ଜନସେବା କେନ୍ଦ୍ରକୁ ସହଯୋଗ ମିଳୁନି

ବାଲେଶ୍ୱର ଅଫିସ, ୭।୮-ବାଲେଶ୍ୱର ସଦର ବ୍ଲକ ଅଧୀନରେ ଥିବା ଜନସେବା କେନ୍ଦ୍ରଗୁଡ଼ିକୁ ତହସିଲ କର୍ମଚାରୀମାନେ ଅବହେଳା କରୁଥିବା ଅଭିଯୋଗ ହୋଇଛି। ଏନେଇ ଜନସେବା କେନ୍ଦ୍ରର ଭିଏଲ୍‌ସି(ଭିଲେଜ ଲେଭଲ କମିଟି)ମାନେ ମଙ୍ଗଳବାର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁମୋଦିତ ଜନସେବା କେନ୍ଦ୍ରଗୁଡ଼ିକରେ ପଞ୍ଚାୟତର ଲୋକମାନେ ନିର୍ଦ୍ଦିଷ୍ଟ ପଞ୍ଚାୟତ ଜନସେବା କେନ୍ଦ୍ରରୁ ଜନ୍ମ ପ୍ରମାଣପତ୍ର, ବାସିନ୍ଦା ପ୍ରମାଣପତ୍ର, ମୃତ ପ୍ରମାଣପତ୍ର, ଆର୍ଥିକ ପ୍ରମାଣପତ୍ର ଭଳି କେତେକ ଗୁରୁତ୍ୱପୂର୍ଣ୍ଣ ସରକାରୀ କାଗଜପତ୍ର ମିଳିବାରେ ସୁବିଧା ରହିଛି। ଫଳରେ ଲୋକମାନେ ଦୂରରେ ଥିବା ତହସିଲ ଅଫିସ୍‌କୁ ନ ଆସି ନିର୍ଦ୍ଦିଷ୍ଟ ସମୟ ଅନୁସାରେ ଆବଶ୍ୟକ ପ୍ରମାଣପତ୍ର ପାଇ କାର୍ଯ୍ୟରେ ଲଗାଇଥାନ୍ତି। କିନ୍ତୁ ତହସିଲ ଅଫିସ୍‌ରେ ଥିବା କର୍ମଚାରୀମାନେ ଟାଳଟୁଳ ନୀତି କରି ଭିଏଲ୍‌ସିମାନଙ୍କୁ ଅସୁୁବିଧାରେ ପକାଉଛନ୍ତି। ଏପରିକି ଯେଉଁମାନେ ତହସିଲରେ ସିଧାସଳଖ ଆବେଦନ କରୁଛନ୍ତି ସେମାନଙ୍କୁ ଗୋଟିଏ ଘଣ୍ଟା ଭିତରେ ପ୍ରମାଣପତ୍ର ଯୋଗା ଯାଉଥିବାବେଳେ ଭିଏଲ୍‌ସି ମାଧ୍ୟମରେ ଆସୁଥିବା ଆବେଦନ ପ୍ରମାଣପତ୍ରକୁ ୨ ସପ୍ତାହରୁ ଊର୍ଦ୍ଧ୍ୱ ସମୟ ନେଉଛନ୍ତି। ଫଳରେ ଏହି ଯୋଜନାର ଉଦ୍ଦେଶ୍ୟ ବାଧାପ୍ରାପ୍ତ ହେଉଛି। ସମସ୍ତ ଲୋକ ଶୀଘ୍ର ପ୍ରମାଣପତ୍ର ପାଇ ଯାଉଥିବାରୁ ତହସିଲରେ ଆବେଦନ କରୁଥିବା ଜଣାପଡ଼ିଛି। ଏଭଳି ହେଲେ ଜନସେବା କେନ୍ଦ୍ର ଖୋଲି ବସିଥିବା ଭିଏଲ୍‌ସିମାନେ କାମ ନ ପାଇ ଧୀରେ ଧୀରେ ବନ୍ଦ କରିବାକୁ ବାଧ୍ୟ ହେବେ ବୋଲି ଭିଏଲ୍‌ସି ଜୟନ୍ତ କୁମାର ଦାସ ପ୍ରକାଶ କରିଛନ୍ତି। ଏହି ମାମଲାରେ ଜିଲାପାଳ ହସ୍ତକ୍ଷେପ କରି ସମାଧାନ କରିବା ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି। ଭିଏଲ୍‌ସି ରତିକାନ୍ତ ବେହେରା, ସୁଲେଶ୍ୱର ମାଝି, ଅରୂପ ଜେନା, ଗଗନ ବେହେରା, ମୃମୟ ପାଣିଗ୍ରାହୀ, ଶ୍ରୀକେଶ ଚନ୍ଦ୍ର ମାନ୍ନା, ସରୋଜ କୁମାର ବେହେରା ପ୍ରମୁଖ ଦାବିପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ।
ଏ ସମ୍ପର୍କରେ ତହସିଲଦାର ପଞ୍ଚାନନ ପାତ୍ର କହନ୍ତି, ଜଣେ ଆବେଦନକାରୀ ଆବେଦନ କରିବାର ୧୫ଦିନ ଭିତରେ ପ୍ରମାଣପତ୍ର ପାଇପାରିବେ। ଏହି ସମୟ ମଧ୍ୟରେ ଭିଏଲ୍‌ସିମାନେ ନିର୍ଦ୍ଦିଷ୍ଟ ସମୟରେ ତହସିଲରେ ଆବେଦନକାରୀଙ୍କ କାଗଜପତ୍ର ନ ପହଞ୍ଚାଇବା ଫଳରେ କାର୍ଯ୍ୟ କରିବାରେ ବିଳମ୍ବ ହେଉଛି। ଯେଉଁମାନଙ୍କର କାଗଜପତ୍ର ଯାଞ୍ଚ କରିବା ସମୟରେ ଠିକ୍‌ଠାକ୍‌ ଥାଏ ସେମାନଙ୍କ ପ୍ରମାଣପତ୍ର ସଙ୍ଗେ ସଙ୍ଗେ ପ୍ରଦାନ କରାଯାଇଥାଏ। ଭିଏଲସିମାନେ କରୁଥିବା ଅଭିଯୋଗ ଭିତ୍ତିହୀନ ଅଟେ।


Enter your email to get our daily news in your inbox.

All Right Reserved By Dharitri.Com

ଓରାଙ୍ଗଉଟାନ ଲିଙ୍କ୍‌ରେ ନୂଆ ସିସିଟିଭି ଫୁଟେଜ୍‌: ସାମ୍ନାକୁ ଆସିଲା ରାତିଅଧର…

ଜଳେଶ୍ୱର, ୧୨।୯: ଓରାଙ୍ଗଉଟାନ ଚାଲାଣ ଲିଙ୍କ୍‌ ନେଇ ଚାଲିଥିବା ଛାନଭିନ୍‌ ମଧ୍ୟରେ ନୂଆ ସିସିଟିଭି ଫୁଟେଜ୍‌ ସାମ୍ନାକୁ ଆସିଛି। ଦୀଘାର ଜଣେ ସନ୍ଦିଗ୍ଧ ହୋଟେଲ ସମ୍ମୁଖରେ ଲାଗିଥିବା…

ଓରାଙ୍ଗ୍‌ଉଟାନ ଉଦ୍ଧାର ଘଟଣା: ଦୀଘାରୁ ୩ ଜଣଙ୍କୁ ଉଠାଇ ଆଣିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର/ଭୋଗରାଇ,୧୨ା୯(ତ୍ରିନାଥ ମହାନ୍ତି/ ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅନ୍ତର୍ଗତ ବିଚିତ୍ରପୁର ରଣକୋଠା ଜଙ୍ଗଲରୁ ୫ ଓରାଙ୍ଗଉଟାନ ଶାବକ ଉଦ୍ଧାର ଘଟଣାରେ ତଦନ୍ତକୁ ତ୍ୱରାନ୍ବିତ କରିଛି…

ଓରାଙ୍ଗ୍‌ଉଟାନ ଚୋରାଚାଲାଣ: ଡବ୍ଲ୍ୟୁସିସିବି, ଏସ୍‌ଟିଏଫ୍‌ର ତଦନ୍ତ

ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ୍‌ ବିଚିତ୍ରପୁର ନିକଟ ରଣକଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗ୍‌ଉଟାନ ଶାବକ ଉଦ୍ଧାର ହେବାପରେ ଏହା ପଛରେ ଅନ୍ତର୍ଜାତୀୟ ବନ୍ୟପ୍ରାଣୀ ଚାଲାଣକାରୀ ଗ୍ୟାଙ୍ଗ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?