ଜଗା, କାଳିଆଙ୍କୁ ଭେଟିଲେ ମନ୍ତ୍ରୀ ଅଶୋକ ପଣ୍ଡା

କଟକ ଅଫିସ,୨୫-୯: ଏସ୍‌ସିବି ମେଡିକାଲରେ ଚିକିତ୍ସିତ ହେଉଥିବା କନ୍ଧମାଳ ଜିଲାର ଜଗା, କାଳିଆଙ୍କୁ ମଙ୍ଗଳବାର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ସାମାଜିକ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଭେଟିଛନ୍ତି। ମନ୍ତ୍ରୀ ପଣ୍ଡା ଜଗା, କାଳିଆଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଡାକ୍ତରଙ୍କୁ ପଚାରି ବୁଝିବା ସହ ଜଗା ସହିତ କିଛି ସମୟ ଖେଳିଥିଲେ। ଏହା ପରେ ମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି, ଜଗା, କାଳିଆ ଏବେ ସୁସ୍ଥ ଅଛନ୍ତି। ଜଗା ହସ୍ପିଟାଲରେ ଚଲାବୁଲା କରୁଛି, ଖେଳୁଛି। କିନ୍ତୁ କାଳିଆ ଏ ପର୍ଯ୍ୟନ୍ତ ଚିକିତ୍ସାଧୀନ ରହିଛି। ଏମ୍‌ସ ଡାକ୍ତରଙ୍କ ସମେତ ୧୪ ଜଣିଆ ଡାକ୍ତରୀ ଟିମ୍‌ ଦୁହିଁଙ୍କୁ ଚିକିତ୍ସିତ କରୁଛନ୍ତି। ଜଗା ସ୍କୁଲ ଯିବା ପାଇଁ ପ୍ରସ୍ତୁତ। କିନ୍ତୁ ତା’ର ମୁଣ୍ଡରେ ଚିକିତ୍ସା ବାକି ଥିବାରୁ କିଛିଦିନ ବ୍ୟବଧାନରେ ସେ ସ୍କୁଲ ଯାଇପାରିବ। କାଳିଆ ଖୁବ୍‌ଶୀଘ୍ର ଭଲ ହୋଇ ଚଲାବୁଲା କରିବା ନେଇ ଆମେ ଆଶା ରଖିଛୁ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି। ମନ୍ତ୍ରୀଙ୍କ ପରିଦର୍ଶନ ସମୟରେ ଡାକ୍ତରୀ ଟିମ୍‌ ସମେତ ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ପ୍ରଫେସର ଡା. ସି.ବି.କେ. ମହାନ୍ତି ଏବଂ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ ଯାଞ୍ଚବେଳେ ପୋଲିସ ଲାଠିମାଡରେ ଯୁବକ ଗୁରୁତର

ପାଟଣାଗଡ, ୨୩ା୯ (ଡି.ଏନ.ଏ.) ବଲାଙ୍ଗୀର ଜିଲା ପାଟଣାଗଡ ପୋଲିସ ତରଫରୁ ରବିବାର ସନ୍ଧ୍ୟାରେ ଡ୍ରିଙ୍କ ଆଣ୍ଡ ଡ୍ରାଇଭକୁ ନେଇ ଚେକିଂ ଚାଲିଥିଲା। ଏହି ସମୟରେ ପୋଲିସ...

ଉପଜିଲାପାଳରୁ ଏମ୍‌କେସିଜିର ପ୍ରଶାସନିକ ଅଧିକାରୀ

ବ୍ରହ୍ମପୁର ଅଫିସ,୨୦।୬: ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମ୍‌କେସିଜି) ମେଡିକାଲର ପ୍ରଶାସନିକ ଅଧିକାରୀ ଭାବେ ରାଜେନ୍ଦ୍ର ମିଞ୍ଜ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ ଭଞ୍ଜନଗର ଉପ-ଜିଲାପାଳ...

ଦାନ୍ତ ଭାଙ୍ଗି ମଇଳା ଖୁଆଇବା ଭିଡିଓ ଭାଇରାଲ

ଛତ୍ରପୁର,୩୦।୬(ଡି.ଏନ୍‌.ଏ.):ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ ରାମେୟାପଲ୍ଲୀ ଗାଁରେ ଗତ ୧୯ ତାରିଖରେ ଗୁଣି ସନ୍ଦେହରେ ବ୍ରହ୍ମପୁର ଆଙ୍କୁଲି ଅଞ୍ଚଳର ଏନ୍‌. ଭେଙ୍କଟରମଣଙ୍କୁ ପିଟି...

ହାଇକୋର୍ଟ ବେଞ୍ଚ ଦାବିରେ ବିଜେପୁର ବନ୍ଦ: ଜୀବନଯାତ୍ରା ବ୍ୟାହତ

ବିଜେପୁର,୫।୨(ଡି.ଏନ୍‌.ଏ.) : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଦାବିରେ ବୁଧବାର ହୋଇଥିବା ଆନ୍ଦୋଳନରେ ବରଗଡ଼ ଜିଲା ବିଜେପୁର ବ୍ଲକରେ ବନ୍ଦ ପାଳନ କରାଯାଇଛି। ସ୍ବତଃସ୍ଫୁର୍ତ୍ତ ଭାବେ...

୨୬ରୁ ଖୋଲିବ ହଷ୍ଟେଲ

ଭୁବନେଶ୍ୱର,୨୨।୭(ବ୍ୟୁରୋ): ରାଜ୍ୟରେ କରୋନା କଟକଣା ଭିତରେ ଆସନ୍ତା ୨୬ ତାରିଖରୁ ଦଶମ ଓ ଦ୍ୱାଦଶ ପିଲାଙ୍କ ପାଇଁ ସ୍କୁଲ ଖୋଲୁଛି। ସେମାନଙ୍କ ପାଇଁ ଉକ୍ତଦିନଠାରୁ ହଷ୍ଟେଲ...

ଅବ୍ୟବସ୍ଥାରେ ଚାଲିଛି ଜିଲା ମୁଖ୍ୟ ଚିକିତ୍ସାଳୟ

ଡାକ୍ତର ଅଭାବରୁ ରୋଗୀ ହନ୍ତସନ୍ତ ପାରଳାଖେମୁଣ୍ଡି,୧୮।୪(ଡି.ଏନ୍‌.ଏ.) ଗଜପତି ଜିଲା ମୁଖ୍ୟ ଚିକିତ୍ସାଳୟ ଏବେ ଦୁରବସ୍ଥାରେ ଚାଲିଛି । ଡାକ୍ତର ଅଭାବ ଆଗରୁ ଚାଲିଆସିଛି ହେଲେ ଏବେ...

ଦୁର୍ଘଟଣାରେ ଆହତଙ୍କୁ ଉଠାଇ ଡାକ୍ତରଖାନା ପଠାଇଲେ ବିଧାୟକ

ଲୋଇସିଂହା,୧୬।୧୦(ଡି.ଏନ୍‌.ଏ): ବଲାଙ୍ଗୀର-ବରଗଡ଼ ୨୬ ନମ୍ବର ଜାତୀୟ ରାଜପଥର ଲୋଇସିଂହା ଥାନା ଅଧୀନ ପୁଟାପାଲି କୁଶଙ୍ଗାଇ ପୋଲ ନିକଟରେ ଏକ ବୋଲେରୋ ପିକ୍‌ଅପ୍‌ (ନଂ.ଓଡି ୧୫ ଇ୪୨୬୩)...

ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣିଲେ ସ୍ବାମୀ

ବୈପାରିଗୁଡା,୨୨ା୯(ଡି.ଏନ୍‌.ଏ.): କୋରାପୁଟ ଜିଲା ବୈପାରିଗୁଡା ଥାନା ଅଧୀନ ଡେଙ୍ଗା କୁସୁମଗୁଡା ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି...

Advertisement
Archives

Model This Week