ଜରି ତଳେ ଜୀବନ

ଜଳେଶ୍ୱର, ୫।୧୧(ରବି ନାରାୟଣ ପାତ୍ର)-ଆର୍ଥିକ ଅନଗ୍ରସର ଲୋକଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବା ଲାଗି କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାର ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରୁଛନ୍ତି। ହେଲେ ସମସ୍ତଙ୍କ ନିକଟରେ ତାହା ପହଞ୍ଚିପାରୁନାହିଁ।
ଏପରି କି ମୁଣ୍ଡ ଗୁଞ୍ଜିବାକୁ ଭୂମି କିମ୍ବା ଘରଟିଏ ନ ଥିବାରୁ ଅନେକେ ଦୁର୍ଦ୍ଦିନରେ ଜୀବନ ବିତାଉଛନ୍ତି। ଜଳେଶ୍ୱର ପୌରପରିଷଦ ଅଞ୍ଚଳର ୧୦ନଂ ୱାର୍ଡ଼ ଶାନ୍ତିଆଠାରେ ରହୁଥିବା ଦେବୁ ଦାସ (୫୨) ଏହାର ଉଦାହରଣ।
୧୯୯୯ରେ ପଶ୍ଚିମବଙ୍ଗର ମେଦିନୀପୁର ହଳିଦିଆ ଅଞ୍ଚଳ ବସନ୍ତପୁର ଗାଁର ଦେବୁ ଦାସଙ୍କର ପୈତୃକ ସମ୍ପତ୍ତି ନ ଥିବାରୁ ସେ ଗାଁ ଛାଡ଼ି କାମ ଅନ୍ବେଷଣରେ ସ୍ତ୍ରୀଙ୍କ ସହିତ ଜଳେଶ୍ୱର ଷ୍ଟେଶନରେ ପହଞ୍ଚିଥିଲେ। ପରବର୍ତ୍ତୀ ସମୟରେ ନିକଟସ୍ଥ ଗ୍ରାମରେ ଦିନ ମଜୁରିଆ ଭାବେ କାମ କରିବା ସହିତ ଗ୍ରାମର ବିଭିନ୍ନ ଲୋକଙ୍କ ପିଣ୍ଡାରେ ରାତି କଟାଉଥିଲେ। ତାଙ୍କର ଏକ ପୁତ୍ର ସନ୍ତାନ ହେବା ପରେ ବହୁ ଚେଷ୍ଟା ଓ କେତେକ ସମାଜସେବୀଙ୍କ ସହାୟତାରେ ସେ ଭୋଟରକାର୍ଡ, ଆଧାରକାର୍ଡ ଓ ରାଶନକାର୍ଡ ପାଇ ରାଶନ୍‌ ସାମଗ୍ରୀ ପାଉଛନ୍ତି। ଗ୍ରାମର ଲୋକମାନଙ୍କ ସହମତି ଓ ସହାୟତାରେ ସେ ୩ବର୍ଷ ଧରି ଅନାବାଦି ଜାଗାରେ ଏକ ପଲିଥିନ ତିଆରି ଘରେ ମୁଣ୍ଡଗୁଞ୍ଜି ଆସୁଛନ୍ତି। ଜଳେଶ୍ୱର ତହସିଲ ଓ ପୌରପରିଷଦକୁ ବାରମ୍ବାର ଦୌଡ଼ି ନୟାନ୍ତ ହୋଇଥିଲେ ମଧ୍ୟ ଏଯାଏ ଭୂମିଟିଏ କିମ୍ବା ଘରଖଣ୍ଡିଏ ପାଇପାରିନାହାନ୍ତି। ସରକାରଙ୍କ ଆବାସ ଯୋଜନା ତାଙ୍କ ପାଇଁ ସାତସପନ ହୋଇଛି। ଦେବୁ ଜଣେ ଭୂମିହୀନ ଓ ଗୃହଶୂନ୍ୟ ବ୍ୟକ୍ତି ହୋଇଥିବାରୁ ସରକାରଙ୍କ ପକ୍ଷରୁ ଜମି ଓ ଗୃହର ବ୍ୟବସ୍ଥା କରାଇବାକୁ ପୂର୍ବତନ ପୌରପାଳ ବସନ୍ତ ସେନାପତି, ସମାଜସେବୀ ସୀତାଂଶୁ ସେନାପତି, ଗିରିଜା ଶଙ୍କର ଦାସ ପ୍ରମୁଖ ସ୍ଥାନୀୟ ପ୍ରଶାସନ ନିକଟରେ ଦାବି ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେଟିଂ ମାଧ୍ୟମ ପରିବର୍ତ୍ତନ କରିଛି କରୋନା

ଭୁବନେଶ୍ୱର,୫।୮ (ବ୍ୟୁରୋ): କରୋନାର ଦ୍ୱିତୀୟ ଲହର କିଭଳି ସିଙ୍ଗଲ୍‌ ବା ଏକା ଥିବା ଭାରତୀୟଙ୍କ ପାଇଁ ଡେଟିଂର ମାଧ୍ୟମକୁ ପରିବର୍ତ୍ତନ କରିଛି ସେ ସମ୍ପର୍କରେ ପ୍ରଥମ...

ଭୁବନେଶ୍ୱର ସମେତ ୨୬ ସ୍ଥାନରେ ଏନ୍‌ଆଇଏ ଚଢ଼ାଉ

ଭୁବନେଶ୍ୱର,୧୩।୨(ବ୍ୟୁରୋ): ମାଓବାଦୀ ଗୋଷ୍ଠୀ ଦ୍ୱାରା ଆତଙ୍କବାଦୀ ପାଣ୍ଠି ବ୍ୟବହାର ସମ୍ପର୍କିତ ଏକ ମାମଲାରେ ନ୍ୟାଶନାଲ ଇନଭେଷ୍ଟିଗେଶନ୍‌ ଏଜେନ୍ସି (ଏନ୍‌ଆଇଏ)ର ଟିମ୍‌ ଓଡ଼ିଶାର ଭୁବନେଶ୍ୱର ସମେତ ବିହାର,...

ନିରପେକ୍ଷ ନିଷ୍ପତ୍ତି ନିଅ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୪।୩(ବ୍ୟୁରୋ): ଲୋକମାନଙ୍କ ସହ ସିଧାସଳଖ କଥା ହେବା, ସହୃଦୟତାର ସହ ସେମାନଙ୍କ କଥା ଶୁଣିବା ଏବଂ ନିରପେକ୍ଷ ଭାବେ ନିଷ୍ପତ୍ତି ନେଇ କାର୍ଯ୍ୟ କରିବା ପାଇଁ...

ଆଉଏକ ସେଲ୍‌ କମ୍ପାନୀର ନିର୍ଦ୍ଦେଶକ ଗିରଫ

ଭୁବନେଶ୍ୱର,୧୫।୩(ବ୍ୟୁରୋ): ଫୁଟବଲ୍‌ ବେଟିଂ/ଗେମିଙ୍ଗ୍‌ ଆପ୍‌ (18football.com)ରେ ଦେଶବ୍ୟାପୀ ହୋଇଥିବା ୧ହଜାର କୋଟିରୁ ଊର୍ଦ୍ଧ୍ୱ ଠକେଇ ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଆଉଜଣେ ଅଭିଯୁକ୍ତଙ୍କୁ...

ବିଦ୍ୟାଳୟ ସମ୍ମୁଖରେ ଅନଶନରେ ବସିଲେ ଛାତ୍ରୀଛାତ୍ର, ଅଭିଭାବକ: ସମାଧାନ ନ ହେବାରୁ ଫେରିଗଲେ ବିଇଓ

ଭୋଗରାଇ,୬।୯(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ଜନାର୍ଦ୍ଦନ ହାଇସ୍କୁଲରେ ପ୍ରଧାନଶିକ୍ଷକଙ୍କ ବଦଳି ବାତିଲ ସହିତ ଅନ୍ୟାନ୍ୟ ଶିକ୍ଷକ ପଦବୀ ପୂରଣ ନିମନ୍ତେ ଛାତ୍ରୀଛାତ୍ର, ଅଭିଭାବକମାନେ...

ନବୀନ ନିବାସ ଘେରିବେ ଦେହଜୀବୀ

ଭୁବନେଶ୍ୱର, ୭।୧(ବ୍ୟୁରୋ): ବିଶ୍ୱକପ୍‌ ହକି ପାଇଁ ରାଜଧାନୀରେ ଜବରଦଖଲ ଉଚ୍ଛେଦ ଜାରି ରହିଛି। ଏହାକୁ ବିରୋଧକରି କିଛିଦିନ ହେବ ଉଠା ଦୋକାନୀମାନେ ଆନ୍ଦୋଳନ ଚଳାଇଥିବା ବେଳେ...

ଏସିଆନ ଚାମ୍ପିୟନଶିପରେ ଭାଗ ନେବେ କେନ୍ଦୁଝର ଝିଅ ମଧୁସ୍ମିତା

କେନ୍ଦୁଝର, ୧୯ା୭ (ସ୍ବ.ପ୍ର.)-ଏସିଆନ ତାଏକୋଣ୍ଡୋ ଚାମ୍ପିୟନଶିପରେ ଭାଗ ନେବା ପାଇଁ ଜାତୀୟ ଦଳରେ କେନ୍ଦୁଝର ଝିଅ ମଧୁସ୍ମିତା ମହାନ୍ତି ମନୋନୀତ ହୋଇଛନ୍ତି। ତାଙ୍କ ଘର କେନ୍ଦୁଝର...

ଟେଣ୍ଟ କମ୍ୟୁନିଟି ହସ୍‌ପିଟାଲ ଲାଗି ଜମି ସର୍ଭେ

ଜଳେଶ୍ୱର, ୭।୬(ଡି.ଏନ.ଏ.)-ମହାମାରୀ କରୋନା ସମଗ୍ର ବିଶ୍ୱକୁ କବଳିତ କରିଥିବା ବେଳେ ଏହାର ନିସ୍ତାର ଲାଗି ସ୍ବାସ୍ଥ୍ୟବିଭାଗ ନାକେଦମ ହେଉଛି। କେନ୍ଦ୍ର ଓ ରାଜ୍ୟ ସରକାର ପର୍ଯ୍ୟାପ୍ତ...

Advertisement
Archives

Model This Week