ଜମିଲାଣି ମେଲୋଡ଼ି: ଆକର୍ଷଣ ସାଜୁଛି ଦାଣ୍ଡିଆ

ଭୁବନେଶ୍ୱର, ୬।୧୦ (ବ୍ୟୁରୋ): ଦୁର୍ଗାପୂଜା ପାଇଁ ରାଜଧାନୀ ସମେତ ରାଜ୍ୟର ସହରଠୁ ଗଁା ହୋଇଉଠିଛି ଉତ୍ସବମୁଖର। ସନ୍ଧ୍ୟାର ଆକର୍ଷଣ ସାଜୁଛି ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ନବରାତ୍ରର ଦାଣ୍ଡିଆ ରାସ୍‌। ବିଭିନ୍ନ ପୂଜାମଣ୍ଡପରେ ସନ୍ଧ୍ୟା ହେଲେ ଆରମ୍ଭ ହୋଇଯାଉଛି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ। କେଉଁଠି ଭଜନ ସମାରୋହ ତ କେଉଁଠି ମେଲୋଡ଼ି ଓ ଷ୍ଟାର୍‌ ନାଇଟ୍‌ ବେଶ୍‌ ଜମୁଛି। ସନ୍ଧ୍ୟା ୬ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ସବୁ ମଣ୍ଡପ ପକ୍ଷରୁ ଆୟୋଜିତ କରାଯାଇଛି ସାଂସ୍କୃତିକ କାର୍ଯ୍ୟକ୍ରମ। ଏପରି କି କେତେକ ସ୍ଥାନରେ ରାମଲୀଳାର ଆୟୋଜନ ମଧ୍ୟ କରାଯାଉଛି। ପ୍ରତିବର୍ଷ ଭଳି ଚଳିତ ଥର ମଧ୍ୟ ନୟାପଲ୍ଲୀ ଦୁର୍ଗାପୂଜା ମଣ୍ଡପରେ ରାମଲୀଳା କାର୍ଯ୍ୟକ୍ରମ ଦର୍ଶକଙ୍କୁ ଆକୃଷ୍ଟ କରୁଛି। ପ୍ରତି ରାତିରେ ଭିନ୍ନ ଦଳ ଓ ଭିନ୍ନ ବିଷୟକୁ ନେଇ ଏଠାରେ ରାମଲୀଳା ପରିବେଷଣ କରାଯାଉଛି। ଏହାସହ ମେଲୋଡି ଓ ଭଜନ ପରିବେଷଣ ମଧ୍ୟ ଏଠାକାର ଅନ୍ୟତମ ଆକର୍ଷଣ ସାଜିିଛି। ସେହିଭଳି ଶହୀଦନଗର ପୂଜାମଣ୍ଡପରେ ମଧ୍ୟ ଭଜନ ସମାରୋହ ଆରମ୍ଭ ହୋଇଛି, ଯାହା ଆଗାମୀ ଦଶମୀ ପର୍ଯ୍ୟନ୍ତ ଚାଲିବ। ରାଜ୍ୟର ବହୁ ଜଣାଶୁଣା କଣ୍ଠଶିଳ୍ପୀଙ୍କ କଣ୍ଠରୁ ଭଜନ ଶୁଣିବାକୁ ଏଠାରେ ଲୋକଙ୍କ ଭିଡ଼ ଜମୁଛି। ପୁରୁଣା ଷ୍ଟେଶନ ବଜାରରେ ପ୍ରତି ସନ୍ଧ୍ୟାରେ ମେଲୋଡି ଓ ଅର୍କେଷ୍ଟ୍ରା ନାଇଟ୍‌ର ଆୟୋଜନ କରାଯାଉଛି। ରସୁଲଗଡ଼, ଝାରପଡ଼ା, ବମିଖାଲ ଦୁର୍ଗାପୂଜା ମଣ୍ଡପ ବ୍ୟତୀତ ଅନ୍ୟାନ୍ୟ ଛୋଟବଡ଼ ମଣ୍ଡପରେ ମଧ୍ୟ ମେଲୋଡ଼ି ଓ ଭଜନ ସନ୍ଧ୍ୟା ଦେଖିବାକୁ ପ୍ରତ୍ୟହ ଲୋକଙ୍କ ଭିଡ଼ ଜମୁଛି। ଅନ୍ୟପକ୍ଷରେ ନବରାତ୍ର ପୂଜାର ମୁଖ୍ୟ ଆକର୍ଷଣ ଦାଣ୍ଡିଆ ରାସ୍‌ ହୋଇଥିବାରୁ ସନ୍ଧ୍ୟା ସମୟରେ ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଛି ଦାଣ୍ଡିଆ କାର୍ଯ୍ୟକ୍ରମ। ବିଭିନ୍ନ ଅନୁଷ୍ଠାନ, ଗୁଜରାଟି ସୋସାଇଟି ଏବଂ ହୋଟେଲଗୁଡିକ ପକ୍ଷରୁ ଦାଣ୍ଡିଆ ଉତ୍ସବ ଏବଂ ଦାଣ୍ଡିଆ ନାଇଟ୍‌ସ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଓଟିଡିସି ପକ୍ଷରୁ ପାନ୍ଥନୀବାସ, ଜନତା ମଇଦାନ, କଳିଙ୍ଗ ଷ୍ଟାଡିୟମ୍‌ ନିକଟ ଲକ୍ଷ୍ମୀପୂଜା ପଡ଼ିଆ, ପ୍ରଦର୍ଶନୀ ପଡ଼ିଆ ସମେତ ବିଭିନ୍ନ ତାରକା ହୋଟେଲରେ ଦାଣ୍ଡିଆ ଉତ୍ସବର ଆୟୋଜନ କରାଯାଇଛି। ଗୁଜରାଟୀ ସମେତ ବହୁଳ ସଂଖ୍ୟାରେ ଓଡ଼ିଆମାନେ ଅଂଶଗ୍ରହଣ କରି ଦାଣ୍ଡିଆର ମଜା ନେଉଥିବା ଦେଖିବାକୁ ମିଳୁଛି। ଦାଣ୍ଡିଆ ରାସ ପାଇଁ ସ୍ବତନ୍ତ୍ର ପୋଷାକ ଏବଂ ଦାଣ୍ଡିଆ ଷ୍ଟିକ୍‌ ମଧ୍ୟ ବିକ୍ରି କରାଯାଉଥିବାବେଳେ ଲୋକେ ଅତ୍ୟାଧୁନିକ ଏଲ୍‌ଇଡି ଲାଇଟ୍‌ ଓ ଲାଇଭ୍‌ ବ୍ୟାଣ୍ଡ୍‌ରେ ଦାଣ୍ଡିଆ ଖେଳିବାର ମଜା ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବମିଖାଲ ଫ୍ଲାଏଓଭର: ବନ୍ଦ ହେଉନି ରଙ୍ଗରୁଟ୍‌ରେ ଚଳପ୍ରଚଳ

ଭୁବନେଶ୍ୱର, ୧୫।୯(ବ୍ୟୁରୋ): ଭଲ କାମ କରି ପୁରସ୍କାର ନିଅ, ନହେଲେ ଦଣ୍ଡ ପାଅ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ଗୁରୁମନ୍ତ୍ର ଦେଇଛନ୍ତି ସତ, ହେଲେ ପ୍ରକୃତରେ...

ପୈଠକରୁ ପଞ୍ଚାୟତ

ବଇଣ୍ଡା,୧୬ା୨: ପଞ୍ଚାୟତକୁ ପାଇପ୍‌ ପାଣି ଯୋଗାଣ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ସେଥିପାଇଁ ଗାଁଗୁଡ଼ିକରେ ଜଳଯୋଗାଣ ପ୍ରକଳ୍ପମାନ ନିର୍ମାଣ କରାଯାଉଛି। ହେଲେ କେଉଁଠି ଏହାର ରକ୍ଷଣାବେକ୍ଷଣ...

ହୀରାକୁଦର ତଳିଆ ଅଞ୍ଚଳକୁ ସତର୍କ କରାଇଲେ ଜିଲାପାଳ

ସମ୍ବଲପୁର, ୧୨।୮(ବ୍ୟୁରୋ): ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦରେ ମୋଟ୍‌ ୨୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ ହେଉଛି। ଯାହା ଫଳରେ ତଳିଆ ଅଞ୍ଚଳକୁ ଜଳ...

କଟକରେ ଖୋଲିଲା ପାର୍କ

କଟକ ଅଫିସ,୨୭।୫: କଟକରେ ଖୋଲିଲା ପାର୍କ। ଏ ନେଇ କଟକ ମହାନଗର ନିଗମ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି। ସକାଳ ୭ଟାରୁ ୧୦ଟା ଓ...

ଜଷ୍ଟିସ ଯଶୱନ୍ତ ସିଂ ହେବେ ହାଇକୋର୍ଟର ମୁଖ୍ୟ ବିଚାରପତି

କଟକ ଅଫିସ,୩୦।୯: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହେବେ ଜଷ୍ଟିସ ଯଶୱନ୍ତ ସିଂ। ସୁପ୍ରିମକୋର୍ଟ କଲେଜିୟମ ଏ ନେଇ ନିଷ୍ପତ୍ତି ନେଇଛନ୍ତି। ଜଷ୍ଟିସ...

ବିଦ୍ୟୁତ କର୍ମଚାରୀଙ୍କ ପାଇଁ ପ୍ରୋତ୍ସାହନ ଦାବି କଲା ସଂଘ

ଭୁବନେଶ୍ୱର,୨୧।୪(ବ୍ୟୁରୋ)- ସାରା ମାନବ ସମାଜ କରୋନା ମୁକାବିଲାରେ ଲାଗିପଡିଛି। ଏହି ଲଢେଇରେ ବିଦ୍ୟୁତ ବିଭାଗର ବହୁତ ଅବଦାନ ରହିଛି। ଏହା କେବଳ ଜରୁରୀ ନୁହେଁ, ଅତ୍ୟନ୍ତ...

କଂଗ୍ରେସରୁ ମୁହଁ ଫେରାଉଛନ୍ତି ନେତା

ଭୁବନେଶ୍ୱର,୧୨।୮(ବ୍ୟୁରୋ): ଅନେକ ନେତା ଏବଂ କର୍ମୀ ଏବେ କଂଗ୍ରେସରୁ ମୁହଁ ଫେରାଇ ନେଉଛନ୍ତି। କ୍ରାନ୍ତି ଦିବସରେ ୩୦ରୁ ଅଧିକ ନେତା କଂଗ୍ରେସ ଛାଡ଼ିଥିବା ବେଳେ ପୁଣି...

ଭୋଟ୍‌ ଦେବାକୁ ଆସିଲେନି ଗ୍ରାମବାସୀ, ଖାଲିପଡ଼ିଛି ବୁଥ୍‌

ଯାଜପୁର ଅଫିସ,୨୪ା୨: ଯାଜପୁର ଜିଲା ରସୁଲପୁର ବ୍ଲକ ଶ୍ରୀବନ୍ତପୁର ପଞ୍ଚାୟତ ଅନ୍ତର୍ଗତ ବାଉଁଶଅଣ୍ଟା(ବଡ଼) ଗ୍ରାମବାସୀ ବିଭିନ୍ନ ମୌଳିକ ସମସ୍ୟା ଏବଂ ଜନହିତକର ଯୋଜନାରୁ ବାଦ୍‌ ପଡ଼ିଥିବା...

Advertisement
Archives

Model This Week