ଛତ୍ରପୁର,୩ା୧୨(ଡି.ଏନ.ଏ)-ଗଞ୍ଜାମ ଜିଲାରେ ଜନସେବା କେନ୍ଦ୍ର ଖୋଲିବା ପାଇଁ ମଞ୍ଜୁରୀ ଦେବାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି ା ଏପରିକି କେତେଜଣ ବ୍ୟକ୍ତିଙ୍କ ନାଁରେ ଜନସେବା କେନ୍ଦ୍ର କରିଦେବା ନେଇ ଅର୍ଥ କାରବାର ହୋଇଥିବା ଗଞ୍ଜାମ ଭିଏଲଇ ସୋସାଇଟି ପକ୍ଷରୁ ଅଭିଯୋଗ କରାଯାଇଛି ା ଏହି କାରବାରରେ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟର ଜିଲା ଇ-ଗଭର୍ନାନ୍ସର ଜଣେ ଅଧିକାରୀ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି। ଉକ୍ତ ଅଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୪ଥର ଟଙ୍କା ଟ୍ରାନ୍ସଫର କରାଯାଇଛି ା ପ୍ରତି ପଞ୍ଚାୟତରେ ଗୋଟିଏ ଜନସେବା କେନ୍ଦ୍ର ଖୋଲିବା ନିୟମ ରହିଥିବା ବେଳେ ୨ରୁ ୩ଟି କେନ୍ଦ୍ର ଖୋଲିବାକୁ ଅନୁମତି ଦିଆଯାଇଛି ା ସୋମବାର ଏ ନେଇ ସମସ୍ତ ଟଙ୍କା ଦେଣ ସମ୍ବନ୍ଧୀୟ ପ୍ରମାଣପତ୍ରର ନକଲ ସହ ଅତିରିକ୍ତ ଜିଲାପାଳ ଲକ୍ଷ୍ମୀକାନ୍ତ ସେଠୀଙ୍କୁ ଭେଟି ଅଭିଯୋଗ କରାଯାଇଛି ା ଏହି ଅନିୟମିତତାର ତଦନ୍ତ ସହ ମଧ୍ୟବର୍ତ୍ତୀ ଚୁକ୍ତି ବନ୍ଦ କରିବା ପାଇଁ ଦାବି ହୋଇଛି ା କେତେଜଣ ଅଯୋଗ୍ୟ ବ୍ୟକ୍ତିଙ୍କୁ ମଧ୍ୟ ଜିଲାରେ ଜନସେବା କେନ୍ଦ୍ର ଖୋଲିବା ପାଇଁ ଅନୁମତି ଦିଆଯାଇଥିବା ଅଭିଯୋଗ ହୋଇଛି ା ବେଆଇନ୍ ଭାବେ ହ୍ବାଟସ୍ଆପ୍ ଗ୍ରୁପ୍ କରି ଗତ ଅଗଷ୍ଟ ୧୪ ତାରିଖରେ ବିଭିନ୍ନ ପଞ୍ଚାୟତ ଏବଂ ଏନଏସିରେ ସିଏସସି ଖୋଲିବା ପାଇଁ ବିଜ୍ଞାପନ ବାହାରିଥିଲା ା ଏଥିରେ ଜିଲାରୁ ୫୮୭ ଜଣ ଆବେଦନ କରିଥିବା ବେଳେ ୩୪୫ ଜଣ ସିଏସସି ପାଇଁ ମନୋନୀତ ହୋଇଥିଲେ ା ମନୋନୀତ ହୋଇଥିବା ୩୪୫ ଜଣଙ୍କ କାଗଜପତ୍ର ଯାଞ୍ଚ କରିବାକୁ ଦାବି କରାଯାଇଥିଲା ା ଛତ୍ରପୁର ଏନଏଏସିରେ ମଧ୍ୟ ସିଏସସି ପାଇଁ ମିଳିଥିବା ଲୋକଙ୍କ କାଗଜପତ୍ର ଉପରେ ତଦନ୍ତ କରିବାକୁ ଅନୁରୋଧ କରାଯାଇଥିଲା। ଏହାର ତଦନ୍ତ ଡେପୁଟି କଲେକ୍ଟର (ଜୁଡିସିଆଲ) କରିବେ ବୋଲି ଅତିରିକ୍ତ ଜିଲାପାଳ କହିଛନ୍ତି।

ଧରିତ୍ରୀ ପ୍ରଭାବ: ଖବର ପ୍ରକାଶର ଅଳ୍ପ ଘଣ୍ଟା ପରେ ନିର୍ମାଣ ହେଲା ରାସ୍ତା
ସୋରଡା,୩।୧(ଡି.ଏନ.ଏ.): ଜାତୀୟ ରାଜପଥ ୫୯ ସୋରଡା ସହର ମଧ୍ୟକୁ ସଂଯୋଗ କରୁଥିବା ଜରଉ ବ୍ରିଜ ପ୍ରାରମ୍ଭରେ ୭ ଫୁଟ ଲମ୍ବ ଓ ୨ ଫୁଟ ଓସାରରେ...

କ୍ରୀଡ଼ା ଦିବସରେ ମନେପଡ଼ିଲେ ଧ୍ୟାନଚାନ୍ଦ
ବ୍ରହ୍ମପୁର ଅଫିସ,୨୯।୮: ଶହୀଦ ଲକ୍ଷ୍ମଣ ନାୟକ ପୌର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଗୁରୁବାର ସକାଳେ ହକି ଯାଦୁଗର ଧ୍ୟାନଚାନ୍ଦଙ୍କ ଜନ୍ମ ଜୟନ୍ତୀ ଅବସରରେ ଜାତୀୟ...

ବର୍ଷା, ପବନରେ ଦାରିଙ୍ଗବାଡ଼ି ବେହାଲ : ତହସିଲଦାର, ବିଡିଓଙ୍କ ଘଟଣାସ୍ଥଳ ପରିଦର୍ଶନ
ଦାରିଙ୍ଗବାଡ଼ି,୨୦।୩(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଗୁରୁବାର ସନ୍ଧ୍ୟାରେ ହୋଇଥିବା ବର୍ଷା, ପବନ ଏବଂ କୁଆପଥର ବୃଷ୍ଟିରେ ଅଞ୍ଚଳ ବେହାଲ ହୋଇପଡ଼ିଛି । ଏଥିରେ...

ଖାଉଥିବା ବେଳେ ହାଣିଦେଲେ ସାନ ଭାଇ
ବେଗୁନିଆପଡ଼ା,୧୮।୮(ଡି.ଏନ୍.ଏ.): ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକ ଜଗତି ସାହିରେ ବୁଧବାର ଏକ ହତ୍ୟାକାଣ୍ଡ ଘଟିଛି। ସାନ ଭାଇର କାତି ଚୋଟରେ ବଡ଼ ଭାଇଙ୍କ ମୃତ୍ୟୁ ହୋଇଛି।...

ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ବ୍ରହ୍ମପୁର ଅଫିସ,୯।୩: ସ୍ବତନ୍ତ୍ର ଭିଜିଲାନ୍ସ ଜଜଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ବ୍ରହ୍ମପୁର ଗ୍ରାମ୍ୟ ନିର୍ମାଣ(ବୈଦ୍ୟୁତିକ) ବିଭାଗର ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀଙ୍କ ଘରେ ବୁଧବାର ସକାଳୁ...

ଡରାଇଲାଣି ଡେଙ୍ଗୁ:ଗଞ୍ଜାମରେ ୧୫
ବ୍ରହ୍ମପୁର ଅଫିସ୍,୨୬ା୭- ଗଞ୍ଜାମ ଜିଲାରେ ଡେଙ୍ଗୁ ଧୀରେ ଧୀରେ ମାରାତ୍ମକ ହେବାରେ ଲାଗିଲାଣି। ସ୍ବାସ୍ଥ୍ୟ ବିଭାଗର ସତର୍କତା ଏବଂ ବ୍ୟାପକ ପଦକ୍ଷେପ ସତ୍ତ୍ୱେ ଆକ୍ରାନ୍ତଙ୍କ ସଂଖ୍ୟା...

ଅଗ୍ନିଶମ ବିଭାଗ ଗାଡ଼ି ଧକ୍କାରେ ଯୁବକ ଆହତ
ଗଞ୍ଜାମ,୧୨।୩(ଡି.ଏନ୍.ଏ.): ଗଞ୍ଜାମ ସହର ପଣ୍ଡାସାହିରେ ଥିବା ନିତ୍ୟାନନ୍ଦ ପଣ୍ଡାଙ୍କ ଘରେ ରବିବାର ସକାଳେ ଦୀପରୁ ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଗ୍ରାସୀମ କମ୍ପାନୀର ଦମକଳ ଗାଡ଼ି...

୨ ଦିନ ହେଲା ଗଞ୍ଜାମରେ ଟିକାକରଣ ବନ୍ଦ
ଛତ୍ରପୁର,୩୦।୬(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ମେଗା କରୋନା ଟିକାକାରଣ ଚାଲିଥିଲା। ତେବେ ଟିକା ଅଭାବ ଯୋଗୁ ଜିଲାରେ ଦୁଇ ଦିନ ଧରି ଟିକାକାରଣ ବନ୍ଦ ରହିଛି ।...