Posted inଜାତୀୟ

ଜମ୍ମୁ-କଶ୍ମୀର ଖବରଦାତାଙ୍କ ଉପରେ କଟକଣା: କେନ୍ଦ୍ର,ରାଜ୍ୟକୁ ସୁପ୍ରିମକୋର୍ଟ ନୋଟିସ

ନୂଆଦିଲ୍ଲୀ,୨୯ା୮(ପି.ଟି.): ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରର ଖବରଦାତାମାନଙ୍କ ଯୋଗାଯୋଗ ମାଧ୍ୟମକୁ ବନ୍ଦ କରାଯିବା ସମେତ ସେମାନଙ୍କ ଉପରେ ଲାଗୁ ହୋଇଥିବା କଟକଣା ଉଠାଇଦେବା ପାଇଁ ସୁପ୍ରିମକୋର୍ଟରେ ପିଟିଶନ ଦାଏର ହୋଇଥିଲା। ସୁପ୍ରିମକୋର୍ଟ ବୁଧବାର କେନ୍ଦ୍ର ସରକାର ଓ ରାଜ୍ୟ ପ୍ରଶାସନକୁ ନୋଟିସ ଜାରି କରି ଏହା ଉପରେ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। କଶ୍ମୀର ଟାଇମ୍ସର କାର୍ଯ୍ୟନିର୍ବାହୀ ସମ୍ପାଦକ ଅନୁରାଧା ଭାସିନ୍‌ ଏବଂ କଂଗ୍ରେସ କର୍ମୀ ତେହସିନ୍‌ ପୁନାଓ୍ବାଲାଙ୍କ ପକ୍ଷରୁ ଏହି ପିଟିଶନ ଦାଏର ହୋଇଥିଲା। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ, ଜଷ୍ଟିସ ଏସ୍‌.ଏ. ବୋବ୍‌ଡେ ଏବଂ ଏସ୍‌.ଏ. ନାଜିରଙ୍କୁ ନେଇ ଗଠିତ ଖଣ୍ଡପୀଠ ସପ୍ତାହେ ପରେ ମାମଲାର ଶୁଣାଣି କରିବେ।
ଭାସିନ୍‌ଙ୍କ ପକ୍ଷରୁ ଆଇନଜୀବୀ ବ୍ରିନ୍ଦା ଗୋଭର କୋର୍ଟଙ୍କୁ କହିଥିଲେ, ସରକାର କଟକଣା ଲାଗୁ କରିଥିବାରୁ ୨୪ ଦିନ ହେଲା ଗଣମାଧ୍ୟମ ପାଖରେ କୌଣସି ତଥ୍ୟ ପହଞ୍ଚତ୍ପାରୁନାହିଁ। ରାଜ୍ୟର ମୋବାଇଲ, ଇଣ୍ଟରନେଟ, ଲ୍ୟାଣ୍ଡଲାଇନ ସେବା ସମେତ ସମସ୍ତ ଯୋଗାଯୋଗ ମାଧ୍ୟମ ଉପରୁ କଟକଣା ତୁରନ୍ତ ହଟାଇ ଗଣମାଧ୍ୟମକୁ କାର୍ଯ୍ୟ କରିବା ଲାଗି ଉପଯୁକ୍ତ ପରିବେଶ ଯୋଗାଇଦେବାକୁ ଭାସିନ କୋର୍ଟଙ୍କୁ ଅନୁରୋଧ କରିଥିଲେ। କଶ୍ମୀର ଓ ଜମ୍ମୁର କେତେକ ଜିଲାରେ ଖବରଦାତାମାନଙ୍କ ଯାତାୟାତ ଉପରୁ କଟକଣା ଉଠାଇଦେବାକୁ କେନ୍ଦ୍ର ସରକାର ଓ ରାଜ୍ୟ ପ୍ରଶାସନକୁ ନିର୍ଦ୍ଦେଶ ଦେବା ଲାଗି କଶ୍ମୀର ଟାଇମ୍ସର ସମ୍ପାଦକ ନିବେଦନ କରିଥିଲେ। ସେହିପରି କର୍ଫ୍ୟୁ ଓ ଯୋଗାଯୋଗ ମାଧ୍ୟମ ଉପରୁ କଟକଣା ହଟାଇବା ପାଇଁ ପୁନାଓ୍ବାଲାଙ୍କ ଓକିଲ ଅଦାଲତଙ୍କୁ ଅନୁରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ଷ୍ଟେଶନ ପରିସରରେ ଜଳିଗଲା ୨୫ ଗାଡି

ଖେଡା,୭ ।୧୧: ଗୁଜରାଟର ଖେଡା ଜିଲାରେ ଖେଡା ପୋଲିସ ଷ୍ଟେଶନ ପରିସରରେ ୨୫ଟି ଗାଡି ପୋଡି ପାଉଁଶ ହୋଇ ଯାଇଥିବା ଜଣାପଡିଛି । ଶନିବାର ରାତିରେ...

ପରଲୋକରେ ପୂର୍ବତନ ମନ୍ତ୍ରୀ ସୁବାଷ ସିଂହ

ପାଟନା,୧୬।୮: ବିହାରରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ଏକ ଅଘଟଣ ଘଟିଛି। ବିହାର ସରକାରେ ଥିବା ପୂର୍ବତନ ମନ୍ତ୍ରୀ ତଥା ଭାଜପା ବିଧାୟକ ସୁବାଷ ସିଂହଙ୍କ ପରଲୋକ...

ପ୍ରେମ ପାଇଁ ଜୀବନ ହାରିଛନ୍ତି ୩ ହଜାରରୁ ଊର୍ଦ୍ଧ୍ୱ

ନୂଆଦିଲ୍ଲୀ, ୧।୮: ୨୦୧୭ରୁ ୨୦୧୯ ମଧ୍ୟରେ ଦେଶରେ ପ୍ରେମ ବ୍ୟାପାରକୁ ନେଇ ୩,୩୧୫ ଜଣ ଆତ୍ମହତ୍ୟା କରିଛନ୍ତି। ପାର୍ଲାମେଣ୍ଟରେ ଉପରୋକ୍ତ ତଥ୍ୟ ରଖିଛନ୍ତି କେନ୍ଦ୍ର ସରକାର।...

ରାଣା ଗୁରଜିତ ସିଂଙ୍କୁ ନେଇ ସରଗରମ ପଞ୍ଜାବ ରାଜନୀତି

ଚଣ୍ଡିଗଡ଼,୨୮ ।୯: ପଞ୍ଜାବ ରାଜନୀତିରେ ସଂଘର୍ଷ ଲାଗି ରହିଛି । କଂଗ୍ରେସ ଶାସିତ ଏହି ରାଜ୍ୟରେ ସବୁବେଳେ କିଛି ନା କିଛି ଅସୁବିଧା ପରିଲକ୍ଷିତ ହେଉଛି...

ମନମୋହନ-ନଡ୍ଡା ମୁହାଁମୁହିଁ

ନୂଆଦିଲ୍ଲୀ, ୨୩ା୬: ମନମୋହନ ସିଂଙ୍କ ନେତୃତ୍ୱାଧୀନ ୟୁପିଏ ସରକାର ସମୟରେ ଚାଇନାକୁ ନିର୍ବିରୋଧରେ ଭାରତୀୟ ଭୂଖଣ୍ଡର ୪୩ ହଜାର କି.ମି. ସମର୍ପଣ କରାଯାଇଥିଲା ବୋଲି ଭାଜପା...

କମଳନାଥଙ୍କ ପୁତୁରାଙ୍କ ୩୦୦ କୋଟିର ବଙ୍ଗଳା ଜବତ

ନୂଆଦିଲ୍ଲୀ,୧୨ା୮: ବେନାମୀ ସମ୍ପତ୍ତି ରଖିବା ମାମଲାରେ ଆୟକର ବିଭାଗ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ପୁତୁରା ରାତୁଲ ପୁରୀଙ୍କର ୩୦୦ କୋଟି ଟଙ୍କାର ବଙ୍ଗଳା ସମେତ ୪୦...

ସାଗରଦ୍ୱୀପ ନିକଟରେ ସ୍ଥଳଭାଗ ଛୁଇଁଲା ବୁଲ୍‌ବୁଲ୍‌

ଭୁବନେଶ୍ୱର, ୧୦।୧୧(ବ୍ୟୁରୋ): ବାତ୍ୟା ‘ବୁଲ୍‌ବୁଲ୍‌’ ଶନିବାର ରାତି ପ୍ରାୟ ୧୧ଟାରେ ପଶ୍ଚିମବଙ୍ଗ ୨୪ପ୍ରଗଣା ଜିଲାର ସାଗରଦ୍ୱୀପ ଏବଂ ବାଂଲାଦେଶର ଖେପପୁରା ମଧ୍ୟରେ ସ୍ଥଳଭାଗ ଛୁଇଁଛି। ଏହି...

ବିହାରରେ ଜାତିଗତ ଜନଗଣନାକୁ କ୍ୟାବିନେଟର ମୋହର

ପାଟନା,୨।୬: ବିହାରରେ ଜାତି ଭିତ୍ତିକ ଜନଗଣନାକୁ ନୀତିଶ କୁମାରଙ୍କ କ୍ୟାବିନେଟ ଅନୁମୋଦନ ପ୍ରଦାନ କରିଛି। ଗୁରୁବାର ମୁଖ୍ୟ ଶାସନ ସଚିବ ଅମୀର ସୁଭାନୀ ଏସମ୍ପର୍କରେ ସୂଚନା...

Advertisement
Archives

Model This Week