Posted inଜାତୀୟ

ଜଗନ ମୋହନଙ୍କୁ ମାନସିକ ରୋଗୀ ବୋଲି କହିଲେ ଚନ୍ଦ୍ରାବାବୁ

ହାଇଦ୍ରାବାଦ,୧୨।୧୦: ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରାବାବୁ ନାଇଡୁ ପୁଣିଥରେ ଓ୍ବାଇଏସ୍‌ଆର୍‌ କଂଗ୍ରେସର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କୁ ଟାର୍ଗେଟ କରିଛନ୍ତି। ଚନ୍ଦ୍ରାବାବୁ କହିଛନ୍ତି ଓ୍ବାଇଏସ୍‌ଆର୍‌ସିପି ସରକାର ଜନ ବିରୋଧୀ ନୀତି ଲାଗୁ କରୁଛି। ଏହାସହ ସରକାର ବିରୋଧୀଙ୍କ ଉପରେ ଅନାବଶ୍ୟକ ଓ ଅବୈଧ ମାମଲା ଲଗାଉଛି। ତେଣୁ ଜଗନ ମୋହନ ଜଣେ ମାନସିକ ରୋଗୀ ଭଳିକାମ କରୁଛନ୍ତି। ବିଶାଖାପାଟନମରେ ଟିଡିପିର ସ୍ଥିତି ସମୀକ୍ଷା କରିବାକୁ ପହଞ୍ଚିିବା ବେଳେ ଚନ୍ଦ୍ରାବାବୁ କହିଛନ୍ତି, ଏହା ପୂର୍ବରୁ ସେ ଅନ୍ୟ ମୁଖ୍ୟମନ୍ତ୍ରୀମାନଙ୍କୁ ଦେଖିଛନ୍ତି ହେଲେ ଜଗନ ମୋହନଙ୍କ ଭଳି ମୁଖ୍ୟମନ୍ତ୍ରୀ ଦେଖି ନାହାଁନ୍ତି। ସୂଚନାଯୋଗ୍ୟ, ବିଧାନସଭା ନିର୍ବାଚନରେ ଜଗନ ମୋହନ ରେଡ୍ଡୀଙ୍କ ଦଳ ମୋଟ ୧୭୧ ଆସନରୁ ୧୫୧ ଆସନରେ ବିଜୟଲାଭ କରି ସରକାର ଗଠନ କରିଥିଲେ। ହେଲେ ଚନ୍ଦ୍ରାବାବୁ ନାଇଡୁଙ୍କୁ ମାତ୍ର ୨୩ଟି ଆସନରେ ବିଜୟ ମିଳିଥିଲା। ୨୦୦୯ରେ ଜଗନ ମୋହନ ସକ୍ରିୟ ରାଜନୀତିରେ ପ୍ରବେଶ କରିଥିବା ବେଳେ ଖୁବ୍‌ କମ୍‌ ସମୟ ମଧ୍ୟରେ ଏତେ ସଫଳତା ହୁଏତ ବିରୋଧୀଙ୍କର ହଜମ ହେଉନାହିଁ ବୋଲି ରାଜନୀତି ମହଲରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟପରାଗ ଦେଖି ୧୫ ଶିଶୁଙ୍କ ଆଖି ଖରାପ

ଜୟପୁର,୧୯।୧: ଚଷମା ବିନା ଅଥବା ଅନ୍ୟ କୌଣସି ସୁରକ୍ଷା ବ୍ୟବସ୍ଥା ଗ୍ରହଣ ନ କରି ଖାଲି ଆଖିରେ ସୂର୍ଯ୍ୟ ପରାଗ ଦେଖିଥିବା ରାଜସ୍ଥାନର ପ୍ରାୟ ୧୫ଜଣ...

ରାଜ୍ୟ ସରକାରଙ୍କୁ ରାସ୍ତାରେ ବୁଲୁଥିବା ବେଘର-ରୋଗାକ୍ରାନ୍ତଙ୍କ ରିପୋର୍ଟ ତଲବ…

ଚେନ୍ନାଇ,୧୪।୧୦: ରାସ୍ତାରେ ବୁଲୁଥିବା ବେଘର ମାନସିକ ରୋଗୀ ତଥା ରୋଗାକ୍ରାନ୍ତଙ୍କ ରିପୋର୍ଟ ସରକାରଙ୍କୁ ତଲବ କରିଛନ୍ତି ମାଡ୍ରାସ୍‌ ହାଇକୋର୍ଟ। ଏହା ସହିତ ସରକାରୀ ଆଶ୍ରୟ ଶିବିରର...

ମସ୍‌ଜିଦରେ କୃଷ୍ଣଙ୍କ ମୂର୍ତ୍ତି ପ୍ରତିଷ୍ଠା କରିବୁ

ଲକ୍ଷ୍ନୌ,୧୭।୧୧: ଭଗବାନ କୃଷ୍ଣଙ୍କ ଅସଲ ଜନ୍ମସ୍ଥାନ ତଥା ମଥୁରାସ୍ଥିତ ମସ୍‌ଜିଦରେ ମୂର୍ତ୍ତି ସ୍ଥାପନ କରିବାକୁ ଘୋଷଣା କରିଛି ଅଖିଳ ଭାରତ ହିନ୍ଦୁ ମହାସଭା (ଏବିଏସ୍‌ଏମ୍‌)। ହିନ୍ଦୁ...

ସର୍ବସହମତିରେ ପ୍ରାର୍ଥୀ ହେବା ଭଲ: ମଲ୍ଲିକାର୍ଜୁନ ଖାର୍ଗେ

ନୂଆଦିଲ୍ଲୀ,୨।୧୦: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ପ୍ରାର୍ଥୀ ଥିବା ମଲ୍ଲିକାର୍ଜୁନ ଖାର୍ଗେ ରବିବାର ଏକ ବଡ଼ ବୟାନ ଦେଇଛନ୍ତି। ଦଳର ସର୍ବସହମତିରେ ପ୍ରାର୍ଥୀ ହେବା ଭଲ ବୋଲି...

ଖୁସି ଖବର: ବିଟା-ଡେଲ୍ଟା ଭାରିଆଣ୍ଟ୍‌ ବିରୋଧରେ ପ୍ରଭାବଶାଳୀ ସାବ୍ୟସ୍ତ ହେଉଛି କୋଭାକ୍ସିନ୍‌…

ନୂଆଦିଲ୍ଲୀ,୯।୬: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ଲାଗି ସରକାରଙ୍କ ପକ୍ଷରୁ ସାର୍ବଜନୀକ...

ବିଷାକ୍ତ ମଦ ପିଇ ଆଜମଗଡରେ ୭ ମୃତ, ୧୨ ଅସୁସ୍ଥ

ଆଜମଗଡ଼,୨୧।୨: ଉତ୍ତରପ୍ରଦେଶର ଆଜମଗଡ ଜିଲାରେ ପୁଣି ଥରେ ବିଷାକ୍ତ ମଦ ନେଲା ଅନେକଙ୍କ ଜୀବନ। ବିଷାକ୍ତ ମଦ ପିଇ ଏପର୍ଯ୍ୟନ୍ତ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ...

ବାକି ରହିଲା ୬୦ ମିଟର ମାଟି ଖୋଳା: ଆଶା ଆଶଙ୍କାରେ ପରିବାର ବର୍ଗ

ଡେରାଡୁନ,୧୦।୨: ଉତ୍ତରାଖଣ୍ଡ ଚାମୋଲିରେ ହିମସ୍ଖଳନ ପରେ ତପୋବନ ଟନେଲରେ କେତେକ ଲୋକ ଅଟକି ରହିଛନ୍ତି। ମୋନଙ୍କ ପାଖରେ ପହଞ୍ଚିବା ପାଇଁ ୧୮୦ ମିଟର ବାଟ ଅତିକ୍ରମ...

ଉତ୍ତୋଳନ ବେଳେ ସୋନିଆଙ୍କ ହାତରେ ଖସିପଡିଲା ଦଳୀୟ ପତାକା

ନୂଆଦିଲ୍ଲୀ,୨୮।୧୨: କଂଗ୍ରେସର ୧୩୭ ତମ ଫାଉଣ୍ଡେସନ ଦିବସ ପାଳନ ଅବସରରେ ଏକ ଅଜବ ଘଟଣା ସାମ୍ନାକୁ ଆସିଥିଲା। ପାର୍ଟି କାର୍ଯ୍ୟାଳୟରେ ସ୍ଥାପନ ସମାରୋହ ଆୟୋଜିତ ହୋଇଥିଲା।...

Advertisement
Archives

Model This Week