Posted inଜାତୀୟ

ଜନ୍ମାଷ୍ଟମୀରେ ଲାଲୁ ନନ୍ଦନଙ୍କ ଶ୍ରୀକୃଷ୍ଣ ବେଶ ସୋସିଆଲ ମିଡିଆରେ ଭାଇରାଲ

ପାଟନା,୨୫।୮: କିଛି ନା କିଛି ଘଟଣାକୁ ନେଇ ବହୁ ସମୟରେ ଗଣମାଧ୍ୟମରେ ଚର୍ଚ୍ଚାରେ ରହୁଥିବା ଆର୍‌ଜେଡି ନେତା ତେଜପ୍ରତାପ ଯାଦବ ଜନ୍ମାଷ୍ଟମୀ ଅବସରରେ ମଧ୍ୟ ଆସିଛନ୍ତି ଚର୍ଚ୍ଚାକୁ। ଶନିବାର ମଧ୍ୟ ରାତ୍ରରେ ତେଜପ୍ରତାପ ଶ୍ରୀକୃଷ୍ଣ ବେଶ ଧାରଣ କରିବା ସହ ବାଳ ଗୋପାଳଙ୍କ ପୂଜାର୍ଚ୍ଚନା କରିଛନ୍ତି। ସେ ଭଗବାନ୍‌ ଶ୍ରୀକୃଷ୍ଣଙ୍କ ମଥାରେ ମୟୂର ଚନ୍ଦ୍ରିକା ପିନ୍ଧିବା ସହ ହାତରେ ବଂଶୀ ଧରିଥିବା ଦେଖିବାକୁ ମିଳିଥିଲା। କେବଳ ସେତିକି ନୁହେଁ ସେ ଶ୍ରୀକୃଷ୍ଣଙ୍କ ବେଶରେ ବଂଶୀ ବଜାଉଥିବାର ଫଟୋ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ମଧ୍ୟ ଶେୟାର କରିଥିଲେ। ଏହାପରେ ତାଙ୍କର ଏହି ବେଶ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେପଟେ ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ମଧ୍ୟ ରିମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ବାଳ ଗୋପାଳଙ୍କ ପୂଜା କରିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ୟୁଏନଏସସିର ଦ୍ୱିତୀୟ ବୈଠକରେ ମୁମ୍ବାଇ ପରେ ଦିଲ୍ଲୀରୁ ପାକିସ୍ତାନକୁ କରାଯିବ ଟାର୍ଗେଟ

ନୂଆଦିଲ୍ଲୀ,୨୯ ।୧୦: ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ଆତଙ୍କବାଦ ନିରୋଧକ ସମିତିର ବିଶେଷ ବୈଠକର ଶନିବାର ହେଉଛି ଦ୍ୱିତୀୟ ଦିବସ । ଦ୍ୱିତୀୟ ଦିନର ବୈଠକ...

ଗୁଜରାଟ ବିପର୍ଯ୍ୟୟର ମୁକାବିଲା କରିବା ବେଳେ ଆରମ୍ଭ ହୋଇଗଲା ଷଡଯନ୍ତ୍ର: ମୋଦି

କଚ୍ଛ,୨୮ ।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଗୁଜରାଟ ଗସ୍ତରେ ଥିବା ବେଳେ ରବିବାର ଭୁଜରେ ସ୍ମୃତି ସ୍ମାରକର ଉଦ୍‌ଘାଟନ କରିଛନ୍ତି । ୨୦୦୧ରେ...

ଦୈନିକ ମୃତ୍ୟୁ ସଂଖ୍ୟା ୧୧ ଶହ ଟପିଲା …

ନୂଆଦିଲ୍ଲୀ, ୧।୨ : ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣରେ କମୁଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୨୪...

ପାଣି ଘେରରେ ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନ

ପାଟନା,୨୬।୬: ମୌସୁମୀ ବର୍ଷାରେ ବେହାଲ ବିହାର। ଶୁକ୍ରବାର ରାତିରେ ବିହାରର ରାଜଧାନୀ ପାଟନାରେ ହୋଇଥିବା ବର୍ଷା ଯୋଗୁ ଚାରିଆଡେ ଜଳାର୍ଣ୍ଣବ ହୋଇଯାଇଛି। ବିଧାନସଭା ପରିସରରେ ପ୍ରାୟ...

କର୍ମଚାରୀ, କେୟାର ଟେକର ହୋଇ ପାରିବେନି ସମ୍ପତ୍ତି ମାଲିକ

ନୂଆଦିଲ୍ଲୀ,୨୧।୯: କୌଣସି ସମ୍ପତ୍ତିର ଦେଖାଣୁଣା କରୁଥିବା କର୍ମଚାରୀ ଅବା କେୟାର ଟେକର ଏହାର ମାଲିକ ହୋଇ ପାରିବେ ନାହିଁ। ସେମାନେ ଏହାର ରକ୍ଷାଣବେକ୍ଷଣ ଯେତେବର୍ଷ କଲେ...

ବିପଦରେ ୪୦ କୋଟି ଲୋକ

ନୂଆଦିଲ୍ଲୀ, ୨୧ା୭: ଦେଶରେ ୬ ବର୍ଷ ଊର୍ଦ୍ଧ୍ୱ ବୟସ ବର୍ଗରେ ଥିବା ଲୋକସଂଖ୍ୟାର ଦୁଇ-ତୃତୀୟାଂଶ କୋଭିଡ୍‌-୧୯ରେ ସଂକ୍ରମିତ ହୋଇଛନ୍ତି। ଏହାର ଅର୍ଥ ପ୍ରାୟ ୪୦ କୋଟି...

ନୀତୀଶଙ୍କୁ ଟକ୍କର ଦେବେ ପୁଷ୍ପମ ପ୍ରିୟା

ପାଟନା,୯।୩: ପାଖେଇ ଆସୁଛି ବିହାର ବିଧାନସଭା ନିର୍ବାଚନ। ଆଉ ଏବେଠାରୁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ଏହି ସମୟରେ ମୁଖ୍ୟମନ୍ତ୍ରୀ ଆସନ ପାଇଁ ଏକ ନୂଆ ଚେହେରା...

‘ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ’: ୨୦୧୯ର ଗୋଲ୍ଡେନ୍‌ ଟୁଇଟ୍‌

ନୂଆଦିଲ୍ଲୀ,୧୦।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭା ନିର୍ବାଚନ ସମୟରେ ଟୁଇଟରରେ ଦେଇଥିବା ସ୍ଲୋଗାନ୍‌ ‘ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ’କୁ ଟୁଇଟର ପକ୍ଷରୁ ୨୦୧୯...

Advertisement
Archives

Model This Week