Posted inଜାତୀୟ

ଜମ୍ମୁ-କଶ୍ମୀରରେ ସେନା ଅପରେଶନ: ଯବାନ ଶହୀଦ, ୬ ଆତଙ୍କବାଦୀ ନିହତ

ଜମ୍ମୁ,୨୯ା୯(ପି.ଟି.): ଜମ୍ମୁ-କଶ୍ମୀରର ଦୁଇଟି ସ୍ଥାନରେ ଶନିବାର ଏନ୍‌କାଉଣ୍ଟର କରାଯାଇଛି। ଏଥିରେ ମୋଟ ୬ ଆତଙ୍କବାଦୀ ନିହତ ହୋଇଛନ୍ତି। କିସ୍ତଓ୍ବାର ନିକଟ ବାଟୋଟେ ଅଞ୍ଚଳରେ ସେନାର ଦୀର୍ଘ ୯ ଘଣ୍ଟା ଅପରେଶନ ପରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ଏଥିସହ ଜଣେ ଯବାନ ଶହୀଦ ହୋଇଥିବା ଜଣାପଡ଼ିଛି। ନିହତ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ହିଜବୁଲ ମୁଜାହିଦ୍ଦିନ କମାଣ୍ଡର। ଓସାମା ନାମକ ଏହି ହିଜବୁଲ ଆତଙ୍କବାଦୀ ରାଜନେତାମାନଙ୍କୁ ଟାର୍ଗେଟ କରି ମାରୁଥିଲା ବୋଲି ଜଣାପଡ଼ିଛି। ଅନେକ ଭାଜପା, ଆର୍‌ଏସ୍‌ଏସ୍‌ ନେତା ତାଙ୍କ ଟାର୍ଗେଟରେ ଥିଲେ। ଅନ୍ୟ ୨ ନିହତ ଆତଙ୍କବାଦୀ ହେଲେ ଜାହିଦ୍‌ ଓ ଫାରୁକ୍‌।
ଅନ୍ୟପକ୍ଷରେ ଗନ୍ଦରର୍ବାଲ ଅଞ୍ଚଳର ନରନାଗ ଗ୍ରାମରେ ସେନା ଏନ୍‌କାଉଣ୍ଟରରେ ପୁଣି ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବା ସେନା ମୁଖପାତ୍ର ପ୍ରକାଶ କରିଛନ୍ତି। ଏକ ଘରେ ଲୁଚିଥିବା ଏହି ଆତଙ୍କବାଦୀଙ୍କୁ ସେନା ପକ୍ଷରୁ ଘେରାବନ୍ଦୀ କରାଯାଇଥିଲା। ଆତଙ୍କବାଦୀମାନେ ପ୍ରଥମେ ସେନା ଉପରକୁ ଗୁଳିମାଡ଼ କରିବା ପରେ ଏହାର କଡ଼ା ଜବାବ୍‌ ଦିଆଯାଇଥିଲା। ଘର ମାଲିକ ଓ ପରିବାରବର୍ଗଙ୍କୁ ସେନା ପକ୍ଷରୁ ସୁରକ୍ଷାର ସହ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ସେନା କାର୍ଯ୍ୟାନୁଷ୍ଠାନ ଲାଗି ସୁରକ୍ଷା ଦୃଷ୍ଟିରୁ କେତେକ ରାସ୍ତାରେ ଯାତାୟାତ ବନ୍ଦ ରହିଥିଲା। ଖସିବାକୁ ଉଦ୍ୟମ କରୁଥିବାବେଳେ ଆତଙ୍କବାଦୀମାନେ ଯବାନଙ୍କ ଗୁଳିର ଶିକାର ହୋଇଥିଲେ ବୋଲି ସେନା ଅଧିକାରୀ ଦେବେନ୍ଦ୍ର ଆନନ୍ଦ ପ୍ରକାଶ କରିଛନ୍ତି। ଏବେ ବି ସମ୍ପୃକ୍ତ ଅଞ୍ଚଳରେ ସେନାର ତଲାସି ଅଭିଯାନ ଜାରି ରହିଥିବା ସେ କହିଛନ୍ତି। ଶନିବାର ସକାଳେ ଏକ ଗାଡ଼ିକୁ ୨ ସନ୍ଦିଗ୍ଧ ଅଟକାଇବାକୁ ଚେଷ୍ଟାକରି ବିଫଳ ହୋଇଥିଲେ। ଗାଡ଼ି ଡ୍ରାଇଭର ସେନା ପୋଷ୍ଟକୁ ଏନେଇ ଅବଗତ କରାଇବା ପରେ ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୧୨ଟାରେ ଆସିବ ସିବିଏସ୍‌ଇ ଦଶମ ରେଜଲ୍ଟ

ନୂଆଦିଲ୍ଲୀ,୩।୮: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ)ର ଦଶମ ପରୀକ୍ଷାର୍ଥୀଙ୍କ ଅପେକ୍ଷାର ଅନ୍ତ ଘଟିଛି। ମଙ୍ଗଳବାର ମଧ୍ୟାହ୍ନ ୧୨ଟାରେ ସିବିଏସ୍‌ଇ ଦଶମ ପରୀକ୍ଷା ଫଳାଫଳ ପ୍ରକାଶିତ ହେବ।...

ପୁଣି ରାଜ୍ୟରେ ବନ୍ଦ ହେଲା ସ୍କୁଲ

ରାଞ୍ଚି,୭।୪: ଦେଶରେ କରୋନା ଭାଇରସ୍‌ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବର୍ଦ୍ଧିତ କରୋନା ମାମଲାକୁ ଦୃଷ୍ଟିରେ ରଖି ଝାଡ଼ଖଣ୍ଡରେ ପୁଣି ଥରେ ସ୍କୁଲ...

ଏନ୍‌ସିବି ଚାର୍ଜସିଟରେ ଆର୍ଯ୍ୟନଙ୍କ ନାଁ ନାହିଁ

ମୁମ୍ବାଇ,୨୭।୫: କ୍ରୁଜ ଡ୍ରଗ୍ସ ମାମଲାରେ ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଶୁକ୍ରବାର ଆଶ୍ବସ୍ତି ମିଳିଛି। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ପକ୍ଷରୁ ଆର୍ଯ୍ୟନଙ୍କୁ...

ଅଭିନନ୍ଦନଙ୍କୁ ମିଳିବ ବୀର ଚକ୍ର

ନୂଆଦିଲ୍ଲୀ,୧୪।୮: ଓ୍ବିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କୁ ବୀର ଚକ୍ର ସମ୍ମାନରେ ସମ୍ମାନୀତ କରାଯିବ। ଏହା ଭାରତର ତୃତୀୟ ସମ୍ମାନ ଜନକ ମେଡାଲ। ବାଲାକୋଟ ଏୟାର ଷ୍ଟ୍ରାଇକ୍‌ର...

ଆଇଏଏସ୍‌ ଅଧିକାରୀଙ୍କ ଇସ୍ତଫା

ମାଙ୍ଗାଲୁରୁ, ୭ା୯(ପି.ଟି.) : କର୍ନାଟକର ଆଇଏଏସ୍‌ ଅଫିସର ତଥା ଦକ୍ଷିଣ କନ୍ନଡ଼ ଜିଲାର ଡେପୁଟି କମିଶନର ଶଶିକାନ୍ତ ସେନ୍ଥିଲ ଶୁକ୍ରବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି।...

ରାହୁଲଙ୍କ ଚାଇନା-ପାକ ନ୍ୟାୟପାଳିକା ବୟାନକୁ ନେଇ ରାଜନୀତି ସରଗରମ

ନୂଆଦିଲ୍ଲୀ,୩ ।୨: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣିଥରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ରାହୁଲ କହିଛନ୍ତି ମୋଦି ସରକାର ଦେଶକୁ ‘ଶେହନଶାହା’...

ଗୁରୁଭାୟୁର ମନ୍ଦିରରେ ମୋଦିଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା: ୧୧୨ କେଜି ପଦ୍ମ ଫୁଲରେ କରାଗଲା ଓଜନ

ଥିରୁଭାନନ୍ତପୁରମ୍‌,୮।୬: ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ଥର କେରଳ ଗସ୍ତ କରିଛନ୍ତି ନରେନ୍ଦ୍ର ମୋଦି। ଶନିବାର କେରଳର ପ୍ରସିଦ୍ଧ ଗୁରୁଭାୟୁର କୃଷ୍ଣ ମନ୍ଦିର ଦର୍ଶନ ପାଇଁ...

ୟୁନିଫର୍ମ ପିନ୍ଧି ଧାନ ରୋଇବା ଶିଖିଲେ ବିଦ୍ୟାର୍ଥୀ

ଗୁଆହାଟି,୧୧।୭: ୟୁନିଫର୍ମ ପିନ୍ଧି କେତେଜଣ ବିଦ୍ୟାର୍ଥୀ ଧାନ ରୋଇବାର ଏକ ଫଟୋ ଏବେ ସାରା ଦେଶରେ କୌତୁହଳ ସୃଷ୍ଟି କରିଛି। ଏହା ଆସାମ ତୁଦଳଗୁଡି ଜିଲାର...

Advertisement
Archives

Model This Week