ଜନଜାତି ସାମଗ୍ରୀର ନୂଆ ଠିକଣା ‘ଆଦିଶା’

ମାଣ୍ଡିଆ ଚୂନାରୁ ଆରମ୍ଭ କରି ଶାଳଫୁଲ ଚାଉଳ ପର୍ଯ୍ୟନ୍ତ କଳା ତୁଳସୀ ପାଉଡରରୁ ପାଳୁଅ ଚୂନା ପର୍ଯ୍ୟନ୍ତ ଓଡ଼ିଶାର ଆଦିମ ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ ସମସ୍ତ ଜଙ୍ଗଲୀ ଓ ପ୍ରାକୃତିକ ଦ୍ରବ୍ୟ ଏବେ ମିଳୁଛି ଗୋଟିଏ ସ୍ଥାନରେ। ତାହା ପୁଣି ନୂଆରୂପ ଓ ନୂଆବ୍ରାଣ୍ଡ୍‌ରେ। ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଅଧୀନରେ ଥିବା ଓଡ଼ିଶା ଆଦିବାସୀ ଉନ୍ନୟନ ସମବାୟ ନିଗମ ଲିମିଟେଡ୍‌(ଟିଡିସିସିଓଏଲ୍‌) ଦ୍ୱାରା ପ୍ରଥମଥର ପାଇଁ ଓଡ଼ିଶା ଜନଜାତି ସାମଗ୍ରୀକୁ ନେଇ ଏକ ସ୍ବତନ୍ତ୍ର ବ୍ରାଣ୍ଡ୍‌ ‘ଆଦିଶା’ ବଜାରକୁ ଆସିଛି।

ଢିଙ୍କିକୁଟା ଚାଉଳରୁ ମଲ୍ଟିଗ୍ରେନ୍‌ ଅଟା
ଟିଡିସିସିଓଏଲ୍‌ ତରଫରୁ ଏବେ ରାଜ୍ୟର ୬ଟି ଜିଲାରେ ୧୧ଟି ସ୍ବତନ୍ତ୍ର ଷ୍ଟୋର୍‌ ସହ ଭୁବନେଶ୍ୱର ରୂପାଲି ଛକସ୍ଥିତ ଟିଡିସିସିଓଏଲ୍‌ ପରିସରରେ ‘ଆଦିଶା’ର ଏକ ଅତ୍ୟାଧୁନିକ ଷ୍ଟୋର୍‌ ଖୋଲାଯାଇଛି। ଓଡ଼ିଶା ଜନଜାତିଙ୍କ ଦ୍ୱାରା ଉପତ୍ାଦିତ ତଥା ପ୍ରସ୍ତୁତ ଲଘୁ ବନଜାତ ଦ୍ରବ୍ୟ, କୃଷି ଉପତ୍ାଦିତ ଦ୍ରବ୍ୟ, ଜନଜାତି ହସ୍ତତନ୍ତ ହସ୍ତକଳା, ହସ୍ତଶିଳ୍ପ, ଅଳଙ୍କାର, ମସଲାଜାତ ଦ୍ରବ୍ୟ, ଚିତ୍ରକଳା ଓ ଖାଦ୍ୟ ସାମଗ୍ରୀକୁ ଆଦିଶା ବ୍ରାଣ୍ଡ୍‌ ମାଧ୍ୟମରେ ବିକ୍ରିବଟା କରାଯାଉଛି। ଆଦିଶାରେ ଉପଲବ୍ଧ ବିଭିନ୍ନ ଖାଦ୍ୟସାମଗ୍ରୀ ମଧ୍ୟରେ ରହିଛି କଳା ଓ ଧଳା ସୋରିଷ, ଅଁଳା, ନିମପତ୍ର ପାଉଡ଼ର, ପାଳୁଅ ଚୂନା ବା ଆରୋରୁଟ୍‌ ପାଉଡ଼ର୍‌, ମାଣ୍ଡିଆ ଚୂନା, ରିଠା, ସିକାକାଇ, ସୋୟାବିନ୍‌, ମଲ୍ଟିଗ୍ରେନ୍‌ ଅଟା, କଳାତୁଳସୀ ପାଉଡ଼ର୍‌, ଗୋଟାହଳଦୀ, ଶୁଖିଲା ଅଦା ବା ଡ୍ରାଏ ଜିଞ୍ଜର ପାଉଡ଼ର୍‌, ଗୁଡମାରୀ ପତ୍ର ପାଉଡ଼ର୍‌, ଢିଙ୍କିକୁଟା ଚାଉଳ, ବ୍ରାଉନ୍‌ ରାଇସ୍‌ ବା ଆଦିବାସୀ ଅଞ୍ଚଳରେ ଉପତ୍ାଦିତ ବିରଳ କଳାଧାନରୁ ପ୍ରସ୍ତୁତ ଚାଉଳ, ଗୋଲମରିଚ, ତେନ୍ତୁଳି, ପ୍ରସିଦ୍ଧ କାନ୍ଦୁଲଡାଲି ଆଦି ରହିଛି। ଏହାବ୍ୟତୀତ ଜଙ୍ଗଲୀ ମହୁ, ପିଙ୍ଗୁ ତେଲ, ଜାମୁକୋଳି ପାଉଡର୍‌, ବେଲପତ୍ର ପାଉଡର୍‌, ଲେମନ୍‌ଗ୍ରାସ୍‌ ଅଏଲ୍‌, ନିମତେଲ, କୁସୁମତେଲ, କରଞ୍ଜ ତେଲ, ପ୍ରାକୃତିକ ପଦ୍ଧତିରେ ପ୍ରସ୍ତୁତ ସୋରିଷ ତେଲ ଭଳି ଏକାଧିକ ଔଷଧୀୟ ତେଲ ଓ ସାମଗ୍ରୀ ଏଠାରେ ଉପଲବ୍ଧ ହେଉଛି। କେବଳ ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ ଶୁଦ୍ଧ ଖାଦ୍ୟସାମଗ୍ରୀ ନୁହେଁ, ବିଭିନ୍ନ ପ୍ରକାରର ଘରସଜ୍ଜା ତଥା ଜନଜାତି ହସ୍ତକଳା ସାମଗ୍ରୀ ଏଠାରୁ ମିଳୁଛି। ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଜନଜାତି ଅଳଙ୍କାରର ଡିମାଣ୍ଡ୍‌ ରହୁଥିବାବେଳେ ଖୁବ୍‌ ଶୀଘ୍ର ଆଦିଶା ଆଦିମ ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ହସ୍ତତନ୍ତ ମଧ୍ୟ ବିକ୍ରି ପାଇଁ ଉପଲବ୍ଧ କରିବ ବୋଲି କୁହାଯାଇଛି।
କୁକିଜ୍‌, ବ୍ରେଡ୍‌ର ଚାହିଦା
ଆଦିଶାରେ ଉପଲବ୍ଧ ବିଭିନ୍ନ ସାମଗ୍ରୀ ମଧ୍ୟରୁ ସବୁଠାରୁ ଅଧିକ ଡିମାଣ୍ଡ୍‌ରେ ରହୁଛି ମାଣ୍ଡିଆ କୁକିଜ୍‌ ଓ ବ୍ରେଡ୍‌ ଭଳି ରେଡିମେଡ୍‌ ଖାଦ୍ୟ ସାମଗ୍ରୀ। ସ୍ବାସ୍ଥ୍ୟ ସଚେତନ ଲୋକ ଧୀରେ ଧୀରେ ଅର୍ଗାନିକ୍‌ ଖାଦ୍ୟ ଆଡକୁ ଢଳୁଥିବା ବେଳେ ଏଭଳିସ୍ଥଳେ ପାରମ୍ପରିକ ଜନଜାତି ଖାଦ୍ୟ ଲୋକଙ୍କ ପାଇଁ ନୂଆ ଅପସନ୍‌ ଆଣିଦେଇଛି। କେବଳ ଓଡ଼ିଶାରେ ନୁହେଁ ଓଡ଼ିଶା ବାହାରେ ମଧ୍ୟ ଓଡ଼ିଶା ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ ମାଣ୍ଡିଆ, ପାଳୁଅ, ଡାଲି ଆଦିର ଚାହିଦା ରହିଛି। ବର୍ତ୍ତମାନର ମାର୍କେଟ ଓ ଗ୍ରାହକଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ଟିଡିସିସିଓଏଲ୍‌ ପକ୍ଷରୁ ମାଣ୍ଡିଆରେ ପ୍ରସ୍ତୁତ ବ୍ରେଡ୍‌, ମାଣ୍ଡିଆ ବିସ୍କୁଟ୍‌, ମଲ୍ଟିଗ୍ରେନ୍‌ ବ୍ରେଡ୍‌, ମଲ୍ଟିଗ୍ରେନ୍‌ କୁକିଜ୍‌, ମାଣ୍ଡିଆ ଓ ଦେଶୀ ଘିଅରେ ପ୍ରସ୍ତୁତ କୁକିଜ୍‌, ମାଣ୍ଡିଆ କୁକିଜ୍‌, ରେଡିମେଡ୍‌ ଖେଚୁଡି ମିକ୍ସ ଭଳି ସ୍ବାସ୍ଥ୍ୟ ଉପୋଯୋଗୀ ରେଡିମେଡ୍‌ ଖାଦ୍ୟ ପ୍ରସ୍ତୁତ କରାଯାଇ ଆକର୍ଷଣୀୟ ପ୍ୟାକେଜିଂରେ ବିକ୍ରି କେରାଯାଉଛି।
ଆମାଜନ୍‌ରେ କୋରାପୁଟ କଫି
କେବଳ ଆଦିଶା ଷ୍ଟୋର୍‌ ନୁହେଁ, ଜନଜାତି ସାମଗ୍ରୀକୁ ବିଶ୍ୱ ବଜାରରେ ପହଞ୍ଚାଇବାକୁ ପ୍ରଥମଥର ପାଇଁ ଏହାକୁ ଇ-କମର୍ସ ପ୍ଲାଟଫର୍ମ ସହ ଯୋଡ଼ାଯାଇଛି। ଗ୍ଲୋବାଲ୍‌ ମାର୍କେଟ ସୁଯୋଗ ସୃଷ୍ଟି କରିବାକୁ ଆମାଜନ୍‌’ ସହ ଆଦିଶାର ନିଜସ୍ବ ୱେବ୍‌ସାଇଟ୍‌ www.adisha.in ରେ ସମସ୍ତ ସାମଗ୍ରୀ ଅନ୍‌ଲାଇନ୍‌ ବିକ୍ରି ପାଇଁ ଉପଲବ୍ଧ କରାଯାଇଛି। ତେବେ ଟିଡିସିସିଓଏଲ୍‌ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆମାଜନ୍‌ରେ କୋରାପୁଟ କଫିର ସର୍ବାଧିକ ଡିମାଣ୍ଡ୍‌ ରହିଥିବା ବେଳେ ଦୈନିକ ଶତାଧିକ ଅର୍ଡର ମିଳୁଛି। କୋରାପୁଟ କଫିର ସ୍ବାଦ ଅନ୍ୟ ଅଞ୍ଚଳରେ ମିଳୁଥିବା କଫିର ସ୍ବାଦଠାରୁ ଭିନ୍ନ ଏବଂ ଏଥିରେ ଥିବା ଔଷଧୀୟ ଗୁଣ ଯୋଗୁୁ କୋରାପୁଟ କଫି ବିଶେଷ ଲୋକପ୍ରିୟତା ହାସଲ କରିଛି। ସ୍ବତନ୍ତ୍ର ବ୍ରାଣ୍ଡିଂ ସହ ବୈଜ୍ଞାନିକ ପଦ୍ଧତିରେ କରାଯାଇଥିବା ପ୍ୟାକେଜିଂ ଗ୍ରାହକଙ୍କୁ ଆକୃଷ୍ଟ କରୁଛି। ଏହାସହ ଭୁବନେଶ୍ୱରରେ ଥିବା ‘ଆଦିଶା’ ଷ୍ଟୋର୍‌ରେ କେବଳ କୋରାପୁଟ କଫିକୁ ନେଇ ଏକ ସ୍ବତନ୍ତ୍ର କାଫେଟେରିଆ ଖୋଲାଯାଉଛି। ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ ସବାଇ ଘାସ ଚେୟାରରେ ବସି ଲୋକ ଏଠାରେ କଫିର ମଜା ନେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ପାହାଡ ଭୁଶୁଡିବା ଯୋଗୁ ବନ୍ଦ ରହିଲା ବଦ୍ରିନାଥ ଯାତ୍ରା

ଡେରାଡୁନ,୫।୬: ବଦ୍ରିନାଥ ରାଜପଥରେ ଥିବା ହେଲଙ୍ଗର ପାହାଡ ଭୁଶୁଡିବା ଯୋଗୁ ରାସ୍ତା ବନ୍ଦ ରହିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ବଦ୍ରିନାଥ ଯାତ୍ରା ବନ୍ଦ କରି...

ଦିଲ୍ଲୀରେ ଅଛନ୍ତି କେତେ ଅନୁପ୍ରବେଶକାରୀ: ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁୁ ରିପୋର୍ଟ ମାଗିଲେ ପ୍ରବେଶ ବର୍ମା

ନୂଆଦିଲ୍ଲୀ,୩।୩: ଦିଲ୍ଲୀରେ କେତେ ସଂଖ୍ୟକ ଅନୁପ୍ରବେଶକାରୀ ଅଛନ୍ତି। ତାହାର ରିପୋର୍ଟ ଭାଜପା ଏମ୍‌ପି ପ୍ରବେଶ ବର୍ମା ଲୋକସଭାରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁୁ ମାଗିଛନ୍ତି। ସେମାନେ କିଭଳି ଦିଲ୍ଲୀରେ...

ଉନ୍ନାଓ ପୀଡ଼ିତା ପରିବାରର ଦାବି: ଅଭିଯୁକ୍ତଙ୍କୁ ମିଳୁ ହାଇଦ୍ରାବାଦ ଭଳି ଦଣ୍ଡ

ନୂଆଦିଲ୍ଲୀ,୮ା୧୨(ପି.ଟି.): ଅର୍ଦ୍ଧଦଗ୍ଧ ଉନ୍ନାଓ ପୀଡିତା ଶୁକ୍ରବାର ରାତିରେ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଆଖି ବୁଜିବା ପରେ ଏହାକୁ ନେଇ ରାଜନୀତି ଜୋର ଧରିଛି। ଅଭିଯୁକ୍ତମାନଙ୍କୁ ହାଇଦ୍ରାବାଦ...

ଅନୁରାଗ ଠାକୁର ଟିଏ କ୍ୟାପ୍‌ଟେନ

ନୂଆଦିଲ୍ଲୀ,୧୧।୩ : କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ବୁଧବାର ଟେରିଟୋରିଆଲ୍‌ ଆର୍ମି (ଟିଏ) କ୍ୟାପ୍‌ଟେନ ନିଯୁକ୍ତ ହୋଇଛନ୍ତି। ଟେରିଟୋରିଆଲ ଆର୍ମିରେ ସ୍ବେଚ୍ଛାସେବୀମାନେ ଭାଗ ନେବା ସହ ବର୍ଷରେ...

ପ୍ରଧାନମନ୍ତ୍ରୀଙ୍କ ଗୁଜରାଟ ଗସ୍ତର ଦ୍ୱିତୀୟ ଦିନ, ବନ୍ଦେ ଭାରତ ଏକ୍ସପ୍ରେସର କରିବେ ଶୁଭାରମ୍ଭ

ନୂଆଦିଲ୍ଲୀ,୩୦ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଗୁଜରାଟ ଗସ୍ତରେ ଅଛନ୍ତି । ଶୁକ୍ରବାର ଏହାର ଦ୍ୱିତୀୟ ଦିନ । ଗୁରୁବାର ଖୁବ୍ ବ୍ୟସ୍ତ...

ହସ୍ପିଟାଲ ନୁହେଁ ଅକ୍ସିଜେନ ବ୍ୟବସ୍ଥା କରୁଛନ୍ତି ସମ୍ପର୍କୀୟ

ନୂଆଦିଲ୍ଲୀ, ୨୫।୪: ଅସୁସ୍ଥ ବାପାଙ୍କ ଜୀବନ ବଞ୍ଚାଇବା ପାଇଁ ପୁଅ ରଜତ ଆଲଓ୍ବାଲିଆ ଏକ କିଲୋମିଟର ଲମ୍ବା ଧାଡ଼ିରେ ଛିଡ଼ା ହୋଇ ଯୋଗାଡ଼ କରିଛନ୍ତି ୧୦...

ନିର୍ବାଚନ ପୂର୍ବରୁ ଆରଜେଡିକୁ ଝଟ୍‌କା: ଜେଡିୟୁରେ ସାମିଲ ହେବେ ଲାଲଙ୍କୁ ସମୁଦି

ପାଟନା,୧୯।୮: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତି ସରଗରମ ହେବାରେ ଲାଗିଛି। ନିର୍ବାଚନ ପୂର୍ବରୁ ନେତାଙ୍କ ଦଳ ଅଦଳ ବଦଳ ନୀତି ଜୋରସୋରରେ ଚାଲିଛି। ନିକଟରେ...

କୃଷି ଆଇନ ଫେରାଇ ନେବାକୁ କଂଗ୍ରେସର ଦାବି: ସୁପ୍ରିମ୍‌କୋର୍ଟର ଦ୍ୱାରସ୍ଥ

ନୂଆଦିଲ୍ଲୀ, ୨୮।୯: କୃଷି ଆଇନ ଫେରାଇ ନେବାକୁ କଂଗ୍ରେସ ଦାବି କରିଛି। ଏହା ବିରୋଧରେ କେରଳର କଂଗ୍ରେସ ସଦସ୍ୟ ଟି.ଏନ୍‌. ପ୍ରତାପନ କୃଷି ଅଧିନିୟମକୁ ଚ୍ୟାଲେଞ୍ଜ୍‌...

Advertisement
Archives

Model This Week