Posted inUncategorized

ଜଣେ ଅନ୍ୟ ଜଣଙ୍କର ଶକ୍ତି ପାଲଟିବା ଦରକାର: ଶୁଭଶ୍ରୀ

ସମାଜରେ ଅବହେଳିତ ନାରୀଙ୍କ ପାଇଁ ସେ ପାଲଟିଛନ୍ତି ପ୍ରେରଣାର ଉତ୍ସ। ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ସୋସିଆଲ ଡେଭ୍‌ଲପ୍‌ମେଣ୍ଟ (ଆଇଏସ୍‌ଡି) ନାମକ ଏକ ଅନୁଷ୍ଠାନ ଗଠନକରି ଏହା ମାଧ୍ୟମରେ ଅନେକ ମହିଳାଙ୍କ ପାଇଁ ସେ କାମ କରୁଛନ୍ତି। ଏହା ବ୍ୟତୀତ ଝିଅମାନେ କୌଣସି ଗୁଣରେ ପୁଅଙ୍କ ଠାରୁ କମ୍‌ ନୁହନ୍ତ ସେ ନେଇ ମଧ୍ୟ ସଚେତନ କରୁଛନ୍ତି। ୧୯୯୯ରେ ସଂଘଟିତ ମହାବାତ୍ୟା ତାଙ୍କ ଜୀବନରେ ଏକ ବିରାଟ ପରିବର୍ତ୍ତନ ଆଣିଥିଲା। ମହାବାତ୍ୟାରେ ଅନେକ ଧନ ଜୀବନ କ୍ଷତି ହୋଇଥିଲା। ବିଶେଷକରି ପାରାଦୀପ କୂଳରେ ରହୁଥିବା ମତ୍ସ୍ୟଜୀବୀମାନେ ମାଛ ଧରିବାକୁ ଯାଇ ସେମାନଙ୍କ ଜୀବନ ହାରିଥିଲେ। ସେହି ଅଞ୍ଚଳକୁ ଶୁଭଶ୍ରୀ ଏକ ସର୍ଭେ କରିବାକୁ ଯାଇଥିଲେ। ସେଠାକାର ପରିବେଶ ଏବଂ ମହିଳାମାନଙ୍କ ସ୍ଥିତି ତାଙ୍କୁ ବିଚଳିତ କରିଥିଲା। ସେହିଠାରୁ ସେ ସମାଜରେ ଥିବା ଦୁସ୍ଥ, ଅସହାୟ ମହିଳାଙ୍କ ପାଇଁ କାମ କରିବା ଆରମ୍ଭ କରିଥିଲେ। ଏଥିସହିତ ଲିଙ୍ଗଗତ ବୈଷମ୍ୟ ଉପରେ ସଚେତନତା ଏବଂ ମହିଳା ସଶକ୍ତୀକରଣକୁ ନେଇ ତାଙ୍କର କାର୍ଯ୍ୟଧାରା ଜାରି ରହିଛି।
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସେ କହିଛନ୍ତି, ପୁଅ ଝିଅଙ୍କ ମଧ୍ୟରେ କୌଣସି ଦ୍ୱନ୍ଦ୍ୱ ରହିବା କଥା ନୁହେଁ। କିଏ ବଡ଼ କିଏ ସାନ ସେ ନେଇ ଆମେ ଯୁଦ୍ଧ ଚାହୁଁନାହୁଁ। ପରସ୍ପରକୁ ସମ୍ମାନ ଦେଇ, ଜଣେ ଅନ୍ୟ ଜଣଙ୍କର ଶକ୍ତି ପାଲଟିବା ଦରକାର। ସ୍ବାମୀ ଓ ସ୍ତ୍ରୀ ଦୁହେଁ ପରସ୍ପରର ପରିପୂରକ। ସ୍ବାମୀ ଭଗବାନ ନୁହେଁ ବରଂ ଜୀବନସାଥୀ। କର୍ମକ୍ଷେତ୍ରରେ ଏବଂ ପରିବାରରେ ଏହି ସମାନତା ଓ ସମ୍ମାନ ରହିବା ଦରକାର। ଏହାଦ୍ୱାରା ମହିଳାଙ୍କ ଉପରେ ହେଉଥିବା ହିଂସା କମିପାରିବ ଏବଂ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଅଫିସ୍‌ରେ ପଶି ପଟ୍ଟାମୁଣ୍ଡାଇ ତହସିଲଦାରଙ୍କୁ ମାଡ଼

ପଟ୍ଟାମୁଣ୍ଡାଇ,୩।୪(ସ୍ବ.ପ୍ର.): ଚାଷ ଜମି ପାଖରେ ବେଆଇନ ଇଟାଭାଟି ନିର୍ମାଣକୁ ବିରୋଧ କରି ଚାଷୀମାନେ ତହସିଲଦାରଙ୍କୁ ବାରମ୍ବାର ଜଣାଇଥିଲେ । ହେଲେ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ...

ଲାଲ କିଲ୍ଲାରେ ସୁରକ୍ଷା ଛାଉଣୀ…

ନୂଆଦିଲ୍ଲୀ, ୧୪।୮ : ସ୍ବାଧୀନତା ଦିବସକୁ ଦୃଷ୍ଟିରେ ରଖି ଦିଲ୍ଲୀର ଲାଲ୍‌ କିଲ୍ଲା ସୁରକ୍ଷା ଛାଉଣୀରେ ପରିଣତ ହୋଇଛି। ଗୁଡ଼ି ଭଳି ଉଡ଼ନ୍ତା ବସ୍ତୁ ବ୍ୟବହାର...

କୋଚିଂ ସେଣ୍ଟରରୁ ଛାତ୍ରୀଙ୍କୁ ଅପହରଣ

ବୁଗୁଡା,୨୨ା୪: ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅଞ୍ଚଳର ଜନୈକା ଛାତ୍ରୀଙ୍କୁ ଅପହରଣ ଅଭିଯୋଗରେ ପୋଲିସ ଗୁରୁବାର ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।...

ଓଡ଼ିଶା: ଆଜିର ଫଟୋ (ମାର୍ଚ୍ଚ ୪, ୨୦୨୧)

ବଢୁଛି ତାପମାତ୍ରା ଶୁଷ୍କ ନଦୀ ଯୋବ୍ରା ନିକଟରେ ଶୁଷ୍କ ଅବସ୍ଥା ରେ ଥିବା ମହାନଦୀ ଏଜି ଛକରେ ବିଏମସି ପକ୍ଷରୁ ଗଛରେ ପାଣିଦିଅଯାଉଛି ରାଣୀହାଟ କେନାଲ...

ସଞ୍ଜୟଙ୍କୁ ମିଳିଲା ଛୁଟି

ସଞ୍ଜୟଙ୍କୁ ମିଳିଲା ଛୁଟି ମୁମ୍ବାଇ: ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତଙ୍କୁ ହସ୍ପିଟାଲରୁ ଛୁଟି ମିଳିଛି। ଅଗଷ୍ଟ ୮ରେ ସେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ...

ପୁରୀ ମୁଖ୍ୟ ଚିକିତ୍ସାଳୟରେ ଲାଞ୍ଚ କାରବାର

ପୁରୀ ଅଫିସ, ୮।୧: ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀସେବା ପାଇଁ ଲାଞ୍ଚ କାରବାର ଚାଲିଥିବା ଅଭିଯୋଗ ହୋଇଛି। ଜଣେ ରୋଗୀଙ୍କ ସମ୍ପର୍କୀୟ ଚିକିତ୍ସା ବାବଦକୁ...

ଡିଜିଟାଲ ଅଧିକାର

ମାଗ୍ରେଥ ଭେଷ୍ଟାଗର୍‌ ବ୍ୟବସାୟ, ପଢ଼ା, କିଣାବିକା, ସମ୍ପର୍କ ରକ୍ଷା କରିବା, ସାଥୀ ପାଇବା କିମ୍ବା ପରିବାର ଓ ବନ୍ଧୁଙ୍କୁ ସାହାଯ୍ୟ ଯୋଗାଇବା କ୍ଷେତ୍ରରେ ଇଣ୍ଟର୍‌ନେଟର ଗୁରୁତ୍ୱ...

୨ବର୍ଷ ପରେ ଝୁମିବ ରାଜଧାନୀ ରାତି: ରଙ୍ଗିନ ହେବ ଜିରୋ ନାଇଟ୍‌

ଭୁବନେଶ୍ୱର,୩୦।୧୨(ବ୍ୟୁରୋ): ନୂଆବର୍ଷକୁ ସ୍ବାଗତ କରିବା ପାଇଁ ପ୍ରସ୍ତୁତ ହୋଇଗଲାଣି ରାଜଧାନୀ ଭୁବନେଶ୍ୱର। ବିଶେଷକରି ଜିରୋ ନାଇଟ୍‌ ପାଇଁ ସବୁଠି ଉତ୍କଣ୍ଠା ଓ ଉତ୍ସାହ ବାରିହୋଇପଡିଲାଣି। ୨ବର୍ଷ...

Advertisement
Archives

Model This Week