‘ଜନସହଯୋଗ ଦ୍ୱାରା ଦୁର୍ନୀତିକୁ ରୋକି ହେବ’

ବାଲେଶ୍ୱର ଅଫିସ,୩୧।୧୦- ଜନ ସଚେତନତା ସୃଷ୍ଟି ଓ ଲୋକଙ୍କ ସହଯୋଗ ଦ୍ୱାରା ଦୁର୍ନୀତି ହ୍ରାସ କରାଯାଇ ପାରିବ ବୋଲି ବୁଧବାର ପୂର୍ବାହ୍ନରେ ବାଲେଶ୍ୱର ଜିଲାପରିଷଦ ସମ୍ମିଳନୀ କକ୍ଷଠାରେ ଜିଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଛି। ଭିଜିଲାନ୍ସ ଏସ୍‌ପି ସୁନିଲ କୁମାର ସେନାପତି ସ୍ବାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଜିଲାପରିଷଦ ସଭାପତି ନିବେଦିତା ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ଦୁର୍ନୀତି ବିରୋଧରେ ସଚେତନତା ସୃଷ୍ଟି ଅପରିହାର୍ଯ୍ୟ ବୋଲି କହିଥିଲେ। ଏହି ଅବସରରେ ବିବିଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଜିଲା ଆରକ୍ଷୀ ଅଧୀକ୍ଷକ ବି. ଯୁଗଳ କିଶୋର ସମ୍ମାନନୀୟ ଅତିଥି ଭାବେ ଯୋଗଦେଇ କହିଥିଲେ, ଏବେ ବୈଷୟିକ ଜ୍ଞାନକୌଶଳ ଜରିଆରେ ସମସ୍ତ ଥାନାରେ ଜନସାଧାରଣଙ୍କୁ ସେବା ଯୋଗାଇବା ଉଦ୍ୟମ ଆରମ୍ଭ କରାଯାଇଛି। ଏହାଦ୍ୱାରା ସହଜ ଓ ସୁବିଧାରେ ଲେଶକେ ପୋଲିସ ସେବା ପାଇ ପାରିବେ ବୋଲି ସେ ମତବ୍ୟକ୍ତ କରିିଥିଲେ। ଅତିରିକ୍ତ ଜିଲାପାଳ ସମ୍ବିତ ନାୟକ ଅନ୍ୟତମ ସମ୍ମାନନୀୟ ଅତିଥି ଏବଂ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଡ. ସିତାଂଶୁ କୁମାର ସାମଲ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ଉପସ୍ଥିତ ଜନସାଧାରଣଙ୍କ ତରଫରୁ ଖବରଦାତା ସତ୍ୟପ୍ରିୟ ମହାନ୍ତି ଏବଂ ଅବସରପ୍ରାପ୍ତ ପ୍ରାଧ୍ୟାପକ ଶତୃଘ୍ନ ମଲ୍ଲିକ ପ୍ରମୁଖ ଦୁର୍ନୀତି ନିବାରଣ ସମ୍ପର୍କରେ ଜନସାଧାରଣଙ୍କ ଦୃଷ୍ଟିଭଙ୍ଗୀ ଉପରେ ମତାମତ ପ୍ରଦାନ କରିଥିଲେ। ଏହି ଉପଲକ୍ଷେ ଆୟୋଜିତ ବକ୍ତୃତା, ପ୍ରବନ୍ଧ, ସ୍ଲୋଗାନ ଓ ପୋଷ୍ଟର ତଥା କାର୍ଟୁନ୍‌ ପ୍ରତିଯୋଗିତାର ବିଜୟୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଶେଷ ସହାୟତା ସକାଶେ ସ୍ଥାନୀୟ ରୋଟାରୀ କ୍ଲବକୁ ପ୍ରଶଂସା ସୂଚକ ସ୍ମୃତି ଫଳକ ପ୍ରଦାନ କରାଯାଇଥିଲା। ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁବାସ ନିଆଲ ସମସ୍ତ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ। ପୂର୍ବାହ୍ନରେ ସ୍କୁଲ, କଲେଜର ଛାତ୍ରୀଛାତ୍ରଙ୍କୁ ନେଇ ଏକ ସଚେତନତା ରାଲି ସହର ପରିକ୍ରମା କରିଥିଲା। ପୂର୍ବରୁ ରୋଟାରୀ କ୍ଲବ ସହାୟତାରେ ଦୁର୍ନୀତି ନିବାରଣ ସପ୍ତାହ ଉପଲକ୍ଷେ ଏକ ସଦ୍‌ଭାବନା ଗଣଦୌଡ଼ର ଆୟୋଜନ କରାଯାଇଥିଲା। ସେହିପରି କୁପାରୀଠାରେ ବିଶେଷ ଗ୍ରାମସଭା ଆୟୋଜନ କରାଯାଇଥିଲା। ଦୁର୍ନୀତି ହଟାଇବାକୁ ସେଠଶରେ ଜନସାଧାରଣ ସଂକଳ୍ପ ନେଇଥିଲେ। ପ୍ରତିଦିନ ଦୁଇଟି ବ୍ଲକରେ ଅନୁରୂପ କାର୍ଯ୍ୟକ୍ରମର ଆୟୋଜନ କରାଯିବା ନିମନ୍ତେ ସ୍ଥିର କରାଯାଇଥିବା ଭିଜିଲାନ୍ସ ଏସ୍‌ପି ପ୍ରକାଶ କରିଛନ୍ତି। କାର୍ଯ୍ୟକ୍ରମରେ ଅତିରିକ୍ତ ଏସ୍‌ପି ଭିଜିଲାନ୍ସ ନିର୍ମଳ ଚାନ୍ଦ ମହାନ୍ତି, ଇନ୍ସପେକ୍ଟର ସବିତା ବେହେରା, ଭାଗ୍ୟଲକ୍ଷ୍ମୀ ପୁହାଣ ପ୍ରମୁଖ ସହାୟତା କରିଥିଲେ। ଅପରାହ୍ନରେ ସ୍ଥାନୀୟ ଜିଲାସ୍କୁଲଠାରେ ଇଣ୍ଟିିଗ୍ରିଟି କ୍ଲବ ଗଠନ କରି ଛାତ୍ରୀଛାତ୍ରଙ୍କୁ ଦୁର୍ନୀତି ସମ୍ପର୍କରେ ସଚେତନ କରାଯାଇଥିଲା। ପରେ ଛାତ୍ରୀଛାତ୍ରମାନେ ଦୁର୍ନୀତିକୁ ମୂଳ ପୋଛ କରି ସୁସ୍ଥ ସମାଜ ଗଢ଼ିବାକୁ ଶପଥ ପାଠ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋମାତା ସୁରକ୍ଷା ପାଇଁ ଭାରତ ପରିଭ୍ରମଣ: ବସ୍ତାରେ ପହଞ୍ଚିଲେ ଇଞ୍ଜିନିୟର ଶିବରାଜ

ବସ୍ତା, ୧୬।୫(ଡି.ଏନ.ଏ.) : ଗୋମାତାଙ୍କ ସୁରକ୍ଷା ତଥା ଗୋହତ୍ୟା ବନ୍ଦ ପାଇଁ ଜଣେ ଇଞ୍ଜିନିୟର ସଚେତନତା ପଦଯାତ୍ରାରେ ସାରା ଭାରତ ଭ୍ରମଣ କରିବା ଅବସରରେ ଚାଲି...

ଯେଉଁଠି ପ୍ରକୃତି କୁହେ କଥା

ନୀଳଗିରି, (ପ୍ରଶାନ୍ତ ବିଶ୍ୱାଳ)୧।୧୨: ଶୀତର ଆଗମନ ସାଙ୍ଗକୁ ଆରମ୍ଭ ହୋଇଛି ପର୍ଯ୍ୟଟନ ଋତୁ। ପାଗ ଅନୁକୂଳ ଥିବାରୁ ଶନିବାର ଓ ରବିବାର ଭଳି ଛୁଟି ଦିନରେ...

‘ମିଶନ ବିୟୁଟି ସିଟି’ ତ୍ୱରାନ୍ବିତ: ଓଟି ରୋଡ୍‌ରୁ ହଟିଲା ଜବରଦଖଲ

ବାଲେଶ୍ୱର ଅଫିସ, ୯।୮-ବାଲେଶ୍ୱର ସହରରେ ବିଭିନ୍ନ ସ୍ଥାନରେ ଜବରଦଖଲ ଓ ହୋର୍ଡ଼ିଂ ଉଚ୍ଛେଦ ଗତ ଜୁଲାଇ ୨୨ତାରିଖରୁ ଆରମ୍ଭ ହୋଇଥିବା ବେଳେ ଗୁରୁବାର ପୂର୍ବାହ୍ନ ୧୧ଟାରେ...

ଛାତ୍ରୀଙ୍କୁ କୃମିନାଶକ ବଟିକା ଖୁଆଇଲେ ଜିଲାପାଳ

ବାଲେଶ୍ୱର ଅଫିସ, ୧୦।୨-ବାଲେଶ୍ୱର ସହର ସ୍ଥାନୀୟ ମିଶନ ବାଳିକା ଉଚ୍ଚ ବିଦ୍ୟାଳୟରେ ଜିଲାସ୍ତରୀୟ ଜାତୀୟ କୃମିନାଶକ ଦିବସ ସୋମବାର ଉଦ୍‌ଘାଟିତ ହୋଇଯାଇଛି ା ଜିଲାପାଳ କେ....

ଚୋରି ବାଇକ ଉଦ୍ଧାର: ଅଭିଯୁକ୍ତ ଗିରଫ

ସୋର, ୩ା୯(ଡି.ଏନ.ଏ.): ସୋର ପୋଲିସ୍‌ ଜଣେ ବାଇକ୍‌ ଚୋରଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ଚୋରି ବାଇକକୁ ଜବତ କରିଛି। ସୋର ଷ୍ଟେଶନ ଛକରେ...

୧୦ କେ.ଜି. ବ୍ରାଉନ୍‌ସୁଗାର ଜବତ

ବାଲେଶ୍ୱର ଅଫିସ,୨୯ା୧୦: ବାଲେଶ୍ୱର ସହରର ଫୁଲାଡ଼ିସ୍ଥିତ କାସିମପୁର ପଡ଼ିଆରେ ବ୍ରାଉନ୍‌ସୁଗାର କାରବାର ବେଳେ ସହଦେବଖୁଣ୍ଟା ମଡେଲ ଥାନା ପୋଲିସ ଚଢ଼ାଉ କରି ୬ ବେପାରୀଙ୍କୁ ଗିରଫ...

ନିଶା ନିବାରଣ ଲାଗି ଅଣ୍ଟା ଭିଡିଲେ ଛାତ୍ରୀଛାତ୍ର

ଖଇରା, ୨୫।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ଅଧୀନ ଖଇରା ଥାନା ଅଞ୍ଚଳରେ ବିଭିନ୍ନ ସମୟରେ ଦୁର୍ଘଟଣାମାନ ଘଟି ଚାଲିଛି। କେଉଁଠି ବହୁ ମୂଲ୍ୟ ଜୀବନ ଚାଲି ଯାଉଛି ତ...

ଅପରେଶନ ‘ସ୍ୟାଣ୍ଡ ଷ୍ଟର୍ମ’

ବାଲେଶ୍ୱର ଅଫିସ, ୫।୨: ବାଲେଶ୍ୱର ଉପଜିଲାପାଳ କୁନାଲ ମୋତିରାମ ଚଭନଙ୍କୁ ଆକ୍ରମଣ ପରେ ବାଲି ଚୋରା ଚାଲାଣକାରୀଙ୍କୁ ସାବାଡ୍‌ କରିବା ଲାଗି ଆକ୍ସନ ମୁଡ୍‌ରେ ଉଭୟ...

Advertisement
Archives

Model This Week