Posted inଜାତୀୟ

ଜମ୍ମୁ-କଶ୍ମୀର ଗସ୍ତରେ ମୋଦିଙ୍କ ୩୬ ମନ୍ତ୍ରୀ: ସପ୍ତାହରେ ବୁଲିବେ ୬୦ ଅଞ୍ଚଳ

ଶ୍ରୀନଗର,୧୮।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩୬ ଜଣ ମନ୍ତ୍ରୀଙ୍କର ଶନିବାରଠାରୁ ଏକ ସପ୍ତାହ ବ୍ୟାପି ଜମ୍ମୁ-କଶ୍ମୀର ଗସ୍ତ ଆରମ୍ଭ ହୋଇଛି। ମନ୍ତ୍ରୀମାନେ ଜମ୍ମୁ-କଶ୍ମୀରରେ ମୋଦିଙ୍କ ବିକାଶ ମୂଳକ କାର୍ଯ୍ୟର ପ୍ରଚାର କରିବେ। ଏହି ସମୟ ମଧ୍ୟରେ ମନ୍ତ୍ରୀମାନେ ଜମ୍ମୁ-କଶ୍ମୀରର ୬୦ଟ ଅଞ୍ଚଳରେ ପ୍ରଚାର ଅଭିଯାନ ଜାରି ରଖିବେ। ମନ୍ତ୍ରୀ ଅଲଗା ଅଲଗା ଭାବେ ଗସ୍ତ କରିବେ। ଶନିବାର କେନ୍ଦ୍ରୀୟ ମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ବାଲଓ ଅଶ୍ୱନୀ ଚୌବେ ସାମ୍ବା ଜିଲା ଗସ୍ତ କରିବେ। ସେହିପରି ଜିତେନ୍ଦ୍ର ସିଂ ଜମ୍ମୁ ଜିଲାରେ ମୋଦିଙ୍କ ବିକାଶ ମୂଳକ କାର୍ଯ୍ୟ ସମ୍ପର୍କରେ ପ୍ରଚାର କରିବେ। ରବିବାର ସ୍ମୃତି ଇରାନୀ ରିସାଇର କଟରା ଏବଂ ପନ୍ଥଲ ଗସ୍ତ କରିବେ। ସେହିପରି ମହେନ୍ଦ୍ର ନାଥ ପାଣ୍ଡେ ଜମ୍ମୁର ଦନସାଲ ଗସ୍ତ କରିବେ। ଅପରପକ୍ଷରେ ଅନୁରାଗ ଠାକୁର ଜମ୍ମୁର ନଗରୋଟା, ପୀୟୂଷ ଗୋଏଲ ଅଖନୁର୍‌ ଏବଂ ଆର୍‌.କେ. ସିଂ ଡୋଡାର ଖେଳାନି ଗସ୍ତରେ ଯିବେ। ସୂଚନାଯୋଗ୍ୟ, ଜମ୍ମୁର ୫୧ଟି ଅଞ୍ଚଳରେ ଏବଂ କଶ୍ମୀରର ୯ଟି ଅଞ୍ଚଳରେ ଏହି ପ୍ରଚାର ଅଭିଯାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବୁଲଡୋଜର କାର୍ଯ୍ୟାନୁଷ୍ଠାନ ନେଇ ଆସାମ ହାଇକୋର୍ଟ କଠୋର, ପ୍ରଶ୍ନ କଲେ କେଉଁ ଆଇନ ଏଭଳି କରିବାକୁ ଅନୁମତି ଦେଉଛି…

ଗୁଆହାଟୀ,୧୯।୧୧ : ଆସାମର ଗୁଆହାଟୀ ହାଇକୋର୍ଟ ଅଭିଯୁକ୍ତଙ୍କ ଘରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ମାମଲାରେ ରାଜ୍ୟ ସରକାର ଙ୍କ ଠାରୁ ପ୍ରତିକ୍ରିୟା ଲୋଡିଛନ୍ତି। କେଉଁ ଆଇନ ଅନୁଯାୟୀ...

ସର୍ଚ୍ଚ ଅପରେଶନ୍‌: ଜଣେ ଯବାନ ଶହୀଦ୍‌

ଶ୍ରୀନଗର,୮।୧୧: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧୀ ସର୍ଚ୍ଚ ଅପରେଶନ୍‌ରେ ଜଣେ ଯବାନ ଶହୀଦ୍‌ ହୋଇଛନ୍ତି। କୁପଓ୍ବାରା ଜିଲାର ମାଛିଲି ସେକ୍ଟରଠାରେ ଆତଙ୍କବାଦୀ ଏବଂ ମିଳିତ ସୁରକ୍ଷାକର୍ମୀଙ୍କ ମଧ୍ୟରେ...

ମେଡାଲ ହାରି ବି ହୃଦୟ ଜିତିଲେ ମହିଳା ହକି ଟିମ୍‌: ଦଳର ପ୍ରତ୍ୟେକ ସଦସ୍ୟଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କଲେ ହରିଆଣା ସରକାର

ଚଣ୍ଡିଗଡ଼,୬।୮: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ହକି ଦଳ ବ୍ରୋଞ୍ଜ ପଦକ ମ୍ୟାଚ ହାରିବା ପରେ ବି ଦେଶବାସୀଙ୍କ ହୃଦୟ ଜିତିବାରେ ସଫଳ ହୋଇଛି। ଦଳର...

ନିଜ ପସନ୍ଦରେ ବିବାହ କରିଥିବା ଦମ୍ପତିଙ୍କୁ ଧମକ ଦେଲେ କାର୍ଯାନୁଷ୍ଠାନ, ଡିଜିପିଙ୍କୁ ନିର୍ଦ୍ଦେଶ…

ଡେରାଡୁନ୍‌,୨୨।୧୧: ନିଜ ପସନ୍ଦରରେ ବିବାହ କରୁଥିବା ଦମ୍ପତିଙ୍କୁ ସେମାନଙ୍କ ପରିବାର ସଦସ୍ୟ ଅବା ବାହାରର କୌଣସି ବ୍ୟକ୍ତିଙ୍କ ଠାରୁ ଧମକ ମିଳିବାର ଅଭିଯୋଗ ଆସିଲେ, ଏନେଇ...

ଫେରିଲେ ମୋଦି

ନୂଆଦିଲ୍ଲୀ,୨୬ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୪ ଦିନିଆ ଆମେରିକା ଗସ୍ତ ସାରି ନୂଆଦିଲ୍ଲୀ ଫେରି ଆସିଛନ୍ତି । ରବିବାର ସକାରେ ମୋଦିଙ୍କ ଏୟାର ଇଣ୍ଡିଆ...

୪ ବର୍ଷର ପୁଅକୁ ଛାତିରେ ଜାବୁଡି ଧରି ଟ୍ରେନ୍‌ ଆଗକୁ ଡେଇଁଲେ ଶିକ୍ଷକ

ରୋହତକ,୯।୩: ରୋହତକରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ରହୁଥିବା ଜଣେ ଶିକ୍ଷକ ନିଜ ଚାରି ବର୍ଷର ପୁଅକୁ ଛାତି ଧରି ଟ୍ରେନ ଆଗକୁ ଡେଇଁ...

ତୀର୍ଥଯାତ୍ରୀ ଗାଡ଼ିକୁ ଧକ୍କା ଦେଲା ଟ୍ରକ୍‌ : ୩ ମୃତ

ମୋରିଗାଁଓ,୧୭।୧: ଆସାମର ମୋରିଗାଁଓରେ ସୋମବାର ଏକ ସଡ଼କ ଦୁର୍ଘଟଣାରେ ୩ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିବା ସହ ଅନ୍ୟ ୧୪ ଜଣ ଆହତ ହୋଇଛନ୍ତି। ଧରମଦୁଲ...

ନଭେମ୍ବର ୨୬ ପରେ ଗାଁ ଛାଡି ଦିଲ୍ଲୀର ୪ସୀମାରେ ପହଞ୍ଚିବେ କୃଷକ: ରାକେଶ ଟିକାଏତ

ନୂଆଦିଲ୍ଲୀ,୧ ।୧୧: ଭାରତୀୟ କୃଷକ ୟୁନିୟନର ନେତା ରାକେଶ ଟିକାଏତ ପୁଣିଥରେ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଛନ୍ତି । ସେ ଟୁଇଟ୍ କରି କହିଛନ୍ତି କେନ୍ଦ୍ର...

Advertisement
Archives

Model This Week