ଜଣେ ଅଧିକାରୀରେ ଚାଲିଛି ୩ କାର୍ଯ୍ୟାଳୟ: ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ

ଆଳି, ୬ା୬ (ଡି.ଏନ୍‌.ଏ.): ଆଳି ବ୍ଲକରେ ୩ ସରକାରୀ କାର୍ଯ୍ୟାଳୟର ଗୁରୁତ୍ୱପୂର୍ଣ୍ଣ ପଦବୀରେ ମାତ୍ର ଜଣେ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଥିବାରୁ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି, ଯାହକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ଆଳି ତହସିଲଦାର ଜୟନ୍ତ କୁମାର ପୃଷ୍ଟି ଆଳି ବିଡିଓ ଭାବେ ଅତିରିକ୍ତ ଦାୟିତ୍ୱରେ ଥିବା ବେଳେ ନିକଟରେ ତାଙ୍କୁ ବ୍ଲକର ମହିଳା ଶିଶୁ ବିକାଶ ଅଧିକାରୀ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ତହସିଲ କାର୍ଯ୍ୟ ଠିକ୍‌ରେ ହୋଇ ପାରୁ ନଥିବା ବେଳେ ଅନ୍ୟ ଦୁଇଟିଯାକ ଅଫିସରେ ବି ସମାନ ଅବସ୍ଥା ସୃଷ୍ଟି ହୋଇଛି। ସ୍କୁଲ, କଲେଜ ପିଲାମାନେ ବିଭିନ୍ନ ଫର୍ମ ପକାଇବା ସହ ନାମଲେଖା ପାଇଁ ଆବଶ୍ୟକ ହେଉଥିବା ଜାତିଗତ ପ୍ରମାଣପତ୍ର ଓ ରୋଜଗାର ପ୍ରମାଣପତ୍ର ଆଦି ବାହାର କରିବାକୁ ଆସି ଘଣ୍ଟା ଘଣ୍ଟା ଅପେକ୍ଷା କରୁଥିବା ଦେଖାଯାଉଛି। ଏପରିକି ଅନେକ ପିଲା ବହୁ ସମୟରେ ଫେରି ଯାଉଛନ୍ତି। ଦୂରଦୂରାନ୍ତରୁ ବହୁ ଲୋକ ବିଭିନ୍ନ କାର୍ଯ୍ୟ ନେଇ ତହସିଲ ଅଫିସ୍‌, ବିଡିଓ ଅଫିସ୍‌ ଏବଂ ମହିଳା ଓ ଶିଶୁ ବିକାଶ ଅଫିସ୍‌କୁ ଯାଇ ଫେରୁଥିବା ବେଳେ ଏ ନେଇ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତିନୋଟି ପଦବୀ ପାଇଁ ଜଣେ ଅଫିସରଙ୍କୁ ନିଯୁକ୍ତ କରିବା ଯୋଗୁ ଲୋକମାନେ ସମସ୍ୟା ଭୋଗୁଛନ୍ତି। ଫଳରେ ବିଡିଓ ଓ ମହିଳା ଓ ଶିଶୁ ବିକାଶ ଅଧିକାରୀ ପଦବୀରେ ଅନ୍ୟ ଦୁଇ ଅଧିକାରୀଙ୍କୁ ନିଯୁକ୍ତି କରିବାକୁ ଜନସାଧାରଣ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଲ୍ୟାଣ ମଣ୍ଡପ ନିର୍ମାଣ ବନ୍ଦକୁ ନେଇ ଅସନ୍ତୋଷ

ଡେରାବିଶ,୮।୧୨(ସ୍ବ.ପ୍ର.): କେନ୍ଦ୍ରାପଡା ଜିଲା ଡେରାବିଶ ବ୍ଲକ୍‌ ଅନ୍ତର୍ଗତ ଚାଟରାଚକଡ଼ା ପଞ୍ଚାୟତରେ କଲ୍ୟାଣମଣ୍ଡପ ନିର୍ମାଣକୁ ନେଇ ଜିଲା ଚାଷୀ ଶ୍ରମିକ ସଂଘର କର୍ମକର୍ତ୍ତା ସୋମବାର ଜିଲାପାଳଙ୍କୁ ଭେଟି...

ପାନୀୟ ଜଳ ପ୍ରକଳ୍ପ ପାଇଁ ବଳିପଡ଼ିବ ଗଛ

କେନ୍ଦ୍ରାପଡ଼ା ଅଫିସ, ୧୮ା୪: କେନ୍ଦ୍ରାପଡ଼ା ଜିଲାରେ ବିକାଶ ନାମରେ ବିନାଶ ଚାଲିଛି। ପ୍ରାକୃତିକ ପରିବେଶଘେରା ଗ୍ରାମ୍ୟ ଜଙ୍ଗଲରୁ ଗଛ ବଳି ପକାଇ ପ୍ରକଳ୍ପ କରାଯିବାକୁ ମସୁଧା...

ଶତାବ୍ଦୀର ମୂକସାକ୍ଷୀ ଲୁଣିଲୁଣିଆ ଗଛ

ମହାକାଳପଡ଼ା, ୨୭।୪ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ଉପକୂଳ ଅଞ୍ଚଳ କୋଚିଳା ଗ୍ରାମ ସନ୍ନିକଟ ମହାନଦୀର ଶାଖା ଗୁପ୍ତଗିରି ନଦୀରେ ହୁଳୁହୁଳିଆବାଙ୍କ ନିକଟରେ ଶହେ...

ରାଜନଗର ଗୁପ୍ତି ଷ୍ଟେଟ୍‌ ବ୍ୟାଙ୍କରୁ ଚୋରି

ରାଜନଗର,୧୭।୭(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଗୁପ୍ତିସ୍ଥିତ ଷ୍ଟେଟ ବ୍ୟାଙ୍କ ଶାଖାରୁ ମଙ୍ଗଳବାର ରାତିରେ ଚୋରି ହୋଇଛି। ବୁଧବାର ସକାଳୁ ସ୍ଥାନୀୟ ଲୋକେ ଏହା ଜାଣିବା...

ବ୍ରହ୍ମ ତାଳଧ୍ୱଜ ରଥ କାଠ ଅନୁକୂଳ

କେନ୍ଦ୍ରାପଡ଼ା ଅଫିସ, ୨୬।୪-ଆସନ୍ତା ଜୁନ ୨୩ ତାରିଖରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ତହିଁ ପରଦିନ ଅର୍ଥାତ୍‌ ୨୪ ତାରିଖରେ ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାର ବ୍ରହ୍ମ ତାଳଧ୍ୱଜ...

ଡଲ୍‌ଫିନ୍‌, ଅଲିଭ୍‌ ରିଡ୍‌ଲେ ସୁରକ୍ଷା ଚିନ୍ତା

କେନ୍ଦ୍ରାପଡ଼ା ଅଫିସ, ୨।୪: ରାଜ୍ୟ ପର୍ଯ୍ୟାବରଣ ବିଭାଗ ଡଲ୍‌ଫିନ୍‌ ଗଣନା ଫଳ ନିକଟରେ ପ୍ରକାଶ କରିଛନ୍ତି। ୨୦୨୧ ବର୍ଷ ଅପେକ୍ଷା ଭିତରକନିକା ସାମୁଦ୍ରିକ ଅଞ୍ଚଳରେ ୨୦୨୨ରେ...

ଗୋଟିଏ ଗାଁରେ ୨୪ ଘଣ୍ଟା ମଧ୍ୟରେ ଡବଲ ମର୍ଡର

ମହାକାଳପଡ଼ା,୨୮।୧୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅଧୀନ ଜଅଁରା ଗ୍ରାମରେ ୨୪ ଘଣ୍ଟା ମଧ୍ୟରେ ଡବଲ ମର୍ଡର ହୋଇଥିବାବେଳେ ପୃଥକ୍‌ ପୃଥକ୍‌ ଥାନାରେ ଲିଖିତ ଅଭିଯୋଗ...

ଭିତରକନିକାରେ ଚାଲିଲା ବ୍ୟାଟେରି ଚାଳିତ ବୋଟ୍‌

କେନ୍ଦ୍ରାପଡା ଅଫିସ, ୨୨।୩: ଭିତରକନିକା ଜାତୀୟ ଉଦ୍ୟାନରେ ବ୍ୟାଟେରି ଚାଳିତ ବୋଟ୍‌ ସେବା ଆରମ୍ଭ ହୋଇଛି । ଫାଇବର ପ୍ଲାଷ୍ଟିକ୍‌ରେ ପ୍ରସ୍ତୁତ ବୋଟ୍ରେ ଇଞ୍ଜିନ ଓ...

Advertisement
Archives

Model This Week