ବଲିଉଡ୍‌ର କିସିଂ ଷ୍ଟାର ଇମ୍ରାନ୍‌ ହାସ୍‌ମୀଙ୍କୁ ବୁଧବାର ୪୨ ବର୍ଷ ପୂରଣ ହୋଇଛି। ୧୯୭୯ ମାର୍ଚ୍ଚ ୨୪ରେ ସେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ଇମ୍ରାନ୍‌...

ମାସ୍କ ପିନ୍ଧି ସାଇକେଲ ଚଲାଇଲେ ସଲମାନ୍‌ ଖାନ୍‌: ୟୁଜର୍ସ କହିଲେ ଏମିତି…

ବଲିଉଡ୍‌ର ସୁପରଷ୍ଟାର ସଲମାନ୍‌ ଖାନ୍‌ ନିଜର ଉଦାରତା ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କରୋନା ସମୟରେ ସେ ହଜାର ହଜାର ଲୋକଙ୍କୁ ସାହାଯ୍ୟ କରିଛନ୍ତି। ଅଭାବୀ...

ମଦ ନିଶାରେ ସ୍ତ୍ରୀଙ୍କୁ ଏପରି କହିଥିଲେ କପିଲ, ଭିଡିଓ ଦେଖିଲେ…

କମେଡି କିଙ୍ଗ କପିଲ ଶର୍ମା ଦର୍ଶକଙ୍କୁ ହସାଇବା ପାଇଁ କୌଣସି ବି ମଉକା ଛାଡନ୍ତି ନାହିଁ। ନିକଟରେ କପିଲ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଏକ...

ଅଭିନୟ ପାଇଁ ସ୍ବାମୀଙ୍କୁ ଛାଡ଼ପତ୍ର ଦେଇଥିଲେ ଏହି ଅଭିନେତ୍ରୀ

ବଲିଉଡ୍‌ ଫିଲ୍ମରେ ଅନ୍ତରଙ୍ଗ ମୁହୂର୍ତ୍ତ ଏବଂ ଚୁମ୍ବନ ଦୃଶ୍ୟ କରି ବେଶ୍‌ ହଇଚଇ ସୃଷ୍ଟି କରିଥିବା ଅଭିନେତ୍ରୀ ହେଲେ ମଲ୍ଲିକା ଶେରାଓ୍ବତ୍‌। ୨୦୦୩ରେ ଫିଲ୍ମ ‘ଖ୍ବାହିଶ’ରୁ...

ଏନ୍‌ଆର୍‌ସିରୁ ଧ୍ୟାନ ହଟାଇବାକୁ ବଳାତ୍କାର, ଏନ୍‌କାଉଣ୍ଟର, ପିଆଜ ମାରାତ୍ମକ ଯୋଜନା: ବିଶାଲ

ମୁମ୍ବାଇ,୯।୧୨: ବଲିଉଡ୍‌ ସିଙ୍ଗର ତଥା ମ୍ୟୁଜିକ କମ୍ପୋଜର ବିଶାଲ ଦଦଲାନି କିଛି ନା କିଛି ବିବାଦୀୟ ବୟାନ ପାଇଁ ଅନେକ ସମୟରେ ଆସିଥାଆନ୍ତି ଚର୍ଚ୍ଚାକୁ। ଏବେ...

ଅନ୍‌ସ୍କ୍ରିନ୍‌ରେ ପ୍ରଥମଥର ପାଇଁ ଅଭିନେତ୍ରୀଙ୍କୁ କିସ୍‌ କଲେ ସଲମାନ

ମୁମ୍ବାଇ: ସୁପରଷ୍ଟାର ତଥା ଦବଙ୍ଗ ଖାନ୍‌ ସଲମାନ ଯେଉଁ ଫିଲ୍ମରେ ଅଭିନୟ କରନ୍ତି ଦେଖିବା ପାଇଁ ଦର୍ଶକ ଚାତକ ପରି ଚାହିଁରହିଥାନ୍ତି। ଏବେ ତାଙ୍କ ଅଭିନୀତ...

Advertisement
Archives

Model This Week