Posted inଜାତୀୟ

ଜମ୍ମୁ-କଶ୍ମୀର ଗସ୍ତରେ ମୋଦିଙ୍କ ୩୬ ମନ୍ତ୍ରୀ: ସପ୍ତାହରେ ବୁଲିବେ ୬୦ ଅଞ୍ଚଳ

ଶ୍ରୀନଗର,୧୮।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩୬ ଜଣ ମନ୍ତ୍ରୀଙ୍କର ଶନିବାରଠାରୁ ଏକ ସପ୍ତାହ ବ୍ୟାପି ଜମ୍ମୁ-କଶ୍ମୀର ଗସ୍ତ ଆରମ୍ଭ ହୋଇଛି। ମନ୍ତ୍ରୀମାନେ ଜମ୍ମୁ-କଶ୍ମୀରରେ ମୋଦିଙ୍କ ବିକାଶ ମୂଳକ କାର୍ଯ୍ୟର ପ୍ରଚାର କରିବେ। ଏହି ସମୟ ମଧ୍ୟରେ ମନ୍ତ୍ରୀମାନେ ଜମ୍ମୁ-କଶ୍ମୀରର ୬୦ଟ ଅଞ୍ଚଳରେ ପ୍ରଚାର ଅଭିଯାନ ଜାରି ରଖିବେ। ମନ୍ତ୍ରୀ ଅଲଗା ଅଲଗା ଭାବେ ଗସ୍ତ କରିବେ। ଶନିବାର କେନ୍ଦ୍ରୀୟ ମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ବାଲଓ ଅଶ୍ୱନୀ ଚୌବେ ସାମ୍ବା ଜିଲା ଗସ୍ତ କରିବେ। ସେହିପରି ଜିତେନ୍ଦ୍ର ସିଂ ଜମ୍ମୁ ଜିଲାରେ ମୋଦିଙ୍କ ବିକାଶ ମୂଳକ କାର୍ଯ୍ୟ ସମ୍ପର୍କରେ ପ୍ରଚାର କରିବେ। ରବିବାର ସ୍ମୃତି ଇରାନୀ ରିସାଇର କଟରା ଏବଂ ପନ୍ଥଲ ଗସ୍ତ କରିବେ। ସେହିପରି ମହେନ୍ଦ୍ର ନାଥ ପାଣ୍ଡେ ଜମ୍ମୁର ଦନସାଲ ଗସ୍ତ କରିବେ। ଅପରପକ୍ଷରେ ଅନୁରାଗ ଠାକୁର ଜମ୍ମୁର ନଗରୋଟା, ପୀୟୂଷ ଗୋଏଲ ଅଖନୁର୍‌ ଏବଂ ଆର୍‌.କେ. ସିଂ ଡୋଡାର ଖେଳାନି ଗସ୍ତରେ ଯିବେ। ସୂଚନାଯୋଗ୍ୟ, ଜମ୍ମୁର ୫୧ଟି ଅଞ୍ଚଳରେ ଏବଂ କଶ୍ମୀରର ୯ଟି ଅଞ୍ଚଳରେ ଏହି ପ୍ରଚାର ଅଭିଯାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ରଥକାଠ ଭାଙ୍ଗିଲେ ଅଭିମାନିନୀ ମହାଲକ୍ଷ୍ମୀ: ସାନ୍ତ୍ୱନା ଦେଲେ ମହାପ୍ରଭୁ

କେସିଙ୍ଗା,୨୦।୭(ତୁମେଶ୍ୱର ସାହୁ): କେସିଙ୍ଗା ବ୍ଲକ ଅଧିନସ୍ଥ ସିର୍ଜାପାଲି ଗ୍ରାମରେ ଶ୍ରୀ ଜଗନ୍ନାଥ ମନ୍ଦିରରେ ମହାଆଡମ୍ବରରେ ହେରାପଞ୍ଚମୀ ସୋମବାର ପାଳିତ ହୋଇଯାଇଛି। ଉକ୍ତ ଗ୍ରାମର ଶ୍ରୀପଦ୍ମନାଭ(ବଳଭଦ୍ର) ପ୍ରମୋଦ କୁମାର…

ଅନଶନରୁ ଓହରିଲେ ସୋନମ ୱାଙ୍ଗଚୁକ: ଜେପି ନଡ୍ଡାଙ୍କୁ ୩ ଦାବି କଲେ CJP ନେତା, ଆଶ୍ଚର୍ଯ୍ୟ ହୋଇଗଲେ…

ନୂଆଦିଲ୍ଲୀ, ୨୦।୭: ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ସୋମବାର ତାଙ୍କର ୨୩ ଦିନିଆ ଭୋକ ହରତାଳ ଶେଷ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା, ‘କକରୋଚ ଜନତା ପାର୍ଟି’…

ଏହି ସ୍ଥାନରେ ୩୦୦ ବର୍ଷ ଧରି ଟଣା ହୋଇନାହିଁ ରଥ

କେନ୍ଦ୍ରାପଡ଼ା, ୨୦ା୭(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ସହରଠାରୁ ୧୨ କି.ମି. ଦୂର ଇନ୍ଦୁପୁର ବଜାର। ଏଠାରୁ ଦେଢ଼ କି.ମି. ଦୂର ହାବେଳି (ପତିସାହି) ଠାରେ ଥିବା ପ୍ରାୟ ୩୦୦ବର୍ଷ…

ଆନ୍ଦୋଳନକୁ ନେଇ ମୋଦି ସରକାରଙ୍କ ପ୍ରଥମ ପ୍ରତିକ୍ରିୟା: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପ୍ରସଙ୍ଗରେ କହିଲେ…ରାଜନୀତିରେ ଚହଳ

ନୂଆଦିଲ୍ଲୀ,୨୦।୭: ପରୀକ୍ଷା ପ୍ରଶ୍ନପତ୍ର ଲିକ ମାମଲାର ବିରୋଧରେ ‘କକରୋଚ ଜନତା ପାର୍ଟି’ (CJP)ର ସଂସଦ ମାର୍ଚ୍ଚ ବେଳେ ସୋମବାର ପୋଲିସ ହଜାର ହଜାର ସଂଖ୍ୟାରେ ଜମା ହୋଇଥିବା…

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନାହିଁ ନାଁ: ଗର୍ଜିଲେ ମହିଳା

କେସିଙ୍ଗା,୨୦।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଗୋକୁଳେଶ୍ୱର ଗ୍ରାମ ପଞ୍ଚାୟତ ଅଧିନସ୍ଥ କାଦୋପଡାର ୧୩ ମହିଳା ଜିଲାପାଳଙ୍କ ଜନଶୁଣାଣି ଶିବିରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନାଁ…

କାଠ କାମ ବେଳେ ମିସ୍ତ୍ରୀଙ୍କୁ ଲାଗିଲା କରେଣ୍ଟ, ଛିଟିକି….

ଦିଗପହଣ୍ଡି,୨୦।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସିଦ୍ଧେଶ୍ୱର ପଞ୍ଚାୟତ ଅନ୍ତର୍ଗତ ଆଦିକନ୍ଦପୁର ଗ୍ରାମରେ ଅଭାବନୀୟ ଘଟଣା ଘଟିଯାଇଛି । ନାରାୟଣ ଗୈାଡଙ୍କ ଘରେ କାଠ…

ଅଧିକାରୀଙ୍କ ପାଇଁ କଡ଼ା ନିର୍ଦ୍ଦେଶ: ବଦଳି ଆଦେଶ ନ ମାନିଲେ କାଲିଠୁ ଦରମା ବନ୍ଦ

ଭୁବନେଶ୍ୱର,୨୦।୭: ବଦଳି ଆଦେଶ ମାନୁ ନ ଥିବା ଅଧିକାରୀଙ୍କ ପାଇଁ ଅର୍ଥ ବିଭାଗର କଡ଼ା ଆଭିମୁଖ୍ୟ ଦେଖାଇଛି। ଆଜି ସୁଦ୍ଧା ନୂଆ ସ୍ଥାନରେ ଯୋଗ ନ ଦେଲେ…

ହସ୍ପିଟାଲ ବେଡ୍‌ରୁ ବଡ଼ ନିଷ୍ପତ୍ତି ନେଲେ ସୋନମ ୱାଙ୍ଗଚୁକ, ଅନୁରୋଧ କରି କହିଲେ ଏମିତି…ସମସ୍ତେ ଆଶ୍ଚର୍ଯ୍ୟ

  ନୂଆଦିଲ୍ଲୀ,୨୦।୭: ଦିଲ୍ଲୀର ସରକାରୀ ହସ୍ପିଟାଲ ସଫଦରଜଙ୍ଗରେ ଭର୍ତ୍ତି ହୋଇଥିବା ବିଶିଷ୍ଟ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ହସ୍ପିଟାଲ ପ୍ରଶାସନକୁ ଏକ ଚିଠି ଲେଖିଛନ୍ତି। ଏଥିରେ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri