‘ଜନସହଯୋଗ ଦ୍ୱାରା ଦୁର୍ନୀତିକୁ ରୋକି ହେବ’

ବାଲେଶ୍ୱର ଅଫିସ,୩୧।୧୦- ଜନ ସଚେତନତା ସୃଷ୍ଟି ଓ ଲୋକଙ୍କ ସହଯୋଗ ଦ୍ୱାରା ଦୁର୍ନୀତି ହ୍ରାସ କରାଯାଇ ପାରିବ ବୋଲି ବୁଧବାର ପୂର୍ବାହ୍ନରେ ବାଲେଶ୍ୱର ଜିଲାପରିଷଦ ସମ୍ମିଳନୀ କକ୍ଷଠାରେ ଜିଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଛି। ଭିଜିଲାନ୍ସ ଏସ୍‌ପି ସୁନିଲ କୁମାର ସେନାପତି ସ୍ବାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଜିଲାପରିଷଦ ସଭାପତି ନିବେଦିତା ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ଦୁର୍ନୀତି ବିରୋଧରେ ସଚେତନତା ସୃଷ୍ଟି ଅପରିହାର୍ଯ୍ୟ ବୋଲି କହିଥିଲେ। ଏହି ଅବସରରେ ବିବିଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଜିଲା ଆରକ୍ଷୀ ଅଧୀକ୍ଷକ ବି. ଯୁଗଳ କିଶୋର ସମ୍ମାନନୀୟ ଅତିଥି ଭାବେ ଯୋଗଦେଇ କହିଥିଲେ, ଏବେ ବୈଷୟିକ ଜ୍ଞାନକୌଶଳ ଜରିଆରେ ସମସ୍ତ ଥାନାରେ ଜନସାଧାରଣଙ୍କୁ ସେବା ଯୋଗାଇବା ଉଦ୍ୟମ ଆରମ୍ଭ କରାଯାଇଛି। ଏହାଦ୍ୱାରା ସହଜ ଓ ସୁବିଧାରେ ଲେଶକେ ପୋଲିସ ସେବା ପାଇ ପାରିବେ ବୋଲି ସେ ମତବ୍ୟକ୍ତ କରିିଥିଲେ। ଅତିରିକ୍ତ ଜିଲାପାଳ ସମ୍ବିତ ନାୟକ ଅନ୍ୟତମ ସମ୍ମାନନୀୟ ଅତିଥି ଏବଂ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଡ. ସିତାଂଶୁ କୁମାର ସାମଲ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ଉପସ୍ଥିତ ଜନସାଧାରଣଙ୍କ ତରଫରୁ ଖବରଦାତା ସତ୍ୟପ୍ରିୟ ମହାନ୍ତି ଏବଂ ଅବସରପ୍ରାପ୍ତ ପ୍ରାଧ୍ୟାପକ ଶତୃଘ୍ନ ମଲ୍ଲିକ ପ୍ରମୁଖ ଦୁର୍ନୀତି ନିବାରଣ ସମ୍ପର୍କରେ ଜନସାଧାରଣଙ୍କ ଦୃଷ୍ଟିଭଙ୍ଗୀ ଉପରେ ମତାମତ ପ୍ରଦାନ କରିଥିଲେ। ଏହି ଉପଲକ୍ଷେ ଆୟୋଜିତ ବକ୍ତୃତା, ପ୍ରବନ୍ଧ, ସ୍ଲୋଗାନ ଓ ପୋଷ୍ଟର ତଥା କାର୍ଟୁନ୍‌ ପ୍ରତିଯୋଗିତାର ବିଜୟୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଶେଷ ସହାୟତା ସକାଶେ ସ୍ଥାନୀୟ ରୋଟାରୀ କ୍ଲବକୁ ପ୍ରଶଂସା ସୂଚକ ସ୍ମୃତି ଫଳକ ପ୍ରଦାନ କରାଯାଇଥିଲା। ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁବାସ ନିଆଲ ସମସ୍ତ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ। ପୂର୍ବାହ୍ନରେ ସ୍କୁଲ, କଲେଜର ଛାତ୍ରୀଛାତ୍ରଙ୍କୁ ନେଇ ଏକ ସଚେତନତା ରାଲି ସହର ପରିକ୍ରମା କରିଥିଲା। ପୂର୍ବରୁ ରୋଟାରୀ କ୍ଲବ ସହାୟତାରେ ଦୁର୍ନୀତି ନିବାରଣ ସପ୍ତାହ ଉପଲକ୍ଷେ ଏକ ସଦ୍‌ଭାବନା ଗଣଦୌଡ଼ର ଆୟୋଜନ କରାଯାଇଥିଲା। ସେହିପରି କୁପାରୀଠାରେ ବିଶେଷ ଗ୍ରାମସଭା ଆୟୋଜନ କରାଯାଇଥିଲା। ଦୁର୍ନୀତି ହଟାଇବାକୁ ସେଠଶରେ ଜନସାଧାରଣ ସଂକଳ୍ପ ନେଇଥିଲେ। ପ୍ରତିଦିନ ଦୁଇଟି ବ୍ଲକରେ ଅନୁରୂପ କାର୍ଯ୍ୟକ୍ରମର ଆୟୋଜନ କରାଯିବା ନିମନ୍ତେ ସ୍ଥିର କରାଯାଇଥିବା ଭିଜିଲାନ୍ସ ଏସ୍‌ପି ପ୍ରକାଶ କରିଛନ୍ତି। କାର୍ଯ୍ୟକ୍ରମରେ ଅତିରିକ୍ତ ଏସ୍‌ପି ଭିଜିଲାନ୍ସ ନିର୍ମଳ ଚାନ୍ଦ ମହାନ୍ତି, ଇନ୍ସପେକ୍ଟର ସବିତା ବେହେରା, ଭାଗ୍ୟଲକ୍ଷ୍ମୀ ପୁହାଣ ପ୍ରମୁଖ ସହାୟତା କରିଥିଲେ। ଅପରାହ୍ନରେ ସ୍ଥାନୀୟ ଜିଲାସ୍କୁଲଠାରେ ଇଣ୍ଟିିଗ୍ରିଟି କ୍ଲବ ଗଠନ କରି ଛାତ୍ରୀଛାତ୍ରଙ୍କୁ ଦୁର୍ନୀତି ସମ୍ପର୍କରେ ସଚେତନ କରାଯାଇଥିଲା। ପରେ ଛାତ୍ରୀଛାତ୍ରମାନେ ଦୁର୍ନୀତିକୁ ମୂଳ ପୋଛ କରି ସୁସ୍ଥ ସମାଜ ଗଢ଼ିବାକୁ ଶପଥ ପାଠ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଭୀର ସମୁଦ୍ରରୁ ଉଦ୍ଧାର ହେଲା ଟ୍ରଲର: ବଞ୍ଚିଛନ୍ତି ମତ୍ସ୍ୟଜୀବୀ, ୩ ତାରିଖରୁ ଥିଲେ ନିଖୋଜ

ଭୋଗରାଇ,୨୭।୮(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ସୀମାନ୍ତ ପଶ୍ଚିମବଙ୍ଗ ଦୀଘା ଉପକୂଳ ଗଭୀର ସମୁଦ୍ରରୁ ଆନ୍ଧ୍ରପ୍ରଦେଶର ଏକ ମାଛ ଧରା ଟ୍ରଲର ଭାସମାନ ଅବସ୍ଥାରେ ବିପଦରେ ଥିବା…

ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତର ଆକ୍ରମଣ, ଦିବାଲୋକରେ ଗୋଡାଇ ଗୋଡାଇ ହାଣିଲେ

ସୋର,୨୬।୮(ଜନ୍ମେଜୟ ମିଶ୍ର): ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଦିନ ଦ୍ବିପହରରେ ମାଣତ୍ରୀ ଛକ ନିକଟରେ ତିନଜଣ ଦୁର୍ବୃତ୍ତ ହାଣି ଦେଇଥିବା ଜଣାପଡ଼ିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri