Posted inଜାତୀୟ

ଜରିମାନା ଦେବା ଭୟରେ ପୁଅକୁ କୋଠରୀରେ ବନ୍ଦ ରଖିଲେ ପିତା

ଆଗ୍ରା, ୧୧।୯: ଉତ୍ତର ପ୍ରଦେଶରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଜରିମାନା ଦେବା ଭୟରେ ନାବାଳକ ପୁଅକୁ କୋଠରୀରେ ବନ୍ଦ କରି ରଖିଛନ୍ତି ପିତା। ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଦେଶବ୍ୟାପୀ ଟ୍ରାଫିକ ବ୍ୟବସ୍ଥାକୁ କଡ଼ାକଡ଼ି ପାଳନ କରାଯାଉଛି। ଦେଶର ବିଭିନ୍ନ ସ୍ଥାନରେ ଚେକିଂ କରାଯାଇ ବେଆଇନ ଗାଡ଼ି ଚାଳକମାନଙ୍କୁ ମୋଟା ଅଙ୍କର ଜରିମାନା ଲଗାଯାଉଛି। ଏହି ଭୟରେ ଲୋକମାନେ ଗାଡି ଧରି ବାହାରକୁ ଯିବାକୁ ଡରୁଛନ୍ତି। ସୂଚନାଯୋଗ୍ୟ, ଜଶଓ୍ବନ୍ତପୁର ଅଞ୍ଚଳରେ ରହୁଥିବା ଧର୍ମ ସିଂଙ୍କ ନାବାଳକ ପୁଅ ମୁକେଶ୍‌ ୨ ବର୍ଷ ତଳେ ଜିଦ୍‌ ଧରି ଏକ ବାଇକ୍‌ କିଣିଥିଲେ। ଧର୍ମ କାମକୁ ଯିବାପରେ ଘରେ କାହା କଥା ନ ମାନି ମୁକେଶ ବାଇକ୍‌ ଧରି ବୁଲନ୍ତି। ତେବେ ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଭୟରେ ପୁଅକୁ ଘରେ ବନ୍ଦ କରି ରଖିବା ସହ ସହ ଗାଡି ଚାବି ଧରି ଧର୍ମ କାମକୁ ପଳାଉଥିଲେ। ମୁକେଶ ନିଜ ସାଙ୍ଗମାନଙ୍କୁ ଏକଥା କହିଥିଲେ। ସେମାନେ ଥାନାରେ ସୂଚନା ଦେବାପରେ ପୋଲିସ୍‌ ମୁକେଶଙ୍କୁ ଉଦ୍ଧାର କରିଥିଲା। ଉଭୟ ବାପ ଏବଂ ପୁଅକୁ ଥାନାକୁ ନେଇ ବୁଝାସୁଝା କରିବା ପରେ ମାମଲାଟି ଶାନ୍ତ ପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ହର୍‌ ଘର୍‌ ତ୍ରିରଙ୍ଗା: ଯୋଗଦେଲେ ଶହ ଶହ ଛାତ୍ରୀଛାତ୍ର

ଦାରିଙ୍ଗବାଡି, ୧୩।୮(ଅରୁଣ ସାହୁ): ଆଉ ମାତ୍ର ଗୋଟିଏ ଦିନ ପରେ ଦେଶ ପାଳିବ ସ୍ବାଧୀନତା ଦିବସ। ଏହି ଅବସରରେ ସାରା ଦେଶ ଉତ୍ସବ ମୁଖର ହୋଇଥିବାବେଳେ ଏଥିରେ…

ଆହୁରି ସକ୍ରିୟ ହେଲା ଲଘୁଚାପ, ଏହି ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କଲା IMD

ଭୁବନେଶ୍ବର,୧୩।୮: ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ ହେଲା ଲଘୁଚାପ । ଏହାର ପ୍ରଭାବରେ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।…

ଜାତି ଅଲଗା, ମମତା ଗୋଟିଏ! ଗାଈର ବାଛୁରୀକୁ ନିଜ କ୍ଷୀର ପିଆଇଲା କୁକୁର, ଭିଡିଓ ଦେଖି ଭାବବିହ୍ବଳ ଲୋକେ

ସୋସିଆଲ ମିଡିଆରେ ଏହିଦିନଗୁଡ଼ିକରେ ଏକ ଅତ୍ୟନ୍ତ ଭାବବିହ୍ବଳ କରିଦେଉଥିବା ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓଟି ଦେଖି ଲୋକଙ୍କ ହୃଦୟ ତରଳି ଯାଉଛି। ଭିଡିଓରେ ଏକ…

ହୀରାକୁଦ ଡ୍ୟାମକୁ ପ୍ରବେଶ କରୁଛି ୧ ଲକ୍ଷ ଘନଫୁଟରୁ ଅଧିକ ବନ୍ୟାଜଳ, ୨ ଗେଟ୍‌ରେ ହେଉଛି ନିଷ୍କାସନ

ସମ୍ବଲପୁର,୧୩ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାର ପୁଣି ୪ଟି ସ୍ଲୁଇସ୍‌ ଗେଟ୍‌ ବନ୍ଦ କରାଯାଇଛି ଫଳରେ ବର୍ତ୍ତମାନ କେବଳ ୨ଟି ଗେଟ୍‌ରେ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଛି। ତେବେ…

କୂଳ ଲଙ୍ଘୁଛି ସମୁଦ୍ର: ପଥର ବନ୍ଧ ନିର୍ମାଣ ଦାବି ଦୋହରାଇଲେ ଅଞ୍ଚଳବାସୀ

ଛତ୍ରପୁର,୧୩।୮(ଦିଲୀପ ସାମଲ): ଦିନକୁ ଦିନ ସମୁଦ୍ର କୂଳ ଲଘୁଂଥିବାରୁ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ସମୁଦ୍ର ଉପକୂଳରେ ସ୍ଥାୟୀ ପଥର ବନ୍ଧ…

ଗୁଟଖା-ତମାଖୁ ଉପରେ ସରକାରଙ୍କ ବଡ଼ ଆକ୍ସନ୍! ୧ ବର୍ଷ ପାଇଁ ବ୍ୟାନ୍

ବେଙ୍ଗାଲୁରୁ,୧୩।୮: ଗୁଟଖା-ତମାଖୁକୁ ନେଇ ବଡ଼ ନିଷ୍ପତ୍ତି ନେଇନ୍ତି କର୍ନାଟକ ସରକାର । ରାଜ୍ୟ ସରକାର ଗୁଟ୍‌ଖା, ପାନ ମସଲା ଏବଂ ତମାଖୁ-ନିକୋଟିନ୍‌ଯୁକ୍ତ ଉତ୍ପାଦଗୁଡ଼ିକ ଉପରେ ଏକ ବର୍ଷ…

ମାତ୍ର ୧୫ ବର୍ଷ ବୟସରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, କ୍ରିକେଟ ଜଗତରେ ପଡିଗଲା ଚହଳ

ନୂଆଦିଲ୍ଲୀ,୧୩।୮: ଭାରତୀୟ କ୍ରିକେଟରେ ସବୁଠାରୁ ବିସ୍ଫୋରକ ଯୁବ ବ୍ୟାଟରମାନଙ୍କ ମଧ୍ୟରେ ସାମିଲ ବୈଭବ ସୂର୍ଯ୍ୟବଂଶୀ ନିଜ ବ୍ୟାଟିଂରେ ଲଗାତାର ଚର୍ଚ୍ଚାରେ ରହିଛନ୍ତି। ଜିମ୍ବାୱେ ଗସ୍ତରେ ମଧ୍ୟ ବ୍ୟାଟରେ…

ସ୍ବର୍ଣ୍ଣ ଜିତି ସୁନାମ ଅର୍ଜନ କଲେ ଛତ୍ରପୁର ବାସିନ୍ଦା ରମେଶ: ଦେଶ ପାଇଁ ଆଣିଲେ ଗୌରବ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଛତ୍ରପୁର, ୧୩।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ନାଇଜେରିଆର ଲାଗୋସ ସହରରେ ଆୟୋଜିତ କମନୱେଲଥ ପାରା ଫେନ୍ସିଂ ଚାମ୍ପିଅନସିପ ୨୦୨୬ରେ କୃତିତ୍ୱ ଅର୍ଜନ କରିଛନ୍ତି ଓଡ଼ିଆ ପୁଅ ଭି.…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri