Posted inଜାତୀୟ

ଜନତାଙ୍କୁ ଲୁଚୁଛନ୍ତି ଯୋଗୀ ଆଦିତ୍ୟନାଥ: ପ୍ରିୟଙ୍କା

ନୂଆଦିଲ୍ଲୀ,୧।୭: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପୁଣିଥରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କରିଛନ୍ତି। ମୁରଦାବାଦ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଖବରଦାତାଙ୍କୁ ଗୋଟିଏ ଘରେ ବନ୍ଦ କରିଦେବା ଖବରକୁ ନେଇ ବର୍ଷିଛନ୍ତି ପ୍ରିୟଙ୍କା। ଏହାକୁ ନେଇ ସେ କହିଛନ୍ତି, ଉତ୍ତର ପ୍ରଦେଶ ସରକାର ଜନତାଙ୍କୁ ଲୁଚୁଛନ୍ତି। ଟୁଇଟ କରି ପ୍ରିୟଙ୍କା ଲେଖିଛନ୍ତି, ଉତ୍ତର ପ୍ରଦେଶରେ ଖବରଦାତାଙ୍କୁ ତାଲା ପକାଇ ରଖାଯାଉଛି, ବିଭିନ୍ନ ପ୍ରଶ୍ନକୁ ସରକାର ଏଡାଇ ଯାଉଛନ୍ତି, ସମସ୍ୟାକୁ ଅଣଦେଖା କରାଯାଉଛି। ତେଣୁ ବିପୁଳ ବହୁମତ ପାଇଥିବା ଭାଜପା ସରକାର ଜନତାଙ୍କୁ ମୁହଁ ଲୁଚାଉଥିବା ପ୍ରିୟଙ୍କା ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ଦିନକ ପୂର୍ବରୁ ପ୍ରିୟଙ୍କା କହିଥିଲେ ଉତ୍ତର ପ୍ରଦେଶରେ ଅପରାଧି ଖୋଲାଖୋଲି ବୁଲୁଥିବା ବେଳେ ଯୋଗୀ ସରକାରଙ୍କ ଅପାରଗତା ସ୍ପଷ୍ଟ ବାରି ହୋଇ ପଡୁଛି। ହେଲେ ଏହାର ଜବାବରେ ଯୋଗୀ ପ୍ରିୟଙ୍କାଙ୍କୁ କହିଥିଲେ ଅଙ୍ଗୁର ନ ଖାଇ ପାରିଲେ ଖଟା। ଅର୍ଥାତ୍‌ ଗତ ଲୋକ ସଭା ନିର୍ବାଚନରେ କଂଗ୍ରେସ ହାରିବା ପରେ ପ୍ରିୟଙ୍କା ଏଭଳି ମନ୍ତବ୍ୟ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପିଏଫ୍‌ଆଇର ହରତାଳକୁ ହାଇକୋର୍ଟର ଭର୍ତ୍ସନା: ବିନା ଅନୁମତିରେ କେହି ଦେଇପାରିବନି ବନ୍ଦ ଡାକରା

ଥିରୁଭାନନ୍ତମପୁରମ,୨୩।୯: ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି (ଏନ୍‌ଆଇଏ)ର ଚଢ଼ାଉକୁ ବିରୋଧ କରି ଶୁକ୍ରବାର ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଫ୍‌ଆଇ) ପକ୍ଷରୁ କେରଳରେ ରାଜ୍ୟବ୍ୟାପୀ ବନ୍ଦ ଡାକରା...

ଜମ୍ମୁ-କଶ୍ମୀର ସରପଞ୍ଚମାନଙ୍କୁ ଭେଟିଲେ ଉପରାଷ୍ଟ୍ରପତି: ପଞ୍ଚାୟତକୁ ଦିଆଯିବ ଅଧିକ କ୍ଷମତା

ନୂଆଦିଲ୍ଲୀ, ୧୧ା୯ (ପି.ଟି.): ଏଣିକି ଜମ୍ମୁ-କଶ୍ମୀରର ପଞ୍ଚାୟତଗୁଡ଼ିକୁ ଅଧିକ କ୍ରିୟାଶୀଳ କରାଯିବ। ସେଗୁଡ଼ିକର ବିକାଶ ଓ ଆର୍ଥକ କ୍ଷମତା ବୃଦ୍ଧି କରାଯିବ ବୋଲି ଉପରାଷ୍ଟ୍ରପତି ଭେଙ୍କାୟା...

ଇରାନରୁ ଫେରିଲେ ୪୪ ଭାରତୀୟ

ମୁମ୍ବାଇ/ନୂଆଦିଲ୍ଲୀ,୧୪ା୩(ପି.ଟି.): କରୋନା ସଂକ୍ରମିତ ଇରାନରୁ ଦ୍ୱିତୀୟ ପର୍ଯ୍ୟାୟରେ ୪୪ ଭାରତୀୟ ପର୍ଯ୍ୟଟକ ଫେରିଥିବା ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଛନ୍ତି। ଇରାନ ଏୟାରର ଏକ ବିମାନରେ...

ଉତ୍ତର ପ୍ରଦେଶ ବିଧାନସଭାର ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ

ଲକ୍ଷ୍ନୌ,୩ ।୩: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ମତଦାନ ଗୁରୁବାର ସକାଳ ୭ଟାରୁ ଆରମ୍ଭ ହୋଇଛି । ଏଥର ୧୦ ଜିଲାର ୫୭...

ଆଇଶାଙ୍କ ବିରୋଧରେ ଦେଶଦ୍ରୋହ

କୋଚି, ୧୨।୬: ଅଭିନେତ୍ରୀ ତଥା ମଡେଲ୍‌ ଆଇଶା ସୁଲତାନା ଏକ ଟିଭି ବିତର୍କରେ ଭାଗନେଇ ଲାକ୍ଷାଦ୍ୱୀପରେ କୋଭିଡ୍‌-୧୯ ସଂକ୍ରମଣ ନେଇ ମିଛ ଖବର ପ୍ରସାର କରିଥିବା...

ଦଉଡ଼ି ଡିଆଁ ଖେଳିଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ,୨୯।୮: କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ରବିବାର ‘ଫିଟ ଇଣ୍ଡିଆ ମୋବାଇଲ ଆପ’ ଲଞ୍ଚ କରିଛନ୍ତି। ଦୁଇ ବର୍ଷର ଫିଟ ଇଣ୍ଡିଆ କାର୍ଯ୍ୟକ୍ରମ ଶେଷ...

ଏନ୍‌ଇଇଟି-ଜେଇଇ ପରୀକ୍ଷା ସ୍ଥଗିତ ପାଇଁ ଉଠିଲା ଦାବି: ସୁପ୍ରିମକୋର୍ଟ ଯିବେ ୭ରାଜ୍ୟର ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୬।୮: ଦେଶରେ କରୋନା ସଂକ୍ରମଣ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। କରୋନା ସଙ୍କଟ ମଧ୍ୟରେ ସେପ୍ଟେମ୍ବରରେ ଜେଇଇ ଓ ଏନ୍‌ଇଇଟି ପରୀକ୍ଷା କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି...

ବିମାନରେ ମାଡ଼ ହେଲା ପକ୍ଷୀ: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ନୂଆଦିଲ୍ଲୀ,୨୭।୧୦: ଅହମ୍ମଦାବାଦରୁ ଦିଲ୍ଲୀ ଯାଉଥିବା ଆକାଶ ଏୟାର ବିମାନରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ମଝି ଆକାଶରେ ବିମାନ ସହ ଏକ ପକ୍ଷୀ ମାଡ ହେବାରୁ...

Advertisement
Archives

Model This Week